ଅଧୂକ ମାସିକ ସ୍ରାବ
କେବେ କେବେ କୌଣସି କାରଣରୁ ମହିଳାମାନଙ୍କର ଅଧିକ ମାତ୍ରାରେ ମାସିକ ସ୍ରାବ ହୋଇଥାଏ । ଏପରି ସ୍ଥିତିରେ ସ୍ତ୍ରୀଲୋକମାନଙ୍କୁ ବହୁତ କଷ୍ଟ ଓ ଅସ୍ଥିରତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯଦି ପ୍ରାରମ୍ଭରୁ ଏହି ରୋଗର ଉପଚାର ହୋଇଯାଏ ତେବେଘାତକ ପରିଣାମର ସମ୍ଭାବନା ରୁହେ ନାହିଁ ।
କାରଣ- ଗର୍ଭାଶୟରେ ଗଣ୍ଠି କିମ୍ବା ଘାଆ ହୋଇଯିବା , ଡିମ୍ବଗ୍ରନ୍ଥି ଠିକ୍ ରୂପେ ତିଆରି ନ ହୋଇଥିବା , ହିଷ୍କ୍ରିୟା ରୋଗ , ସ୍ନାୟୁ ଦୁର୍ବଳତା , କାମଳ ରୋଗ , ବାୟୁରୋଗ , ଗର୍ଭାଶୟ ନିଜ ସ୍ଥାନରୁ ଘୁଞ୍ଚାଯିବା ବା ମୋଡ଼ି ହୋଇଯିବା , ଜରାୟୁରେ ରକ୍ତ ଅଟକିବା , ଋତୁ ସମୟରେ ମୈଥୁନ କରିବା , ଅତ୍ୟଧ୍ବକ ଥଣ୍ଡା ଆଦି କାରଣରୁ ମାସିକ ସ୍ରାବ ଅଧିକ ମାତ୍ରାରେ ହୋଇଥାଏ ।
ଲକ୍ଷଣ- ଅଣ୍ଟା ଓ ଜଙ୍ଘରେ ଭୀଷଣ ବ୍ୟଥାହେବା , ଅଳସୁଆ ଲାଗିବା , କାମ କରିବା ପ୍ରତି ଅନିଚ୍ଛା ଆଦି ଲକ୍ଷଣ ଅଧ୍ଵକ ମାସିକ ସ୍ରାବ ପରେ ଦେଖାଦେଇଥାଏ ।
ଉପଚାର - ୧ . ପିପ୍ପଳୀ ଚୂର୍ଣ୍ଣ ଏକ ଗ୍ରାମ ମାତ୍ରାରେ ମହୁ ସହିତ ମିଶାଇ ଚାଟିଲେ ସ୍ତ୍ରୀ ଲୋକଙ୍କର ଅଧିକ ଋତୁସ୍ରାବ ଦୂର ହୋଇଥାଏ ।
କଞ୍ଚା ଅମୃତଭଣ୍ଡାରସ ଦୁଇ ଚାମଚ ମାତ୍ରାରେ ଦିନରେ ୨ ଥର ପିଇଲେ ଅଧିକ ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥାଏ ।
୩ . ମଟରକୁ ପାଣିରେ ସିଝାଇ ସେହି ପାଣିକୁ ଥଣ୍ଡାକରି ଛାଣି ପିଇଲେ ମାସିକ ଋତୁସ୍ରାବ ସ୍ଵାଭାବିକ ରୂପେ ହୋଇଥାଏ ।
୪ . ଦୁଇ ଚାମଚ ଧନିଆ ଗୁଣ୍ଡକୁ ଚାଉଳ ଧୁଆ ପାଣି ସହିତ ଖାଇଲେ ଋତୁସ୍ରାବ ଶୀଘ୍ର ସାମାନ୍ୟ ହୋଇଯାଇଥାଏ ।
୫ . ଦୁଇ ଚାମଚ ମାତ୍ରାରେ ଗୋ - ମୂତ୍ର ସକାଳେ ଖାଲି ପେଟରେ ପିଇଲେ ୪ - ୫ । ଦିନରେ ଅଧ୍ଵକ ହେଉଥିବା ଋତୁସ୍ରାବ ନିୟନ୍ତ୍ରିତ ହୋଇଯାଇଥାଏ ।
୬ . ବାଇଗଣ ପତ୍ର ୫୦ ଗ୍ରାମ ଓ ଗୁଡ଼ ୫୦ ଗ୍ରାମକୁ ଅଧଲିଟର ପାଣିରେ ସିଝାଇ ପାଣି ୨୫୦ ମି.ଲି. ରହିଲେ ଥଣ୍ଡା କରି ଛାଣି ପିଇଲେ ଏହି ରୋଗରେ ବିଶେଷ ଲାଭ ମିଳିଥାଏ । । ।
୭ . ନିୟମିତ ରୂପେ କିଛିଦିନ ପୋଦିନା ପତ୍ରକୁ ଚଟଣୀ କରି ଖାଇଲେ ଅଧିକ ଋତୁସ୍ରାବ ସାମାନ୍ୟ ହୋଇଯାଇଥାଏ ।
୮ . ଗୁଡ଼ ୫୦ ଗ୍ରାମ ଓ ଜୁଆଣୀ ୫୦ ଗ୍ରାମକୁ ହାଲୁଆ କରି ଖାଇବା ଉଚିତ । ଏହା ଅଧୂକ ମାସିକ ସ୍ରାବର ଉତ୍ତମ ଔଷଧ ଅଟେ ।
୯ . ଅଧିକପ୍ ଦୁବଘାସ ରସରେ ମିଶ୍ରି ଚୂର୍ଣ୍ଣ ମିଶାଇ ପିଇଲେ ଏହି ରୋଗରେ ଖୁବ୍ ଶୀଘ୍ର ଲାଭ ମିଳିଥାଏ ।
୧୦ . ଫିଟିକିରି ମିଶା ପାଣିରେ କପଡ଼ାକୁ ଭିଜାଇ ପଟି ବାନ୍ଧିବା ଦ୍ଵାରା ଲାଭ ମିଳିଥାଏ । ୧୧ . ଶୁଦ୍ଧ ଝୁଣାକୁ ଚୂର୍ଣକରି ସେଥ୍ରେ ସମାନମାତ୍ରାର ମିଶ୍ରିଗୁଣ୍ଡ ମିଶାଇ ଖାଇଲେ ଅଧିକ ମାସିକ ସ୍ରାବ ବନ୍ଦ ହୋଇଯାଇଥାଏ ।
୧୨ . ଛଅ ଗ୍ରାମ ମିଶ୍ରି ଗୁଣ୍ଡକୁ ଛଅ ଗ୍ରାମ ଅଶ୍ଵଗଂଧା ଚୂର୍ଣ୍ଣରେ ମିଶାଇ ପାଣି ସହିତ ଖାଇଲେ ଅଧିକ ଋତୁସ୍ରାବ ବନ୍ଦ ହୋଇଯାଏ ।
୧୩ . ଡାଳିମ୍ବ ଚୋପାର ଚୂର୍ଣ୍ଣ ଏକ ଚାମଚକୁ ଥଣ୍ଡାପାଣି ସହିତ ସେବନ କରେ ଅଧିକ ମାତ୍ରାରେ ଋତୁସ୍ରାବ ବନ୍ଦ ହୋଇଯାଇଥାଏ। ୧୪ . ୨୦ଗ୍ରାମ ଧନିଆକୁ ୨୦୦ ମିଲି ପାଣିରେ ଭିଜାଇ ଛାଣି ପିଇବ ।
ରକ୍ତ ପ୍ରଦର ରୋଗ
ରକ୍ତ ପ୍ରଦର ସ୍ତ୍ରୀ ଲୋକଙ୍କର ଏକ ଭୟଙ୍କର ରୋଗ । ଏହି ରୋଗରେ ରୋଗୀର ନାଙ୍ଗରୁ ରକ୍ତ ମିଶ୍ରିତ ରଜସ୍ରାବ ହୋଇଥାଏ । ଯାହା ଦୁର୍ଗନ୍ଧଯୁକ୍ତ । ରୋଗ ବଢ଼ିବା ତ ସ୍ରାବର ରଙ୍ଗ ଲାଲ ତଥା କଳା ରଙ୍ଗ ବି ହୋଇଯାଇଥାଏ । ଏହା ମାସିକ ଧର୍ମର ପୂର୍ବରୁ ଅଧିକ ମାତ୍ରାରେ , କେବେ କେବେ ମାସକ ପର୍ଯ୍ୟନ୍ତ ମଧ୍ୟ କ୍ରମାଗତ ଭାବେ ସ୍ରାବ ହୋଇଥାଏ ।
ଅଧୁକ ଥର ସମ୍ଭୋଗ କରିବା , ଲାଲ ରାଗ ଲଙ୍କା ଖାଇବା , ଛଣା - ଭଜା ଖାଦ୍ୟ ଅଧିକ ମାତ୍ରାରେ ଖାଇବା , ଅଣ୍ଡା , ମାଂସ , ମଦ ଅଧିକ ମାତ୍ରାରେ ସେବନ କରିବା , ବାରମ୍ବାର ଗର୍ଭସ୍ରାବ ବା ଗର୍ଭପାତ ହେବା , ମାନସିକ ଆଘାତ ଲାଗିବା , ଚିନ୍ତା , ଶୋକ , ଅଧକ ଓଜନ ଉଠାଇବା , ଗର୍ଭାଶୟ କୌଣସି ଆଘାତ ଦ୍ବାରା କ୍ଷତିଗ୍ରସ୍ତ ହେବା ଆଦି ଏହି ରୋଗର କାରଣ ହୋଇଥାଏ ।
ଲକ୍ଷଣ- ଏହି ରୋଗରେ ବାରମ୍ବାର ରକ୍ତ ମିଶ୍ରିତ ରଜସ୍ରାବ ହେବା , କେବେକେବେ ମୁଣ୍ଡବିନ୍ଧା , ମୁଣ୍ଡ ବୁଲାଇବା , ରଜସ୍ରାବରେ ମୁଣ୍ଡା ମୁଣ୍ଡା ରକ୍ତ ପଡ଼ିବା , ଅଣ୍ଟାରେ ବ୍ୟଥା ହେବା , ତଳି ପେଟ ଦରଜ ହେବା , ପାଦରେ ଜଳାପୋଡ଼ା ଓ ଅସ୍ଥିରତା ଲାଗିବା , ରକ୍ତହୀନତା ଦେଖାଦେବା , ଶରୀରରେ ଦୁର୍ବଳତା ଦେଖାଦେବା , ଆଦି ଏହି ରୋଗର ଲକ୍ଷଣ ଅଟେ ।
ଉପଚାର -
୧ . ୬ଗ୍ରାମ ଧଳା ଚନ୍ଦନ ଚୂର୍ଣକୁ ଗୋଲାପ ଅର୍କରେ ମିଶାଇ ସେବନ କଲେ ରକ୍ତ ପ୍ରଦର ରୋଗରେ ଲାଭ ମିଳିଥାଏ । ଦୁବଘାସ ରସ ଦୁଇଚାମଚରେ ମହୁ ମିଶାଇ ପିଇଲେ ଏହି ରୋଗରେ ଲାଭ ମିଳିଥାଏ ।
୩ . ଓଦା ମାଟିର ଲେପ ପେଟ ଉପରେ ଦିନକୁ ଥରେ ୧୫ - ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖିଲେ ଏହି ରୋଗରେ ଲାଭ ମିଳିଥାଏ ।
୪ . ସୋରିଷ ୨ ଗ୍ରାମ୍ ମାତ୍ରାରେ ବାଟି ଛେଳିକ୍ଷୀରରେ ଗୋଳି ପିଇଲେ ରକ୍ତପ୍ରଦର ରୋଗ ଠିକ୍ ହୋଇଯାଇଥାଏ । ଜଳବା
୫ . ପୁରୁଣା ଗୁଡ଼ ଅଖାକୁ ପୋଡ଼ି ପାଉଁଶ କରି କପଡ଼ାରେ ଛାଣି ରଖିବ , ସେହି ପାଉଁଶରୁ ୩ ଗ୍ରାମ୍ ମାତ୍ରାରେ ପାଣି ସହିତ ଖାଇଲେ ରକ୍ତ ପ୍ରଦର ରୋଗରେ ବିଶେଷ ଲାଭ ମିଳିଥାଏ ।
୬ . ବବୁଲ ଅଠାକୁ ଘିଅରେ ଭାଜି ଚୂର୍ଣକରି ସେଥ୍ରେ ଶୁଦ୍ଧ ସୁନାଗେରୁକୁ ଚୂର୍ଣ୍ଣ କରି ମିଶାଇ ୫ ଗ୍ରାମ ମାତ୍ରାରେ ସକାଳେ ଖାଇ କ୍ଷୀର ପିଇଲେ ଏହି ରୋଗରେ ଲାଭ ମିଳିଥାଏ । ବର ଗଛର କ୍ଷୀର ୫ - ୫ ବୁନ୍ଦା ଲେଖାଏଁ ମିଶ୍ରିଗୁଣ୍ଡ ମିଶାଇ ଖାଇଲେ ଲାଭ ମିଳିଥାଏ । ଏହି ରୋଗରେ ମୂଳାରସ ୫୦ ଗ୍ରାମ୍ ମାତ୍ରାରେ ସକାଳେ ପିଇଲେ ଲାଭ ମିଳେ । ୯ . ଜାମୁକୋଳି ରସ ୨ ଚାମଚକୁ ଏକ କପ୍ ଚାଉଳଧୁଆ ପାଣିରେ ମିଶାଇ ପିଇଲେ ରକ୍ତ ପ୍ରଦର ରୋଗ ଠିକ୍ ହୋଇଥାଏ ।
୧୦ , କଦଳୀ ପତ୍ରକୁ ବାଟି କ୍ଷୀରରେ ମିଶାଇ ଖିରି କରି ଖାଇଲେ ଏହି ରୋଗରେ ବିଶେଷ ଲାଭ ମିଳିଥାଏ ।
୧୧ . ହରଡ଼ ପତ୍ର ୨୦ ଗ୍ରାମକୁ ବାଟି ୧୦୦ ମି.ଲି. ପାଣିରେ ଗୋଳି ଛାଣି ପିଇଲେ ରକ୍ତ ପ୍ରଦର ରୋଗ ଠିକ୍ ହୋଇଥାଏ ।
୧୨ . ଅଶୋକ ଗଛ ଚେରର ବୃଷ୍ଟି ୧ - ୨ ଗ୍ରାମକୁ ମହୁ ମିଶାଇ କିଛିଦିନ ପର୍ଯ୍ୟନ୍ତ ସେବନ କଲେ ରକ୍ତ ପ୍ରଦର ରୋଗ ଠିକ୍ ହୋଇଥାଏ ।
୧୩ . ଲାଭ ମଞ୍ଜିରୁ ଚୋପା ଛଡ଼ାଇ ବାଟି ଘିଅରେ ଭାଜି ମିଶି ଗୁଣ୍ଡ ମିଶାଇ ଖାଇଲେ ରକ୍ତ ପ୍ରଦର ରୋଗ ଦୂର ହୋଇ ଯାଇଥାଏ।
୧୪ . କଦଳୀ ଭଣ୍ଡାରସକୁ ଦହି ସହିତ ମିଶାଇ ପିଇଲେ ଏହି ରୋଗରେ ଲାଭ ମିଳିଥାଏ । ୧୫ . ଡାଳିମ୍ବ ଫୁଲ ୪ - ୫ ଟିକୁ ବାଟି , କଞ୍ଚା ଗାଈକ୍ଷୀର ସହିତ ମହୁ ମିଶାଇ ଦିନରେ ୨ ଥର ଖାଇଲେ ଏହି ରୋଗ ଠିକ୍ ହୋଇଥାଏ ।
୧୬ . ପେଡ଼ି ପେଡ଼ିକା ମୂଳକୁ ଶୁଖାଇ ଚୂର୍ଣ୍ଣକରି , ଏକ ଚାମଚ ଚୂର୍ଣ୍ଣରେ ମହୁ ମିଶାଇ ଖାଇଲେ ରକ୍ତ ପ୍ରଦର ରୋଗରେ ଲାଭ ମିଳିଥାଏ ।
୧୭ . ଡିମ୍ବିରି ଗଛର ଚେରକୁ କାଟି ରାତିରେ ମାଟି ଘଡ଼ିରେ ବସାଇବ , ସକାଳେ ଯେଉଁ ରସ ଝରିଥ୍ବ ସୂର୍ଯ୍ୟ ଆସିବା ପୂର୍ବରୁ ମିଶ୍ରି ଚୂର୍ଣ୍ଣ ମିଶାଇ ପିଇଲେ ଏହି ରୋଗ ୧୫ ଦିନରେ ଭଲ ହୋଇଯାଇଥାଏ ।
୧୮ . ନିମ୍ବ ଛେଲି ରସ ଦୁଇଚାମଚରେ ଅଳ୍ପ କଳାଜିରା ଚୂର୍ଣ୍ଣ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ରକ୍ତ ପ୍ରଦର ରୋଗରେ ଲାଭ ମିଳିଥାଏ ।
ବିଶେଷ– ଉପଯୁକ୍ତ ଚିକିତ୍ସା କରାଉଥିବା ସମୟରେ ଘିଅ , ତେଲ , ମିଠା , ଲଙ୍କା ଓ ମସଲା ଯୁକ୍ତ ଖାଦ୍ୟ , ଅଧିକ ଥଣ୍ଡା ଫଳ କିମ୍ବା ପେଟରେ ଗରମ ସୃଷ୍ଟି କରୁଥିବା ଖାଦ୍ୟ ଖାଇବା ଅନୁଚିତ । କେବଳ ଗହମ , ଯଅ ଅଟାର ରୁଟି , ମୁଗଡ଼ାଲି , ଜହ୍ନି , ପାଳଙ୍ଗ ଟମାଟର , ଆଳୁ ଆଦି ଖାଆନ୍ତୁ । ଯୌନ ସମ୍ପର୍କ ରଖିବା ଆଦୌ ଉଚିତ ନୁହେଁ । ଏହାଦ୍ଵାରା ରୋଗ ଆହୁରି ବଢ଼ିଯାଇଥାଏ ।
ପ୍ରଦର ରୋଗ
ପ୍ରଦର ରୋଗରେ ଯୋନି ମାର୍ଗରୁ ପତଳା କିମ୍ବା ଗାଢ଼ା ଚିକ୍କଣା କେତେବେଳେ କମ୍ ଓ କେତେବେଳେ ଅଧିକ ସ୍ରାବ ନିର୍ଗତ ହୋଇଥାଏ । ଏହି ସ୍ରାବ ମାସିକ ଋତୁସ୍ରାବ ପୂର୍ବରୁ କିମ୍ବା ପରେ ମଧ୍ୟ ହୋଇଥାଏ । ଏହି ପ୍ରଦର ରୋଗ ଦୁଇ ପ୍ରକାରର ଦେଖାଯାଇଥାଏ । ଯଥା- ଶ୍ଵେତ ପ୍ରଦର ଓ ରକ୍ତ ପ୍ରଦର । ଶ୍ଵେତପ୍ରଦର ରୋଗରେ ଧଳାରଙ୍ଗର ଓ ରକ୍ତପ୍ରଦର ରୋଗରେ ରକ୍ତଯୁକ୍ତସ୍ରାବ ହୋଇଥାଏ । ଏହାର ରଙ୍ଗଲାଲ ମିଶା ଧଳା ଦେଖାଯାଇଥାଏ ।
ଶ୍ଵେତପ୍ରଦର ରୋଗ : ଏହି ରୋଗ ହେଲେ ଧଳାରଙ୍ଗର ଚିକ୍କଣାସ୍ରାବ କେତେବେଳେ ପତଳା ଓ କେତେବେଳେ ଗାଢ଼ା ହୋଇଥାଏ । ଏହି ପ୍ରଦର ରୋଗରେ ହେଉଥିବା ସ୍ରାବ ତୀବ୍ର ଦୁର୍ଗନ୍ଧ ଯୁକ୍ତ ହୋଇଥାଏ । ଏହାଦ୍ଵାରା ମସ୍ତିଷ୍କରେ ଦୁର୍ବଳତା ଦେଖାଦେବା କାରଣରୁ ମୁଣ୍ଡ ବୁଲାଇଥାଏ । ରୋଗୀକୁ ଅସ୍ଥିରତା ଓ ଥକ୍କାପଣ ଅନୁଭବ ହୋଇଥାଏ ।
କାରଣ- ରକ୍ତହୀନତା , ଚିନ୍ତା , ଶୋକ , ଭୟ , ସମ୍ମାନହାନୀ , ଅଧ୍ଵ ସମ୍ଭୋଗ ଓ ଭାବନାତ୍ମକ କଷ୍ଟ , ଅଜୀର୍ଷ , କୋଷ୍ଠବଦ୍ଧତା , ମୂତ୍ରାଶୟ ଶୋଥ ଆଦି କାରଣରୁ ଶ୍ବେତପ୍ରଦର ରୋଗ ହୋଇଥାଏ ।
ଲକ୍ଷଣ- ଧଳାରଙ୍ଗର ଚିକ୍କଣା ଦୁର୍ଗନ୍ଧଯୁକ୍ତ ସ୍ରାବ ସହିତ ଭୋକ ନ ଲାଗିବା , ପେଟ - ଫୁଲିଲା ପରି ଲାଗିବା , ମୁଣ୍ଡ ବୁଲାଇବା , ମୁଣ୍ଡବିନ୍ଧିବା , ଶରୀର ବ୍ୟଥା , କାର୍ଯ୍ୟରୁ ଉତ୍ସାହ କମିଯିବା , ଜ୍ଵଳନ , ଯୌନାଙ୍ଗରେ ଗଲୁ ହେବା , ଦିନକୁ ଦିନ ଦୁର୍ବଳ ହୋଇଯିବା , ଅଣ୍ଟା ଦରଜ ଓ ବିନ୍ଦିବା ଆଦି ଲକ୍ଷଣ ଦେଖା ଦେଇଥାଏ ।
ଉପଚାର - ୧ . ଦଶଗ୍ରାମ ଯନ୍ତ୍ରୀମଧୁଚୂର୍ଣ୍ଣରେ ଚିନି ମିଶାଇ ଅଧଚାମଚ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ଖାଇଲେ ଓ ପରେ ଗାଈକ୍ଷୀର ପିଇଲେ ଶ୍ଵେତ ପ୍ରଦର ରୋଗରେ ଲାଭ ମିଳିଥାଏ ।
୨ . ଶୁଖିଲା ଚମେଲି ପତ୍ର ୪ ଗ୍ରାମ ଓ ଧଳା ଫିଟିକିରି ୧୫ ଗ୍ରାମକୁ ମିଶାଇ ଚୂର୍ଣ୍ଣକରି ୨ ଗ୍ରାମ ଚୂର୍ଣ୍ଣରେ ଚିନିମିଶାଇ ରାତିରେ ଖାଇ କ୍ଷୀର ପିଇଲେ ଶ୍ଵେତ ପ୍ରଦର ରୋଗ ଠିକ୍ ହୋଇଯାଇଥାଏ । ଯେପର୍ଯ୍ୟନ୍ତ ରୋଗ ଠିକ୍ ନ ହୋଇଛି ସେ ପର୍ଯ୍ୟନ୍ତ ଔଷଧ ଖାଇବା ଦରକାର ।
୪ .ଏହି ରୋଗରେ ପେଟ ଉପରେ ଥଣ୍ଡା ପାଣିର ପଟି ରଖିଲେ ଲାଭ ମିଳିଥାଏ । ଅଶୋକ ଗଛର ଛେଲି ୫୦ ଗ୍ରାମ୍କୁ ଦୁଇକିଲୋ ପାଣିରେ ସିଝାଇ ପାଣି ଅଧକିଲୋ ରହିଲେ ଥଣ୍ଡାକରି ଛାଣି କ୍ଷୀର ମିଶାଇ ଧୀରେ ଧୀରେ ପିଇଲେ , ଶ୍ଵେତ ପ୍ରଦର ରୋଗ ଅଦ୍ଭୁତ ରୂପେ ଠିକ୍ ହୋଇଯାଇଥାଏ ।
୬ . ୪ - ୫ଟି ଗୋଲାପ ଫୁଲକୁ ମିଶ୍ରିଗୁଣ୍ଡ ମିଶାଇ ଖାଇ ଉପରେ ଗାଈ କ୍ଷୀର ପିଇଲେ ଏହି ରୋଗ ଭଲ ହୋଇଯାଇଥାଏ ।
୭ . ହରଡ଼ ଗଛର ୫ - ୬ଟି ପତ୍ରକୁ ବାଟି ଅଳ୍ପ ସୋରିଷ ତେଲ ଓ ଚିନି ମିଶାଇ ଖାଇଲେ ଶ୍ଵେତ ପ୍ରଦର ରୋଗରେ ଲାଭ ମିଳିଥାଏ ।
୮ . ଏହି ରୋଗରେ ଏକ ଚାମଚ ତୁଳସୀ ରସରେ ମହୁ ମିଶାଇ ଚାଟିଲେ ଲାଭ ମିଳିଥାଏ ।
୯ . ଡାଳିମ୍ବ ଚୋପାର ଚୂର୍ଣ୍ଣ ଏକ ଚାମଚ ମାତ୍ରାରେ ଥଣ୍ଡା ପାଣିରେ ଖାଇଲେ ଶ୍ଵେତପ୍ରଦର ରୋଗ ଠିକ୍ ହୋଇଯାଇଥାଏ ।
୧୦ . କିଛି ଦିନ ମୂଳାପତ୍ର ରସ ଦୁଇ ଚାମଚ ମାତ୍ରାରେ ପିଇଲେ ଶ୍ଵେତପ୍ରଦର ରୋଗ ଠିକ୍ ହୁଏ ।
୧୧ . ଏହି ରୋଗରେ ୧୦ ଗ୍ରାମ ଅଁଳା ଓ ଦୁଇଗ୍ରାମ ଜିରା ଦୁଇଟିକୁ ମିଶାଇ ଚୂର୍ଣକରି ଖାଇଲେ ଲାଭ ମିଳିଥାଏ ।
୧୨ . ଶ୍ଵେତପ୍ରଦର ରୋଗରେ ପାଣି ସିଙ୍ଗଡ଼ା ଅଟାର ରୁଟିରେ ଗାଈଘିଅ ମିଶାଇ ଖାଇଲେ ବିଶେଷ ଲାଭ ମିଳିଥାଏ ।
୧୩ . ଶୁଖିଲା ପାଣି ସିଙ୍ଗଡ଼ାକୁ ରାତିରେ ପାଣିରେ ଭିଜାଇ ସକାଳେ କୁଟି ମିଶ୍ରିଚୂର୍ଣ୍ଣ ମିଶାଇ ଖାଲି ପେଟରେ ଖାଇ , ଗାଈକ୍ଷୀର ପିଇଲେ ଶ୍ଵେତପ୍ରଦର ରୋଗରେ ଲାଭ ମିଳିଥାଏ ।
୧୪ . ସ୍ତ୍ରୀଲୋକଙ୍କର ଯୌନାଙ୍ଗରେ ଜ୍ଵଳନ ହେଲେ , ଅଁଳା ରସରେ ମହୁ ମିଶାଇ ପିଇଲେ ଲାଭ ମିଳିଥାଏ ।
୧୫ . ଗୁଳୁଚି ଓ ଶତାବରୀ ସମାନମାତ୍ରାରେ ନେଇ କୁଟି ଅଧଲିଟର ପାଣିରେ ସିଜାଇ ପାଣି ଅଧା ରହିଲେ ଥଣ୍ଡା କରି ଛାଣି ଦୁଇ ଭାଗ କରନ୍ତୁ , ଏକ ଭାଗ ସକାଳେ ଓ ଆଉ ଗୋଟିଏ ଭାଗକୁ ସନ୍ଧ୍ୟାରେ ପିଅନ୍ତୁ , କିଛିଦିନ ଏହିପରି ପିଇଲେ ରୋଗ ଠିକ୍ ହୋଇଯାଏ ।
୧୬ . ଦୁଇଟି ପାଚିଲା କଦଳୀ ଖାଇ , ପରେ ଏକ ଗ୍ଲାସ୍ ଗାଈ କ୍ଷୀରରେ ଏକ ଚାମଚ ମାତ୍ରାରେ ମହୁ ମିଶାଇ ପିଇଲେ ଶ୍ଵେତପ୍ରଦର ରୋଗରେ ଶୀଘ୍ର ଲାଭ ମିଳିଥାଏ । ୧୭ . କଅଁଳ କଦଳୀ ପତ୍ର ରସକୁ କ୍ଷୀରରେ ମିଶାଇ ପିଇଲେ ଶ୍ଵେତ ପ୍ରଦର ରୋଗରେ ଲାଭ ମିଳିଥାଏ ।
୧୮ . ପାଚିଲା କଦଳୀକୁ ଚକଟି ସେଥରେ ଅଁଳାରସ ଓ ଚିନି ମିଶାଇ ଖାଇଲେ ଶ୍ବେତ ପ୍ରଦର ରୋଗ ଠିକ୍ ହୋଇଥାଏ ।
୧୯ . ପାଚିଲା କଦଳୀ ସହିତ ଏକ ଚାମଚ ଗାଈଘିଅ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ଶ୍ଵେତପ୍ରଦର ରୋଗ ଠିକ୍ ହୋଇଯାଇଥାଏ ।
୨୦ . ମୁଠାଏ ପଲାସ ଫୁଲକୁ ମାଟିପାତ୍ରରେ ୨୫୦ ମି.ଲି. ପାଣିରେ ବତୁରାଇ ରାତିରେ ରଖିଦିଅନ୍ତୁ ଓ ସକାଳେ ସେହି ପାଣିରେ ଫୁଲକୁ ଚକଟି ଛାଣି ମିଶ୍ରିଗୁଣ୍ଡ ମିଶାଇ ଖାଲି ପେଟରେ ପିଅନ୍ତୁ ।ଏହି ପ୍ରୟୋଗ ୭ ଦିନ ପର୍ଯ୍ୟନ୍ତ କଲେ ଶ୍ଵେତପ୍ରଦର ଓ ରକ୍ତପ୍ରଦର ଦୁଇଟି ଯାକ ସମୂଳେ ନାଶ ହୋଇଥାଏ ।
୨୧ . ଚାଉଳ ଧୁଆ ପାଣିରେ ଦୁବଘାସ ରସ ମିଶାଇ ପିଇଲେ ଶ୍ବେତ ପ୍ରଦର ରୋଗ ଠିକ୍ ହୋଇଥାଏ ।
୨୨ . ଏହି ରୋଗୀମାନେ ପ୍ରତିଦିନ ଘୋଳ ଦହିରେ ଜିରାଗୁଣ୍ଡ ଓ ଲୁଣ ମିଶାଇ ପିଇବା ଉଚିତ ।