Special diseases of women | ସ୍ତ୍ରୀଲୋକଙ୍କର ବିଶେଷ ରୋଗ | Odia health tips | Odia Bhai PK

Odia Bhai PK
0

 ସ୍ତ୍ରୀଲୋକଙ୍କର ବିଶେଷ ରୋଗ 



( ଗର୍ଭ ନ ରହିବା ( ବନ୍ଧ୍ୟାତ୍ଵ ) , ମାସିକଧର୍ମ ଅନିୟମତା , ଅଧ୍ବକ ମାସିକ ସ୍ରାବ , ପ୍ରଦରରୋଗ , ଗର୍ଭ ନିରୋଧ , ଗର୍ଭାଶୟ ବିକାର , ପ୍ରସବ ପୀଡ଼ା , ପ୍ରସବ ପରେ ପେଟ ଫୁଲିଲେ , ସ୍ତନଢିଲା ପଡ଼ିବା , ସ୍ତନହରା , ସ୍ତନରେ ଗଣ୍ଠି , ଗର୍ଭାଶୟ ଦୋଷ , ଗର୍ଭାଶୟ ବାହାରକୁ ଆସିଲେ , ମଳଦ୍ଵାର ବାହାରି ଆସିଲେ ) 

ପ୍ରକୃତି ପୁରୁଷ ତଥା ସ୍ତ୍ରୀ ଲୋକଙ୍କର ଶାରୀରିକ ଅଙ୍ଗରେ ଭିନ୍ନତା ରଖିଛି । ଏହି ଭିନ୍ନତା କାରଣରୁ ସ୍ତ୍ରୀ ରୋଗର ଚିକିତ୍ସା ମଧ୍ୟ ଭିନ୍ନ ଧରଣର ହୋଇଥାଏ । ସ୍ତ୍ରୀ ଲୋକଙ୍କର ସ୍ତନ , ଯୋନି , ଗର୍ଭାଶୟ ଆଦି ଅଙ୍ଗରେ ଅନେକ ବିଶିଷ୍ଟତା ଥିବା କାରଣରୁ , ସେମାନଙ୍କ ଅନ୍ୟ ଅଙ୍ଗ ଅପେକ୍ଷା ଏହି ଅଙ୍ଗ ଗୁଡ଼ିକର ମହତ୍ତ୍ଵ ଅଧ୍ୟକ ଅଟେ । ପ୍ରସବ ଏହି ଅଙ୍ଗଗୁଡ଼ିକର ଏକ ରୂପ ଅଟେ । ଈଶ୍ଵର ସୃଷ୍ଟି ରଚନାର ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ଏହି ଅଙ୍ଗଗୁଡ଼ିକର ଦ୍ଵାରା ସମ୍ପୂର୍ଣ କରାଇଛନ୍ତି । କିନ୍ତୁ କେବେ କେବେ ଏହି ବିଶେଷ ଅଙ୍ଗଗୁଡ଼ିକର ବିକାର ଉତ୍ପନ୍ନ ହେବା କାରଣରୁ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ । ତା ମଧ୍ୟରୁ ପ୍ରଦରରୋଗ , ସୋମରୋଗ , ଯୋନିରୋଗ , ବନ୍ଧ୍ୟାତ୍ଵ ଆଦି ମୁଖ୍ୟ ରୋଗ ଅଟେ ।


ଗର୍ଭ ନ ରହିବା – ( ବନ୍ଧ୍ୟାତ୍ଵ ) 


ପୁରୁଷ ସହିତ ସମ୍ପର୍କ ରଖିଲା ପରେ ବି ଯଦି ଗର୍ଭ ନ ରହିଲା ତାକୁ ବନ୍ଧ୍ୟାତ୍ଵ କୁହାଯାଇଥାଏ । ଏହା ନୁହେଁ ଯେ ସେ କେବେହେଲେ ମା ’ ହୋଇପାରିବନି , ଯଦି ଉଚିତ ଉପଚାର କରାଯାଏ ସେ ମା ’ ହୋଇପାରିବ । 

କାରଣ- ସ୍ତ୍ରୀ ଲୋକ ମାନଙ୍କର କେତେକ ବିଶେଷ କାରଣରୁ ଗର୍ଭ ରହିନଥାଏ ଯଥା ଶାରୀରିକ ଦୁର୍ବଳତା , ଜରାୟୁରେ ଗଣ୍ଠି , ଜରାୟୁ ବଙ୍କାରେ ରହିବା , ଯୋନି ଛୋଟ ହେବା ମାସିକ ଧର୍ମରେ ଅନିୟମତା , ଅଧିକ ସମ୍ଭୋଗ , ଯୌନେନ୍ଦ୍ରିୟରେ ରୋଗ , ଶରୀରରେ ଚର୍ବି ବଢ଼ିଯିବା ଆଦି କାରଣରୁ ସନ୍ତାନ ଉତ୍ପନ୍ନ କରିବାର ଶକ୍ତି କମିଯାଇଥାଏ । ଲକ୍ଷଣ- ଏହି ରୋଗରେ ସ୍ତ୍ରୀ ଲୋକଙ୍କର ମାସିକ ଧର୍ମ ଠିକ୍ ହୋଇନଥାଏ । ସମୟ ସମୟରେ ଗର୍ଭରେ ଛୁଞ୍ଚି ଫୋଡ଼ିଲା ଭଳି ଲାଗିଥାଏ । କେବେ କେବେ ମଧ୍ୟ ଗର୍ଭରେ ପୀଡ଼ା ହୋଇଥାଏ । ସମ୍ଭୋଗ କରିବା ସମୟରେ ସବୁକିଛି ଠିକ୍‌ଠାକ୍ ରହିଲେ ମଧ୍ୟ ଗର୍ଭ ରହି ନ ଥାଏ । ଗର୍ଭ ରହିବା ସ୍ଥାନ ଛୋଟ , ଦୁର୍ବଳ ତଥା ଭିତରେ ଗଲୁ ହେଲାଭଳି ଲାଗିଥାଏ । ଗର୍ଭାଶୟରେ ଜ୍ଵଳନ , ଫୁଲା ଆଦି ଦେଖାଦେଇଥାଏ।

ଉପଚାର - 

୧ . ଗର୍ଭାଶୟରେ କୌଣସି ପ୍ରକାରର ଦୋଷ ଦେଖାଦେଲେ ଏକ ଚାମଚ ମେଥ୍ ବୃଦ୍ଧିରେ ଅଳ୍ପ ଗୁଡ଼ ମିଶାଇ କିଛିଦିନ ଖାଇଲେ ଗର୍ଭାଶୟ ଠିକ୍ ହୋଇଯାଇଥାଏ ।

୨ . ଦିନରେ ଦୁଇଥର ପାନମଧୁରୀ ଅର୍କ ପିଇଲେ ଲାଭ ମିଳିଥାଏ । 

୩ . ଗମ୍ଭାରୀ ଗଛ ଚେରର ଛେଲିକୁ ପାଣିରେ ସିଝାଇ ସେହି କାଢ଼ାକୁ ଏକ କପ୍ ମାତ୍ରାରେ କିଛିଦିନ ପିଇଲେ ଲାଭ ମିଳିଥାଏ ।

୪ . ଛଅ ଗ୍ରାମ ପାନମଧୁରୀ ଚୂଣ୍ଣ ଗାଈଘିଅ ସହିତ ତିନିମାସ ପର୍ଯ୍ୟନ୍ତ ସେବନ କଲେ । ନିଶ୍ଚିତ ରୂପେ ଗର୍ଭଧାରଣ ହୋଇଥାଏ । 

୫ . ଯଦି ସ୍ତ୍ରୀ ଲୋକ ମୋଟି ହୋଇଥାଏ , ତେବେ ୬ଗ୍ରାମ ଶତାବରୀ ଚୂର୍ଣ୍ଣ ୧୨ଗ୍ରାମ ଘିଅ ତଥା କ୍ଷୀର ସହିତ ସେବନ କଲେ ଗର୍ଭ ରହିଥାଏ। 

୬ . ବର ଓହଳକୁ ଶୁଖାଇ ଚୂର୍ଣ୍ଣ କରି ମାସିକ ଧର୍ମଠାରୁ ୫ - ୬ ଦିନ ପର୍ଯ୍ୟନ୍ତ ଦୁଇ ଚାମଚ ମାତ୍ରାରେ ଥଣ୍ଡା ପାଣି ସହିତ ଖାଇବ । ଏହାଦ୍ଵାରା ଗର୍ଭ ଧାରଣ ଶକ୍ତି ଆସି ଯାଇଥାଏ । 

୭ . ଚାରି ଚାମଚ ସୋରିଷକୁ ଚୂର୍ଣକରି , ମାସିକ ଧର୍ମ ଚତୁର୍ଥ ଦିନରୁ ଏକ ଚାମଚ ମାତ୍ରାରେ ଖାଇ ପାଣି ପିଇଲେ ଗର୍ଭ ରହିବାର ସମ୍ଭାବନା ବଢ଼ିଯାଇଥାଏ ।

୮ .  ମାସିକ ଧର୍ମ ଭିତରେ ଅଶ୍ଵଗନ୍ଧାକୁ ପାଣିରେ ସିଝାଇ ସେହି କାଢ଼ାକୁ ପିଇଲେ ସନ୍ତାନ ଉତ୍ପତ୍ତିର ଶକ୍ତି ବଢ଼ିଥାଏ । 

୯ . ସକାଳେ ମୁହଁ ନ ଧୋଇ ଛେଳିକ୍ଷୀର ପିଇଲେ ମଧ୍ୟ ଗର୍ଭଧାରଣରେ ଲାଭ ମିଳିଥାଏ | 

୧୦ . ଗୁଆ ଓ ନାଗକେଶର ୧୦ - ୧୦ ଗ୍ରାମ ନେଇ ଚୂର୍ଣକରି କପଡ଼ାରେ ଛାଣି ଏକ ଚିମୁଟେ ଲେଖାଏଁ ଚୂର୍ଣ୍ଣ ପ୍ରତିଦିନ ଖାଇଲେ , ଗର୍ଭାଶୟ ବିକାର ଦୂର ହୋଇ po 2 ଗର୍ଭଧାରଣର ଶକ୍ତି ବଢ଼ିଥାଏ । 


ମାସିକ ଧର୍ମ ବନ୍ଦ ହୋଇଯିବା ବା ଠିକ୍ ସମୟରେ ନ ହେବା 


ମାସିକ ଧର୍ମ ସ୍ତ୍ରୀ ଲୋକଙ୍କର ଏକ ସ୍ଵାଭାବିକ ପ୍ରକ୍ରିୟା ଅଟେ । ଯଦି ମାସିକ ଧର୍ମରେ ଅନିୟମିତତା ଦେଖାଦିଏ , ତେବେ ଶରୀରରେ ବିଭିନ୍ନ ରୋଗ ଉତ୍ପନ୍ନ ହୋଇଥାଏ ମାସିକ ଧର୍ମ ସୂଚାରୁ ରୂପେ ନ ହେଲେ ମାତୃତ୍ଵ ସୁଖରୁ ମଧ୍ୟ ବଞ୍ଚିତ ହେବାର ସମ୍ଭାବନା ରହିଥାଏ । 

କାରଣ- ଶରୀରରେ ଅଳସୁଆପଣ , ରକ୍ତହୀନତା , ମୈଥୁନଦୋଷ , ଋତୁସ୍ରାବ ସମୟରେ ଥଣ୍ଡା ଜିନିଷ ଖାଇବା , ଥଣ୍ଡା ହେବା , ପାଣିରେ ଅଧିକ ସମୟ ଭିଜିବା , ଅଯଥାରେ ଏଣେ ତେଣେ ବୁଲିବା , ଶୋକ , କ୍ରୋଧ , ଦୁଃଖ , ମାନସିକ ଦୁଶ୍ଚିନ୍ତା ତଥା ମାସିକ ଧର୍ମ ସମୟରେ ଖାଇବା ପିଇବାରେ ଅସାବଧାନତା ଆଦି କାରଣରୁ ମାସିକ ଧର୍ମ ବନ୍ଦ ହୋଇଯାଇଥାଏ ବା ଠିକ୍ ସମୟରେ ହୋଇନଥାଏ । 

ଲକ୍ଷଣ- ଗର୍ଭାଶୟରେ କଷ୍ଟ ହେବା , ଭୋକ ନ ଲାଗିବା , ବାନ୍ତ , କୋଷ୍ଠବଦ୍ଧତା , ସ୍ତନରେ ଦରଜ , କ୍ଷୀର କମ୍ ଆସିବା , ଛାତି ଧଡ଼ଧଡ଼ ହେବା , ଶ୍ଵାସ ନେବାରେ କଷ୍ଟ ହେବା , କାନରେ ବିଭିନ୍ନ ପ୍ରକାରର ଶବ୍ଦ ହେବା , ନିଦ ନ ହେବା , ଝାଡ଼ା ହେବା , ପେଟରେ ବ୍ୟଥା , ଶରୀରର ସ୍ଥାନେ ସ୍ଥାନେ ଫୁଲିଯିବା , ମାନସିକ ଦୁଶ୍ଚିନ୍ତା , ହାତ , ଗୋଡ଼ ଓ ଅଣ୍ଟାରେ ବ୍ୟଥା , ସ୍ଵରଭଙ୍ଗ , ଥକ୍କାପଣ , ସମସ୍ତ ଶରୀର ଦରଜ ଆଦି ଲକ୍ଷଣ ମାସିକ ଧର୍ମ ବନ୍ଦ ହେଲେ ଦେଖାଦେଇଥାଏ । 

ଉପଚାର - 

୧ . ଗୋଲମରିଚ ଗୁଣ୍ଡ ୩ ଗ୍ରାମ ମାତ୍ରାରେ ମହୁ ମିଶାଇ ଖାଇଲେ ମାସିକ ଧର୍ମରେ ସୁଧାର ଆସିଥାଏ । 

୨ . ଦୁବଘାସ ରସ ଏକ ଚାମଚ ମାତ୍ରାରେ କିଛିଦିନ ସକାଳେ ପିଇଲେ ଋତୁସ୍ରାବ ନିୟମିତ ରୂପେ ହୋଇଥାଏ । 

୩ . ଅମୃତଭଣ୍ଡା ପାଚିଲା କିମ୍ବା କଞ୍ଚାକୁ ତରକାରି କରି ଖାଇଲେ ମାସିକ ଧର୍ମ ଠିକ୍ ରୂପେ ହୋଇଥାଏ । 

୪ . ଘି ’ କୁମାରୀ ରସ ୨ - ୩ ଚାମଚ ମାତ୍ରାରେ ୧୫ - ୨୦ ଦିନ ପର୍ଯ୍ୟନ୍ତ ଖାଇଲେ ମାସିକ ଧର୍ମ ନିୟମିତ ରୂପେ ହୋଇଥାଏ । 

୫ . ଏକ କପ୍ ପିଆଜ ସୁପ୍ କରି ସେଥିରେ ଗୁଡ଼ ମିଶାଇ ପିଇଲେ ଅଟକିଥିବା ମାସିକ ଧର୍ମ ଠିକ୍ ହୋଇଯାଇଥାଏ । 

୬ . ୧୦ ଗ୍ରାମ ରାଶି , ୨ ଗ୍ରାମ୍‌ ଗୋଲମରିଚ , ଦୁଇଟି ଛୋଟ ପିପ୍ପଳୀ ତଥା ଅଳ୍ପ ଚିନି ମିଶାଇ କାଢ଼ା ତିଆରି କରି ପିଇଲେ ମାସିକ ଧର୍ମ ଠିକ୍ ହୋଇଯାଇଥାଏ ।

 ୭ . ତୁଳସୀ ଗଛ ଚେରକୁ ଚୂର୍ଣ୍ଣକରି ମହୁ ସହିତ ଏକ ଚାମଚ ମାତ୍ରାରେ ଖାଇଲେ କିଛିଦିନରେ ମାସିକ ଧର୍ମ ଠିକ୍ ହୋଇଯାଇଥାଏ ।

୮ . ୫୦ ଗ୍ରାମ୍ ଶୁଣୁ , ୩୦ ଗ୍ରାମ ଗୁଡ଼ , ୫ ଗ୍ରାମ୍ ବାଇବିଡ଼ଙ୍ଗ ତଥା ୫ ଗ୍ରାମ ସ୍ଵଅକୁ ମୋଟା ମୋଟା କୁଟି ସେଥିରୁ ଏକ ଚାମଚ ନେଇ ଦୁଇକପ୍ ପାଣିରେ ସିଝାଇ ଏକ କପ୍ ରହିଲେ ଛାଣି , ଥଣ୍ଡାକରି ପିଇଲେ ଅଟକି ଯାଇଥିବା ମାସିକ ଧର୍ମ ଖୋଲି ଯାଇଥାଏ। 

୯ . ଦିନରେ ୩ ଥର ୨ - ୨ ଗ୍ରାମ ଲୁଣକୁ ଉଷୁମ ପାଣିରେ ପକାଇ ପିଇଲେ ବନ୍ଦ । ହୋଇଥିବା ମାସିକ ଧର୍ମ ଖୋଲିଯାଏ । 

୧୦ . ଏକଗ୍ରାମ ମାତ୍ରାରେ ଭଜା ଯାଇଥିବା ସୁହାଗାକୁ ପାଣିରେ ଗୋଳି ପିଇଲେ ମାସିକ । ଧର୍ମର ଅନିୟମତା ଦୂର ହୋଇଥାଏ ଓ ଗର୍ଭାଶୟ ଶୁଦ୍ଧ ହୋଇଥାଏ । 

୧୧ . ତେଜପତ୍ରକୁ ପାଣିରେ ସିଝାଇ ସେହି କାଢ଼ାକୁ ପିଇଲେ ଋତୁସ୍ରାବରେ ଅନିୟମତା । ବଧା ଦୂର ହୁଏ । 

୧୨ . ଶୁଖିଲା ଆମ୍ବପତ୍ରକୁ ପୋଡ଼ି ଭଗ୍ନ କରି କପଡ଼ାରେ ଛାଣି ଏକ ଚାମଚ ମାତ୍ରାରେ ଭଷ୍ଠ ପାଣିରେ ଗୋଳି ପିଇଲେ ଅଟକି ଯାଇଥିବା ଋତୁସ୍ରାବ ନିୟମିତ ରୂପେ ହୋଇଥାଏ । 

୧୩ . ପାଞ୍ଚ ଆଙ୍ଗୁଳିଆ ଗଛର ଚେରକୁ ବାଟି ମଥାରେ ଲୋପଦେଲେ ଅଟକିଯାଇଥିବା ଋତୁସ୍ରାବ ନିୟମିତ ହୋଇଯାଇଥାଏ । 

୧୪ . ଯଦି ମାସିକ ଧର୍ମ ବନ୍ଦ ହୋଇଯାଇଥାଏ , ତେବେ ମୂଳା ମଞ୍ଜି , ସୋୟାବିନ୍ , ମେଥ୍ ତଥା ଗାଜର ମଞ୍ଜି ସମାନ ମାତ୍ରାରେ ନେଇ ୪ - ୪ ଗ୍ରାମ ମାତ୍ରାରେ ବୃଷ୍ଟି , ପାଣି ସହିତ ଖାଇଲେ ଅଟକି ଯାଇଥିବା ମାସିକ ଧର୍ମ ଖୋଲିଯାଏ । 

୧୫ . ପାଣିରେ ସପୁରୀ ପତ୍ରକୁ ସିଝାଇ ଥଣ୍ଡା କରି ଛାଣି ସେହି ପାଣିକୁ ପିଇଲେ ମାସିକ ଧର୍ମର ଅନିୟମତା ଦୂର ହୋଇଥାଏ । 

୧୬ . କଲରା ପତ୍ରକୁ ବାଟି ପାଣିରେ ଗୋଳି କିଛିଦିନି ପିଇଲେ ମାସିକ ଧର୍ମ ଠିକ୍ ହୋଇଥାଏ । 

୧୭ . ଶୁଖିଲା ଅଁଳାଚୂର୍ଣ୍ଣ ୧୦ ଗ୍ରାମ , ଜିରାଚୂର୍ଣ୍ଣ ୫ ଗ୍ରାମ୍‌ରେ ମିଶ୍ରିଗୁଣ୍ଡ ମିଶାଇ ଖାଇଲେ ଲାଭ ମିଳିଥାଏ ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top