ପୌରୁଷ ଶକ୍ତି ବଢ଼ାଇବାର ଉପାୟ
ମହର୍ଷି ବାସ୍ତୋୟୋନୟନଙ୍କ କହିବା ଅନୁସାରେ ପୁରୁଷକୁ ପ୍ରଥମେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଦରକାର । ଯଦି ବ୍ୟକ୍ତି ପୂର୍ଣ୍ଣ ଆୟୁ ପର୍ଯ୍ୟନ୍ତ ବଞ୍ଚି ରହିବାକୁ ଚାହେଁ ତେବେ ତାକୁ ପୁଷ୍ଟିକାରକ ପଦାର୍ଥ ଓ ପୁଷ୍ଟିକାରକ ଯୋଗ ଗ୍ରହଣ କରିବା ଦରକାର । ଏହାଦ୍ଵାରା ଧାତୁ ପୁଷ୍ଟ ହୋଇଥାଏ ଏବଂ ମୈଥୁନ କ୍ରିୟାରେ ଅପାର ଆନନ୍ଦ ମିଳିଥାଏ ଏବଂ ଜୀବନରେ ସବୁବେଳେ ସୁଖର ମୁହୂର୍ଭ ଆସିଥାଏ । ସେପରି ଲୋକକୁ ଗ୍ଳାନି , ଦୁର୍ବଳତା , ଧାତୁକ୍ଷୟ , ଶକ୍ତିହୀନତା ଆଦିର ଅଭିଯୋଗ ଆସିନଥାଏ । ନିମ୍ନରେ କେତେକ ସହଜ ଉପଚାର ଦିଅଗଲା ।
୧ . ଅଧଲିଟର କ୍ଷୀରରେ ୩ - ୪ ଗ୍ରାମ ଶୁଣ୍ଢି ଚୂର୍ଣ୍ଣ ମିଶାଇ ଗରମ କରି ଥଣ୍ଡା ହେଲାପରେ ସକାଳେ ୧୫ ଦିନ ପର୍ଯ୍ୟନ୍ତ ପିଇଲେ ଶାରୀରିକ ଓ ମାନସିକ ଶକ୍ତି ବୃଦ୍ଧି ପାଇଥାଏ ।
୨ . ନିମ୍ବଗଛର କଅଁଳ ପତ୍ର , ଶିଶୁ ଗଛର କଅଁଳ ପତ୍ର ଓ ବଥୁଆ ଶାଗରୁ ୫ - ୫ ଗ୍ରାମ ମାତ୍ରାରେ ନେଇ ଚଟଣୀ କରି , ଏହି ଚଟଣୀରୁ ୫ ଗ୍ରାମ ମାତ୍ରାରେ ଗାଈକ୍ଷୀର ସହିତ ସେବନ କଲେ ପୌରୁଷ ଶକ୍ତି ବଢ଼ିଥାଏ ।
୩ . ଶୁଣ୍ଡି , ଶତାବରୀ , ଭୂଇଁ କଦମ୍ବକୁ ସମାନ ମାତ୍ରାରେ ନେଇ ସେଥିରେ ଅଳ୍ପ ଭାଙ୍ଗ ମିଶାଇ ବାଟି ତା ସହିତ ଅଳ୍ପ ମିଶ୍ରି ଚୂର୍ଣ୍ଣ ମିଶାଇ ସକାଳେ ଓ ସନ୍ଧ୍ୟାରେ ଗାଈକ୍ଷୀର ସହିତ ଖାଇଲେ ପୌରୁଷ ଶକ୍ତି ବଢ଼ିଥାଏ ।
୪ .୧୦୦ ଗ୍ରାମ ବବୁଲ ଅଠାକୁ ଗାଈ ଘିଅରେ ଭାଜି ଚୂର୍ଣକରି ସେଥୁରୁ ଅଧ ଚାମଚ ଚୂର୍ଣ୍ଣ ଖାଇ , ଗାଈକ୍ଷୀର ପିଇଲେ ଧାତୁ ବୃଦ୍ଧି ଘଟି ଶକ୍ତି ବୃଦ୍ଧି ହୋଇଥାଏ ।
୫ . ଗୁଳୁଚି , ଗୋଖୁରୁ , ବଂଶ ଲୋଚନ , ଛୋଟ ଅଳେଇଚ ୫୦ - ୫୦ ଗ୍ରାମ ମାତ୍ରାରେ ନେଇ ଚୂର୍ଣକରି ସେଥୁରୁ ୧୦ ଗ୍ରାମ ମାତ୍ରାରେ ମହୁ ସହିତ ଖାଇଲେ ପୌରୁଷ ଶକ୍ତି ବୃଦ୍ଧି ପାଇଥାଏ ।
୬ . ରସୁଣ , ପିଆଜ , ଗାଜର ରସ କିଛିଦିନ ପର୍ଯ୍ୟନ୍ତ ପିଇଲେ ବଳ , ବୀର୍ଯ୍ୟ ବୃଦ୍ଧି ପାଇଥାଏ ।
୭ . ପାଚିଲା ବରଫଳ ୧୦୦ ଗ୍ରାମ ଓ ଅଶ୍ଵ ଫଳ ୧୦୦ ଗ୍ରାମକୁ ଶୁଖାଇ ଚୂର୍ଣ୍ଣ କରି ସମ ପରିମାଣର ମିଶ୍ରି ଚୂର୍ଣ୍ଣ ମିଶାଇ ଏକ ଚାମଚ ମାତ୍ରାରେ ଚୂର୍ଣ୍ଣ ଗାଈ କ୍ଷୀର ସହିତ ସକାଳେ ଓ ସନ୍ଧ୍ୟାରେ ଖାଇଲେ ପୌରୁଷ ଶକ୍ତି ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଏ ।
୮ . ଅଶ୍ଵଗନ୍ଧା ୧୫୦ ଗ୍ରାମ , ଗୁଳୁଚି ୫୦ ଗ୍ରାମ , ଧନିଆ ୧୦୦ ଗ୍ରାମ , ମେଥି ୧୦୦ ଗ୍ରାମ୍ ସବୁକୁ ମିଶାଇ ବାଟି ବୁଟ ମାପର ଗୁଳି ତିଆରି କରି ରଖନ୍ତୁ । ରାତିରେ ଶୋଇବା ପୂର୍ବରୁ ଦୁଇଟି ଲେଖାଏଁ ଗୁଳି ଗାଈକ୍ଷୀର ସହିତ ଖାଇଲେ ପୌରୁଷ ଶକ୍ତି ବଢ଼ିଥାଏ ।
୯ . ବଉଳ ଗଛର ଶୁଖିଲା ଛେଲି , ବବୁଲ ଗଛର କଅଁଳ ପତ୍ର , ଶତାବରୀ ସମସ୍ତରୁ ୫୦ - ୫୦ ଗ୍ରାମ ମାତ୍ରାରେ ନେଇ ଶୁଖାଇ ଚୂର୍ଣ୍ଣ କରି ସେଥିରେ ୧୫୦ - ୨୦୦ ଗ୍ରାମ ମିଶ୍ରି ଚୂର୍ଣ୍ଣ ମିଶାଇ ରଖନ୍ତୁ । ସେହି ଚୂର୍ଣ୍ଣରୁ ୫ ଗ୍ରାମ ମାତ୍ରାରେ ଗାଈକ୍ଷୀରରେ ମିଶାଇ ପିଇଲେ ଅଦ୍ଭୁତ ରୂପରେ ପୌରୁଷ ଶକ୍ତି ବୃଦ୍ଧି ପାଇଥାଏ ।
ଯୌନାଙ୍ଗ ଶିଥୁଳତା
୨ . ଛେଳି ଘିଅ କିଛିଦିନ ପର୍ଯ୍ୟନ୍ତ ଯୌନାଙ୍ଗରେ ମାଲିସ କଲେ ଶିଥୁଳତା ଦୂର ହୋଇଥାଏ ।
୩ . ବେଲ ପତ୍ର ରସରେ ମହୁ ମିଶାଇ ଯୌନାଙ୍ଗରେ ମାଲିସ୍ କଲେ ଶିଥୁଳତା ଦୂର ଦୂର ହୋଇଥାଏ ।
୪ . ସୁହାଗାକୁ ବାଟି ମହୁରେ ମିଶାଇ ଯୌନାଙ୍ଗରେ ମାଲିସ କଲେ ୧୦ - ୧୫ ଦିନରେ ଶିଥୁଳତା ଦୂର ହୋଇଥାଏ ।
୫ . ଘୁଷୁରୀ ଚର୍ବିରେ ମହୁ ମିଶାଇ ଯୌନାଙ୍ଗରେ ମାଲିସ କଲେ ଶିଥୁଳତା ଦୂର ହୁଏ ।
୬ . ହୀରା ହେଙ୍ଗୁରେ ମହୁ ମିଶାଇ ମାଲିସ୍ କଲେ ଯୌନାଙ୍ଗ ଶିଥୁଳତା ଦୂର ହୋଇଥାଏ ।
୭ . ଅଶ୍ଵରଂଧା ' ଚୂର୍ଣ୍ଣକୁ ଚମେଲି ତେଲରେ ମିଶାଇ ମାଲିସ କଲେ ଯୌନାଙ୍ଗ ଶିଥୁଳତା
୮ . ଚମେଲି ତେଲରେ ରାଈସୋରିଷ ବଟା ମିଶାଇ ଲେପ ଦେଲେ ଯୌନାଙ୍ଗ ଶିଥୁଳତା ଖୁବ୍ କମ୍ ଦିନରେ ଠିକ୍ ହୋଇଥାଏ ।
ଅଣ୍ଡକୋଷ ଫୁଲା ଓ ବୃଦ୍ଧି
୧ . ୨୫ ଗ୍ରାମ ଆମ୍ବପତ୍ର , ୧୦ ଗ୍ରାମ ସୈନ୍ଧବ ଲବଣକୁ ବାଟି ଅଳ୍ପ ଉଷୁମ କରି ଲେପ ଦେଲେ ଅଣ୍ଡକୋଷ ବୃଦ୍ଧି ଭଲ ହୋଇଯାଇଥାଏ ।
୨ . କଞ୍ଚା ଧୂଆଁପତ୍ରକୁ ନିଆଁରେ ସେକି ଅଣ୍ଡକୋଷରେ ବାନ୍ଧିଲେ ଫୁଲା କମିଯାଇଥାଏ | ଯଦି କଞ୍ଚା ଧୂଆଁପତ୍ର ନମିଳେ ତେବେ ଶୁଖିଲା ଧୂଆଁପତ୍ର ନେଇ ସେଥ୍ରେ ପାଣି ଛିଞ୍ଚ୍ ନରମ କରି , ତା ଉପରେ ରାଶିତେଲ ଲଗାଇ ନିଆଁରେ ସେକି ଦିଅନ୍ତୁ । ଅଳ୍ପ ଉଷୁମ ଥାଇ ଅଣ୍ଡକୋଷରେ ବାନ୍ଧିଲେ ଫୁଲା ଓ ଦରଜ କମିଯାଇଥାଏ ।
୩ . ମହୁଲ ଗଛର ପତ୍ରକୁ ପାଣିରେ ସିଝାଇ ସେହି ବାମ୍ଫକୁ ଅଣ୍ଡକୋଷରେ ଦେଲେ ଶୀଘ୍ର ଫୁଲା ଓ ଦରଜ ଠିକ୍ ହୋଇଯାଇଥାଏ।
ପ୍ରମେହ ରୋଗ
ଏହି ରୋଗ ସାଧାରଣତଃ ଧାତୁ ପତଳା ହେବା କାରଣରୁ ହୋଇଥାଏ । ଏହାର ଅନ୍ୟ କାରଣ ମଧ୍ୟ ଅତ୍ୟଧିକ ମୈଥୁନ , ସ୍ଵପ୍ନଦୋଷ , ହସ୍ତ ମୈଥୁନ ଆଦି । ଏହି ରୋଗରେ ବିନା ଉତ୍ତେଜନାରେ ବୀର୍ଯ୍ୟପାତ ହୋଇଥାଏ । ଏପରିକି ମଳତ୍ୟାଗ କରିବା ସମୟରେ ସାମାନ୍ୟ ପ୍ରେସର ଦେଲେ ମଧ୍ୟ ବୀର୍ଯ୍ୟପାତ ଘଟିଥାଏ । ଏହାଦ୍ଵାରା ରୋଗୀର ଶରୀର ଦିନକୁ ଦିନ କ୍ଷୀଣ ହୋଇ ଅବସାଦଗ୍ରସ୍ଥ ହୋଇଯାଇଥାଏ ଏବଂ ରୋଗୀ ଶକ୍ତିହୀନ ହୋଇଯାଇ ଥାଏ । ଆଖିତଳେ କଳାଦାଗ ଦେଖାଦିଏ ଓ ଆଖି ଭିତରକୁ ପଶିଯାଇଥାଏ । ଏପରି ରୋଗୀକୁ ଆରମ୍ଭରୁ ଚିକିତ୍ସା କରା ନ ଗଲେ ରୋଗ ଭୟାନକ ରୂପ ଧାରଣ କରିଥାଏ । ଏହି ରୋଗରୁ ମୁକ୍ତି ପାଇବା ପାଇଁ କେତେକ ଉପଚାର ନିମ୍ନରେ ଦିଆଗଲା ।
୧ . ସୁନାରୀ ଗଛର ମଞ୍ଜିକୁ ଗୁଣ୍ଡ କରି ମିଶ୍ର ସହିତ ପାଣିରେ ଭିଜାଇ ସକାଳେ ସେହି ପାଣିକୁ ଛାଣି ପଇଲେ କିଛି ଦିନରେ ପ୍ରମେହ ରୋଗ ଠିକ୍ ହୋଇଥାଏ ।
୨ . କୁସୁମ ( ଗେଣ୍ଡୁ ) ଗଛର ପତ୍ର ଓ ଫୁଲ ରସରେ ମିଶ୍ରି ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ପ୍ରମେହ ରୋଗରେ ଲାଭ ମିଳିଥାଏ ।
୩ . ପ୍ରମେହ ରୋଗରେ ଭୂଇଁଅଁଳା ଗଛର ରସ ୧ - ୨ ଚାମଚ ମାତ୍ରାରେ କିମ୍ବା ଚୂର୍ଣ୍ଣ ୩ ଗ୍ରାମ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ଖାଇଲେ ଲାଭ ମିଳିଥାଏ ।
୪ . ସକାଳୁ ଖାଲି ପେଟରେ ଶାଳପର୍ଣ୍ଣୀ ପତ୍ରର ରସ ୫ - ୧୦ ମି.ଲି. ମାତ୍ରାରେ କିଛିଦିନ ନିୟମିତ ରୂପେ ଖାଇଲେ ପ୍ରମେହ ରୋଗ ଠିକ୍ ହୋଇଥାଏ ।
୫ . ଏହି ରୋଗରେ ବବୁଲ ଗଛର କଅଁଳ ପତ୍ରର ଚୂର୍ଣ୍ଣ ୩ ଗ୍ରାମ ମାତ୍ରାରେ ପାଣି ସହିତ ଖାଇଲେ ଲାଭ ମିଳିଥାଏ ।
୬ . ଅମର ପୋଇ ପତ୍ର ରସ କିଛିଦିନ ସକାଳୁ ଖାଲି ପେଟରେ ପିଇଲେ ଏହି ରୋଗ ଠିକ୍ ହୋଇଯାଇଥାଏ ।
୭ . ପୁରୁଣୀ ଗଛକୁ ଶୁଖାଇ ଚୂର୍ଣକରି ଏକ ଗ୍ରାମ ଚୂର୍ଣ୍ଣରେ ମିଶ୍ରିଗୁଣ୍ଡ ମିଶାଇ ଖାଇଲେ କିଛିଦିନରେ ପ୍ରମେହ ରୋଗ ଠିକ୍ ହୋଇଯାଇଥାଏ ।
୮ . ଗୁଳୁଚି ରସରେ ମହୁ ମିଶାଇ ପିଇଲେ ମେହ ପଡ଼ିବା କିଛିଦିନରେ ବନ୍ଦ ହୋଇଥାଏ ।
୯ . ଗୁଡ଼ ରଖାଯାଇଥିବା ବର୍ଷକରୁ ଅଧ୍ବକ ପୁରୁଣା ଅଖାକୁ ପୋଡ଼ି ଭଷ୍ମକରି କପଡ଼ାରେ ଖଲି ୧ - ୧ ଚାମଚ ମାତ୍ରାରେ ସେହି ଭଷ୍ମରୁ ପାଣି ସହିତ ଖାଇଲେ ମେହ ପଡ଼ିବା କିଛିଦିନରେ ବନ୍ଦ ହୋଇଯାଇଥାଏ ।
୧୦ . ଅଁଳାଚୂର୍ଣ୍ଣ ଓ ହରିଡ଼ାଚୂର୍ଣ୍ଣ ସମମାତ୍ରାରେ ମିଶାଇ ଏକ ଚାମଚ ମାତ୍ରାରେ ପ୍ରତିଦିନ କ ଖାଇବ ।
ଯୌନରୋଗ । ଗନେରିଆ ରୋଗ କଣ? gonorrhea treatment | odia health tips
ଏହି ରୋଗରେ ଯୌନାଙ୍ଗର ଭିତର ଅଂଶ ଫୁଲିଯାଏ , ପରିସ୍ରା କଲାବେଳେ ଭୀଷଣ ଜ୍ଵଳନ ହୋଇଥାଏ । ଏହି ରୋଗ ସ୍ତ୍ରୀ ଶରୀରରୁ ପୁରୁଷ ଯୌନାଙ୍ଗକୁ ଓ ପୁରୁଷର ଶରୀରରୁ ସ୍ତ୍ରୀ ଲୋକଙ୍କ ଯୌନାଙ୍ଗକୁ ବ୍ୟାପିଥାଏ । ଏହି ରୋଗ ସାଧାରଣତଃ ଦୂଷିତ ସଂସର୍ଗ କାରଣରୁ ହୋଇଥାଏ । କେବେ କେବେ ସମ୍ଭୋଗ କଲାପରେ ପରିସ୍ରା ନ କଲେ ଶୁକ୍ରାଣୁ ଯୌନାଙ୍ଗର ନଳୀରେ ଅଟକିଯାଇ କ୍ଷତି ପହଞ୍ଚାଇଥାନ୍ତି । ବେଶ୍ୟାଗମନ କରିବା ତଥା ଗନେରିଆ ସଂକ୍ରମିତ ସ୍ତ୍ରୀ ଲୋକ ସହିତ ଯୌନ ସମ୍ପର୍କ ରଖିଲେ ଏହି ରୋଗ ହୋଇଥାଏ । ଗନେରିଆ ସଂକ୍ରମିତ ରୋଗୀ ପରିସ୍ରା କରିଥିବା ଜାଗାରେ ପରିସ୍ରା କଲେ ମଧ୍ୟ ଏହି ରୋଗ ହୋଇଥାଏ । ଏହି ରୋଗର ଚିକିତ୍ସା ସଙ୍ଗେ ସଙ୍ଗେ କରାଇବା ଉଚିତ । ଚିକିତ୍ସା କରାଇବା ପୂର୍ବରୁ ରୋଗୀ ୧ - ୨ ଚାମଚ ମାତ୍ରାରେ ଜଡ଼ାତେଲ ପିଇପେଟକୁ ସଫା କରାଇ ନେବା ଦରକାର । ଏହି ରୋଗର କେତେକ ଉପଚାର ନିମ୍ନରେ ଦିଆଗଲା ।
ଉପଚାର -
୧ . ଜିରା ୧୦ - ୧୨ ଗ୍ରାମ , କଲମୀସୋରା ୬ ଗ୍ରାମ , ରେଓନ୍ଚିନି ୮ ଗ୍ରାମ୍ , ଶୀତଳ ଚିନି ୬ ଗ୍ରାମ , ତରଭୁଜ ମଞ୍ଜି ୧୦ - ୧୨ ଗ୍ରାମ ସମସ୍ତକୁ ମିଶାଇ ବାଟି ପାଣିରେ ଗୋଳାଇ ଛାଣି ରଖନ୍ତୁ ଓ ଏଥିରୁ ୩୦ - ୩୫ ଗ୍ରାମ ମାତ୍ରରେ ନେଇ ମିଶ୍ର ଗୁଣ୍ଡ ମିଶାଇ ଦିନରେ ୩ - ୪ ଥର ପିଇଲେ ଯୌନାଙ୍ଗ ଫୁଲା କମିଯାଇ ଗନେରିଆ ରୋଗ ଭଲ ହୋଇଯାଇଥାଏ ।
୨ . ଫିଟିକିରି ୪ ଗ୍ରାମ୍ , ଶୀତଳ ଚିନି ୬ ଗ୍ରାମ୍ , ଧଳାଖଇର ୬ ଗ୍ରାମ , ବଡ଼ ଅଳେଇଚ ମଞ୍ଜି ୬ ଗ୍ରାମ୍ , ସେଲଖଡ଼ି ୬ ଗ୍ରାମ ଓ ରାଲ ୬ ଗ୍ରାମ ସମସ୍ତକୁ ମିଶାଇ ଚୂର୍ଣକରି କପଡ଼ାରେ ଛାଣି ୪ ଗ୍ରାମ ମାତ୍ରାରେ କ୍ଷୀର ସହିତ ଖାଇଲେ ୪ - ୬ ଦିନରେ ଏହି ରୋଗରେ ଲାଭ ମିଳିଥାଏ ।
୩ . ବେଲ ଗଛର ଚେରକୁ କୁଟି ରାତିରେ ପାଣିରେ ଭିଜାଇ ସକାଳେ ଛାଣି ସେହି ପାଣିରେ ମିଶ୍ରି ଗୁଣ୍ଡ ମିଶାଇ ପିଇଲେ କିଛି ଦିନରେ ଗନେରିଆ ରୋଗ ଭଲ ହୋଇଥାଏ ।
୪ . ଲାଭକୁ ଖିରି କରିଖାଇଲେ ଏହି ରୋଗରେ ଲାଭ ମିଳିଥାଏ ।
୫ . ନିମ୍ବଗଛର ଅଠାରେ ମିଶ୍ରି ମିଶାଇ ଖାଇଲେ ଗନେଇଆ ରୋଗ ଠିକ୍ ହୋଇଥାଏ ।
୬ . ଘି ’ କୁମାରୀ ରସରେ ମିଶ୍ରି ଗୁଣ୍ଡ ମିଶାଇ ଖାଇଲେ ଏହିରୋଗରେ ଲାଭ ମିଳେ ।
୭ . ଗୁଳୁଚି ରସ ୨୫ – ୩୦ ମି.ଲି.ରେ , ୬ ଗ୍ରାମ ମହୁ ମିଶାଇ ପିଇଲେ ପରସ୍ରାଜ୍ଵଳନ ବନ୍ଦ ହୋଇ ଯୌନାଙ୍ଗ ଫୁଲା କମିଯାଇଥାଏ ।
୮ . ଅଁଳାରସ ୨୦ - ୩୦ ଗ୍ରାମରେ ଏକ ଚାମଚ ହଳଦୀଗୁଣ୍ଡ ଓ ଏକ ଚାମଚ ମହୁ ମିଶାଇ ପିଇଲେ ଗନେରିଆ ଜନିତ ଯୌନାଙ୍ଗ ଫୁଲା କମିଯାଇ ରୋଗ ଠିକ୍ ହୋଇଥାଏ । ଯଦି କଞ୍ଚା ଅଁଳା ନମିଳେ ତେବେ ଶୁଖିଲା ଅଁଳା ଗୁଣ୍ଡ ୧୦ - ୧୨ ଗ୍ରାମରେ ଅଳ୍ପ ହଳଦୀ ଓ ମହୁ ମିଶାଇ ଖାଇଲେ ଏହି ରୋଗରେ ଲାଭ ମିଳିଥାଏ ।
୯ . ହଳଦୀ ଓ ଅଁଳାଗୁଣ୍ଡ ସମମାତ୍ରାରେ ନେଇ ସେଥିରେ ସମାନ ମାତ୍ରାରେ ମିଶ୍ରିଗୁଣ୍ଡ ମିଶାଇ ୧୦ - ୧୨ ଗ୍ରାମ ମାତ୍ରାରେ ଚୂଈଁ ଖାଇ ପାଣି ପିଇଲେ ଗନେରିଆ ରୋଗରେ ଲାଭ ମିଳିଥାଏ ।
୧୦ , ରାତିରେ ୨୦ - ୨୫ ଗ୍ରାମ ଅଳସୀକୁ ପାଣିରେ ଭିଜାଇ ସକାଳେ ଛାଣି ସେଥରେ ୨୦ - ୨୫ ଗ୍ରାମ ମିଶ୍ରି ଗୁଣ୍ଡ ମିଶାଇ ସେହି ପାଣିକୁ ପିଇଲେ ଗନେରିଆ ଭଲ ହୋଇଥାଏ ।
୧୧ . କଦଳୀ ଗଛର ରସ ୪୦ - ୫୦ ମି.ଲି. ମାତ୍ରାରେ ପିଇଲେ ଯୌନାଙ୍ଗ ଫୁଲା କମିଯାଇ ଡି ଗନେରିଆ ଭଲ ହୋଇଯାଇଥାଏ।
୧୨ . ସକାଳେ ବରଗଛର କ୍ଷୀର ୫ - ୭ ବୁନ୍ଦରେ ଚିନି ମିଶାଇ ଖାଇଲେ ୨ - ୩ ଦିନରେ ଯୌନାଙ୍ଗ ଫୁଲା କମିଯାଇଥାଏ ।
୧୩ . ଶିରୀଷ ଗଛର ପତ୍ରକୁ ବାଟି ପାଣିରେ ଗୋଳି ଛାଣି ମିଶ୍ରିଗୁଣ୍ଡ ମିଶାଇ ପିଇଲେ ୧ ୨ ଦିନରେ ଲାଭ ମିଳିଥାଏ ।
୧୪ . ତ୍ରିଫଳା ଚୂର୍ଣ୍ଣରେ ଚୁଟକୁ ଭିଜାଇ ପ୍ରତିଦିନ ସକାଳେ ଖାଇଲେ ଗନେରିଆ ରୋଗ ଠିକ୍ ହୋଇଥାଏ ।
୧୫ . ଚନ୍ଦନ ତେଲ ୧୫ - ୨୦ ବୁନ୍ଦାରେ ମିଶ୍ରି ଚୂର୍ଣ୍ଣ ମିଶାଇ ଖାଇ ପାଣି ପିଇଲେ ୪ - ୫ ଦିନରେ ଯୌନାଙ୍ଗ ଫୁଲା କମିଯାଇ ଗନେରିଆ ରୋଗ ଭଲ ହୋଇଥାଏ ।
୧୬ . ଭଜା ଫିଟିକିରି ଚୂର୍ଣ୍ଣ ୧ - ୨ ଗ୍ରାମରେ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ୬ - ୭ ଦିନରେ ଯୌନାଙ୍ଗ ଫୁଲା କମିଯାଇଥାଏ ।
୧୭ . ଫିଟିକିରି ଚୂର୍ଣ୍ଣ ୫ ଗ୍ରାମକୁ ଥଣ୍ଡା ପାଣିରେ ଗୋଳି ଛାଣି ଯୌନାଙ୍ଗ ଛିଦ୍ରରେ ପିଚକାରୀ ,ଦିନରେ ୨ - ୩ ଥର ଦେଲେ ଲାଭ ମିଳିଥାଏ ।
୧୮ . ଜାଇଫଳ କିମ୍ବା ତ୍ରିଫଳାଚୂର୍ଣ୍ଣକୁ ପାଣିରେ ଗୋଳି ସେହିପାଣିରେ ଯୌନାଙ୍ଗକୁ ବୁଡ଼ାଇ ରଖିଲେ ଗନେରିଆ ଜନିତ ଯୌନାଙ୍ଗ ଫୁଲା କମିଯାଇଥାଏ ।
୧୯ . ଶୁଖିଲା ଭେଣ୍ଡି ମଞ୍ଜିକୁ ଚୂର୍ଣ୍ଣ କରି କପଡ଼ାରେ ଛାଣି ୪୦ ଗ୍ରାମ ଚୂର୍ଣ୍ଣରେ , ୪୦ ୧୦ ଗ୍ରାମ୍ ମିଶ୍ରି ଚୂର୍ଣ୍ଣ ମିଶାଇ ଓ ୬ ଗ୍ରାମ୍ ଛୋଟ ଅଳେଇଚ ଗୁଣ୍ଡ ମିଶାଇ ସେଥ୍ରୁ ୬ ଗ୍ରାମ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ କଞ୍ଚାକ୍ଷୀର ସହିତ ଖାଇଲେ ଏକ ସପ୍ତାହରେ ଯୌନାଙ୍ଗଫୁଲା କମିଯାଇ ଗନେରିଆ ରୋଗ ଭଲ ହୋଇଯାଇଥାଏ।