AIDS | ଏଡ୍‌ସ ରୋଗ ହୋଇଥିଲେ କଣ କରିବେ ? What to do if you have AIDS ? Odia health tips | Odia Bhai PK

Odia Bhai PK
0

 ଏଡ୍‌ସ ରୋଗ 




ଏଡ୍‌ସ ରୋଗ ଭାରତ ବାହାରୁ ଆସିଥିବା ଏକ ଭୟାନକ ମାରାତ୍ମକ ରୋଗ । ଏହାର ଆକ୍ରାନ୍ତରେ ଆସିଲେ ବ୍ୟକ୍ତି ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଟାଣି ହୋଇଯାଏ । ଏହି ରୋଗକୁ ଇଂରାଜୀରେ ଏକ୍ଵାର୍ଡ଼ ଇମ୍ୟୁନିଡ଼ିଫିସିଏନ୍ବୀ ସିଣ୍ଡ୍ରୋମ ( ଏଡ଼ସ୍ ) କୁହନ୍ତି । ଏହି ରୋଗ ଶରୀରର ଏକ ସ୍ଥିତିର ନାମ ଅଟେ । ଏଡ଼ସ ହେବା ସ୍ଥିତିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସମାପ୍ତ ହୋଇଯାଇଥାଏ । ଯେଉଁଥ ପାଇଁ ଶରୀରରେ ହେଉଥିବା ଯେକୌଣସି ରୋଗ ଠିକ୍ ହୋଇପାରେ ନାହିଁ । 

କାରଣ- ଏହି ରୋଗର ମୁଖ୍ୟ କାରଣ ହେଲା , ପରସ୍ତ୍ରୀ କିମ୍ବା ପରପୁରୁଷ ସହିତ ଯୌନ ସଂବନ୍ଧ ରଖିବା , ଅପ୍ରାକୃତିକ ଯୌନ ସମ୍ବନ୍ଧ ମଧ୍ୟ ଅନ୍ୟ ଏକ କାରଣ ଅଟେ । ଏଡ୍‌ସ ପୀଡ଼ିତ ବେଶ୍ୟା , କଲଗାର୍ଲସ୍ ବା ଏହିପରି ବ୍ୟକ୍ତି ସହିତ ଯୌନ ସମ୍ବନ୍ଧ ରଖିବା ଦ୍ଵାରା , ଏଡ୍‌ସ ରୋଗୀର ରକ୍ତ ଅନ୍ୟ ଲୋକର ଶରୀରରେ ପ୍ରବେଶ କରିଗଲେ ଏହି ରୋଗ ହୋଇଥାଏ । ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ସୁରକ୍ଷିତ ଯୌନ ସମ୍ବନ୍ଧ ରଖିବା ଅତ୍ୟନ୍ତ ଆବଶ୍ୟକ । ଏହି ରୋଗର କିଛି ଉପଚାର ନିମ୍ନରେ ଦିଆଗଲା । 

ଉପଚାର - 

୧ . ହୀରା ଭଷ୍ମର ଅନୁପାତ ମିଶ୍ରଣ ଏକଗ୍ରାମ , ସ୍ଵର୍ଶ ବସନ୍ତ ମାଳତୀ ପାଞ୍ଚଗ୍ରାମ , ଶୀଲାଜିତ ବଟି ଅମ୍ବରଯୁକ୍ତ ୧୦ ଗ୍ରାମ୍ , ମୃଗାଙ୍ଗ ରସ ୨ ଗ୍ରାମ ଏବଂ ଲକ୍ଷ୍ମୀବିଳାସ ରହ ସ୍ଵର୍ଷଯୁକ୍ତ ୫ ଗ୍ରାମ୍ ଏହି ସମସ୍ତକୁ ମିଶାଇ ୪୦ଟି ପୁଡ଼ିଆ କରନ୍ତୁ ପ୍ରତିଦିନ ୧ - ୧ ପୁଡ଼ିଆ ସକାଳେ ଓ ସନ୍ଧ୍ୟାରେ ମହୁରେ ମିଶାଇ ଖାଆନ୍ତୁ । ଖାଦ୍ୟ ଖାଇଲାପରେ ଅଧକପ୍ ପାଣିରେ ‘ ଅଶ୍ଵଗନ୍ଧାରିଷ୍ଟ ଓ ଦ୍ରାକ୍ଷାସବ ୪ - ୪ ଚାମଚ ମିଶାଇ ଦିନରେ ଦୁଇଥର ପିଅନ୍ତୁ । ଶୋକ ଓ ସନ୍ତାପ ତ୍ୟାଗକରି ଶୁଦ୍ଧ ସ୍ଥାନରେ ରହିଲେ ଏହି ଟେକାପାତର ରୋଗରେ ଲାଭ ମିଳିଥାଏ । 

୨ . ହୀରା ଭଷ୍ମ ୨ ଗ୍ରାମ , ସ୍ଵର୍ବଭଷ୍ମ ୨୦ ଗ୍ରାମ୍ , ପୂର୍ଣ୍ଣ ଚନ୍ଦ୍ରୋଦୟ ବିଶେଷ ୨୦ ଗ୍ରାମ , ଅଭ୍ରକଭଷ୍ଟ ସହସ୍ରବୁଟୀ ୨୦ ଗ୍ରାମ୍ , ମୋତିପିଷ୍ଟୀ ନଂ - ୧ , ୨୦ ଗ୍ରାମ୍ ସମସ୍ତକୁ ମିଶାଇ ୧୮୮ ଗ୍ରାମ ମାତ୍ରାରେ କ୍ଷୀର ସର କିମ୍ବା ଲହୁଣୀ ସହିତ ଖାଇଲେ ୧୦ ଦିନରେ ଶରୀର ସୁସ୍ଥ ହୋଇଯାଇଥାଏ । ଯଦି ଏଡ଼ସ ଅନ୍ତିମ ସ୍ତରରେ ପହଞ୍ଚିନଥାଏ ତେବେ ଏହି ଔଷଧ ଖାଇବା ଦ୍ବାର ବିଶେଷ ଲାଭ ମିଳିଥାଏ । 

୩ . ଏହି ଭୟାନକ ଏଡ୍‌ସ ରୋଗରୁ ଦୂରେଇ ରହିବାକୁ ହେଲେ ସଂଯମ ରକ୍ଷା କରିବା ହେଲା ସର୍ବୋତ୍ତମ ଉପାୟ ।

ସିଫ୍‌ଲିସ୍ – ( ଉପଦଂଶ )



ସିଫଲିସ୍ ଏକ ବିଷାକ୍ତ ରୋଗ ଅଟେ । ଯାହା ଖୁବ୍ ଶୀଘ୍ର ଶରୀରରେ ବ୍ୟାପି ଯାଇଥାଏ । ଏହି ରୋଗରେ ଲିଙ୍ଗ ଓ ଗୁଆରେ ଛୋଟ ଛୋଟ ଦାନା ଭଳି ଫଳିଯାଇ ପରମୁହୂର୍ଭରେ ପାଚିଯାଇ ଘାଆରେ ପରିଣତ ହୋଇଯାଇଥାଏ ଓ ଏଥୁରୁ ଦୁର୍ଗନ୍ଧ ଯୁକ୍ତ ପୂଜ ମଧ୍ଯ ବାହାରିଥାଏ । ଯୌନାଙ୍ଗ ଫୁଲିଯାଇଥାଏ ଓ ୮ - ୧୦ ଦିନ ମଧ୍ୟରେ ସଂକ୍ରମିତ ହୋଇ ଜଙ୍ଘରେ ଗଣ୍ଠି ହେବାକୁ ଆରମ୍ଭ କରିଦେଇଥାଏ । ଏହି ରୋଗକୁ ଶୀଘ୍ର ଚିକିତ୍ସା କରାନଗଲେ ଏହା ଚରମ ସୀମାରେ ପହଞ୍ଚିଯାଇ ମୃତ୍ୟୁ ମୁଖରେ ମଧ୍ୟ ପକାଇପାରେ । ଏହି ରୋଗର କେତେକ ଉପଚାର ନିମ୍ନରେ ଦିଆଗଲା । 

ଉପଚାର - 

୧ . ତ୍ରିଫଳା ଚୁଣ୍ଡିକୁ ପାଣିରେ ସିଝାଇ ଅଳ୍ପ ପାଣିରେ ମହୁ ମିଶାଇ ଯୌନାଙ୍ଗରେ ହୋଇଥିବା ଘାଆରେ ଲେପଦେଲେ ଶୀଘ୍ର ଶୁଖିଯାଇଥାଏ 

୨ . ଖଇର , କର୍ପୂର ଓ ସିନ୍ଦୂରକୁ ମିଶାଇ ମଲମ ତିଆରି କରି ହୋଇଥିବା ଘାଆରେ ।ଲେପଦେଲେ ସିଫଲିସ୍ ରୋଗ ଭଲ ହୋଇଥାଏ । 

୩ . ମହମ ଓ ଖଇରକୁ ପେଷ୍ଟ କରି ଯୌନାଙ୍ଗରେ ହୋଇଥିବା ଘାଆରେ ଲଗାଇଲେ ଏହି ରୋଗ ଭଲ ହୋଇଯାଇଥାଏ । 

୪ . ଡାଳିମ୍ବ ଗଛର ଛେଲିକୁ ବାଟି ସିଫିଲସ୍ ଜନିତ ଘାଆରେ ଲଗାଇଲେ ରୋଗଶୀଘ୍ର ଭଲ ହୋଇଯାଇଥାଏ । 

୫ . ନିମ୍ବପତ୍ରକୁ ବାଟି ଘାଆରେ ଲେପଦେଲେ ସିଫଲିସ୍ ରୋଗ ଭଲ ହୋଇଯାଇଥାଏ ।

୬ .  କେଶରାଜ ରସରେ ସକାଳେ ଓ ସନ୍ଧ୍ୟାରେ ସିଫଲିସ୍ ଜନିତ ଘାଆକୁ ଧୋଇଲେ ଶୀଘ୍ର ଭଲ ହୋଇ ଯାଇଥାଏ । 

୭ . ନିମ୍ବ କିମ୍ବା ତ୍ରିଫଳାକୁ ପାଣିରେ ସିଝାଇ ସେହି ପାଣିରେ ଯୌନାଙ୍ଗକୁ ଧୋଇଲେ ଘାଆରେ ଥିବା ବିଷାକ୍ତ କୀଟାଣୁ ମରିଯାଆନ୍ତି ଓ ଘାଆ ଶୀଘ୍ର ଶୁଖିଯାଇଥାଏ । 

୮ .  ମଞ୍ଜୁଆତି ପତ୍ରରସ ୩୦ - ୩୫ ମି.ଲି.ରେ ୨୫ - ୩୦ ଗ୍ରାମ ମିଶ୍ରି ଗୁଣ୍ଡ ମିଶାଇ ୧୦ - ୧୨ ଦିନ ପର୍ଯ୍ୟନ୍ତ ପିଇଲେ ସିଫଲିସ୍ ଜନିତ ଗରମୀ ଠିକ୍ ହୋଇଯାଇଜ୍ଵଳନ ଶାନ୍ତ ହୋଇଯାଏ ।

୯ . ଗୁଳୁଚିକୁ ପାଣିରେ ସିଝାଇ ସେହି କାଢ଼ାରେ ଏକ ଚାମଚ ଲେଖାଏଁ ଜଡ଼ାତେଲ ୦ % ପକାଇ ପିଇଲେ କିଛିଦିନରେ ଏହି ରୋଗ ଠିକ୍ ହୋଇଯାଏ । 

୧୦ . ଜୁଆଣୀ ୨୦ ଗ୍ରାମ , ସୋରିଷ ୨୦ ଗ୍ରାମ ଓ ଗୋଲମରିଚ ୨୦ ଗ୍ରାମକୁ ଚୂର୍ଣ୍ଣ କରି ଗାଈଘିଅରେ ମିଶାଇ ଛୋଟ ଛୋଟ ଗୁଳି କରି ରଖନ୍ତୁ । ସେହି ଗୁଳିରୁ ଗୋଟିଏ ଲେଖାଏଁ ସକାଳେ ଓ ସନ୍ଧ୍ୟାରେ ଖାଇଲେ ସିଫଲିସ୍ ରୋଗ ଭଲ ହୋଇଥାଏ । 

୧୧ . ଯଦି ଘାଆରେ ପୋକ ହୋଇଯାଇଥାନ୍ତି , ତେବେ ନିମ୍ବପତ୍ର ସିଝା ପାଣିରେ ଘାଆକୁ ଧୋଇ ନିମ୍ବପତ୍ରକୁ ବାଟି ଲଗାଇଲେ ଓ ବେଲପତ୍ରକୁ ବାଟି ପାଣିରେ ଗୋଳି ଛାଣି ପିଇଲେ ୧୫ - ୨୦ ମିନିଟ୍ ଭିତରେ ସବୁ ପୋକ ମରିଯାଆନ୍ତି ତ ଘାଆ ମଧ୍ୟ ଶୀଘ୍ର ଭଲ ହୋଇଯାଏ । 

୧୨ . ଅଁଳା , ଖଇର , କେଶରାଜ , ଅକରକରା ଓ ଧଳାଗୁଆ ସମସ୍ତରୁ ସମାନ ମାତ୍ରାରେ ନେଇ ଚୂର୍ଣକରି କପଡ଼ାରେ ଛାଣି ଅଳ୍ପ ପାଣି ମିଶାଇ ଛୋଟ ଛୋଟ ଗୁଳି କରି ରଖନ୍ତୁ । ସକାଳେ ଓ ସନ୍ଧ୍ୟାରେ ଗୋଟିଏ ଲେଖାଏଁ ଗୁଳି ଖାଇ ପାଣି ପିଇଲେ ସିଫ୍‌ଲିସ୍ ରୋଗ ଭଲ ହୋଇଯାଇଥାଏ । 

୧୩ . ଖଇରକୁ ଘିଅରେ ମିଶାଇ ଯୌନାଙ୍ଗରେ ହୋଇଥିବା ଘାଆରେ ଲଗାଇଲେ ସିଫିଲିସ୍ ରୋଗ ଭଲ ହୋଇଯାଇଥାଏ । 

୧୪ . ଗୁଆକୁ ବାଟି ସିଫଲିସ୍ ଜନିତ ଘାଆରେ ଲେପଦେଳେ ଘାଆ ଶୀଘ୍ର ଶୁଖି ଯାଇ ରୋଗ ଭଲ ହୋଇଯାଇଥାଏ । 

୧୫ . ବିରିଡ଼ାଲି ଓ ତ୍ରିଫଳାକୁ ସମାନ ମାତ୍ରାରେ ନେଇ ଜଳାଇ ଭଗ୍ନ କରି , ସେହି ଭଷ୍ମକୁ ମହୁ ମିଶାଇ ଯୌନାଙ୍ଗରେ ହୋଇଥିବା ଘାଆରେ ଲେପଦେଲେ ଘାଆ ଶୀଘ୍ର । ଶୁଖିଯାଇଥାଏ । 

୧୬ . ଜଡ଼ା ମଞ୍ଜିକୁ ବାଟି ଗହମ ଓ ଯଅ ସିଝା ଅଳ୍ପ ପାଣିରେ ମିଶାଇ ଉଷୁମ କରି ଘାଆ → ଉପରେ ଲେପଦେଲେ ଉପଦଂଶଜନିତ ଘାଆ ଭଲ ହୋଇଯାଇଥାଏ । 

୧୭ . ଗନ୍ଧକକୁ ଚୂର୍ଣକରି ଘିଅରେ ମିଶାଇ ସିଫଲିସ୍ ଯୋଗୁଁ ହୋଇଥିବା ଘାଆରେ ଲଗାଇଲେ ଶୀଘ୍ର ଶୁଖିଯାଇଥାଏ । 

୧୮ . କନିଅର ଗଛର ଚେରକୁ ପାଣିରେ ଘୋରି ଘାଆରେ ଲଗାଇଲେ ଏହା ଶୁଖିଯାଇ ରୋଗ ଭଲ ହୋଇଯାଏ ।


Health benefits of watermelon seeds: ତରଭୁଜ ମଞ୍ଜି ବି ଶରୀରକୁ ଦେଇଥାଏ ଅନେକ ଫାଇଦା




Health benefits of watermelon seeds: ତରଭୁଜ ମଞ୍ଜି ବି ଶରୀରକୁ ଦେଇଥାଏ ଅନେକ ଫାଇଦା, ଖାଇଲେ ମିଳିଥାଏ ଏହିସବୁ ଲାଭ!
Health benefits of watermelon seeds: ସାଧାରଣତଃ ତରଭୁଜ ଖାଇ ସାରିବା ପରେ ଲୋକେ ଏହାର ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି। ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଆପଣ ଫିଙ୍ଗି ଦେଉଛନ୍ତି ତାହା ସୁସ୍ଥ ପାଇଁ ବେଶ ଉପଯୋଗୀ ହୋଇଥାଏ ।

Health benefits of watermelon seeds: ତରଭୁଜ କାହାକୁ ବା ଭଲ ନ ଲାଗେ? ପଟିକୁ ସୁଆଦିଆ ଲାଗିବା ସହ ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଖରା ଦିନେ ତରଭୁଜର ଚାହିଦା ବଜାରରେ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ଜଳୀୟ ଅଂଶ ସଠିକ ଭାବରେ ରହିବା ସହ ଏହା ଶରୀରକୁ ଖରା ଦାଉରୁ ରକ୍ଷା କରିଥାଏ। ଏଥିରେ ୯୨ ଭାଗ ପାଣି ରହିଥାଏ। ତେଣୁ ଖରାଦିନେ ଏହା ଏକ ଉତ୍ତମ ଖାଦ୍ୟ ଅଟେ। ତେବେ ସାଧାରଣତଃ ତରଭୁଜ ଖାଇ ସାରିବା ପରେ ଲୋକେ ଏହାର ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି? ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଆପଣ ଫିଙ୍ଗି ଦେଉଛନ୍ତି ତାହା କେତେ ଯେ ଉପକାରୀ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଏସବୁ ଜିନିଷ ରହିବା ନିହାତି ଜରୁରୀ ଯାହା ଏକ ତରଭୁଜ ମଞ୍ଜିରେ ଭରପୂର ମାତ୍ରାରେ ରହିଥାଏ।

ତରଭୁଜ ମଞ୍ଜି ହେଉଛି ମୋନୋଅନସ୍ୟାଚୁରେଟେଡ଼ ଓ ପଲିଅନସେଚୁରେଟେଡ଼ ଫ୍ୟାଟି ଏସିଡ଼ର ଏକ ଭଲ ଉତ୍ସ। ଏହା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇଂଫ୍ଲେମେଟୋରୀ ଏଜେଣ୍ଟ ରୂପେ କାମ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମର ମାତ୍ରା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତରଭୁଜ ମଞ୍ଜିରେ ମାଇକ୍ରୋ ନିଉଟ୍ରିଏଣ୍ଟ୍ସ‌, ଆଇରନ (Iron), ଜିଙ୍କ, ପ୍ରୋଟିନ୍ ଓ ଫାଇବର (Fiber) ଭରପୂର ମାତ୍ରାରେ ରହିଥାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଏସବୁ ଜିନିଷ ରହିବା ନିହାତି ଜରୁରୀ। ତରଭୁଜ ମଞ୍ଜିରେ କମ୍ କ୍ୟାଲୋରୀ ଥିବା ହେତୁ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହିତକର ହୋଇଥାଏ । ମୁଠାଏ ତରଭୁଜ ମଞ୍ଜିରେ ୦.୨୯ ଗ୍ରାମ୍ ଆଇରନ୍ ଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ଗର୍ଭବତୀ ମହିଳାଙ୍କ ପାଇଁ ତରଭୁଜ ମଞ୍ଜି ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ଖାଇବା ଦ୍ବାରା ଗର୍ଭାବସ୍ଥାର ବିଭିନ୍ନ ସମସ୍ୟାକୁ ଦୂରେଇ ହେବା ସହ ଉଭୟ ମାଆ ଓ ଛୁଆକୁ ସୁସ୍ଥ ରହିଥାଆନ୍ତି। ଏଥିରେ ଥିବା ଜିଙ୍କ ପୁରୁଷମାନଙ୍କଠାରେ ଶୁକ୍ରାଣୁ ସଂଖ୍ୟା ବଢାଇ ଥାଏ। ଏହାଛଡା ପ୍ରଜନନ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଉପକାରୀ ହୋଇଥାଏ । ତରଭୁଜ ମଞ୍ଜି ପ୍ରୋଟିନ୍, ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍, ମ୍ୟାଗ୍ନେସିୟମ୍, ଜିଙ୍କ ପରି ପୁଷ୍ଟିକର ପଦାର୍ଥରେ ପରିପୂର୍ଣ୍ଣ। ଏହା ଆମ ଶରୀରକୁ ଅନେକ ଲାଭ ଯୋଗାଇ ଥାଏ। ଆସନ୍ତୁ ଜାଣିବା ତରଭୂଜ ମଞ୍ଜି ଖାଇବା ଦ୍ୱାରା ଶରୀରରକୁ କି ପ୍ରକାର ଉପକାର ମିଳିଥାଏ। ଚର୍ମକୁ ସୁସ୍ଥ ରଖେ ତରଭୁଜ ମଞ୍ଜି ଆପଣଙ୍କ ଚର୍ମକୁ ସଫା କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। ଏଥିରୁ ବାହାରୁ ଥିବା ତେଲ ବିଭିନ୍ନ ସୌନ୍ଦର୍ଯ୍ୟ ଦ୍ରବ୍ୟ ତିଆରି କରିବାରେ ବ୍ୟବହୃତ ହୁଏ। ମୁହଁରୁ କଳା ଦାଗ ଓ ବ୍ରଣ ଆଦି ହଟାଇବାରେ ଏହା ସାହାଯ୍ୟ କରୁଥିବା ବେଳେ ବୟସ ପୂର୍ବରୁ ବୃଦ୍ଧାବସ୍ଥାକୁ ଏହା ଦୂର କରିଥାଏ। ତରଭୁଜ ମଞ୍ଜିରେ ଥିବା ମ୍ୟାଗ୍ନେସିୟମ ସାମୟିକ ଭାବରେ ଚର୍ମର ରୂପକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଶୁଷ୍କ ଓ କୁଞ୍ଚିତ ଚର୍ମ ପାଇଁ ଆପଣ ଏହାକୁ ବ୍ୟବହାର କରି ପାରିବେ। ତରଭୁଜ ମଞ୍ଜି ଆପଣଙ୍କ ଦୁର୍ବଳ, ଶୁଷ୍କ ଚର୍ମ ପାଇଁ ଏକ ମଏଶ୍ଚରାଇଜର ଭାବେ କାର୍ଯ୍ୟ କରିଥାଏ। ଏଥିରେ ଥିବା ଜିଙ୍କର କୋଷ ବିଭାଜନ, ପ୍ରୋଟିନ ସିନ୍ଥେସିସ୍‌ ଓ ମରାମତି କରିବା କ୍ଷମତା ଯୋଗୁଁ ଏହା ବାର୍ଦ୍ଧକ୍ୟ ହେବା ପ୍ରକ୍ରିୟାକୁ ମନ୍ଥର କରି ପାରେ କେଶକୁ ମଜବୁତ କରିବାରେ ସାହାଯ୍ୟ କରେ କେଶକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ଆପଣ ତରଭୁଜ ମଞ୍ଜିର ବ୍ୟବହାର କରିପାରିବେ। ତରଭୁଜ ମଞ୍ଜି ପ୍ରୋଟିନ୍, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ, ଓ କପରରେ ପରିପୂର୍ଣ୍ଣ, ଯାହା କେଶକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହି ମଞ୍ଜିଗୁଡ଼ିକ ଆପଣଙ୍କ କେଶକୁ ମଜବୁତ କରିବା ଓ କେଶର ଘନତ୍ୱ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ମାଙ୍ଗାନିଜ କେଶ ଝଡିବା ଓ ନଷ୍ଟ ହେବାରୁ ରକ୍ଷା କରିଥାଏ। ହୃତପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୁଏ ତରଭୁଜ ମଞ୍ଜି ହୃତପିଣ୍ଡକୁ ଅନେକ ଉପାୟରେ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହା ମୋନୋଅନସ୍ୟାଚୁରେଟେଡ଼ ଓ ପଲିଅନସେଚୁରେଟେଡ଼ ଫ୍ୟାଟି ଏସିଡ଼ର ଏକ ଉତ୍ତମ ଉତ୍ସ ଯାହା କି ହୃଦଘାତ, ଷ୍ଟ୍ରୋକରୁ ରକ୍ଷା କରିବାରେ ଉପଯୋଗୀ ଅଟେ। ଏହି ମଞ୍ଜିରେ ଅଧିକ ପରିମାଣର ମ୍ୟାଗ୍ନେସିୟମ୍ ଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ହୃତପିଣ୍ଡ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। ତରଭୁଜ ମଞ୍ଜି ଏକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିଅକ୍ସିଡାଣ୍ଟ ଓ ଭାସୋଡିଲେଟର (Anti-inflammatory, Antioxidant, and Vasodilator) ଭାବରେ କାର୍ଯ୍ୟ କରେ ଯାହା ହୃତପିଣ୍ଡର କାର୍ଯ୍ୟ କ୍ଷମତା ବଢାଇବାରେ ସାହାଯ୍ୟ କରେ। ଏଥିରେ ଥିବା ଆଇରନ ବା ଲୌହ ଶରୀରରେ ଅମ୍ଲଜାନଯୁକ୍ତ ରକ୍ତ କଣିକା (Oxygenated blood) ବହନ କରିଥାଏ। ଏହା ହୃତପିଣ୍ଡରେ କ୍ୟାଲସିୟମର ଗତିକୁ ନିୟନ୍ତ୍ରଣ କରିଥାଏ। ରକ୍ତରେ ଶର୍କରା ସ୍ତର କମାଇ ଥାଏ ଅନିୟନ୍ତ୍ରିତ ବ୍ଲଡ଼ ସୁଗାର ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ତରଭୁଜ ମଞ୍ଜି ଏକ ସଞ୍ଜିବନୀ ପରି କାମ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ (Magnesium), କାର୍ବୋହାଇଡ୍ରେଟ (carbohydrates) ଗୁଡିକର ମେଟାବୋଲିଜିମ୍‌ ନିୟନ୍ତ୍ରଣ କରିଥାଏ। ଏହାଦ୍ୱାରା ରକ୍ତରେ ଶର୍କରା ପରିମାଣ ବୃଦ୍ଧି ହୋଇନଥାଏ। ଏହି ମଞ୍ଜି ଗୁଡି଼କ ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଶରୀରରେ ମେଟାବୋଲିଜିମ୍‌ ବୃଦ୍ଧି କରେ ତରଭୁଜ ମଞ୍ଜି ଫୋଲେଟ୍, ଆଇରନ୍, ଜିଙ୍କ, ତମ୍ବା, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଆମିନୋ ଏସିଡ୍ ଓ ଭିଟାମିନ୍ ବି କମ୍ପ୍ଲେକ୍ସ ପରି ପୁଷ୍ଟିକର ପଦାର୍ଥରେ ଭରପୂର ଅଟେ। ଏହି ପୋଷକ ତତ୍ତ୍ୱ ଶରୀରର ପ୍ରାକୃତିକ ମେଟାବୋଲିଜିମ୍ ବୃଦ୍ଧି କରିବା ସହିତ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ସହାୟକ ହୋଇଥାଏ। ଶ୍ୱାସ ରୋଗ କମାଇବାରେ ସାହାଯ୍ୟ କରେ ତରଭୁଜ ମଞ୍ଜିରେ ଭିଟାମିନ୍ ସି ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ଶ୍ୱାସରୋଗ ବା ଆସ୍ଥମା ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଭିଟାମିନ୍ ସି ଏକ ଶକ୍ତିଶାଳୀ ଡାଏଟାରୀ ଆଣ୍ଟିଅକ୍ସିଡାଣ୍ଟ ଅଟେ ଓ ଏହା ଆସ୍ଥମାର ପ୍ରଭାବ ଧିରେ ଧିରେ ଶରୀରରୁ କମାଇ ଥାଏ। ଶ୍ୱାସ ରୋଗର ନିରାକରଣ ନିମନ୍ତେ ତରଭୂଜ ମଞ୍ଜିର ବ୍ୟବହାରକୁ ନେଇ ବୈଜ୍ଞାନିକ ମାନେ ଅଧିକ ଗବେଷଣା ଜାରି ରଖିଛନ୍ତି। ତଥାପି ଏହି ରୋଗ ପାଇଁ ତରଭୂଜ ମଞ୍ଜିର ବ୍ୟବହାର ଏକ ନିରାପଦ ଉପଚାର ଅଟେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top