To purify the blood | Rakta Ku Sudha Kariba pain kana Karibe? Odia health tips | ରକ୍ତକୁ ଶୁଦ୍ଧ କରିବା ପାଇଁ by odiabhaipk

Odia Bhai PK
0

                                       

  ରକ୍ତକୁ ଶୁଦ୍ଧ କରିବା ପାଇଁ 

    ରକ୍ତ ଦୂଷିତ ହେବା କାରଣରୁ ବିଭିନ୍ନ ପ୍ରକାରର ଚର୍ମରୋଗ ଶରୀରରେ ଉତ୍ପନ୍ନ ହୋଇଥାଏ । ଏହାର ମୁଖ୍ୟ କାରଣ ଗୁଡ଼ିକ ହେଲା ଖରାପ ଓ ଅନିୟମିତ ତଥା ପ୍ରଦୂଷିତ ଖାଦ୍ୟଗ୍ରହଣ କରିବା , ପ୍ରଦୂଷିତ ବାତାବରଣରେ ରହିବା , କୋଷ୍ଠବଦ୍ଧତା , ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା , ପ୍ରକୃତିର ବିରୁଦ୍ଧ ଖାଦ୍ୟ ଖାଇବା ଯଥା— କ୍ଷୀର ସହିତ ମାଛ , କଦଳୀ ସହିତ କଲରା , ଦହି ସହିତ ଲେମ୍ବୁ , ଦହି ସହିତ ମହୁ , ଆଦି । ଆଉ ମଧ୍ୟ ଘିଅ ସହିତ ସମାନ ମାତ୍ରାର ମହୁ , ଦହି ସହିତ କ୍ଷୀର , ପନିର , କଦଳୀ , ତରଭୁଜ , ମୂଳା ଇତ୍ୟାଦି ଖାଇବା । ମଦ , ବିଡ଼ି , ସିଗାରେଟ୍ ଓ ଅନ୍ୟ ବିଷାକ୍ତ ମାଦକ ଦ୍ରବ୍ୟ ଓ ତମ୍ବାଖୁରୁ ପ୍ରସ୍ତୁତ ଖଇନି , ଗୁଟୁକା ଆଦି ରକ୍ତକୁ ଦୂଷିତ କରିଥାଏ । ତେଣୁ ପ୍ରକୃତିର ବିରୁଦ୍ଧାଚରଣ କରୁଥିବା ଖାଦ୍ୟ ପଦାର୍ଥଗୁଡ଼ିକୁ ତ୍ୟାଗକରି ନିମ୍ନଲିଖିତ ଉପଚାରଗୁଡ଼ିକୁ ଆପଣାଇଲେ ରକ୍ତ ଶୁଦ୍ଧ ହେବା ସହିତ ବିଭିନ୍ନ ଚର୍ମରୋଗରୁ ମୁକ୍ତି ମିଳିଥାଏ ।

୧ . ମିଠା ଲାଉକୁ ସିଝାଇ ବିଟ୍ ଲୁଣ ମିଶାଇ ଖାଇଲେ ରକ୍ତ ଶୁଦ୍ଧ ହୋଇଥାଏ । 

୨ . ତ୍ରିଫଳାଚୂର୍ଣ୍ଣ ୧ - ୧ ଚାମଚ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ଖାଇଲେ ରକ୍ତରେ ଶୁଦ୍ଧତା ଆସେ । 

୩ . କଞ୍ଚା ଅମୃତ ଭଣ୍ଡା ରସ ୨ - ୩ ଚାମଚ ମାତ୍ରାରେ ସକାଳେ ଖାଇବ । 

୪ . କଲରା ରସ ୧ - ୧ ଚାମଚ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ପିଇବ । 

8 . ପାଣିରେ ଏକ ଚାମଚ ରସୁଣ ରସ ମିଶାଇ ପିଇଲେ କିଛିଦିନରେ ରକ୍ତ ଶୁଦ୍ଧ ହୋଇଯାଏ । 

୬ . ରାତିରେ ଉଷୁମ ପାଣି ସହିତ ଏକ ଚାମଚ ହରିଡ଼ା ଚୂର୍ଣ୍ଣ ଖାଇବ । 

୭ .ଗୋ - ମୂତ୍ର ୨୦ - ୨୫ ମି.ଲି. ମାତ୍ରାରେ ସକାଳେ ଖାଲିପେଟରେ ପିଅନ୍ତୁ ଓ ଶରୀରରେ ଲଗାନ୍ତୁ । 

୮ . ଗାଜର ରସ ଏକ କପ୍ ମାତ୍ରାରେ ୮ - ୧୦ ଦିନ ପିଇଲେ ରକ୍ତରେ ଶୁଦ୍ଧତା ଆସିଥାଏ । 

More Details watch this video 

Rakta hinata ra lakhyana | ରକ୍ତହୀନତା ର ଲକ୍ଷଣ | Symptoms of low hemoglobin in Odia health tips


video no.2 
ରକ୍ତହୀନତା ର ଘରୋଇ ଉପଚାର | Rakta hinata ra lakhyana | Symptoms of low hemoglobin in Odia Health tips
This video describes the home remedies to increase hemoglobin and blood in Odia language.

video no.3 ରକ୍ତ ବିଷାକ୍ତ କେମିତି ହୁଏ? || BLOOD || ରକ୍ତ କୁ ସୁଧ କେମିତି କରିବେ? Odia health Tips




Skin cleansing, Scabies



 Skin cleansing, Scabies | ଚର୍ମଶୋଧନ, କାଛୁ ଓ କୁଣ୍ଡିଆ | kachhu o kundiaa kemiti bhala heba? | odia bhai pk | odia health tips

⛑️👉Jadu, kachu, kundiya ku gharei upachara re bhala kemiti karibe | odia health tips ଯାଦୁ କେମିତି ଭଲ ହେବ? | Fungal infection in Odia | Ringworm

ଚର୍ମଶୋଧନ : ୧ . ଲେମ୍ବୁରସରେ ମହୁ ମିଶାଇ ଶରୀରରେ ମାଲିସ୍ କରି ଏକ ଘଣ୍ଟାପରେ ଗାଧୋଇବ । ୨ . ପାଣିରେ ଲେମ୍ବୁରସ ଓ ଏକ ଚାମଚ ଲୁଣ ମିଶାଇ ସ୍ନାନ କରନ୍ତୁ । ୩ . ନିମ୍ବପତ୍ର ସିଝା ପାଣିରେ ଗାଧାନ୍ତୁ | ୪ . ପାଣିରେ ରସୁଣ ରସ ମିଶାଇ ଗାଧୋଇଲେ ଚର୍ମର ଶୋଧନ ହୋଇଥାଏ । ୫ .ଶରୀରରେ ସୋରିଷ ତେଲ ମାଲିସ୍ କରି ସୂର୍ଯ୍ୟଙ୍କ ଆଡ଼କୁ ପିଠିକରି ବସି ଘଣ୍ଟାକ ପରେ ମୋଟା କପଡ଼ାରେ ଘଷି ହୋଇ ଗାଧାନ୍ତୁ । ( ଏହି ଉପଚାର ଶୀତଦିନରେ କରିବ ) ୬ . ପରିଷ୍କାର ଜାଗାରୁ ବା ବିଲରୁ ମାଟିଆଣି ଶୁଖାଇ ଗୁଣ୍ଡକରି ଚାଲୁଣିରେ ଚଲାଇ ରାତିରେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ସେହି ମାଟିକୁ ଚକଟି ଲହୁଣୀ ପରି କରି ଶରୀରରେ ଲେପ ଦେଇ ମାଟି ଶୁଖିଗଲା ପରେ ଛଡ଼ାଇ ଥଣ୍ଡା ପାଣିରେ ସ୍ନାନ ଜୀବନ ନଥ ଓ ଚତୁର କରନ୍ତୁ | କାଛୁ ଓ କୁଣ୍ଡିଆ : ୧ . ଶୁଖିଲା ଚମ୍ପାଫୁଲଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ସମାନ ମାତ୍ରାରେ ନେଇ ମିଶାଇ ଏକ ଚାମଚ ମାତ୍ରାରେ ଉଷୁମ ପାଣି ସହିତ ଖାଇବ । 9. ୪ - ୫ ପାଖୁଡ଼ା ରସୁଣକୁ ଚୋପା ଛଡ଼ାଇ ରାତିରେ ପାଣିରେ ଭିଜାଇ ରଖି ସକାଳେ ଖାଲି ପେଟରେ ରସୁଣକୁ ଖାଇ ପାଣିତକ ପିଇବ । ୩ . ଗନ୍ଧକ ଓ ମୟୂରଗିରିଆରୁ ୨ - ୨ ଗ୍ରାମ ନେଇ ଚୂର୍ଣକରି ୩ - ୫ ବୁନ୍ଦା ଅରଖ କ୍ଷୀର ସହିତ ସୋରିଷ ତେଲରେ ମିଶାଇ ଗରମ କରିବ । ଥଣ୍ଡା ହେଲାପରେ କାଛୁରେ ଲଗାଇବ । ଦୁଇ ଚାରିଥର ଲଗାଇଲେ ଭଲ ହୋଇଯିବ । ୪ . ନିମ୍ବପତ୍ରକୁ ଶୁଖାଇ ପୋଡ଼ି ଭଗ୍ନ କରି ରାଶିତେଲରେ ମିଶାଇ କାନ୍ଥରେ ଲଗାଇବ । ୫ .ଶରୀରରେ ଗଲୁ ହେଉଥୁଲେ ଭଜା ଯାଇଥିବା ସୁହାଗା ୪ - ୫ ଗ୍ରାମକୁ ଚୂର୍ଣ୍ଣ କରି ପାଣିରେ ଗୋଳି ଶରୀରରେ ଲଗାନ୍ତୁ , ଗଲୁ ବନ୍ଦ ହୋଇଯିବ । ୬ . ନିମ୍ବ ତେଲ ଶରୀରରେ ଲଗାଇଲେ କାଛୁ ଓ କୁଣ୍ଡିଆ ଦୂର ହୋଇଯାଏ । ୭ . ହଳଦୀ ଗୁଣ୍ଡରେ ମହୁ ମିଶାଇ ଦିନରେ ୩ - ୪ ଥର ଚାଟନ୍ତୁ । ୮ . ତେନ୍ତୁଳି ରସ ପିଇଲେ ଚର୍ମରୋଗରେ ଲାଭ ମିଳିଥାଏ । ୯ . ବଟା ହଳଦୀକୁ ଉଷୁମ କରି କାଛୁ ଉପରେ ଲଗାନ୍ତୁ । ୧୦ . ନିମ୍ବ ଗଛର ଛେଲିକୁ ବାଟି କାଛୁ ଉପରେ ଲଗାନ୍ତୁ । ୧୧ . ମହାନିମ୍ବ ପତ୍ରକୁ ବାଟି କାଛୁ ଓ କୁଣ୍ଡିଆରେ ଲଗାଇଲେ ଶୀଘ୍ର ଭଲ ହୋଇଯାଏ ୧୨ . ମରା ନଡ଼ିଆ ତେଲ ୧୦୦ ମି.ଲି.ରେ ୧୦ ଗ୍ରାମ୍ ଖାଇବା କର୍ପୂର ମିଶାଇ ଲଗାଇଲେ କୁଣ୍ଡିଆ ଜନିତ ଗଲୁ ବନ୍ଦ ହୋଇଯାଏ। ୧୩ . ଜୁଆଣୀକୁ ବାଟି ଲେମ୍ବୁରସ ମିଶାଇ ଲେପ ଦିଅନ୍ତୁ । ୧୪ . ଅପମାରଙ୍ଗ ଗଛକୁ ପୋଡ଼ି ଭସ୍ମ କରି ଏକ ଚାମଚ ଭଷ୍ମକୁ ୧୦ଗ୍ରାମ୍ ମୂଳା ମଞ୍ଜି ବଟାରେ ମିଶାଇ ଲଗାନ୍ତୁ । ୧୫ . କଇଁ ଫୁଲ କେଶରକୁ ବାଟି , ବଟା ହଳଦୀରେ ମିଶାଇ ଶରୀରରେ ଲଗାଇବ ।


Infection | ଯାଦୁ

 ଯାଦୁ :  1st watch this video


୧ . କରଞ୍ଜ ମଞ୍ଜିକୁ ବାଟି ଯାଦୁ ଉପରେ ଲେପଦେଲେ ଭଲ ହୋଇଯାଏ । 

୨ . ତୁଳସୀ ପତ୍ର ରସରେ ସୈନ୍ଧବ ଲବଣ ମିଶାଇ ଲଗାଇଲେ ଯାଦୁ ଭଲ ହୁଏ ।

୩ .  ଅମୃତ ଭଣ୍ଡା କ୍ଷୀର ଯାଦୁ ଉପରେ ଲଗାଇଲେ ଭଲ ହୋଇଯାଏ । 

 ୪ . ଦୁବ ଘାସ ରସକୁ ହଳଦୀ ବଟାରେ ମିଶାଇ ଲଗାଇବ । 

୫ . ଅରଖ କ୍ଷୀରରେ ସମାନ ମାତ୍ରାରେ ମହୁ ମିଶାଇ ଲଗାଇବ ।

୬ . ନିମ୍ବ ଛେଲି , ଅଶ୍ୱତ୍‌ଥ ଛେଲି , ଗୁଳୁଚୀ ସମସ୍ତରୁ ୧୦ - ୧୦ ଗ୍ରାମ ନେଇ ପାଣିରେ ସିଝାଇ ଦିନରେ ୨ - ୩ ଥର ପିଇବ । 

୭ . ଯାଦୁ ଉପରେ ନିମ୍ବ ତେଲ ଲଗାଇଲେ ଭଲ ହୋଇଯାଇଥାଏ । 

୮ . ଲେମ୍ବୁ ରସରେ ଅଳ୍ପ ମାତ୍ରାରେ ନୌସାଦର ମିଶାଇ ଲଗାଇବ । 

୯ . ଯାଦୁରେ ରସୁଣ ରସ ଲଗାଇଲେ ଭଲ ହୋଇଯାଇଥାଏ ।

୧୦ . ସୁନାରୀ ପତ୍ରକୁ ବାଟି ଯାଦୁରେ ଲଗାଇଲେ ଯାଦୁ ସମାପ୍ତ ହୋଇଥାଏ । 

୧୧ . କଲରା ରସ ଯାଦୁରେ ଲଗାଇଲେ ଯାଦୁ ଭଲ ହୋଇଯାଏ । 

୧୨ . ଗୋଲାପ ଅର୍କରେ ଲେମ୍ବୁ ରସ ମିଶାଇ ଲଗାଇବ । 

୧୩ . ଡାଳିମ୍ବ ପତ୍ରକୁ ବାଟି ଯାଦୁରେ ଲଗାଇଲେ ଠିକ୍ ହୋଇଯାଏ । ... 

୧୪ . ଗନ୍ଧକ ପାଣିରେ ମୂଳା ମଞ୍ଜି ଗୁଣ୍ଡ ମିଶାଇ ଲଗାଇବ । 

୧୫ . କାଠଚମ୍ପା ଗଛର କ୍ଷୀରରେ ଲୁଣ ମିଶାଇ ଯାଦୁରେ ଲଗାଇବ । 

୧୬ . ଚାକୁଣ୍ଡା ଗଛର ଚେରକୁ ବାଟି ଲଗାଇବ । 

୧୭ . ଗାଈ ଗୋବରକୁ କପଡ଼ାରେ ରଖି ଚିପୁଡ଼ି ସେହି ରସରେ ସମାନ ମାତ୍ରାର କିରାସିନ୍ ମିଶାଇ ଯାଦୁରେ ଲଗାଇଲେ ଶୀଘ୍ର ଭଲ ହୋଇଯାଏ ।  

୧୮ . ଲେମ୍ବୁ ଚୋପାକୁ ଯାଦୁ ଉପରେ ଲଗାଇଲେ ଶୀଘ୍ର ଭଲ ହୋଇଯାଏ । 

୧୯ . ଅଗରା ମଞ୍ଜିକୁ ଦହିରେ ବାଟି ଯାଦୁରେ ଲେପ ଦେଲେ ଭଲ ହୋଇଯାଏ । 

 ୨୦ . ଡାଳିମ୍ବ ଚୋପା ସହିତ ସମାନ ମାତ୍ରାରେ ରସୁଣକୁ ବାଟି ଯାଦୁ ଉପରେ ଲଗାଇବ ।


 ବିଇଞ୍ଚ୍ - ଏକ୍‌ଜିମା ବା ସୋରିଆସିସ୍ 


ଏକ୍‌ଜିମା ରୋଗ ଖାଲି ଗୋଡ଼ରେ ହୋଇଥିଲେ ଏହାକୁ ବିଇଞ୍ଚ୍ ବୋଲି ଲୋକେ କୁହନ୍ତି କିନ୍ତୁ ଏହା ଏକ୍‌ଜିମା ବା ସୋରିଆସିସ୍‌ର ଏକ ଅନ୍ୟ ରୂପ । ପ୍ରଥମେ ଏହି ରୋଗ ଗୋଡ଼ରେ ଓ ପରେ ଶରୀରର ସମସ୍ତ ସନ୍ଧି ଗୁଡ଼ିକରେ ଛୋଟ ଛୋଟ ଯାଦୁ ଭଳି ଦେଖାଦେଇ ଗଲୁ ହୋଇଥାଏ , କୁଣ୍ଡାଇଲେ ତାହା ଉପରୁ ଧଳା ଧଳା ଚୋପା ଛାଡ଼ିଥାଏ , ଅତ୍ୟଧିକ କୁଣ୍ଡାଇଲେ ଖଣ୍ଡିଆ ହୋଇ ନଶି ଓ ରକ୍ତ ବାହାରିଥାଏ । ଏହି ନଶି ଶରୀରର ଅନ୍ୟ ସ୍ଥାନରେ ଲାଗିଗଲେ ଏହା ଏକସ୍ଥାନରୁ ଅନ୍ୟସ୍ଥାନକୁ ସହଜରେ ବ୍ୟାପି ଯାଇଥାଏ । ମୁଣ୍ଡରେ ଛୋଟ ଛୋଟ ଦାନା ଭଳି ଫଳି ଯାଇ କୁଣ୍ଡାଇ ହୁଏ ଓ ଧଳା ଧଳା ରୁପି ଭଳି ଚୋପା ଛାଡୁ ଥିବାରୁ ଲୋକେ ଏହାକୁ ପ୍ରଥମେ ରୁପି ବୋଲି ଭାବନ୍ତି , ଯଦି ମୁଣ୍ଡ କୁଣ୍ଡାଇ ହୋଇ ଖଣ୍ଡିଆ ହୋଇଯାଏ ଓ ରକ୍ତ କିମ୍ବା ନଶି ବାହାରେ ତେବେ ନିଶ୍ଚିତ ରୂପେ ଜାଣିବାକୁ ହେବ ଯେ ଏହା ଏକ୍‌ଜିମା ବା ସୋରିଆସିସ୍ ବୋଲି । ପ୍ରାରମ୍ଭିକ ଅବସ୍ଥାରେ ଏହାର ଚିକିତ୍ସା କରା ନ ଗଲେ ଏହି ରୋଗ ସାରା ଶରୀରରେ ବ୍ୟାପିଯାଇ ଘା ’ ସୃଷ୍ଟି କରି ଚମଡ଼ାକୁ ମୋଟା କରିଦିଏ । ଏପରିକି ହାତରେ ଅଙ୍ଗୁଳି ଗୁଡ଼ିକ ମୋଟା ହୋଇଯାଇଥାଏ ଓ ହାତ ପାପୁଲିର ଚମଡ଼ା ମୋଟା ହୋଇଯିବା କାରଣରୁ କୌଣସି ଜିନିଷ ଉଠାଇବା ବା ଧରିବାରେ କଷ୍ଟ ହୋଇଥାଏ । ଯାହାଦ୍ଵାରା ରୋଗୀକୁ ହାତରେ ଉଠାଇ କୌଣସି ଖାଦ୍ୟ ଖାଇବାରେ ଅସୁବିଧା ହେବା ସହିତ ନିଜକୁ ମଧ୍ୟ ଘୃଣା ଲାଗିଥାଏ । ତେଣୁ ଏହି ରୋଗ ଆରମ୍ଭରୁ ଚିକିତ୍ସା କରାଇ ରୋଗମୁକ୍ତ ହେବାପାଇଁ ନିମ୍ନରେ ଦିଆଯାଇଥିବା ଉପଚାର ଗୁଡ଼ିକୁ ଆପଣାନ୍ତୁ ଓ କୌଣସି ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାନ୍ତୁ କାରଣ ଅନ୍ୟ କୌଣସି ଚିକିତ୍ସାରେ ଏହି ରୋଗକୁ ସମୂଳେ ନାଶ କରିବାର କ୍ଷମତା ନାହିଁ । 

ଉପଚାର : 

୧ . ଗାଈ ମୂତ୍ରରେ ଦିନକୁ ଏକ ଘଣ୍ଟା ଲେଖାଏଁ ପାଦବୁଡ଼ାଇ ଦୁଇ ମାସ ପର୍ଯ୍ୟନ୍ତ ବସିଲେସୋରିଆସିସ୍ ରୋଗ ସମୂଳେ ନାଶ ହୋଇଥାଏ । 

୨ . ଦୁବଘାସ ରସକୁ ବଟା ହଳଦୀରେ ମିଶାଇ ଏକ୍ଜିମାରେ ଲଗାଇଲେ ଭଲ ହୋଇଯାଏ । 

୩ . କଞ୍ଚା ଆଳୁକୁ ବାଟି ଚୂନର ଉପର ପାଣି ମିଶାଇ ଲେପଦେଲେ ରୋଗ ଭଲ ହୁଏ ।

୪ .  ଦହିକୁ ୪ - ୫ ଦିନ ତମ୍ବାପାତ୍ରରେ ରଖି ଖଟା ହେଲାପରେ ଏକଜିମାରେ ଲଗାଇଲେ 

୫ . ଶୋଧୂତ ଗନ୍ଧକ ଚୂର୍ଣ୍ଣରେ ସମାନ ମାତ୍ରାର ଚିନିଗୁଣ୍ଡ ମିଶାଇ କପଡ଼ାରେ ଛାଣି ନଶି ହେଉଥିବା ଏକ୍‌ଜିମା ଉପରେ ଛିଞ୍ଚିଲେ ଠିକ୍ ହୋଇଯାଏ । 

୬ . ବାକୁଚି ମଞ୍ଜିକୁ ଗାଈମୂତ୍ରରେ ୨ - ୩ ଥର ଭିଜାଇ ଶୁଖାଇଲା ପରେ ଚୂର୍ଣ୍ଣ କରି କପଡ଼ାରେ ଛାଣି ସୋରିଷ ତେଲରେ ମିଶାଇ ଲଗାଇଲେ ବିଇଞ୍ଚ୍ ବା ଏକ୍‌ଜିମା ଠିକ୍ ହୋଇଥାଏ । 

୭ . ଗହମକୁ ବହୁତ ସମୟ ଭାଜିବ , ପୋଡ଼ିଗଲା ପରେ ଆଣି ଗୁଣ୍ଡକରି କପଡ଼ାରେ ଖଲି ସେହି ଭଷ୍ମକୁ ସୋରିଷ ତେଲରେ ମିଶାଇ ଲଗାଇବ । 

୮ . ବଣ ଚାକୁଣ୍ଡ ମଞ୍ଜି , କୁଢ଼ , ସୌନ୍ଧବ ଳବଣ , ଧଳା ସୋରିଷ ଓ ବିଡ଼ଙ୍ଗକୁ ବାଟି ରଖିବ । ରୋଗଗ୍ରସ୍ତ ସ୍ଥାନଗୁଡ଼ିକୁ ନିମ୍ବପାଣିରେ ଧୋଇ କପଡ଼ାରେ ପୋଛି ରଖିଥୁବା ବଟାକୁ ଲେପ ଦେବ । 

୯ . ଗାଜର ରସକୁ ସମାନ ମାତ୍ରାରେ ମୂଳାରସ ସହିତ କିଛିଦିନ ପିଇଲେ ସମସ୍ତ ପ୍ରକାର ଚର୍ମ ରୋଗରେ ଲାଭ ମିଳିଥାଏ । 

୧୦ . ଜାଇପତ୍ରକୁ ବାଟି ଲେପ ଦେଲେ ଏକ୍‌ଜିମା ଠିକ୍ ହୋଇଥାଏ । 

୧୧ . ଭୂଇଁ ଅଁଳାକୁ ବାଟି ଅଳ୍ପ ଲୁଣ ମିଶାଇ ଲେପଦେଲେ ଲାଭ ମିଳିଥାଏ । 

୧୨ . ଘି’କୁମାରୀ ରସ ଲଗାଇଲେ ସୋରିଆସିସ୍ ଠିକ୍ ହୁଏ । 

୧୩ . ଗାଈ ଗୋବର ରସକୁ ଲଗାଇଲେ ଲାଭ ମିଳିଥାଏ । 

୧୪ . ଝୁଣା , ଅଁଳା , ବଣ ଚାକୁଣ୍ଡା ମଞ୍ଜିକୁ ଖଲି ତୋରାଣିରେ ବାଟି ଲେପ ଦେବ । 

୧୫ . ବଣ ଚାକୁଣ୍ଡା ମଞ୍ଜିକୁ ଗୁଣ୍ଡକରି ଏକ ଏକ ଗ୍ରାମ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ କ୍ଷୀର ସହିତ ୧୫ ଦିନ ପର୍ଯ୍ୟନ୍ତ ଖାଇଲେ ସୋରିଆସିସ୍ ସମୂଳେନଷ୍ଟ ହୋଇଥାଏ । ନ ( ୧୫ଦିନରୁ ଅଧିକ ଖାଇବା ଉଚିତ ) 

୧୬ , ୨୫୦ ମିଲି ସୋରିଷ ତେଲରେ ୫୦ଗ୍ରାମ୍ ନିମ୍ବପତ୍ର ପକାଇ ଗରମ କରିବ । । ନିମ୍ବପତ୍ର ପୋଡ଼ିଗଲା ପରେ ଥଣ୍ଡା କରି ଛାଣି ଲଗାଇବ ।

୧୭ . କଣ୍ଟା ଲେଉଟିଆ ପତ୍ରକୁ ବାଟି ଲେପ ଦେଲେ ସୋରିଆସିସ୍ ଠିକ୍ ହୁଏ । 

୧୮ . ଦୁଧ ସରରେ ଅଳ୍ପ ହଳଦୀ ଗୁଣ୍ଡ ଓ ଅଳ୍ପ ଭିନିଗାର ମିଶାଇ ଲଗାଇବ । 

୧୯ . ଛୋଟ ଓଲୁଅ ଗଛକୁ ଶୁଖାଇ ପୋଡ଼ି ଭଗ୍ନକରି ସୋରିଷ ତେଲରେ ମିଶାଇ ଲଗାଇଲେ ବିଇଞ୍ଚ୍ ଠିକ୍ ହୋଇଥାଏ । ବି ତ ତ୦ ଜଳତ୍ର ବାଟ ତା 

୨୦ . ହଳଦୀ ଗୁଣ୍ଡ ୨ - ୪ ଗ୍ରାମ ମାତ୍ରାରେ ଗୋ - ମୂତ୍ର ୫୦ ମି.ଲି.ରେ ମିଶାଇ ୧୦ ୧୫ ଦିନ ପର୍ଯ୍ୟନ୍ତ ପିଇବା ଦ୍ଵାରା ସମସ୍ତ ଚର୍ମରୋଗ ସମୂଳେ ନଷ୍ଟ ହୋଇଯାଏ ।

 ୨୧ . ଦୁଦୁରା ପତ୍ରକୁ ନିଆଁରେ ସେକି ବାଟି ଲେପ ଦେଲେ ବିଇଁଚି ବା ଏକ୍‌ଜିମା ଠିକ୍ ହୁଏ । 

୨୨ . କରଞ୍ଜ ପତ୍ର ରସକୁ ସୋରିଷ ତେଲରେ ମିଶାଇ ଗରମ କରି ଥଣ୍ଡା ହେଲା ପରେ କରି ଛାଣି ଲଗାଇଲେ ରୋଗ ଭଲ ହୋଇଥାଏ । 

୨୩ . ପୋକଶୁଙ୍ଘା ପତ୍ର ରସକୁ ବଟା ହଳଦୀରେ ମିଶାଇ ଲଗାଇବ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top