ଧାତୁ ଦୁର୍ବଳତା || Metal weakness
କାରଣ- ଅତ୍ୟଧିକ ଚିନ୍ତା , ଶୋକ , ମାନସିକ ଅଶାନ୍ତି , ଆଦି କାରଣରୁ ମନୁଷ୍ୟ ଶରୀରରେ ଧାତୁ ବା ବୀର୍ଯ୍ୟ କ୍ଷୀଣତା ଦେଖାଦେଇଥାଏ । ଏହା ବ୍ୟତୀତ ମସ୍ତିଷ୍କ ଦୁର୍ବଳତା , ପୌଷ୍ଟିକ ଭୋଜନ , ଫଳ , କ୍ଷୀର , ଆଦିର ଅଭାବରୁ ମଧ୍ୟ ବ୍ୟକ୍ତିର ଶରୀରରେ ମାଂସ , ଅସ୍ଥି , ମଜ୍ଜା , ମେଦ ଆଦି ଉଚିତ ମାତ୍ରାରେ ବଢ଼ିପାରି ନ ଥାଏ । ତେଣୁ ଧାତୁ ପତଳା ହୋଇଥାଏ । ଯାହା ସନ୍ତାନ ପ୍ରାପ୍ତିରେ ବାଧା ସୃଷ୍ଟି କରିଥାଏ ।
ଲକ୍ଷଣ- ଧାତୁ ବା ବୀର୍ଯ୍ୟର ଦୁର୍ବଳତା କାରଣରୁ ଶାରୀରିକ ଓ ମାନସିକ ଦୁର୍ବଳତା ଦେଖାଦେଇଥାଏ । ଶରୀରରେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ । ଏହା ସହିତ ଉଦାସୀନତା , ଆଳସ୍ୟତା , ଅଙ୍ଗରେ କମ୍ପନ , ଥକ୍କାପଣ , ଅପ୍ରସନ୍ନତା , କାମରେ ମନ ନ ଲାଗିବା , ଉଦର ରୋଗ , ସ୍ନାୟୁ ଦୁର୍ବଳତା , ଶ୍ୱାସ , କାଶ ଓ ଯୌନାଙ୍ଗରେ ଦୁର୍ବଳତା ଦେଖାଦେଇଥାଏ ।
ଉପଚାର-
୧ . ପାଞ୍ଚଗ୍ରାମ ମାତ୍ରାରେ ଅଁଳାଚୂର୍ଣ୍ଣ ସକାଳେ ଓ ସନ୍ଧ୍ୟାରେ କ୍ଷୀର ସହିତ ଖାଇଲେ ଲାଭ କିଛି ମିଳିଥାଏ ।
୨ . ଅଁଳାରସ ଚାରି ଚାମଚରେ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଇଲେ ଲାଭ ମିଳେ ।
୩ . ତୁଳସୀ ମଞ୍ଜି ଚୂର୍ଣ୍ଣରେ ସମମାତ୍ରାର ମିଶ୍ରି ଚୂର୍ଣ୍ଣ ମିଶାଇ ଦ୍ବିପ୍ରହରରେ ଭୋଜନ ପରେ ୩ ଗ୍ରାମ ମାତ୍ରାରେ ଖାଇଲେ ଧାତୁ ବୃଦ୍ଧି ଘଟିଥାଏ ।
୪ . ଧଳା ମୂସଳୀ ଚୂର୍ଣ୍ଣ ୧୦ ଗ୍ରାମରେ ମିଶ୍ରି ଗୁଣ୍ଡ ମିଶାଇ ଖାଇ ଅଧଲିଟର କ୍ଷୀର ପିଇଲେ ବିଶେଷ ଲାଭ ମିଳିଥାଏ ।
୫ . ବିରିଡ଼ାଲି ଚୂର୍ଷକୁ ଗାଈ ଘିଅରେ ଭାଜି ମିଶ୍ରି ଗୁଣ୍ଡ ମିଶାଇ ୧ - ୨ ଚାମଚ ମାତ୍ରାରେ ପ୍ରତିଦିନ ଖାଇଲେ ଧାତୁ ଦୁର୍ବଳତା ଦୂର ହୋଇଥାଏ ।
୬ , ନିୟମିତ ରୂପେ ୧୦୦ ଗ୍ରାମ ମାତ୍ରାରେ ଅମୃତଭଣ୍ଡା ରସ ପିଇଲେ ଧାତୁ ବୃଦ୍ଧି ଘଟିଥାଏ ।
୭ . ଦୁଇଚାମଚ ଗୋ - ମୂତ୍ରରେ ଏକଚାମଚ ତ୍ରିଫଳା ଚୂର୍ଣ୍ଣ ମିଶାଇ ଖାଇଲେ ଧାତୁ ଦୁର୍ବଳତା ଦୂର ହୁଏ ।
୮ . ଅଳେଇଚ ମଞ୍ଜି , ଅଖରୋଟ ମଞ୍ଜି , ଜାଇତ୍ରୀ ସବୁକୁ ଗୁଣ୍ଡକରି ମିଶ୍ରିଗୁଣ୍ଡ ମିଶାଇ କାଠ ଲହୁଣୀ ସହିତ ଖାଇଲେ ଧାତୁ ବୃଦ୍ଧି ହୋଇଥାଏ ।
୯ . ପ୍ରତିଦିନ ରସୁଣ ଦୁଇକୋଲା ମାତ୍ରାରେ ଉଷୁମ କ୍ଷୀର ସହିତ ସେବନ କଲେ ଧାତୁ ବୃଦ୍ଧି ହୁଏ ।
୧୦ . ଧାତୁକୁ ପୁଷ୍ଟ କରିବା ପାଇଁ ଦୁଇ ଚାମଚ ଗୁଳୁଚି ରସରେ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଇଲେ ଲାଭ ମିଳିଥାଏ ।
୧୧ , ୪ - ୫ ଟୋପା ବରଗଛର କ୍ଷୀରରେ ଚିନି ମିଶାଇ ସୂର୍ଯ୍ୟାସ୍ତ ପୂର୍ବରୁ ୨୧ ଦିନ । ପର୍ଯ୍ୟନ୍ତ ଖାଇଲେ ଧାତୁ ବୃଦ୍ଧି ଘଟି ଦୁର୍ବଳତା ଦୂର ହୋଇଥାଏ ।
୧୨ . ରୁକୁଣା ହାତପୋଛା ପତ୍ର ରସ , ଗୁଳୁଚି ରସ ଓ ମହୁ ସମାନ ମାତ୍ରାରେ ନେଇ ମିଶାଇ ୨ - ୩ ଚାମଚ ମାତ୍ରାରେ କିଛିଦିନ ପିଇଲେ ଧାତୁ ବୃଦ୍ଧି ଘଟିଥାଏ ।
ଶୀଘ୍ର ପତନ , Early fall
ସବୁ ତ ସ୍ତ୍ରୀ ସମ୍ଭୋଗର ଚରମ ମୁହୂର୍ଭ ପୂର୍ବରୁ ଧାତୁ ସ୍ଖଳିତ ହେବାକୁ ଶୀଘ୍ର ପତନ କୁହାଯାଏ । ଏହାର ମୁଖ୍ୟ କାରଣ ହୀନଭାବନା , ତଥା ଆତ୍ମବିଶ୍ଵାସରେ କମ୍ । ଏପରି ବ୍ୟକ୍ତିର ମନରେ ସର୍ବଦା କାମୁକତାର ବିଚାର ରଖିବା ଉଚିତ ନୁହେଁ ।
କାରଣ- ଅଧିକ ମାତ୍ରାରେ ସ୍ତ୍ରୀ ସମ୍ଭୋଗ , ହସ୍ତ ମୈଥୁନର ଅଭ୍ୟାସ , ପୁଷ୍ଟିକାରକ ଭୋଜନର ଅଭାବ , ଯୌନେନ୍ଦ୍ରିୟ ସମ୍ବନ୍ଧୀ ରୋଗ , ମଦ ପିଇବା , ତଥା ଅନ୍ୟାନ୍ୟ ନିଶାପଦାର୍ଥ ସେବନ କରିବା , ଆଦି ଶୀଘ୍ର ପତନର କାରଣ ହୋଇଥାଏ ।
ଲକ୍ଷଣ- ପୁରୁଷ ସ୍ତ୍ରୀ ସମ୍ଭୋଗ କରିବା କିଛି ସମୟପରେ ବୀର୍ଯ୍ୟପାତ ହୋଇଯାଇଥାଏ । ଶୀଘ୍ର ପତନ କାରଣରୁ ପୁରୁଷକୁ ସ୍ତ୍ରୀ ପାଖରେ ଲଜ୍ଜିତ ହେବାକୁ ପଡ଼ିଥାଏ । କାରଣ ବ୍ୟକ୍ତି ସ୍ତ୍ରୀକୁ ସନ୍ତୁଷ୍ଟ କରିପାରି ନ ଥାଏ । ଧୀରେ ଧୀରେ ବ୍ୟକ୍ତିର ଶାରୀରିକ ଶକ୍ତି କ୍ଷୀଣ ହେବାକୁ ଲାଗେ । ଏହି ରୋଗ ବଢ଼ିଯାଇ ବ୍ୟକ୍ତି ସ୍ତ୍ରୀ ସମ୍ପର୍କରେ ଆସିଲା ମାତ୍ରକେ ଧାତୁ ସ୍ଖଳିତ ହେବାକୁ ଲାଗେ । ଏପରି ପୁରୁଷର ସ୍ତ୍ରୀକୁ ଅନେକ କଷ୍ଟ ଉଠାଇବାକୁ ପଡ଼ିଥାଏ । କୌଣସି କୌଣସି ସ୍ତ୍ରୀ ଲୋକ ଏହି କାରଣରୁ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବାକୁ ବାଧ୍ୟ । ହୋଇଥାଆନ୍ତି । ଏହି ରୋଗରୁ ରକ୍ଷା ପାଇବା ପାଇଁ କେତେକ ଉପଚାର ନିମ୍ନରେଦିଆଗଲା ।
ଉପଚାର -
୧ . ଇସବଗୌଲ , ପୋସ୍ତକ ଓ ମିଶ୍ରି ୫ - ୫ ଗ୍ରାମ ନେଇ ଚୂର୍ଣ୍ଣ କରି ଗାଈକ୍ଷୀର ସହିତ ଖାଇଲେ ଏହି ରୋଗରେ ଲାଭ ମିଳିଥାଏ। ୨ . ପିଆଜ ରସ ଦୁଇ ଚାମଚ ମାତ୍ରାରେ ନେଇ ଏକ ଚାମଚ ମହୁ ମିଶାଇ ସକାଳେ ଖାଲି ପେଟରେ ଖାଇଲେ ଏହି ରୋଗ ଠିକ୍ ହୋଇଥାଏ ।
୩ . ତୁଳସୀ ଗଛର ଚେରକୁ ଚୂର୍ଣକରି ୧ - ୨ ଗ୍ରାମ ମାତ୍ରାରେ ଗାଈଘିଅରେ ମିଶାଇ ଚାଟିଲେ କିଛି ଦିନରେ ଶୀଘ୍ର ପତନ ରୋଗରେ ଲାଭ ମିଳିଥାଏ ।
୪ . ପ୍ରତିଦିନ ଚା’ରେ ୧୦ ବୁନ୍ଦା ରସୁଣ ରସ ପକାଇ ପିଇଲେ ଶୀଘ୍ର ପତନ ଦୂର ହୋଇଥାଏ ।
୫ . ମୂଳା ମଞ୍ଜିକୁ ତେଲରେ ମିଶାଇ ଗରମ କରି ( ସୋରିଷ ତେଲ ) ଥଣ୍ଡା ହେଲାପରେ ଛାଣି ମାଲିସ କଲେ ଲାଭ ମିଳିଥାଏ ।
୬ . ବବୁଲ ଗଛର ୪ - ୫ଟି ପତ୍ର ତଥା ୪ - ୫ ଗ୍ରାମ ବବୁଲ ଗଛର ଅଠାକୁ ପାଣିରେଭିଜାଇ ଚକଟି ସେହି ପାଣିକୁ ପିଇଲେ କିଛିଦିନରେ ଶୀଘ୍ର ପତନ ଦୂର ହୋଇଥାଏ ।
୭ . ଗୋଟିଏ ପାଚିଲା କଦଳୀକୁ ଚକଟି ସେଥରେ ଏକ ଚାମଚ ଗାଈଘିଅ ମିଶାଇ ସକାଳେ ପ୍ରତିଦିନ ୧୫ ଦିନ ପର୍ଯ୍ୟନ୍ତ ଖାଇଲେ ଶୀଘ୍ର ପତନ ଓ ବୀର୍ଯ୍ୟବିକାର ଦୂର ହୋଇଥାଏ ।
୮ . ଶୀଘ୍ର ପତନ ବେମାରୀରୁ ମୁକ୍ତିପାଇବା ପାଇଁ ଛୁଆରେ ( ଗଜୁର ଜାତୀୟ ଫଳ ) କୁ କ୍ଷୀରରେ ମିଶାଇ ଖିରି କରି ୧୫ ଦିନ ପର୍ଯ୍ୟନ୍ତ ଖାଇବ ।
୯ . ବିରିଡ଼ାଲିକୁ ଚୂର୍ଣକରି ଘିଅରେ ଭାଜି ମିଶ୍ରିଚୂର୍ଣ୍ଣ ମିଶାଇ ଯେତିକି ଜୀର୍ଣ୍ଣ କରିପାରିବେ ସେତିକି ସକାଳେ ଖାଇଲେ ( ୧୫ଦିନ ପର୍ଯ୍ୟନ୍ତ ) ଶୀଘ୍ର ପତନରୁ ମୁକ୍ତି ମିଳିଥାଏ ।
୧୦ . ଏହି ରୋଗରେ ପ୍ରତିଦିନ ୪ - ୫ ବୁନ୍ଦ ଲେଖାଏଁ ବରଗଛର କ୍ଷୀରରେ ଚିନିମିଶାଇ ୪୦ ଦିନ ପର୍ଯ୍ୟନ୍ତ ଚାଟିଲେ ବୀର୍ଯ୍ୟ ଗାଢ଼ା ହୋଇ ଶୀଘ୍ର ପତନ ରୋଗରୁ ମୁକ୍ତି ମିଳିଥାଏ ।