ବେହୋସୀ
କାରଣ : ମନୁଷ୍ୟ ଦିନସାରା କିଛି ନା କିଛି କାର୍ଯ୍ୟ କରିଥାଏ । ସେଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ତାକୁ ଅନେକ କଷ୍ଟ ମଧ୍ୟ ଉଠାଇବାକୁ ପଡ଼ିଥାଏ । କଷ୍ଟ କାମରେ ପ୍ରାୟ ଖଣ୍ଡିଆ - ଖାବରା ଓ ବେଳେ ବେଳେ ଆଘାତ ମଧ୍ୟ ଲାଗିଥାଏ । ଆଘାତ କାରଣରୁ ଯଦ କୌଣସି ସମ୍ବେଦନଶୀଳତାରେ କୌଣସି ପ୍ରକାର ତ୍ରୁଟି ଆସିଥାଏ , ସେହି ଅବସ୍ଥାରେ ବେହୋସୀ ଦେଖାଦେଇଥାଏ । କେବେ କେବେ ଗମ୍ଭୀର ରୋଗ କାରଣରୁ , ଅଧିକ ଗରମରୁ , ମର୍ମସ୍ଥାନରେ ଆଘାତ ଲାଗିବା କାରଣରୁ ମଧ୍ୟ ବ୍ୟକ୍ତି ବେହୋସ ହୋଇଯାଇଥାଏ । ଲକ୍ଷଣ : ଯଦି ବ୍ୟକ୍ତି ପୂରାମାତ୍ରାରେ ବେହୋସ ହୋଇଯାଇଥାଏ , ସେତେବେଳେ ତା’ର ଶରୀର ପ୍ରତି ନଜର ନ ଥାଏ । ଯଦି ଅଧାମାତ୍ରାରେ ବେହୋସ ହୋଇଥାଏ । ସେତେବେଳେ ରୋଗୀ ଏପଟ – ସେପଟକୁ ଚାହିଁଥାଏ , କିଛି କରିବା ପାଇଁ ବାରମ୍ବାର ଉଠି ପଡ଼ିଥାଏ ବା କିଛି କରିବା ପାଇଁ ଇଙ୍ଗିତ କରିଥାଏ । ଏହି ପ୍ରକାର ବେହୋସକୁ ଅର୍ଥ - ବେହୋସ କୁହାଯାଏ । ଏହି ଅବସ୍ଥାରେ ରୋଗୀ କୌଣସି ପ୍ରକାରର ଖରାପ ପ୍ରକ୍ରିୟା ଦେଖାଇନଥାଏ । ବେହୋସ ଅବସ୍ଥାରେ ରୋଗୀର ନାଡ଼ୀ ଓ ଶ୍ଵାସ - ପ୍ରଶ୍ଵାସ ଠିକରୂପେ ଚାଲିଥାଏ । ବେଳେ ବେଳେ ଦେଖାଦିଏ , ରୋଗୀର ଶରୀରରେ କମ୍ପନ ସୃଷ୍ଟି ହେବା । ରୋଗୀ , ହାତ - ଗୋଡ଼କୁ ବାଡ଼େଇଥାଏ , କାରଣ ସେତେବେଳେ ରୋଗୀ ଶରୀରର ଭିତରେ ହେଉଥିବା ବ୍ୟଥାକୁ ସେ ସହିପାରି ନ ଥାଏ । କେବେ କେବେ ରୋଗୀର ମୁହଁରୁ ଲାଳ ବାହାରିଥାଏ , ରୋଗୀ ଗଭୀର ନିଦରେ ଶୋଇଯାଏ , ରୋଗୀ ସମସ୍ତ କଥାକୁ ଭୁଲିବାକୁ ଲାଗେ , ବେଳେ ବେଳେ ମଧ୍ୟ ରୋଗୀ ବେହୋସ ଅବସ୍ଥାରେ ମୂତ୍ର ତ୍ୟାଗ କରିଥାଏ ।
ଉପଚାର :
୧ . ରୋଗୀ ବେହୋସ ହେଲେ ପ୍ରଥମ ଉପଚାର ହେଲା ରୋଗୀର ମୁହଁକୁ ବାରମ୍ବାର ପାଣି ଛିଟା ମାରିବା , ଏପରି କରିବା ଦ୍ଵାରା ହୋସ ଫେରି ଆସିଥାଏ
୨ . ଚେତା ଫେରି ଆସିବା ପରେ ରୋଗୀକୁ ଶୁଦ୍ଧ ମହୁ ଚଟାଇବା ଦରକାର , ଏହାଦ୍ଵାରା ପୁଣି ବେହୋସ ହେବାର ସମ୍ଭାବନା କମିଯାଇଥାଏ ।
୩ . ତୁଳସୀପତ୍ର ରସରେ ସୈନ୍ଧବ ଲବଣ ମିଶାଇ ରୋଗୀର ନାକ ପୁଡ଼ାରେ ବାରମ୍ବାର ପକାଇବା ଉଚିତ ।
୪ . ଚେତା ଫେରିଲା ପରେ ରୋଗୀକୁ ଅଳ୍ପ ଅଳ୍ପ ଜୁଆଣୀ ପାଣି ସହିତ ଖାଇବାକୁ ଦିଅନ୍ତୁ |
୫ . ଯଦି ଅଧିକ ଗରମ କିମ୍ବା ଅଧିକ ପରିଶ୍ରମ କରିବା ହେତୁ ବେହୋସୀ ଆସିଥାଏ ତେବେ ରୋଗୀକୁ କାକୁଡ଼ିରସ ପିଇବାକୁ ଦିଅନ୍ତୁ ଓ ଏହି ରସକୁ ମଥାରେ ମାଲିସ୍ କରନ୍ତୁ ।
୬ . ମଥାରେ ଓ ଶରୀରରେ ତୁଳସୀପତ୍ର ରସ ମାଲିସ କଲେ ସବୁ ପ୍ରକାରର ବେହୋସୀ ଦୂର ହୋଇଥାଏ ।
୭ . ହରଡ଼ ଡାଲିକୁ ପାଣିରେ ଭିଜାଇ କିଛି ସମୟ ପରେ ସେହି ପାଣିକୁ ପିଆଇଲେ ବେହୋସୀ ଠିକ୍ ହୋଇଯାଇଥାଏ ।
୮ . ଅଶ୍ୱତ୍ଥ ଗଛର ଛେଲିକୁ ଶୁଖାଇ ଚୂର୍ଣ୍ଣ କରି ୧ - ୧ ଗ୍ରାମ ମାତ୍ରାରେ ଦିନରେ ୨ - ୩ ଥର ମହୁ ସହିତ ମିଶାଇ ଚାଟିଲେ ଲାଭ ମିଳିଥାଏ ।
୯ . ପିଆଜ ରସକୁ ଶୁଙ୍ଘାଇଲେ ଓ ରସକୁ ପାଟି ଭିତରେ ବୁନ୍ଦ ବୁନ୍ଦ କରିପକାଇଲେ ବେହୋସୀ ଦୂର ହୋଇଥାଏ ।
୧୦ . ଗୋଲମରିଚକୁ ଚୂର୍ଣ୍ଣ କରି କପଡ଼ାରେ ଛାଣି ଅଳ୍ପ ଟିକିଏ ଚୂର୍ଣକୁ ରୋଗୀର ନାକରେ ୫୯ ପକାଇଲେ ରୋଗୀର ଚେତା ଫେରି ଆସିଥାଏ ।
୧୧ . ଅଶ୍ୱତ୍ଥ ଗଛର ଫଳକୁ ଶୁଖାଇ ପୋଡ଼ି ଭଷ୍ମକରି କପଡ଼ାରେ ଛାଣି , ସେଥିରେ ଗାଈ ଘିଅ ମିଶାଇ ଅଞ୍ଜନ ଭଳି ରାତିରେ ଶୋଇବା ସମୟରେ ଲଗାଇଲେ ବେହୋସୀ ଅକୁ କତା ଚାଲି ଯା ଅତ୍ୟ ଦୂର ହୋଇଥାଏ ।
୧୨ . ପୋଦିନା ପତ୍ରକୁ ମକଚି ରୋଗୀକୁ ଶୁଙ୍ଘାଇଲେ ରୋଗୀର ଚେତା ଫେରି ଆସିଥାଏ ।
୧୩ . ଏକ ଚାମଚ ଅଁଳାରସକୁ ଗାଈଘିଅରେ ମିଶାଇ ପିଆଇଲେ ରୋଗୀକୁ ଆରାମ ମିଳିଥାଏ ।
୧୪ . ଗୋଲମରିଚ , ପୋସ୍ତକ , ନାଗକେଶର , ବରକୋଳି ( ମଞ୍ଜିକୁ କାଢ଼ି ) , ସବୁଥ୍ରୁ ୫ - ୫ ଗ୍ରାମ ନେଇ ବାଟି ପାଣିରେ ଗୋଳି ସର୍ବତ କରି ପିଆଇଲେ ଲାଭ ମିଳିଥାଏ ।
ମୁଣ୍ଡ ବ୍ୟଥା
କାରଣ- ବିଭିନ୍ନ ପ୍ରକାରର ସର୍ଦ୍ଦିଗରମ , ଜ୍ଵର , ଖରାରେ ବୁଲିବା , ବାୟୁରୋଧ , ରକ୍ତହୀନତା , ମାନସିକ ଚିନ୍ତା , ଆଖିକୁ କମ୍ ଦେଖାଯିବା , ବାନ୍ତି ହେବା , ପେଟରେ ଗ୍ୟାସ୍ ସୃଷ୍ଟି ହେବା , କୋଷ୍ଠବଦ୍ଧତା କାରଣରୁ ମୁଣ୍ଡବ୍ୟଥା ହୋଇଥାଏ । ଯେଉଁ ଲୋକକୁ ଅଚାନକ ଆଘାତ ଲାଗିଥାଏ , ରକ୍ତଚାପ ଅଧିକ ହୋଇଥାଏ , ମଧୁମେହ , ଦେହ ଶୀତେଇ ଜ୍ଵର ଆସିଲେ , ମୁଣ୍ଡବ୍ୟଥା ହୋଇଥାଏ । ମଦ , ସିଗାରେଟ୍ , ଭାଙ୍ଗ , ଅଫିମ , ଚରସ ଆଦି ଖାଉଥୁବା ବ୍ୟକ୍ତିକୁ ଏହିସବୁ ଜିନିଷ ନ ମିଳିଲେ , ସେମାନଙ୍କ ମୁଣ୍ଡ ବ୍ୟଥା ହୋଇଥାଏ । ପ୍ରଦୂଷିତ ବାତାବରଣରେ ରହିଲେ , ଧୂଆଁ - ଧୂଳି ନାକରେ ପଶିଲେ , ଦୂଷିତ ଭୋଜନ କଲେ ଆଦି କାରଣରୁ ମଧ୍ୟ ମୁଣ୍ଡ ବ୍ୟଥା ହୁଏ । ଏହା ବ୍ୟତୀତ ବାୟୁ ସୃଷ୍ଟି କରୁଥିବା ଖାଦ୍ୟ ଅଧିକ ମାତ୍ରାରେ ଖାଇଲେ , ଦହି ଓ ବରଫ ଅଧୂକ ମାତ୍ରାରେ ଖାଇବା ଦ୍ଵାରା , ବାୟୁଦୋଷ , ପିତ୍ତ , ରକ୍ତଦୋଷ , ଧାତୁକ୍ଷୟ , ଅଧ୍ଵକ ମୈଥୁନ , କୃମି ରୋଗ ଯୋଗୁଁ ମଧ୍ୟ ମୁଣ୍ଡବ୍ୟଥା ହୋଇଥାଏ । ଲକ୍ଷଣ- ମୁଣ୍ଡ ବ୍ୟଥା ବେଳେ ଜଣାପଡ଼େ ଯେ ଯେପରି କେହି ମୁଣ୍ଡକୁ ହାତୁଡ଼ିରେ ବାଡ଼ଉଛି । ଅଧିକ ସମୟ ପର୍ଯ୍ୟନ୍ତ ମୁଣ୍ଡବ୍ୟଥା ହେଲେ ଆଖି ମୁଦି ହୋଇଆସେ । କେବେ କେବେ ବାନ୍ତି ମଧ୍ୟ ହୋଇଥାଏ । ପେଟର ବାୟୁ ମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିଯିବା କାରଣରୁ ଅଧକପାଳୀ ବ୍ୟଥା ହୋଇଥାଏ । ଏହି ବ୍ୟଥାରେ ବେକମୂଳ , କାନମୂଳି , ଆଖି ଆଦିରେ ମଧ୍ୟ ବ୍ୟଥା ହୋଇଥାଏ । କେବେ କେବେ ଏହି ବ୍ୟଥା ପୂରା ଶରୀରକୁ ନିଜ ଅକ୍ତିଆର ନେଇଯାଇଥାଏ । କୌଣସି କାର୍ଯ୍ୟରେ ରୋଗୀର ମନ ଲାଗେ ନାହିଁ । ସେ କେବଳ ଭାବେ ମୁଣ୍ଡବ୍ୟଥା କିପରି ବନ୍ଦ ହେବ । କିଛି ଉପଚାର ନିମ୍ନରେ ଦିଆଗଲା ।
ଉପଚାର :
୧ . ମଥାରେ ଦେଶୀ ଘିଅ ( ଗାଈଘିଅ ) ମାଲିସ୍ କଲେ ମୁଣ୍ଡ ବ୍ୟଥାରୁ ରକ୍ଷା ମିଳିଥାଏ
୨ . ତୁଳସୀପତ୍ର ରସ ଓ ଅଦାରସକୁ ମିଶାଇ ମଥାରେ ମାଲିସ୍ କରନ୍ତୁ ଓ ପିଅନ୍ତୁ , ଏହାଦ୍ଵାଟ ମୁଣ୍ଡ ବ୍ୟଥାରୁ ମୁକ୍ତି ମିଳିବ ।
୩ . ଲବଙ୍ଗକୁ ବାଟି ମଥାରେ ଲେପ ଦେଲେ ମୁଣ୍ଡବ୍ୟଥା ଦୂର ହୋଇଥାଏ ।
୪ . ଶୁଣ୍ଠିକୁ ପାଣିରେ ଘୋରି ମଥାରେ ଲେପଦେଲେ ମୁଣ୍ଡବ୍ୟଥାରେ ଆରମ୍ ମିଳିଥାଏ।
୫ . ବଡ଼ ଅଳେଇଚ ଚୋପାକୁ ଗରମ ପାଣିରେ ଭିଜାଇ ସେହି ଚୋପାକୁ ଖଲି , ମଥାରେ ଲେପଦେଲେ ମୁଣ୍ଡ ବ୍ୟଥା କମିଯାଇଥାଏ ।
୬ . ବାଦାମ ତେଲରେ କେଶର ମିଶାଇ ଶୁଙ୍ଘିଲେ ମୁଣ୍ଡବ୍ୟଥା ଦୂର ହୋଇଥାଏ ।
୭ . ଶିରୀଷ ମଞ୍ଜିକୁ ବାଟି ଶଂଘିଲେ ମୁଣ୍ଡବ୍ୟଥାରେ ଲାଭ ମିଳିଥାଏ ।
୮ . ବାଦାମ ତେଲ ମୁଣ୍ଡରେ ମାଲିସ୍ କଲେ ମୁଣ୍ଡବ୍ୟଥା ଦୂର ହୋଇଥାଏ ।
୯ . ତୁଳସୀ ପତ୍ର ୫ - ୭ଟିକୁ ଧୋଇ ଚୋବାଇଲେ ମୁଣ୍ଡବ୍ୟଥାରେ ଲାଭ ମିଳିଥାଏ
୧୦ . ରିଠାକୁ ପାଣିରେ ଭିଜାଇ ସେହି ପାଣିକୁ ୨ - ୨ ବୁନ୍ଦା ନାକରେ ପକାଇଲେ ଲାଭ ମିଳେ ।
୧୧ . ଲେମ୍ବୁ ରସ ଚା’ରେ ପକାଇ ପିଇଲେ ଲାଭ ମିଳିଥାଏ । ( ଚା ’ ବିନା କ୍ଷୀରରେ )
୧୨ . ଛୋଟ ଅଳେଇଚ ମଞ୍ଜିକୁ ଚୂର୍ଣ୍ଣ କରି ଶୁଙ୍ଘିଲେ ମୁଣ୍ଡବ୍ୟଥାରେ ଆରାମ ମିଳିଥାଏ ।
୧୩ . ଧନିଆ ଓ ଗୋଲମରିଚକୁ ବାଟି ମଥାରେ ଚନ୍ଦନ ଭଳି ଲଗାଇଲେ ଲାଭ ମିଳିଥାଏ ।
୧୪ . ବୁଟଭଜା ଗୁଡ଼ ସହିତ ଖାଇଲେ ମୁଣ୍ଡ ବ୍ୟଥାରେ ଆରାମ ମିଳିଥାଏ ।
୧୫ . ପାଣିରେ ଲେମ୍ବୁ ଚିପୁଡ଼ି ଅଳ୍ପ ଉଷୁମ କରି ୩ - ୪ ଥର ପିଇଲେ ମୁଣ୍ଡବ୍ୟଥା ଠିକ୍ ହୁଏ । ଶ୍ରେଣୀ
୧୬ . ଛେଳି କ୍ଷୀର ସହିତ ଜାଇଫଳକୁ ଘୋରି ମଥାରେ ଲେପଦେଲେ ଲାଭ ମିଳିଥାଏ ।
୧୭ . ଧଳା ଚନ୍ଦନକୁ ଗୋଲାପ ଜଳରେ ଘୋରି ମଥାରେ ଲେପଦେଲେ ମୁଣ୍ଡବ୍ୟଥାରେ ଆରାମ ମିଳିଥାଏ ।
୧୮ . ଅଶ୍ୱତ୍ଥ ପତ୍ରକୁ ବାଟି ମଥାରେ ଲେପଦେଲେ ଲାଭ ମିଳିଥାଏ ।
୧୯ . ରସୁଣ ରସ ୨ - ୨ ବୁନ୍ଦା ନାକରେ ପକାଇଲେକ ମୁଣ୍ଡବ୍ୟଥାରେ ଲାଭ ମିଳିଥାଏ ।
୨୦ . ଲେମ୍ବୁପତ୍ରକୁ ମକଚି ଶୁଘିବା ଦ୍ଵାରା ମୁଣ୍ଡବଥାରେ ଆରାମ ମିଳିଥାଏ ।
୨୧ . ପିଆଜକୁ ବାଟି ପାଦ ତଳିପାରେ ଲଗାନ୍ତୁ ଓ ଶୁଘନ୍ତୁ ମୁଣ୍ଡବ୍ୟଥା ଠିକ୍ ହୋଇଯିବ |
୨୨ . ଛୋଟ ଅଳେଇଚ ମଞ୍ଜି ଚୂର୍ଣ୍ଣରେ ଖାଇବା କର୍ପୂର ମିଶାଇ ପୁଂଘିଲେ ଲାଭ ମିଳିଥାଏ ।
୨୩ . ତରଭୁଜ ରସ ମଥାରେ ମାଲିସ କଲେ ମୁଣ୍ଡବ୍ୟଥାରେ ଆରାମ ମିଳିଥାଏ ( ଗରମ ଯୋଗୁଁ ମୁଣ୍ଡବ୍ୟଥା ହେଉଥିଲେ )
More details watch this video