ଅନିଦ୍ରା :
କୋଷ୍ଠବଦ୍ଧତା ରହିଲେ , ଖଟ୍ଟା ହାକୁଡ଼ି ଆସିଲେ ତଥା ପଢ଼ା - ପଢ଼ି ଅଧିକ ସମୟ କଲେ ଅନିଦ୍ରା ରୋଗ ହୋଇଥାଏ । ଏହି ରୋଗ ମାନସିକ ଅବସାଦ , ଚିନ୍ତା ଓ ଆବଶ୍ୟକ ଠାରୁ ଅଧିକ ଦାୟିତ୍ବ ନେବା କାରଣରୁ ହୋଇଥାଏ । ଶରୀରର କୌଣସି ଅଙ୍ଗ ରୋଗଗ୍ରସ୍ତ ହେବା କାରଣରୁ ମଧ୍ୟ ଏହି ରୋଗ ହୋଇଥାଏ । ନିମ୍ନଲିଖିତ ଔଷଧଗୁଡ଼ିକ ବ୍ୟବହାର କଲେ ଏହି ରୋଗରୁ ମୁକ୍ତି ମିଳିପାରିବ ।
୧ . ଶୋଇବାର କୋଡ଼ିଏ ମିନିଟ ପୂର୍ବରୁ ସୋରିଷ ତେଲରେ ଖାଇବା କର୍ପୂର ମିଶାଇ ମୁଣ୍ଡରେ ମାଲିସ୍ କଲେ ଭଳ ନିଦ ହୋଇଥାଏ ।
୨ . ଅଁଳା ତେଲ ମୁଣ୍ଡରେ ମାଲିସ କଲେ ମୁଣ୍ଡ ଥଣ୍ଡା ହୋଇ ଆରାମରେ ନିଦ ହୋଇଥାଏ ।
୩ .ଶୋଇବାର ୧୫ ମିନିଟ୍ ପୂର୍ବରୁ ଉଷୁମ କ୍ଷୀରରେ ଏକ ଚାମଚ ମହୁ ମିଶାଇ ପିଇଲେ ଭଲ ନିଦ ହୋଇଥାଏ ।
୪ . ଯଦି ନିଦ ହେଉନାହିଁ ତେବେ କୌଣସି ଆଧ୍ୟାତ୍ମିକ କିମ୍ବା କୌଣସି ପ୍ରେରଣାଦାୟୀ ପୁସ୍ତକ ପଢ଼ନ୍ତୁ , ନିଦ ଆସିଲେ ପୁସ୍ତକକୁ ରଖି ଶୋଇଯାଆନ୍ତୁ ।
୫ . ପାଦ ତଳିପାରେ ସୋରିଷ ତେଲ ମାଲିସ୍ କଲେ ଭଲ ନିଦ ହୋଇଥାଏ । ଏହି ମାଲିସ୍ ରାତିରେ ଶୋଇବା ପୂର୍ବରୁ କରନ୍ତୁ ।
୬ . ରାତ୍ରିରେ ଖାଇବା ପରେ ନିଜ ସାମର୍ଥ୍ୟ ଅନୁସାରେ ଚଲା - ବୁଲା କରିବା ଦରକାର । ରାତ୍ରିଭୋଜନ ବେଶୀ ଡେରିରେ ନ କରି ଶୋଇବାର ଦୁଇଘଣ୍ଟା ଆଗରୁ କରନ୍ତୁ । ଖାଦ୍ୟରେ ହାଲୁକା ଓ ସହଜରେ ଜୀର୍ଣ୍ଣ ହୋଇପାରୁଥିବା ଖାଦ୍ୟ ଖାଆନ୍ତୁ । ବିଛଣାକୁ ଥରକ ଯିବା ପୂର୍ବରୁ ହାତ , ପାଦ , ମୁହଁ ଭଲ ଭାବରେ ଧୋଇ ଶୁଅନ୍ତୁ । ନିଶ୍ଚୟ ଭଲ ନିଦ ହେବ ।
୭ . ବନ୍ଧାକୋବିକୁ କଞ୍ଚା ସାଲଟ୍ କରି ଖାଇଲେ ଭଲ ନିଦ ହୋଇଥାଏ ।
୮ . ପିପରାମୂଳ ୫ ଗ୍ରାମ୍ ଚୂର୍ଣ୍ଣକୁ ଗୁଡ଼ ମିଶାଇ ଖାଇଲେ କିଛିଦିନରେ ଅନିଦ୍ରାରୋଗ ଦୂର ହୋଇଥାଏ ।
୯ . ଜାଇଫଳ ଚୂର୍ଣ୍ଣ ଏକ ଗ୍ରାମ ମାତ୍ରାରେ ଶୋଇବା ପୂର୍ବରୁ ପାଣି ସହିତ ଖାଇଲେ ଭଲ ନିଦ ହୁଏ ।
୧୦ . ରାତିରେ ଶୋଇବା ପୂର୍ବରୁ ଦୁଇଚାମଚ ମହୁ ଓ ଏକଚାମଚ ଲେମ୍ବୁରସ ପାଣିରେ ମିଶାଇ ପିଇଲେ ଅନିଦ୍ରା ରୋଗ ଦୂର ହୋଇଥାଏ ।
୧୧ . ଚିନିପାଣିରେ ଧନିଆଁପତ୍ର ଚଟଣୀକୁ ଗୋଳି ପିଇଲେ ଅନିଦ୍ରା ରୋଗରେ ଲାଭ ମିଳିଥାଏ ।
୧୨ . ଅମୃତଭଣ୍ଡା ରସକୁ ପାଣିରେ ମିଶାଇ ପିଇଲେ ଅନିଦ୍ରା ଦୂର ହୋଇଥାଏ । ୧୩ . ଏକ ଚାମଚ ତୁଳସୀ ରସକୁ ଏକ ଗ୍ଲାସ ଉଷୁମ କ୍ଷୀରରେ ମିଶାଇ ରାତିରେ ଶୋଇବା ପୂର୍ବରୁ ପିଇଲେ ଭଲ ନିଦ ହୁଏ ।
୧୪ . ବାଜରା ରୁଟି ସହିତ ଗୁଡ଼ ରାତିରେ ଖାଇଲେ ଅନିଦ୍ରା ଦୂର ହୋଇଥାଏ ।
୧୫ . ପିଆଜକୁ ନିଆଁରେ ପୋଡ଼ି ରସ ବାହାର କରି ରାତିରେ ଶୋଇବା ପୂର୍ବରୁ ପିଇଲେ ଭଲ ନିଦ ହୋଇଥାଏ ।
୧୬ . ତରଭୁଜର ଚୋପାଛଡ଼ା ମଞ୍ଜିକୁ ଘିଅରେ ଭାଜି ଖାଇଲେ ଅନିଦ୍ରା ଦୂର ହୋଇଥାଏ । ୧୭ . ଗଞ୍ଜେଇ ମଞ୍ଜିକୁ ବାଟି ରାତିରେ ଶୋଇବା ପୂର୍ବରୁ ପାଦରେ ଲେପଦେଲେ କିଛି ୮ ଦିନରେ ଅନିଦ୍ରା ରୋଗ ଦୂରେଇ ଯାଇଥାଏ ।
୧୮ . ରାତିରେ ବାଇଗଣ ଭର୍ୟାରେ ଏକ ଚାମଚ ମହୁ ମିଶାଇ ଖାଇଲେ ଭଲ ନିଦ ହୋଇଥାଏ ।
ମାନସିକ ରୋଗ ସ୍ମରଣଶକ୍ତି ଦୁର୍ବଳତା
( ସ୍ମରଣଶକ୍ତି ଦୁର୍ବଳତା , ଅନିଦ୍ରା , ଆଳସ୍ୟ , ମତିଭ୍ରମ , ଅଧ୍ୟକ ମାତ୍ରାରେ କ୍ରୋଧ ଜାତ ହେବା , ମୂର୍ଚ୍ଛାବାତ , ପାଗଳପଣ , ମୁଣ୍ଡ ବୁଲାଇବା , ଉନ୍ମାଦ ରୋଗ , ବେହୋସ , ମୁଣ୍ଡବ୍ୟଥା । )
ଆଜିର ଆଧୁନିକ ଯୁଗରେ ଅଧିକାଂଶ ଲୋକ ମାନସିକ ରୋଗରେ ପୀଡ଼ିତ ଅଛନ୍ତି । ବର୍ତ୍ତମାନର କର୍ମମୟ ଜୀବନ ଏପରି ହୋଇଗଲାଣି ଯେ ଅଧିକାଂଶ ବ୍ୟକ୍ତି କିଛି ନା କିଛି ବିଷୟରେ ଚିନ୍ତା କରୁଛନ୍ତି । ତାହାର ପରିଣାମ ସ୍ଵରୂପ ଅନିଦ୍ରା , ସ୍ମରଣଶକ୍ତି ଦୁର୍ବଳତା , ଅଧ୍ଵକ କ୍ରୋଧ ଆସିବା ଆଦି ସୃଷ୍ଟି ହୋଇଥାଏ । ଏହି ରୋଗ ଯୋଗୁଁ ଅନ୍ୟରୋଗ ମଧ୍ୟ ଉତ୍ପନ୍ନ ହୋଇଥାଏ । ଏହି ରୋଗ ସହିତ ଅନ୍ୟ କେତେକ ରୋଗର ଉପଚାର ବିଷୟରେ ନିମ୍ନରେ ଦିଆଗଲା ।
ସ୍ମରଣଶକ୍ତି ଦୁର୍ବଳତା :
୧ . ପ୍ରତିଦିନ ଗୋଟିଏ ଲେଖାଏ ଅଁଳାମୁରବାକୁ କ୍ଷୀର ସହିତ ଖାଇଲେ ସ୍ମରଣ ଶକ୍ତି ବଢ଼ିଥାଏ । କ୍ଷୀର ନେଲାବେଳେ ଯେପରି ଧ୍ୟାନ ରହେ , କ୍ଷୀର , ଗାଈକ୍ଷୀର କିମ୍ବା ଛେଳି କ୍ଷୀର ହୋଇଥବା ଉଚିତ । ମଇଁଷି କ୍ଷୀର ଏହି ରୋଗରେ ଖାଇବା ଉଚିତନୁହେଁ ଓ ମଧୁମେହ ରୋଗୀ ଏହି ଔଷଧ ଖାଇବା ଉଚିତ ନୁହେଁ ।
୨. ନଅଟି ପିସ୍ତାବାଦାମକୁ ରାତିରେ ପାଣିରେ ଭିଜାଇ ସକାଳେ ଏହାର ଚୋପାଛଡ଼ାଇ ବାଟି କ୍ଷୀର ୨୫୦ ମି.ଲି.ରେ ମିଶାଇ ଗରମ କରିବ ଓ ଏଥିରେ ଅଧ ଚାମଚ କଳାମରିଚ ଚୂର୍ଣ୍ଣ ମିଶାଇବ । ଥଣ୍ଡା ହେଲା ପରେ ସେଥିରେ ଏକ ଚାମଚ ମହୁ ଓ ଏକ ଚାମଚ ଗାଈ ଘିଅ ମିଶାଇ ପିଇଲେ ସ୍ମରଣ ଶକ୍ତି ବଢ଼ିଯାଇ ଥାଏ ।
୩ . ବ୍ରାହ୍ମୀ , ଶଙ୍ଖପୁଷ୍ପୀ , ଅଁଳା , ଜଟାମାଂସୀ ଏବଂ ଗୁଳୁଚିକୁ ସମାନ ମାତ୍ରାରେ ନେଇ ଚୂର୍ଣକରି ସେହି ଚୂର୍ଷରୁ ୩ ଗ୍ରାମ୍ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ଶୁଦ୍ଧ ଜଳ ସହିତ ସେବନ କଲେ ଦୁର୍ବଳ ସ୍ମରଣଶକ୍ତି ଠିକ୍ ହୋଇଯାଇଥାଏ ।
ଆଠ ଗ୍ରାମ ଶଙ୍ଖ ପୁଷ୍ପୀ ଚୂର୍ଣ୍ଣ , ୨୫୦ ମି.ଲି. କ୍ଷୀର ଓ ଏକ ଚାମଚ ମହୁ ମିଶାଇ ସକାଳେ ଜଳଖିଆ ଖାଇବା ପୂର୍ବରୁ ଓ ସନ୍ଧ୍ୟାରେ ପିଇଲେ ଲୋପ ପାଇଯାଇଥିବା ସ୍ମରଣ ଶକ୍ତି ଫେରି ଆସିଥାଏ ।
୫ . ସକାଳେ ୨ଚାମଚ ମହୁକୁ ଉଷୁମ ପାଣିରେ ମିଶାଇ ପିଇଲେ ଲାଭ ମିଳିଥାଏ ।
୬ . କଳା ରାଶିକୁ ଭାଜି ଗୁଡ଼ ମିଶାଇ ଲଡ଼ୁ କରି ନିୟମିତ ରୂପେ ଖାଇଲେ ସ୍ମରଣଶକ୍ତି ବଢ଼ିଥାଏ ।
୭ . ସକାଳେ ଓ ସନ୍ଧ୍ୟାରେ ୨ - ୨ ଚାମଚ ପାନମଧୁରୀ ଓ ମିଶ୍ରି ମିଶ୍ରିତ ଚୂର୍ଣ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ।
୮ . ତରଭୁଜ ମଞ୍ଜିକୁ ଭାଜି ଚୋବାଇ ଚୋବାଇ ଖାଇଲେ ଭୁଲିଯାଇଥିବା କଥା ମନେ ପଡ଼ିଯାଏ ।
୯ . ୫- ୬ଟି କଳାମରିଚ ଚୂର୍ଣ୍ଣରେ ମହୁ ଓ ଚିନିମିଶାଇ ଖାଇଲେ ଲାଭ ମିଳିଥାଏ ।
୧୨ . କଖାରୁକୁ କ୍ଷୀରରେ ମିଶାଇ ଖିରି କରି ଖାଇଲେ ମସ୍ତିଷ୍କର ଶକ୍ତି ବଢ଼ିଥାଏ ।
୧୧ . ଦୁଇଟି ପିସ୍ତାବାଦାମ ଓ ଏକ ଚାମଚ ଶୁଣ୍ଡିଚୂର୍ଣ୍ଣ କ୍ଷୀରରେ ମିଶାଇ ପିଇଲେ ଲାଭ ମିଳେ।
୧୨ . ଅଶ୍ଵ ଗଛର ଛେଲିକୁ ଚୂର୍ଣକରି ସେଥୁରେ ସମାନ ମାତ୍ରାର ମିଶ୍ରିଗୁଣ୍ଡ ମିଶାଇ ୫ଗ୍ରାମ ମାତ୍ରାରେ ଖାଇ କ୍ଷୀର ପିଇଲେ ସ୍ମରଣ ଶକ୍ତି ବଢ଼ିଥାଏ ।
୧୩ . ଗହମ ଚାରାର ରସ ୨ - ୩ ଚାମଚ ମାତ୍ରାରେ କିଛିଦିନ ପିଇଲେ ରକ୍ତରେ ହିମଗ୍ଲୋବିନ୍ ବଢ଼ିଥାଏ ଓ ସ୍ମରଣଶକ୍ତି ବଢ଼ିଥାଏ।
୧୪ . ଲିଚୁର ରସ ପ୍ରତିଦିନ ଦୁଇ ଚାମଚ ମାତ୍ରାରେ ପିଇଲେ ସ୍ମରଣଶକ୍ତି ବୃଦ୍ଧି ପାଇଥାଏ ।
୧୫ . ଯନ୍ତ୍ରୀ ମଧୁଚୂର୍ଣ୍ଣ ୧ - ୨ଚାମଚ ମାତ୍ରାରେ ପିଇଲେ ସ୍ମରଣଶକ୍ତି ଫେରିଆସେ ।
୧୬ . କିଛିଦିନ ସକାଳେ ଏକ କପ୍ ମାତ୍ରାରେ ଗାଜର ରସ ପିଇଲେ ସ୍ମରଣଶକ୍ତି ବୃଦ୍ଧି ପାଏ ।
୧୭ . ଧନିଆ , ପୋସ୍ତକ ଓ ମିଶ୍ରିକୁ ସମାନ ମାତ୍ରାରେ ନେଇ ଚୂର୍ଣ୍ଣ କରି , ସେହି ଚୂର୍ଣ୍ଣରୁ ଏକ ଚାମଚ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ଖାଇ ଉଷୁମ କ୍ଷୀର କିମ୍ବା ଉଷୁମ ପାଣି ପିଇଲେ ନେତ୍ର ଜ୍ୟୋତି ଓ ସ୍ମରଣ ଶକ୍ତି ବଢ଼ିଥାଏ ।
୧୮ . ଗୋଟିଏ ଆପେଲ୍କୁ ନିଆଁରେ ପୋଡ଼ି ପାଣି ମାଠିଆରେ ପକାଇ ରଖିବ , ସେହି ତମିତ ପାଣିକୁ ଛାଣି ପିଇଲେ ସ୍ମରଣଶକ୍ତି ବୃଦ୍ଧି ପାଇଥାଏ ।
୧୯ . ଏକ କିଲୋ ଗାଜରକୁ କୋରି ଚାରିଲିଟର କ୍ଷୀରରେ ସିଝାଇ କ୍ଷୀର ଶୁଖିଆସିଲେ ୧୪୮ , ଅଧ କିଲୋ ଗାଈଘିଅରେ ଭାଜି ଥଣ୍ଡା ହେଲାପରେ ବୋତଲରେ ରଖି ପ୍ରତିଦିନ ୫୦ ଗ୍ରାମ ମାତ୍ରାରେ ଖାଇ ଗାଈକ୍ଷୀର ପିଇଲେ ସ୍ମରଣଶକ୍ତି ବଢ଼ିଥାଏ ।
ଆଳସ୍ୟ :
ଅଳସୁଆପଣ ଦୁନିଆଁରେ ସବୁଠୁ ବଡ଼ ରୋଗ । ଆଳସ୍ୟ ହିଁ ମନୁଷ୍ୟ ଶରୀର ପାଇଁ ସବୁଠାରୁ ବଡ଼ ଶତ୍ରୁ । ଯଦିଓ ଡାକ୍ତରମାନେ ଆଳସ୍ୟକୁ କୌଣସି ଏକ ରୋଗ ବୋଲି ମାନନ୍ତି ନାହିଁ କିନ୍ତୁ ଏହା ରୋଗ ସୃଷ୍ଟି କରୁଥିବାର ମୂଳକାରଣ ଅଟେ । ଏହାର କାରଣ ଏହିକି ଯେ ଅଳସୁଆ ଲୋକ କୌଣସି କାର୍ଯ୍ୟ କରିବାରେ ରୁଚି ରଖିନଥାଏ ;ତେଣୁ ତାକୁ ଅନେକ ଶାରୀରିକ ଓ ମାନସିକ ରୋଗ ଘେରି ନେଇଥାଏ । ଭଲ ନିଦ ନ ହେଲେ , ଅନେକ ବେମାରୀ ଯୋଗୁଁ , କେତେକ ଔଷଧ ବ୍ୟବହାର କାରଣରୁ ମଧ୍ୟ ଆଳସ୍ୟ ଆସିବାକୁ ଲାଗିଥାଏ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଧ୍ୟ ବ୍ୟକ୍ତି ଆଳସ୍ୟ ଅନୁଭବ କରିଥାଏ । କେବେ କେବେ କୌଣସି କାର୍ଯ୍ୟରେ ଅସଫଳତା ପ୍ରାପ୍ତିରେ ନିରାଶା ହେଲେ ବ୍ୟକ୍ତି ଅନୁସଆ ହୋଇଯାଇଥାଏ । ବ୍ୟକ୍ତିକୁ ଦରକାର ଆଳସ୍ୟର କାରଣ ଖୋଜି ବାହାରକରି , ତାକୁ ଦୂର କରିବା ପାଇଁ ନିମ୍ନରେ ଦିଆଯାଇଥିବା କେତେକ ଉପାୟକୁ ଆପଣେଇବା ।
୧ . ଜୋରରେ ଚାଲିବା , ଗଭୀର ଶ୍ଵାସ ନେବା , ଥଣ୍ଡା ପାଣିରେ ଗାଧୋଇବା , ଫଳ ତ୪ ଆଦି ଖାଇବା ଦ୍ଵାରା ଆଳସ୍ୟ ଦୂର ହୋଇଥାଏ ।
୨ . ଅଙ୍ଗୁର , ସେଓ , କମଳା , ଲେମ୍ବୁ , କଦଳୀ , ଗରମ କ୍ଷୀର ଆଦି ସେବନ କରିବା ଦ୍ଵାରା ଆଳସ୍ୟ ଦୂର ହୋଇଥାଏ ।
୩ . ଗରମ ବୁଟଭଜା , ଚିନାବାଦାମ , ଗ୍ରୀନ୍ ଚା ’ ଖାଇବା ଦ୍ବାରା ଆଳସ୍ୟ ଦୂର କରିଥାଏ ।
୪ . କ୍ଷୀରରେ ୪ - ୫ଟି ଗୋଲମରିଚ , ୨ଟି ଲବଙ୍ଗ , ଗୋଟିଏ ବଡ଼ ଅଳେଇଚ , ଏକ ଚାମଚ ଶୁଣ୍ଢି ଚୂର୍ଣ୍ଣ , ଗୋଟିଏ ତେଜପତ୍ର ଓ ଅଳ୍ପ ଡାଲଚିନି ପକାଇ ସିଝାଇ ଉଷୁମ ଥାଇ ଛାଣି ପିଅନ୍ତୁ । ଏହା ବିଭିନ୍ନ କାରଣ ଯୋଗୁଁ ହେଉଥିବା ଆଳସ୍ୟକୁ ଦୂର କରିଥାଏ ।