ମତିଭ୍ରମ :
ବିଭିନ୍ନ ପ୍ରକାରର ମାନସିକ ଚିନ୍ତା ଓ କଷ୍ଟ କାରଣରୁ ମସ୍ତିଷ୍କ ଦୁର୍ବଳ ହୋଇଯାଏ , ତେଣୁ ବ୍ୟକ୍ତିକୁ ମତିଭ୍ରମ ରୋଗରେ ପୀଡ଼ିତ ହେବାକୁ ପଡ଼ିଥାଏ । ଏହି ରୋଗରେ ରୋଗୀ ସବୁବେଳେ ନକରାତ୍ମକ ଚିନ୍ତା କରିଥାଏ । ତା’ର ମନରେ ଆତ୍ମବିଶ୍ଵାସର ମାତ୍ରା କମି ଯାଏ । ମନରେ ସବୁବେଳେ ହୀନ ଭାବନା ଆସିଥାଏ । ନିରାଶା ଓ ଦୁଶ୍ଚିନ୍ତା ମନ ଭିତରେ ବ୍ୟାପକ ରୂପେ ଜମାଟ ବାନ୍ଧି ରହିଯାଏ । କାରଣ- ଯେଉଁ ଲୋକ ନିଜ ଶକ୍ତିଠାରୁ ଅଧିକ ମାତ୍ରାରେ ମାନସିକ ଓ ଶାରୀରିକ ପରିଶ୍ରମ କରନ୍ତି , ଚିନ୍ତା , ଶୋକ , ମୋହ ଆଦିରେ ବ୍ୟସ୍ତ ରୁହନ୍ତି , ତାଙ୍କ ଠାରେ ହିଁ ମତିଭ୍ରମ ରୋଗ ଦେଖା ଦେଇଥାଏ । ସବୁବେଳେ ସେ ଚିନ୍ତା କରନ୍ତି ଯେ ଜୀବନରେ ତାଙ୍କୁ । କେବେହେଲେ ସଫଳତା ମିଳିବନି । ଯେଉଁ ଲୋକ ସବୁବେଳେ ନିରାଶାରେ ରହିଥାନ୍ତି , ଯାହାର ମାନହାନି ହୋଇଥାଏ , ଯିଏ ଭୟଗ୍ରସ୍ତ ରହୁଥାଏ କିମ୍ବା ଯାହାର ମନର କୌଣସି ଇଚ୍ଛା ପୂରଣ ହୋଇନଥାଏ । ଏପରି ଲୋକମାନଙ୍କ ଠାରେ ମତିଭ୍ରମ ରୋଗ ଦେଖାଦେଇଥାଏ ।
ଲକ୍ଷଣ- ମତିଭ୍ରମ ରୋଗରେ ହୃଦୟର ଗତି ବଢ଼ିଯାଏ । ରୋଗୀ ଅଧିକ ମାତ୍ରାରେ ଚିନ୍ତା କରିବା କାରଣରୁ ଛାତିରେ ବ୍ୟଥା ହୋଇଥାଏ । ରୋଗୀକୁ ଲାଗେ କେହି ତା ’ ମୁଣ୍ଡ ଉପରେ ବସି କିଛି ଓଜନିଆ ଜିନଷରେ ବାଡ଼ଉଛି । କେହି କେହି ରୋଗୀ ଭାବନ୍ତି ଯେ , କୌଣସି ପୋକ ପେଟ ଭିତରକୁ ପଶିଯାଇ ପେଟ ଭିତରକୁ କାମୁଡୁଛି । କିଛି ରୋଗୀ ମଧ୍ୟ ମନର ଭ୍ରମକୁ ଦୂର କରିବାକୁ ଚେଷ୍ଟା କରନ୍ତି କିନ୍ତୁ କିଛି ଲାଭ ହୋଇନଥାଏ । ଯଦି କେହି ବ୍ୟକ୍ତି ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତି , ତେବେ ସେ ରୋଗୀର ଶତ୍ରୁ ପାଲଟି ଯାଆନ୍ତି । ଅନ୍ୟ କ୍ଷେତ୍ରରେ ଯଦି କହି ବ୍ୟକ୍ତି ରୋଗୀ ଭାବୁଥିବା କଥା ଠିକ୍ ବୋଲି କୁହନ୍ତି ତେବେ ସେ ବ୍ୟକ୍ତି ରୋଗୀର ପ୍ରିୟପାତ୍ର ହୋଇଥାନ୍ତି । ମତିଭ୍ରମ ରୋଗୀର ନିଶ୍ବାସରେ ଦୁର୍ଗନ୍ଧ ଆସିଥାଏ , ତେଣୁ ରୋଗୀ ପାଖରେ କେହି ବସିବାକୁ ଇଚ୍ଛା କରନ୍ତି ନାହିଁ ।
ଉପଚାର- ( ୧ ) ରୋଗୀକୁ କ୍ରୋଧ , ଭୟ , ଚିନ୍ତା ଆଦି ତ୍ୟାଗ କରିବାକୁ ଚେଷ୍ଟା କରିବା ଦରକାର । ମନରେ ଯେଉଁ ଇଚ୍ଛା ବଢ଼ୁଛି ତଥା ଯେଉଁ କାରଣରୁ କ୍ରୋଧ ଲୋଭ ଓ ଚିନ୍ତା ଘର ବାନ୍ଧି ବସିଛନ୍ତି ତାକୁ ଦୂର କରିବା ପାଇଁ ଆଧ୍ୟାତ୍ମିକ ସ୍ଥାନରେ ଓ ଭଲ ଲୋକଙ୍କ ସଙ୍ଗତରେ ବସିବା ଉଚିତ ।
୨ ପାଞ୍ଚଟି ଗୋଲମରିଚ , ଦୁଇଟି ବାଦାମ , ପାଞ୍ଚଟି କିସ୍ମିସ୍ , ଦୁଇଟି ଛୋଟ ଅଳେଇଚ , କୋଡ଼ିଏ ଗ୍ରାମ ଚିନି ନେଇ ସମସ୍ତକୁ ମିଶାଇ ଚୂର୍ଣ୍ଣ କରନ୍ତୁ ଓ ଏଥିରେ ଏକ ଚାମଚ ଗାଈଘିଅ ମିଶାଇ , ଅଧଲିଟର ଗାଈ କ୍ଷୀରରେ ଗୋଳି ପ୍ରତିଦିନ ସକାଳେ ଖାଆନ୍ତୁ ।
୩ . ଅଧ ଲିଟର ଗାଈକ୍ଷୀରରେ ଦୁଇଟି ଅଶ୍ଵ ଗଛର ପତ୍ରକୁ ପକାଇ ସିଝାନ୍ତୁ । ଥଣ୍ଡା ହେଲାପରେ ସେଥୁରେ ମିଶ୍ରିଚୂର୍ଣ୍ଣ ମିଶାଇ ଛାଣି ପିଅନ୍ତୁ । କିଛିଦିନ ନିୟମିତ ରୂପେ ଏହାକୁ ପିଇବା ଦ୍ଵାରା ମାନସିକ ଦୁର୍ବଳତା ଦୂରହୋଇ ମତିଭ୍ରମ ଦୂର ହୋଇଯିବ ।
୪ . ସକାଳେ ଖାଲି ପେଟରେ ଅଁଳା ଓ ଆପଲ ଖାଇଲେ ଏହି ରୋଗରେ ଲାଭ ମିଳିଥାଏ ।
୫ . ଅଧ ଚାମଚ ଶୁଣ୍ଢି ଚୂର୍ଣକୁ ମହୁରେ ମିଶାଇ ନିୟମିତ ରୂପେ ସେବନ କଲେ ଏହି କିନ୍ତୁ ରୋଗରେ ଲାଭ ମିଳିଥାଏ ।
୬ . ପାଚିଲା କଖାରୁକୁ କାଟି ଚୋପା ଛଡ଼ାଇ କ୍ଷୀରରେ ମିଶାଇ ଖିରି କରି ଖାଇଲେ ମଧ୍ୟ ଅବା ମତିଭ୍ରମ ରୋଗ କିଛିଦିନରେ ଠିକ୍ ହୋଇଥାଏ ।
୭ . ପ୍ରତିଦିନ ମହୁ ୧ - ୨ ଚାମଚ ଲେଖାଏଁ ପାଣିରେ ମିଶାଇ ଦିନରେ ୨ - ୩ ଥର ପିଇଲେ ମତିଭ୍ରମ ରୋଗରେ ଆରାମ ମିଳିଥାଏ ।
ଅଧିକ ମାତ୍ରାରେ କ୍ରୋଧ ଜାତ ହେବା :
ଅଧିକ ମାତ୍ରାରେ କ୍ରୋଧ ଜାତ ହେବାର ମୁଖ୍ୟ କାରଣ ହେଲା- ରୋଗ ଅବସ୍ଥାରେ ଶରୀରରେ ଦୁର୍ବଳତା , ଆଳସ୍ୟ , ହୀନ ଭାବନା ଆଦି । ଅଭିଭାବକଙ୍କ ଦ୍ଵାରା କଡ଼ା କଟକଣା , ଅଧ୍ବକ ପରିଶ୍ରମ କଲାପରେ କାର୍ଯ୍ୟରେ ଅସଫଳତା ହେବା ଅତ୍ୟଧିକ କ୍ରୋଧର କାରଣ ହୋଇଥାଏ । ଏହାର ଉପଚାର ନିମ୍ନଲିଖିତ ଉପାୟରେ କରାଯାଇପାରେ |
୧ . ସନ୍ଧ୍ୟାବେଳେ ଏକ ଚାମଚ ଗୁଲକନ୍ଦ ଖାଇ କ୍ଷୀର ପିଅନ୍ତୁ । ସକାଳେ ଦୁଇଟି ଆପଲ ଜଳଖିଆ ଖାଇବା ପୂର୍ବରୁ ଖାଆନ୍ତୁ । ଏପରି କଲେ କ୍ରୋଧର ମାତ୍ରା କମିଯାଇଥାଏ ।
୨ . ଅଁଳାର ଗୋଟିଏ ମୁର୍ବା ଖାଇ ଏକ ଗ୍ଲାସ୍ ଉଷୁମ କ୍ଷୀର ପିଇଲେ କିଛିଦିନରେ କ୍ରୋଧ ଧୀରେ ଧୀରେ କମିବାକୁ ଲାଗେ ।
୩ . ଗରମ ଜିନିଷ ଯେପରି ଅଣ୍ଡା , ମାଂସ , ମଦ , ପିଆଜ , ରସୁଣ , ଲବଙ୍ଗ ଆଦିର ସେବନ କମ୍ କରିବା ଦ୍ଵାରା କ୍ରୋଧ ଶାନ୍ତ ହୋଇଆସେ ।
୪ . କମଳା , ଲେମ୍ବୁ , ପାନମଧୁରୀ , ଛୋଟ ଅଳେଇଚ , ପୋଦିନା , ତୁଳି , ଶଙ୍ଖପୁଷ୍ପୀ ଆଦିକୁ ମିଶାଇ ସର୍ବତ୍ କରି ପିଇଲେ , ମନ ଓ ମସ୍ତିଷ୍କକୁ ଶାନ୍ତି ମିଳିବା ସହିତ କ୍ରୋଧ ମଧ୍ୟ ଶାନ୍ତ ହୋଇଯାଇଥାଏ ।
୫ . ତରଭୁଜ ମଞ୍ଜିରେ ତିଆରି ମିଠା , ପାଣି କଖାରୁରୁ ତିଆରି ପେଠା ଖାଇବା ଦ୍ଵାରା ମଧ୍ୟ କ୍ରୋଧ କମିଯାଇଥାଏ ।
mucha bato :
ମୂଲ୍ୟବାତରେ ରୋଗୀକୁ ପ୍ରଥମେ ଏପରି ଲାଗେ ଯେ ସେ ଯେପରି ଅଚାନକ ଅନ୍ଧାର ଭିତରେ ପଡ଼ିଯାଉଛି । ତା’ର ଆଖି ଟାଣି ହୋଇଯାଇ ବଡ଼ ବଡ଼ ଦେଖାଯାଏ ଓ ପରେ ଆଖି ବୁଜି ହୋଇଯାଇ ରୋଗୀ ଧୀରେ ଧୀରେ ସମସ୍ତ ଜିନିଷ ଭୁଲିଯିବାକୁ ଲାଗେ | ବେଳେ ବେଳେ ରୋଗୀ ତା’ର ଅଜାଣତରେ ହାତ ଓ ଗୋଡ଼କୁ ବାଡ଼େଇବାକୁ ଲାଗେ । ପରେ ହାତ ଓ ଗୋଡ଼ ଶକ୍ତ ହୋଇଯାଏ । ରୋଗୀର ଆଖିରେ ଟର୍ଚ୍ଚ ପକାଇଲେ ମଧ୍ୟ ସେ ଅନୁଭବ କରି ପାରେନାହିଁ । ରୋଗୀର ଜିଭ ଭିତରକୁ ଟାଣି ହୋଇଯାଏ ଓ ବେଳେ ବେଳେ ଜିଭକୁ କାମୁଡ଼ି ପକାଇଥାଏ । ଏହି ରୋଗରେ କେତେକ ବିଶେଷ ଲକ୍ଷଣ ଦେଖାଦେଇଥାଏ ଯେପରି ମୁହଁରୁ ହଳଦିଆ ବା ଧଳା ଫେଣ ବାହାରି ପୂରା ଶରୀର ଓ ଆଖି ହଳଦିଆ ବା ଧଳା ହୋଇଯିବା , ତଣ୍ଟି ଶୁଖିଯିବା , ଶରୀର ଜ୍ଵଳନ ହେବା , ରୋଗୀ ଅନୁଭବ କରେ ଯେ ଯେପରି ତା’ର ଚାରିପଟେ ନିଆଁ ଜଳୁଛି । ପ୍ରତ୍ୟେକ ଜିନିଷ ହଳଦିଆ ବା ଲାଲ ଦେଖାଯିବା , ଦାନ୍ତ କଟକଟ କରିବା , ଶରୀରରେ କମ୍ପନ ସୃଷ୍ଟି ହେବା , ଶ୍ଵାସ ଦୃତଗତିରେ ଚାଲିବା , ବେଳେ ବେଳେ ରୋଗୀକୁ ଚାରିଆଡ଼ ଅନ୍ଧାର ଦେଖାଯିବା , ଶରୀରର ଲୋମ ଠିଆ ହୋଇଯିବା ଆଦି ଲକ୍ଷଣ ମଧ୍ୟ ଦେଖା ଦେଇଥାଏ । ଏହି ରୋଗର କେତୋଟି ଉପଚାର ନିମ୍ନରେ ଦିଆଗଲା ।
୧ . ରୋଗୀକୁ ପ୍ରତିଦିନ ୨୫୦ ଗ୍ରାମ ଅଙ୍ଗୁର କିମ୍ବା ଅଙ୍ଗୁର ରସ ଖୁଆଇଲେ ରୋଗରେ ଲାଭ ମିଳିଥାଏ ।
୨ . ବ୍ରାହ୍ମୀ ପତ୍ର ରସ ୫ - ୧୦ ମି.ଲି. ମାତ୍ରାରେ ଦିନରେ ତିନିଥର ପିଆଇଲେ ବାରମ୍ବାର ହେଉଥିବା ମୂର୍ଚ୍ଛା କମିଯାଇଥାଏ ।
୩ . ଚାରୋଟି ପିସ୍ତାବାଦାମ , ଗୋଟିଏ ବଡ଼ ଅଳେଇଚ , ଶୁଖିଲା ବେଲ ୧୦ ଗ୍ରାମକୁ କୁଟି ତା ’ ସହିତ ୩ - ୪ଟି ପିଜୁଳି ପତ୍ର କିମ୍ବା ୮ - ୧୦ଟି ଡାଳିମ୍ବ ପତ୍ରକୁ ମିଶାଇ ଦୁଇଗ୍ଲାସ୍ ପାଣିରେ ସିଝାଇ , ପାଣି ଅଧା ରହିଲେ ସେଥିରେ ଅଳ୍ପ ସୈନ୍ଧବ ଲବଣ ମିଶାଇ ପ୍ରତିଦିନ ଦୁଇଥର ଲେଖାଏଁ ପିଆଇଲେ ମୂର୍ଚ୍ଛା ରୋଗରେ ଶୀଘ୍ର ଲାଭ ମିଳିଥାଏ ।
୪ . କ୍ଷୀରରେ ଅଦାରସ ମିଶାଇ ଏକ ମାସ ପର୍ଯ୍ୟନ୍ତ ପିଆଇଲେ ଏହି ରୋଗରେ ଲାଭ ମିଳିଥାଏ ।
୫ . ମହୁ ଓ ବ୍ରାହ୍ମୀ ପତ୍ର ରସକୁ ମିଶାଇ ପିଆଇଲେ ଏହି ରୋଗ କମିଯାଇଥାଏ ।
୬ . ପାଣି କଖାରୁକୁ ଘିଅରେ ଭାଜି ଖୁଆଇଲେ ମୂର୍ଚ୍ଛା ରୋଗରେ ଲାଭ ମିଳିଥାଏ ।
୭ . ଏହି ରୋଗରେ ଚେତାଶୂନ୍ୟ ହୋଇଯାଇଥିଲେ ନୌସାଦର ଓ ଚୂନପାଣିକୁ ମିଶାଇ ରୋଗୀକୁ ଶୁଙ୍ଘାଇଲେ ଚେତା ଫେରି ଆସିଥାଏ ।
୮ .ଅଗସ୍ତି ପତ୍ର ରସ ୨ - ୪ ବୁନ୍ଦ ଲେଖାଏଁ ରୋଗୀର ନାକରେ ପକାଇଲେ ମୂର୍ଚ୍ଛା ରୋଗ ଦୂର ହୋଇଥାଏ ।
୯ . ପଇଡ଼ ପାଣିରେ କପଡ଼ାକୁ ଭିଜାଇ ମଥାରେ ପଟି ପକାଇଲେ ଏହି ରୋଗରେ ଲାଭ ମିଳେ ।
୧୦ . ମହୁକୁ ପାଳଧୁଆ ପତ୍ର ରସରେ ମିଶାଇ ଖାଇଲେ ଏହି ରୋଗ କିଛିଦିନରେ ଠିକ୍ ହୋଇଥାଏ ।
୧୧ . ଯଷ୍ଟମଧୁ ୩ - ୪ ଗ୍ରାମକୁ ପାଣି କଖାରୁ ରସରେ ମିଶାଇ ସକାଳେ ଖାଲି ପେଟରେ ୩ - ୪ ଦିନ ପିଇଲେ ଏହି ରୋଗ ଭଲ ହୋଇଯାଇଥାଏ ।
୧୨ . ଖାଇବା କର୍ପୂର , ହେଙ୍ଗୁ ଓ ଶୁଦ୍ଧ ଗାଈଘିଅ ସମାନ ମାତ୍ରାରେ ନେଇ ମିଶାଇ ବୁଟଭଳି ବଟିକା ତିଆରି କରି କିଛିଦିନ ପର୍ଯ୍ୟନ୍ତ ୧ - ୨ଟି ଲେଖାଏଁ ବଟିକା ଖାଇଲେ । ମୂର୍ଚ୍ଛା ରୋଗ ଦୂର ହୋଇଥାଏ ।
୧୩ . ରିଠା ଫଳକୁ ଲେମ୍ବୁ ରସରେ ଘୋରି କିଛି ଦିନ ରୋଗୀକୁ ଶୁଙ୍ଘାଇଲେ ମୂର୍ଚ୍ଛା ରୋଗ ଠିକ୍ ହୋଇଯାଇଥାଏ ।
୧୪ . ମୂର୍ଚ୍ଛା ରୋଗୀର ମଥାରେ ବରକୋଳି ପତ୍ର ରସରେ ମହୁ ମିଶାଇ ଘଷିଲେ ଏହି ରୋଗରେ ବିଶେଷ ଲାଭ ମିଳିଥାଏ ।
୧୫ . ୧ - ୨ ଚାମଚ ପିଆଜ ରସକୁ ପାଣିରେ ମିଶାଇ ସକାଳେ କିଛିଦିନ ପିଇଲେ ମୂଚ୍ଛାରୋଗ ଦୂର ହୋଇଥାଏ । ରୋଗୀ ବେହୋସ ଥିଲେ ନାକରେ ପିଆଜ ରସ ଲଗାଇଦେଲେ ରୋଗୀର ଚେତା ଫେରି ଆସିଥାଏ ।
୧୬ . ୮ - ୧୦ ପାଖୁଡ଼ା ଗାଈକ୍ଷୀରରେ ପକାଇ ସିଝାଇ କିଛିଦିନ ଥଣ୍ଡା ଓଜ କରି ଛାଣି ରୋଗୀକୁ ପିଆଇଲେ ମୂର୍ଚ୍ଛା ରୋଗ ଦୂର ହୋଇଯାଇଥାଏ । ରସୁଣକୁ ଛେଚି ରୋଗୀକୁ ଶୁଘାଇ ଦେଲେ ଶୀଘ୍ର ରୋଗୀର ଚେତା ଫେରି ଆସିଥାଏ ।
୧୭ . ବଟା ସୋରିଷକୁ ରୋଗୀକୁ ଶୁଘାଇଲେ ରୋଗୀର ଚେତା ଫେରି ଆସିଥାଏ ।
୧୮ . ୧୦ - ୧୫ଟି ତୁଳସୀ ପତ୍ରକୁ ମକଚି ସେଥ୍ରେ ଖାଇବା କର୍ପୂର ମିଶାଇ ରୋଗୀକୁ ଶୁଙ୍ଘାଇଲେ ରୋଗୀର ବେହୋସୀ ଦୂର ହୋଇଥାଏ ।