ପାଗଳପଣ
ପାଗଳପଣର ମୁଖ୍ୟ ଲକ୍ଷଣ ହେଲା , ଜୋରରେ ପାଟିକରିବା , କପଡ଼ା ଫାଡ଼ିବା , ସବୁବେଳେ ମନକୁ ମନ ବକ୍ ବକ୍ ହେବା , କେତେବେଳେ ହସିବା ଓ କେତେବେଳେ କାନ୍ଦିବା , ଅନ୍ୟକୁ ମାରିବା ଓ କାମୁଡ଼ିବାକୁ ଗୋଡ଼ାଇବା , ନିଜର ଚୁଟିକୁ ଟାଣି ଛିଣ୍ଡାଇବା ଆଦି । ଏହି ରୋଗ କେତେକ ପ୍ରକାର ବିକୃତିର କାରଣରୁ ହୋଇଥାଏ । ଅତ୍ୟଧିକ ଖୁସି ହେବା , ଅଧ୍ଵକ କରଜ କରି ଦେବାଳିଆ ହେବା , ଅତ୍ୟଧ୍ବକ ଚିନ୍ତା କରିବା , ଭୟ , କ୍ରୋଧ , ଶୋକ , ମୋହ , ଈର୍ଷା , ମୈଥୁନରେ ଅସଫଳତା , କାମ ବାସନାରେ ଅତୃପ୍ତି , ମାଦକ ଦ୍ରବ୍ୟର ଅତ୍ୟଧିକ ସେବନ , ଆଦି ଦ୍ଵାରା ଏହି ରୋଗର ଉତ୍ପତ୍ତି ହୋଇଥାଏ । ( ତେଣୁ ପାଗଳପଣର ମୂଳ କାରଣକୁ ଜାଣି ସେହି ଅନୁସାରେ ଚିକିତ୍ସା ବା ଔଷଧ ପ୍ରୟୋଗ କରିବା ଦରକାର । କେତେକ ଉପଚାର ନିମ୍ନରେ ଦିଆଗଲା ।
୧ . ପିପ୍ପଳୀ , ଦାରୁହଳଦୀ , ସୋରିଷ , ଶିରୀଷ ଗଛର ମଞ୍ଜି , ହେଙ୍ଗୁ , ଶୁଣ୍ଡି , କଳା ମରିଚ , ସବୁଥରୁ ୧୦ - ୧୦ ଗ୍ରାମ ମାତ୍ରାରେ ନେଇ ଚୂର୍ଣ୍ଣ କରି କପଡ଼ାରେ ଛାଣି ରଖନ୍ତୁ | ଏହି ଚୂର୍ଣ୍ଣକୁ ଛେଳି ମୂତ୍ରରେ ମିଶାଇ ନିୟମିତ ରୂପେ ନସ୍ୟ ନେଲେ ପାଗଳ ପଣରେ ଲାଭ ମିଳିଥାଏ ।
୨ . ଶୁଦ୍ଧ ସୋରିଷ ତେଲ ନସ୍ୟ ନେଲେ ଓ ଆଖିରେ ଅଞ୍ଜନ ଭଳି ଲଗାଇଲେ ପାଗଳପଣ ରୋଗରେ ଲାଭ ମିଳିଥାଏ । ରୋଗୀର ସାରା ଶରୀରରେ ସୋରିଷତେଲ ମାଲିସ କରି ରୋଗୀକୁ ଖରାରେ ଶୁଆଇଲେ କିଛି ଦିନରେ ବିଶେଷ ଲାଭ ମିଳିଥାଏ ।
୩ . ବ୍ରାହ୍ମୀ ରସ ୪୦ ମି.ଲି. କୁପ୍ର ଚୂର୍ଣ୍ଣ ୫ - ୬ ଗ୍ରାମକୁ ମହୁରେ ମିଶାଇ ପିଆଇଲେ ପାଗଳପଣ କିଛି ଦିନରେ ଠିକ୍ ହୋଇଥାଏ।
୪ . ୨୦ ଗ୍ରାମ ପାଣିକଖାରୁ ମଞ୍ଜିରୁ ଚୋପାଛଡ଼ାଇ , ରାତ୍ରିରେ ମାଟିପାତ୍ରରେ ୫୦ ମି.ଲି. ପାଣିରେ ଭିଜାଇ ରଖିବ । ସକାଳେ ମଞ୍ଜିକୁ ବାଟି ପାଣିରେ ଗୋଳି ଏକ ଚାମଚ ମହୁ ସହିତ ୧୫ ଦିନ ପର୍ଯ୍ୟନ୍ତ ନିୟମିତ ରୂପେ ଖୁଆଇଲେ ପାଗଳପଣ ଦୂର ହୋଇଥାଏ ।
୫ . ବଚ , କୁଠ୍ , ଶିରୀଷଗଛର ମଞ୍ଜି , ଯଷ୍ଟମଧୁ , ହେଙ୍ଗୁ ଏବଂ ରସୁଣ ସବୁଥୁରୁ ୧୦– ୧୦ ଗ୍ରାମ ମାତ୍ରାରେ ନେଇ ଚୂର୍ଣ୍ଣ କରି ଛାଣି ଛେଳି ମୂତ୍ରରେ ମିଶାଇ ନସ୍ୟ ନେଲେ ଓ ଆଖିରେ ଅଞ୍ଜନ ଭଳି ଲଗାଇଲେ କିଛିଦିନରେ ପାଗଳପଣ ଠିକ୍ ହୋଇଥାଏ ।
୬ . ୧୦ ଗ୍ରାମ ପୁରୁଣୀ ଚେର , ୨୦ - ୨୫ ଗ୍ରାମ ଖିରେଟୀ ( ଧଳା ଫୁଲଥୁବା ) କୁ ଚୂର୍ଣ୍ଣକରି କ୍ଷୀରରେ ପକାଇ ସିଝାଇ , ଥଣ୍ଡା କରି ଛାଣି ପିଆଇଲେ କିଛିଦିନରେ ପାଗଳପଣ ଦୂର ହୋଇଥାଏ ।
ମୁଣ୍ଡ ବୁଲାଇବା
ମୁଣ୍ଡ ବୁଲାଇବା ଏକ ମସ୍ତିଷ୍କ ବ୍ୟାଧୁ ଅଟେ । ଯେତେବେଳେ ମସ୍ତିଷ୍କକୁ ଉଚିତ ମାତ୍ରାରେ ରକ୍ତ ପ୍ରବାହ ହୋଇନଥାଏ , ସେତେବେଳେ ମସ୍ତିଷ୍କରେ ଥିବା ଶିରା - ପ୍ରଶିରା ଶିଥୁଳ ହୋଇଯାଏ । ଏହି ଶିଥୁଳତା ଯୋଗୁଁ ମୁଣ୍ଡ ବୁଲାଇ ଥାଏ । କେବେ କେବେ ବନ୍ଦ ହୋଇଥିବା ଘର ଭିତରେ ଅଧୂକ ସମୟ ରହିଲେ , ଅସୁସ୍ଥ ବାତାବରଣରେ ଅଧିକ ସମୟ ରହିଲେ , ସ୍ରୋତ ଥିବା ନଦୀକୁ ଅଧିକ ସମୟ ଚାହିଁ ରହିଲେ ମଧ୍ୟ ମୁଣ୍ଡ ବୁଲାଇଥାଏ ।
କାରଣ : ମହାନ୍ତି କହଜାର ଟଙ୍କ ବାପା କାରଣ- ମୁଣ୍ଡ ବୁଲାଇବାର ମୁଖ୍ୟ କାରଣ ହେଲା ମାନସିକ ଦୁର୍ବଳତା । ରକ୍ତଚାପରେ କମ୍ ଆସିଲେ ମଧ୍ୟ ମୁଣ୍ଡ ବୁଲାଇଥାଏ । ଅଜୀର୍ଣ୍ଣ , ରକ୍ତହୀନତା , ଅଧିକ ମୈଥୁନ , ସ୍ତ୍ରୀଲୋକଙ୍କର ମାସିକ ଧର୍ମ ଠିକ୍ ରୂପେ ନ ହେବା କାରଣରୁ ମଧ୍ୟ ମୁଣ୍ଡ ବୁଲାଇଥାଏ । କେବେକେବେ ଅଧିକ ଶାରୀରିକ ପରିଶ୍ରମ କରିବା ହେତୁ ମସ୍ତିଷ୍କ ଉପରେ ଅଧିକ ପ୍ରଭାବ ପଡ଼ିବା କାରଣରୁ ମୁଣ୍ଡ ବୁଲାଇଥାଏ ।
ଲକ୍ଷଣ- ପ୍ରାରମ୍ଭରେ ମୁଣ୍ଡବ୍ୟଥା ହୋଇଥାଏ ଓ ପରେ ମୁଣ୍ଡ ବୁଲାଇବା ଆରମ୍ଭ କରେ | ଯେଉଁମାନେ ଦୂଷିତ ବାତାବରଣରେ ରୁହନ୍ତି , ଯାହାର ଶରୀର ବହୁତ ଦୁର୍ବଳଥାଏ , ସେହିମାନଙ୍କର ଅଳ୍ପ କାମ କଲାପରେ ମଧ୍ୟ ମୁଣ୍ଡ ବୁଲାଇଥାଏ । କେତେକ ଲୋକ ଗୋଟିଏ ସ୍ଥାନରେ ବେଶୀ ସମୟ ପର୍ଯ୍ୟନ୍ତ ଠିଆ ହୋଇ ରହିଲେ ସେମାନଙ୍କର ମୁଣ୍ଡ ବୁଲାଇଥାଏ । ଅଧିକ ଖରା , ଅଧିକ ଥଣ୍ଡା , ଅଧିକ ଝାଳ ବୋହିଲେ ମଧ୍ୟ କେତେକଙ୍କର ମୁଣ୍ଡ ବୁଲାଇ ଥାଏ । ଏହି ରୋଗରେ ଆଖି ଆଗରେ ଅନ୍ଧାର ଘୋଟିଯାଏ ଓ ଚାରିପଟ ଯେପରି ଘୂରିବାକୁ ଲାଗେ । କେବେ କେବେ ବ୍ୟକ୍ତି ମୁଣ୍ଡ ବୁଲାଇବା ଯୋଗୁଁ ତଳେ ପଡ଼ିଯାଇ ଚେତାଶୂନ୍ୟ ହୋଇଯାଉଥାଏ ।
୧ . ୫୦ଗ୍ରାମ ଶଙ୍ଖ ପୁଷ୍ପୀ ଓ ୫୦ଗ୍ରାମ ମିଶ୍ରିକୁ ଚୂର୍ଣକରି ମିଶାଇ ୬ଗ୍ରାମ ମାତ୍ରାରେ ଚୂର୍ଣ୍ଣ ଗାଈକ୍ଷୀର ସହିତ ସକାଳେ ପିଇଲେ ମୁଣ୍ଡ ବୁଲାଇବା କିଛି ଦିନରେ ବନ୍ଦ ହୋଇଯାଏ ।
୨ . ବଚ ଚୂର୍ଣ୍ଣ ୪ ଗ୍ରାମ ମାତ୍ରାରେ ଗାଈ କ୍ଷୀରରେ ମିଶାଇ ପିଇଲେ ମୁଣ୍ଡବୁଲାଇବା ଦୂର ହୋଇଯାଇଥାଏ ।
୩ . ୪ - ୬ ଗ୍ରାମ ପାନମଧୁରୀ , ୭ଟି ପିସ୍ତାବାଦାମ ଓ ୬ଗ୍ରାମ ମିଶ୍ରିକୁ ମିଶାଇ ଚୂର୍ଣ୍ଣକରି ରାତିରେ ଗାଈକ୍ଷୀର ସହିତ ସେବନ କଲେ ମସ୍ତିଷ୍କ ଦୁର୍ବଳତା ଦୂରହୋଇ ମୁଣ୍ଡ ବୁଲାଇବା ବନ୍ଦ ହୋଇଥାଏ ।
୪ . ୪ - ୫ଟି ତୁଳସୀପତ୍ର , ଏକ ଚାମଚ ମିଶ୍ରି ଗୁଣ୍ଡ , ଏକ ଚାମଚ ଗାଈଘିଅକୁ ଏକ ଗ୍ଲାସ୍ କ୍ଷୀରରେ ମିଶାଇ ପିଇଲେ ମୁଣ୍ଡ ବୁଲାଇବା ବନ୍ଦ ହୋଇଯାଏ ।
୫ ବଟାହଳଦୀକୁ ମଥାରେ ଲେପଦେଲେ ମୁଣ୍ଡ ବୁଲାଇବା ବନ୍ଦ ହୋଇଥାଏ ।
୬ . ତୁଳସୀ , ଗୋଲମରିଚ ଓ ଯଅକୁ ସିଝାଇ ସେହି କାଢ଼ାକୁ ପିଇଲେ ଲାଭ ମିଳିଥାଏ ।
୭ . ଦୁଇଟି ଅଖରୋଟ ମଞ୍ଜି , ୪ - ୫ଟି ପିସ୍ତାବାଦାମ୍ , ଗୋଟିଏ ଛୋଟ ଅଳେଇଚକୁ
୮ . ୫୦୦ ମି.ଲି କ୍ଷୀରରେ ସିଝାଇ ଥଣ୍ଡା ହେଲାପରେ ବାଦାମ , ପିସ୍ତାବାଦାମ ଓ ଅଳେଇଚକୁ ଚୋବାଇ ଖାଇ କ୍ଷୀରତକ ପିଇଲେ ମୁଣ୍ଡ ବୁଲାଇବା ବନ୍ଦ ହୋଇଥାଏ । ତରଭୁଜ ମଞ୍ଜିକୁ ଘିଅରେ ଭାଜି ଚୂର୍ଣକରି ୪ - ୬ ଗ୍ରାମ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ପାଣି ସହିତ ସେବନ କଲେ ମୁଣ୍ଡ ବୁଲାଇବା ବନ୍ଦ ହୋଇଥାଏ ।
୯ .ଶୁଣ୍ଡିକୁ ଚୂର୍ଣ୍ଣ କରି ୧୦ ଗ୍ରାମ ମାତ୍ରାରେ ସେହି ଚୂର୍ଣ୍ଣକୁ ଗାଈଘିଅରେ ମିଶାଇ ଖାଇଲେ ମୁଣ୍ଡ ବୁଲାଇବା ଦୂର ହୋଇଥାଏ ।
୧୦ . ୨୦୦ ଗ୍ରାମ ମିଶ୍ରି ଚୂର୍ଣ୍ଣରେ ୧୦୦ ଗ୍ରାମ ପାନମଧୁରୀ ଚୂର୍ଣ୍ଣ ମିଶାଇ ୫ - ୧୦ ଗ୍ରାମ ମାତ୍ରାରେ ଚୂର୍ଣ୍ଣ ପ୍ରତିଦିନ ଖାଇ ପାଣି ପିଇଲେ ଲାଭ ମିଳିଥାଏ ।
୧୧ . ଅମ୍ଳପିତ୍ତ କାରଣରୁ ମୁଣ୍ଡ ବୁଲାଉଥିଲେ ଉଷୁମ ପାଣିରେ ଫାଳେ ଲେମ୍ବୁ ଓ ଚିମୁଟେ ଖାଇବା ସୋଡ଼ା ମିଶାଇ ପିଇଲେ ମୁଣ୍ଡ ବୁଲାଇବା ବନ୍ଦ ହୁଏ ।
୧୨ . ଗୋଲମରିଚ ୫ - ୬ଟି , ୧୦ - ୧୫ ଗ୍ରାମ୍ ଗହମ ଚୋକଡ଼କୁ ପାଣିରେ ସିଝାଇ ସେହି କାଢ଼ାକୁ ଥଣ୍ଡାକରି ଛାଣି ପିଇଲେ ମୁଣ୍ଡ ବୁଲାଇବା ବନ୍ଦ ହୋଇଯାଇଥାଏ ।
୧୩ . କିସ୍ମିସ୍କୁ ଭାଜି ଅଳ୍ପ ସୌନ୍ଧବ ଲବଣ ମିଶାଇ ଚୋବାଇ ଖାଇଲେ ଲାଭ ମିଳିଥାଏ ।
୧୪ . ୧୦ - ୧୫ଟି କିସ୍ମିସ୍କୁ ଏକ ଗ୍ଲାସ୍ ପାଣିରେ ପକାଇ ୪ - ୫ ଘଣ୍ଟା ଖରାରେ ରଖିଦିଅନ୍ତୁ । ପାଣିଗରମ ହୋଇଗଲେ କିସ୍ମିସ୍ ମଧ୍ଯ ଫୁଲିଯିବ । ପରେ କିସ୍ମିସ କୁ ପାଣିରେ ଚକଟି ଅଳ୍ପ ମହୁ ମିଶାଇ ପିଇଲେ ମୁଣ୍ଡ ବୁଲାଇବା ବନ୍ଦ ହୋଇଥାଏ ।
୧୫ . ଶୁଖିଲା ଅଁଳା ୬ ଗ୍ରାମ , ଧନିଆଁ ମଞ୍ଜି ୬ ଗ୍ରାମକୁ ରାତିରେ ଜୁଟି ୨୫୦ ମିଲି ପାଣି ସହିତ ମାଟି ପାତ୍ରରେ ଭିଜାଇ ରଖିବ । ସକାଳେ ତାକୁ ସେହି ପାଣିରେ ଚକଟି ଛାଣି ସେଥିରେ ୫ - ୧୦ ଗ୍ରାମ ମିଶ୍ରି ଚୂର୍ଣ୍ଣ ମିଶାଇ ପିଇଲେ ମୁଣ୍ଡ ବୁଲାଇବା ବନ୍ଦ ହୁଏ ।
୧୬ . ଗରମ ଯୋଗୁଁ ମୁଣ୍ଡ ବୁଲାଉଥିଲେ ଅଁଳା ସର୍ବତ ପିଇଲେ ଲାଭ ମିଳିଥାଏ । ୧୭ . ଯଦି ପେଟ ଦୋଷରୁ ମୁଣ୍ଡ ବୁଲାଉଥାଏ ତେବେ ଏକ ଗ୍ଲାସ ଉଷୁମ ପାଣିର ଗୋଟିଏ ଲେମ୍ବୁ ଚିପୁଡ଼ି ପିଅନ୍ତୁ । ଆରାମ ମିଳିବ ।
ଉନ୍ମାଦ ରୋଗ
ଏହି ରୋଗରେ ପୀଡ଼ିତ ସାଧାରଣତଃ ୧୪ ବର୍ଷରୁ ୩୦ ବର୍ଷର ସ୍ତ୍ରୀ ଲୋକମାନେ ହୋଇଥାଆନ୍ତି । ରୋଗ ଆକ୍ରମଣ ବେଳେ ରୋଗୀର ଆଖି ବଡ଼ ବଡ଼ ହୋଇଯାଏ , ମୁହଁ ବିକୃତ ଦେଖାଯାଏ । କେବେ କେବେ ରୋଗୀ ବିଭିନ୍ନ ପ୍ରକାରର କ୍ରିୟା କରିବାକୁ ଲାଗେ , କିନ୍ତୁ ତାହାର ଏହି କ୍ରିୟା ସମ୍ପର୍କରେ କୌଣସି ଜ୍ଞାନ ନ ଥାଏ । ରୋଗୀକୁ ଶ୍ଵାସ ନେବାରେ କଷ୍ଟ ହୋଇଥାଏ । ରୋଗୀ ପେଟ ଓ ଗଳାରେ କଷ୍ଟ ଅନୁଭବ କରିଥାଏ । ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଦୁଃଖ ପାଇଲେ ରକ୍ତହୀନତା ଦେଖାଦେଲେ ଶରୀରରେ କାମ ବାସନା ପୂର୍ଣ୍ଣ ନ ହେଲେ , ନିରନ୍ତର କାମ ବାସନାର ଚିନ୍ତା କଲେ , ପୁରୁଷ ସହିତ ସମ୍ପର୍କ ଦୂରେଇ ଗଲେ ଉନ୍ମାଦ ରୋଗ ହୋଇଥାଏ । କେତେକ ସ୍ଥାନରେ ଏହାକୁ ଡାଆଣୀ ଲାଗିଛି ବୋଲି କୁହନ୍ତି । ରୋଗୀ ପାଖରେ ନିମ୍ବପତ୍ରର ଧୂଆଁ ଦେଲେ ଶରୀରରୁ ଉତ୍ତେଜନା କମିଯାଇ ରୋଗୀ ସ୍ଵାଭାବିକ୍ ଅବସ୍ଥାକୁ ଫେରିଆସେ । ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ କିଛି କିଛି ଆଧ୍ୟାତ୍ମିକ ପୁସ୍ତକ ପଢ଼ିବା ଦରକାର , ମହାପୁରୁଷମାନଙ୍କ ବାଣୀ ଶୁଣିବା ଦ୍ଵାରା ମନରୁ ଉତ୍ତେଜନା ଦୂରେଇ ଯାଇଥାଏ । ଯେତେବେଳେ ମନରେ କୌଣସି ଉତ୍ତେଜନାମୂଳକ ଲକ୍ଷଣ ଦେଖାଦେବ ସେତେବେଳେ ଏକୁଟିଆ ନ ବସି ସାଙ୍ଗ - ସାଥୀ କିମ୍ବା ପରିବାର ଲୋକଙ୍କ ସହିତ ଗପ - ସପ କଲେ ମନର ଭାବନାରେ ପରିବର୍ତ୍ତନ ଆସିଥାଏ । ଏହି ରୋଗରୁ ମୁକ୍ତି ପାଇବା ପାଇଁ ନିମ୍ନରେ କେତେକ ଉପଚାର ଦିଆଗଲା |
୧ . ପ୍ରତିଦିନ ୧ - ୨ ଚାମଚ ମାତ୍ରାରେ ମହୁ ସକାଳେ ଓ ସନ୍ଧ୍ୟାରେ ଖାଇଲେ ଏହି ରୋଗରେ ଆରାମ ମିଳିଥାଏ ।
୨ . ଏକ କପ୍ କାକୁଡ଼ି , ଗାଜର , ଟମାଟୋ ସାଲାଟରେ ଏକ ଚାମଚ ଅଁଳାରସ ମିଶାଇ ଏକ ମାସ ପର୍ଯ୍ୟନ୍ତ ଖାଇଲେ ଏହି ରୋଗରେ ଲାଭ ମିଳିଥାଏ ।
୩ . ଲାଭ ରସକୁ ମୁଣ୍ଡରେ ମାଲିସ କଲେ ଉନ୍ମାଦ ରୋଗ ବା ହିଷ୍ଟ୍ରୀୟା ରୋଗ ଭଲ ହୋଇଥାଏ ।
୪ . କିଛିଦିନ ଅଧଗ୍ରାମରୁ ଏକ ଗ୍ରାମ ପର୍ଯ୍ୟନ୍ତ ହେଙ୍ଗୁ ରୋଗୀକୁ ଖୁଆଇଲେ ଉନ୍ମାଦ ରୋଗ ଠିକ୍ ହୋଇଯାଇଥାଏ ।
୫ . ଧଳା ଅପରାଜିତା ଚେରକୁ ଚାଉଳ ଧୁଆ ପାଣିରେ ବାଟି ଗାଈ ଘିଅ ମିଶାଇ ଖାଇଲେ ଉନ୍ମାଦ ରୋଗ ଠିକ୍ ହୋଇଥାଏ ।
୬ . ପାକଳ ପାଣିକଖାରୁ ରସରେ କୁଢ଼ ଚୂର୍ଣ୍ଣ ମିଶାଇ ( ଦେଢ଼ଗ୍ରାମ ମାତ୍ରାରେ ) ଏକ ଚାମଚ ମହୁ ସହିତ କିଛିଦିନ ଖାଇଲେ ଉନ୍ମାଦ ରୋଗ ଭଲ ହୋଇଥାଏ ।
୭ . ପାତାଳ ଗରୁଡ଼ ଚେରକୁ ଚୂର୍ଣ୍ଣ କରି ଅଧଗ୍ରାମରୁ ଏକ ଗ୍ରାମ ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ଖାଇଲେ ଉନ୍ମାଦ ରୋଗ ଠିକ୍ ହୋଇଥାଏ |