Uterine disorders | ଗର୍ଭାଶୟ ବିକାର | Odia health tips | Odia Bhai PK

Odia Bhai PK
0

 ଗର୍ଭାଶୟ ବିକାର

                                         


ଗର୍ଭାଶୟ ବିକାର ଦେଖାଦେଲେ ନିମ୍ନଲିଖିତ ଉପଚାର କରିପାରନ୍ତି । 

୧ . ଗର୍ଭାଶୟ ବିକାରରେ ଗର୍ଭପାତ ହେବାର ସମ୍ଭାବନା ରହିଥାଏ । ତେଣୁ ଦେବଦାରୁ ଓ ଯନ୍ତ୍ରୀମଧୁ ସମାନ ମାତ୍ରାରେ ନେଇ ଚୂର୍ଣ୍ଣ କରି କପଡ଼ାରେ ଛାଣି ୪ - ୫ ଗ୍ରାମର ଚୂର୍ଣ୍ଣକୁ ଗାଈ କ୍ଷୀରରେ ମିଶାଇ ଗର୍ଭବତୀ ସ୍ତ୍ରୀ ପିଇଲେ ଗର୍ଭସ୍ରାବ ହୁଏ ନାହିଁ । 

୨ . ଭୀମସେନୀ କର୍ପୂରକୁ ଗୋଲାପ ଅର୍କରେ ମିଶାଇ ଗର୍ଭବତୀର ଗୁପ୍ତାଙ୍ଗର ବାହାରେ ମାଲିସ କଲେ ଗର୍ଭପାତ ହୁଏ ନାହିଁ । 

ପ୍ରସବ ପୀଡ଼ା : ପ୍ରତ୍ୟେକ ବିବାହିତ ସ୍ତ୍ରୀ ମାଆ ହେବାପାଇଁ ଇଚ୍ଛୁକ ଥାଆନ୍ତି , କିନ୍ତୁ ତାଙ୍କୁ ପ୍ରସର ସମୟରେ ଅପାର କଷ୍ଟ ଭୋଗ କରିବାକୁ ପଡ଼ିଥାଏ ଓ କେବେ କେବେ କୌଣସି କାରଣ ବଶତଃ ମାଆ ଅବା ଶିଶୁ ଦୁହିଁଙ୍କ ଜୀବନ ପ୍ରତି ବିପଦ ପଡ଼ିଯାଇଥାଏ । ଏପରି ପରିସ୍ଥିତିରେ ବିଶେଷ ଧ୍ୟାନଦେବା ଅତ୍ୟନ୍ତ ଆବଶ୍ୟକ ପଡ଼ିଥାଏ । 

କାରଣ- ଶିଶୁ ଗର୍ଭାଶୟରୁ ସୁବିଧାରେ ବାହାରକୁ ନ ଆସିବା , ମାତା ଅଧିକ କଷ୍ଟଭୋଗ କରିବା , କଷ୍ଟ ସହିନପାରି ମାଆ ଅସ୍ଥିର ହୋଇ ପଡ଼ିବା , ଆଦି । ଆଜିକାଲି ମହିଳାମାନେ କମ୍ ପରିଶ୍ରମ କରୁଥିବା କାରଣରୁ ଶିଶୁ ଗର୍ଭାଶୟରୁ ସହଜରେ ବାହାରକୁ ଆସିପାରି ନ ଥାଏ । ତେଣୁ ମାଆକୁ ଅଧିକ କଷ୍ଟ ଭୋଗିବାକୁ ପଡ଼ିଥାଏ । ସେଥିପାଇଁ ପ୍ରସବ ପରେ ମାଆକୁ ନୂଆ ଜୀବନ ମିଳିଲା ବୋଲି କୁହନ୍ତି , ବର୍ତ୍ତମାନ ଏପରି ଔଷଧର ଖୋଜା ଚାଲିଛି ଯେ ଯେପରି ପ୍ରସବ ସମୟରେ ମାଆକୁ ଅଧିକ କଷ୍ଟ ହେବ ନାହିଁ । 

ଲକ୍ଷଣ- ଶିଶୁ ଜନ୍ମ ହେଲାବେଳେ ମାଆକୁ ଅଧିକ କଷ୍ଟ ହୋଇଥାଏ । ବାନ୍ତି ଆସିଥାଏ , ପେଟରେ ଭୀଷଣ ପୀଡ଼ା ହୋଇଥାଏ । ଯୌନାଙ୍ଗରୁ ସ୍ରାବ ତଥା ରକ୍ତ ଆସିବାକୁ ଲାଗେ । ଏହା ପ୍ରସବ ପୀଡ଼ାର ସାଧାରଣ ଲକ୍ଷଣ ଅଟେ । 

ଉପଚାର :

୧ . ପ୍ରସବପୀଡ଼ା ସମୟରେ ତୁଳସୀ ପତ୍ରରସ ଏକ ଏକ ଚାମଚ ମାତ୍ରାରେ କିଛି କିଛି ସମୟ ଅନ୍ତରରେ ଦେବା ଉଚିତ ।

 ଚୁମ୍ବକ ପଥରକୁ ରେଶମୀ କପଡ଼ାରେ ଗୁଡ଼ାଇ ପ୍ରସବ କଷ୍ଟ ସମୟରେ ସ୍ତ୍ରୀର ବାମ ହାତରେ ଧରାଇଦେଲେ , ଶିଶୁ ଗର୍ଭାଶୟରୁ ସହଜରେ ବାହାରକୁ ଆସିଯାଇଥାଏ । 

୩ , ଅପମାରଙ୍ଗ ଚେର ଏକ ଇଞ୍ଚ ଲମ୍ବର ନେଇ ପ୍ରସବ କଷ୍ଟ ଭୋଗୁଥିବା ସ୍ତ୍ରୀର ନାଭି ତଳେ ଅଠାଥୁବା ଟେପ୍ ଦ୍ବାରା ଲଗାଇଦେଲେ ପ୍ରସବ ସହଜରେ ହୋଇଯାଇଥାଏ । କିନ୍ତୁ ଧ୍ୟାନଦେବା ଉଚିତ ଯେ ପ୍ରସବ ହେବାର ସଙ୍ଗେ ସଙ୍ଗେ ଅପମାରଙ୍ଗ ଚେରକୁ କାଢ଼ି ଦେବା ଉଚିତ , ନଚେତ୍ କ୍ଷତି ପହଞ୍ଚିପାରେ । 

୪ . ଜଡ଼ା ତେଲକୁ ନାଭିରେ ବାରମ୍ବାର ଲଗାଇଲେ ପ୍ରସବ ଶୀଘ୍ର ଓ ସହଜରେ ହୋଇଥାଏ । 

୫ . ପ୍ରସବର ଆଠଦିନ ଆଗରୁ ମାତାକୁ ଅଞ୍ଜିର ଖୁଆଲେ ଲାଭ ମିଳିଥାଏ । ୬ . ପ୍ରସବ କଷ୍ଟ ସମୟରେ କାକ୍‌ମାଚି ଗଛର ଚେରକୁ ବାଟି ନାଭିତଳେ ଲେପଦେଲେ ପ୍ରସବ ସହଜରେ ହୋଇଥାଏ । 

୭ . ପ୍ରସବ କଷ୍ଟ ସମୟରେ ମାତାକୁ ଗାଜରମଞ୍ଜି , ଗାଜରପତ୍ରକୁ ପାଣିରେ ସିଝାଇ ସେହି କାଢ଼ାକୁ ପିଆଇଲେ ପ୍ରସବ ସହଜରେ ହୋଇଥାଏ । 

୮ . ଅଳ୍ପ ଲାଭକୁ ସିଝାଇ ରସ ବାହାରକରି ୩୦ ଗ୍ରାମ ରସରେ ମହୁ ମିଶାଇ ପିଆଇଲେ ପ୍ରସବ କଷ୍ଟ ଦୂର ହୋଇଥାଏ । 

୯ . ନଡ଼ିଆ ଓ ମିଶ୍ରି ୨୦ - ୨୦ ଗ୍ରାମ ମାତ୍ରାରେ ପ୍ରତିଦିନ ଖାଇଲେ ପ୍ରସବ ସମୟରେ ଅଧିକ କଷ୍ଟ ହୋଇନଥାଏ । 

୧୦ . ଗର୍ଭବାସର ନବମ ମାସରେ ୫ - ୬ ଦିନ ଏକ ଚାମଚ ହଳଦୀ ଗୁଣ୍ଡକୁ ଗାଇକ୍ଷୀରରେ ମିଶାଇ ପିଇଲେ ପ୍ରସବ ବେଳେ ଅଧିକ କଷ୍ଟ ହୋଇନଥାଏ । 

୧୧ . ଗର୍ଭବତୀକୁ ଅନ୍ୟ ଖାଦ୍ୟ ପଦାର୍ଥରେ ମେଥ୍ ମିଶାଇ ଖାଇବା ଦ୍ଵାରା ପ୍ରସବପୀଡ଼ା କମ୍ ହୋଇଥାଏ । 

୧୨ . ତୁଳସୀ ମଞ୍ଜିକୁ ରାତିରେ ମିଶ୍ରି ସହିତ ପାଣିରେ ଭିଜାଇ ସକାଳେ ଗୋଳାଇ ପିଇଲେ ସୁଖ ପ୍ରସବ ହେବାରେ ସାହାଯ୍ୟ କରିଥାଏ । 

୧୩ . ପ୍ରସବ ବେଦନା ଆରମ୍ଭ ହୋଇ ହଠାତ୍ ବନ୍ଦ ହୋଇଗଲେ କପାମଞ୍ଜିକୁ ବାଟି ସର୍ବତ କରି ପିଆଇଲେ ପ୍ରସବ ବେଦନା ପୁଣି ଆରମ୍ଭ ହୋଇଯାଇଥାଏ । 

୧୪ . ବାସଙ୍ଗ ଗଛର ଚେରକୁ ଅଣ୍ଟାରେ ବାନ୍ଧିଲେ ସୁଖ ପ୍ରସବ ହୋଇଥାଏ । 

୧୫ . ଅପମାରଙ୍ଗ ମୂଳକୁ ସିଝାଇ ସେହି କାଢ଼ାକୁ ପିଆଇଲେ ବିନା କଷ୍ଟରେ ପ୍ରସବ ହୋଇଥାଏ । 

୧୬ . ଚିତ୍ରକ ମୂଳର ଚୂର୍ଣ୍ଣ ୪ - ୫ ଗ୍ରାମ ମାତ୍ରାରେ ମହୁ ସହିତ ଗର୍ଭଯନ୍ତ୍ରଣା ପାଇବା ପୂର୍ବରୁ ଖୁଆଇଲେ ସହଜରେ ପ୍ରସବ ହୋଇଥାଏ । 

୧୭ . ତେଜପତ୍ରକୁ କ୍ଷୀରରେ ପକାଇ ସିଝାଇ ଉଷୁମଥାଇ ପ୍ରତି ଅଧଘଣ୍ଟାରେ ଥରେ ଲେଖାଏଁ ଗର୍ଭବତୀକୁ ପିଆଇଲେ ସହଜରେ ପ୍ରସବ ହୋଇଥାଏ ।

 ଗର୍ଭ ନ ରହିବା ପାଇଁ ଉପାୟ ( ଗର୍ଭନିରୋଧ ) 


ପିଲା ଜନ୍ମ ହେବାଠାରୁ ୨ - ୩ ବର୍ଷ ଆଉଥରେ ଗର୍ଭଧାରଣର ଅନ୍ତର ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏଥିପାଇଁ ନିମ୍ନରେ କେତେକ ଉପାୟ ଦିଆଗଲା । 

୧ . ଯଦି ମାସିକ ଧର୍ମ ପରେ ତିନି ଦିନ ପର୍ଯ୍ୟନ୍ତ ତୁଳସୀପତ୍ରକୁ ପାଣିରେ ସିଝାଇ ସେହି କି କାଢ଼ାକୁ ପିଆଯାଏ , ତେବେ ସେହି ମାସରେ ଗର୍ଭ ରହିନଥାଏ । ଏହା ଏକ ଶ୍ରେଷ୍ଠ ଗର୍ଭନିରୋଧକ ଉପାୟ ଅଟେ । 

୨ . ଋତୁମତୀ ସ୍ତ୍ରୀ ଲଙ୍କାମନ୍ଦାର ଫୁଲକୁ କାଞ୍ଜିପାଣିରେ ବାଟି ଖାଇଲେ ଓ ତାହା ସହିତ ଅଳ୍ପ ଗୁଡ଼ ଖାଇଲେ ଗର୍ଭ ରହି ନଥାଏ । 

୩ . ଋତୁମତୀ ସ୍ତ୍ରୀକୁ ହଳଦୀ ଚୂର୍ଣ୍ଣ ଏକ ଏକ ଚାମଚ ମାତ୍ରାରେ ପାଣି ସହିତ ଛଅଦିନ ପର୍ଯ୍ୟନ୍ତ ଖୁଆଇଲେ ଗର୍ଭ ରହିନଥାଏ । 

୪ . ସମ୍ଭୋଗ ପୂର୍ବରୁ ତୁଳାରେ ଜଡ଼ାତେଲକୁ ଭିଜାଇ ଯୌନେନ୍ଦ୍ରିୟ ଭିତରେ ଲଗାଇଲେ ଗର୍ଭ ସଂଚାର ହୁଏ ନାହିଁ । 

୫ . ପଲାସ ଗଛ ମଞ୍ଜିକୁ ପାଣିରେ ଘୋରି ଋତୁମତୀ ସ୍ତ୍ରୀ ତିନିଦିନ ପର୍ଯ୍ୟନ୍ତ ଚାଟିଲେ ସେ ଗର୍ଭବତୀ ହୋଇନଥାଏ । 

୬ . ବବୁଲ ଫୁଲକୁ ବାଟି ଗାଈକ୍ଷୀର ସହିତ ପିଇଲେ ଋତୁମତୀ ସ୍ତ୍ରୀ ଗର୍ଭଧାରଣ କରେ ନାହିଁ । ପାୟତ କାର୍ଯ୍ୟ ଭାଷା କରାଯାଇ ୨୦ ଜଡ଼ାମଞ୍ଜିକୁ ପାଣିରେ ଭିଜାଇ ସକାଳେ ଚୋପା ଛଡ଼ାଇ ଖାଲିପେଟରେ ଖାଇଲେ ୧୦୦୦ ୨୩୩ ୨ 

୭ . ଏକ ବର୍ଷ ପର୍ଯ୍ୟନ୍ତ ଗର୍ଭ ରୁହେ ନାହିଁ । ଏହି ଉପଚାର ଋତୁସ୍ରାବର ପଞ୍ଚମ ଦିନ କରିବା ଉଚିତ । 

୮ . କାକୁଡ଼ି ମଞ୍ଜିକୁ ୭ - ୮ ଦିନ ପର୍ଯ୍ୟନ୍ତ ପାଣିରେ ବାଟି ଖାଇଲେ ଋତୁମତୀ ସ୍ତ୍ରୀ ଗର୍ଭଧାରଣ କରି ନଥାଏ । 

୯ . ପୋଦିନା ପତ୍ର ଚୂର୍ଣ୍ଣ ଏକ ଚାମଚ ମାତ୍ରାରେ ସମ୍ଭୋଗର ଏକଘଣ୍ଟା ପୂର୍ବରୁ ପାଣି * ସହିତ ଖାଇଲେ ଗର୍ଭ ରୁହେ ନାହିଁ । 

ପ୍ରସବ ପରେ ପେଟ ଫୁଲିଥିଲେ 



ପ୍ରସବପରେ ସାଧାରଣତଃ ପେଟଢିଲା ହୋଇଥାଏ କିମ୍ବା ଫୁଲିଯାଇଥାଏ , ସେଥିରୁ ରକ୍ଷାପାଇବା ପାଇଁ ନିମ୍ନରେ କେତେକ ଉପଚାର ଦିଆଗଲା । 

୧ . ତୁଳସୀ ପତ୍ରକୁ ବାଟି ପେଟରେ ଘଷିବ ବା ଲେପଦେଲେ ପେଟ ସଂକୁଚିତ ହୋଇ ଯାଇଥାଏ ଓ ଆଉ ଫୁଲେ ନାହିଁ । 

୨ . ମାଳତୀ ଫୁଲକୁ ବାଟି ଘୋଳଦହିରେ ମିଶାଇ ପିଇଲେ ପ୍ରସବ ହେତୁ ବଢ଼ିଥିବା ପେଟ ସଂକୁଚିତ ହୋଇଯାଇଥାଏ । 

୩ . ପିପ୍ପଳୀମୂଳକୁ ଚୂର୍ଣ୍ଣକରି ୧ - ୨ ଗ୍ରାମ ମାତ୍ରାରେ ଘୋଳ ଦହିରେ ମିଶାଇ ପିଇଲେ । ପ୍ରସବ ପରେ ଫୁଲିଯାଇଥିବା ପେଟ ସଂକୁଚିତ ହୋଇଯାଇଥାଏ । 

୪ . ପ୍ରସବ ପରେ ପେଟର ମାପ ନେଇ , ସ୍ଵତନ୍ତ୍ର ପେଟର ବେଲୁ ତିଆରି କରି ନିୟମିତ ପେଟରେ ବାନ୍ଧିଲେ , ପେଟ ଫୁଲା କମି ଯାଇଥାଏ । 

୫ . ନିୟମିତ ରୂପେ କିଛିଦିନ ଦଶମୂଳ କ୍ଵାଥ ପିଇଲେ ମଧ୍ୟ ଲାଭ ମିଳିଥାଏ ।


 ସ୍ତନରେ କ୍ଷୀର କମ୍ ହେଲେ 



ନବଜାତ ଶିଶୁ ମାଆର କ୍ଷୀର ଦ୍ଵାରାହି ନିଜର ଭରଣ – ପୋଷଣ କରିଥାଏ । କିନ୍ତୁ କେବେ କେବେ କେତେକ କାରଣରୁ ମାତାର ସ୍ତନରେ ପ୍ରଚୁର ମାତ୍ରାରେ କ୍ଷୀର ପ୍ରସ୍ତୁତ ହୋଇ ପାରିନଥାଏ । ତେଣୁ ଶିଶୁକୁ ସ୍ତନପାନ ଠିକ୍ ରୂପେ କରାଇ ନ ପାରିବାରୁ ମାଆ ’ ଚିନ୍ତିତ ହୋଇପଡ଼ିଥାଏ । 

କାରଣ- ଶରୀର ସୁସ୍ଥ ନ ରହିବା କାରଣରୁ କେତେକ ସ୍ତ୍ରୀଲୋକଙ୍କର ପ୍ରସବ ପରେ ବହୁତ କମ୍ କ୍ଷୀର ଆସିଥାଏ । ଏପରି ସ୍ଥିତିରେ ନବଜାତ ଶିଶୁକୁ ଉଚିତ ମାତ୍ରାରେ କ୍ଷୀର ମିଳିପାରି ନଥାଏ । ଭୋକିଲା କାରଣରୁ ଶିଶୁ କ୍ରମାଗତ ଭାବେ କ୍ରନ୍ଦନ କରିଥାଏ। ଏହାଦ୍ଵାରା ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ । ଶିଶୁ ଦୁର୍ବଳ ହୋଇଯାଏ । ଲୋଇ ରହି ନ ଖାଇ 

ଲକ୍ଷଣ- ଯେଉଁ ମାତାଙ୍କର ସ୍ତନରେ ଉଚିତ ମାତ୍ରାରେ କ୍ଷୀର ଆସିନଥାଏ , ସେ ବାଧ୍ୟ ହୋଇ ଶିଶୁକୁ ଡବାକ୍ଷୀର ବା ଗାଈକ୍ଷୀର ଦେଇଥାଆନ୍ତି । କେବେ କେବେ ଶିଶୁ ଏହି ବାହାର କ୍ଷୀରକୁ ଗ୍ରହଣ କରିନଥାଏ । ଶିଶୁ ‘ ମାଆ’ର କ୍ଷୀରକୁ ହିଁ ଚାହିଁଥାଏ । ଯେତେବେଳେ ଶିଶୁର ପେଟ ପୂରିନଥାଏ ଓ ମାଆ ସ୍ତନରୁ କ୍ଷୀର ଆସୁନଥାଏ , ସେତେବେଳେ ଶିଶୁ ମାଆର ସ୍ତନ ନିପଲକୁ ନିଜ ମାଢ଼ିଦ୍ଵାରା ଚାପିବାକୁ ଲାଗିଥାଏ । ଶେଷରେ ନିରାଶ ହେଲେ କ୍ରନ୍ଦନ କରିବାକୁ ଲାଗିଥାଏ । 

ଉପଚାର – 

୧ . ଭଜା ହୋଇଥିବା ଜିରାଗୁଣ୍ଡ ଏକଚାମଚରେ ଦୁଇଚାମଚ ମିଶ୍ରି ଗୁଣ୍ଡ ମିଶାଇ କ୍ଷୀରରେ ଗୋଳି ପିଇଲେ ସ୍ତନରେ ଅଧିକ କ୍ଷୀର ଆସିବାକୁ ଲାଗେ । 

୨ . ୨୫୦ ଗ୍ରାମ କଳାରାଶିକୁ ଚୂର୍ଣକରି ଦୁଇଚାମଚ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ କ୍ଷୀର ସହିତ ସେବନ କଲେ ସ୍ତନରେ କ୍ଷୀର ବୃଦ୍ଧି ହୋଇଥାଏ । ନିୟମିତ ରୂପେ ପାଚିଲା ଅମୃତଭଣ୍ଡା ଖାଇଲେ ସ୍ତନରେ ଅଧିକ କ୍ଷୀର ଉତ୍ପନ୍ନ  ହୋଇଥାଏ । 

୩ . ସ୍ତନ ଉପରେ କିଛିଦିନ ଜଡ଼ାତେଲ ମାଲିସ୍ କଲେ କ୍ଷୀର ବୃଦ୍ଧି ହୋଇଥାଏ । ନିମ୍ବ ଗଛର ଛେଲି ୫ ଗ୍ରାମ୍ ମାତ୍ରାରେ ନେଇ ପାଣିରେ ସିଝାଇ ଥଣ୍ଡା କରି ଛାଣି ଦିନରେ ଥରେ ଏକ ସପ୍ତାହ ପର୍ଯ୍ୟନ୍ତ ପିଇଲେ କ୍ଷୀର ବୃଦ୍ଧି ହୋଇଥାଏ । 

୬ . ଆଖୁ ଗଛ ଚେରକୁ ସଫାକରି ଶୁଖାଇ , ଚୂର୍ଣକରି ସାଲଗମ୍ ହାଲୁଆରେ ମିଶାଇ ଖାଇଲେ ସ୍ତନରେ କ୍ଷୀର ବୃଦ୍ଧି ହୋଇଥାଏ। 

୭ . ନିୟମିତ ରୂପେ ସଲାଦ କରି କିମ୍ବା ତରକାରି କରି ସାଲଗମ ଅଧ୍ୟକ ମାତ୍ରାରେ ଖାଇଲେ ସ୍ତନରେ ଅଧ୍ଵକ ମାତ୍ରାରେ କ୍ଷୀର ଉତ୍ପନ୍ନ ହୋଇଥାଏ । 

୮ . ଜିରା , ପାନମଧୁରୀ , ମିଶ୍ରି ସମାନ ମାତ୍ରାରେ ନେଇ ଚୂର୍ଣକରି , ଏକ ଏକ ଚାମଚ ମାତ୍ରାରେ ଦିନରେ ତିନିଥର ଖାଇଲେ ସ୍ତନରେ କ୍ଷୀର ବୃଦ୍ଧି ଘଟିଥାଏ । 

୯ . ଏକ କପ୍ ମାତ୍ରାରେ ଗାଜର ରସ ପ୍ରତିଦିନ ପିଇଲେ ସ୍ତନରେ ପ୍ରଚୁର ମାତ୍ରାରେ କ୍ଷୀର ଆସିଥାଏ । 

୧୦ . ପାନମଧୁରୀ , ଶତାବରୀ , ଭୂଇଁକଖାରୁ ସମାନ ମାତ୍ରାରେ ନେଇ ଚୂର୍ଣକରି , ୩ ଗ୍ରାମ୍ ଚୂର୍ଣ୍ଣକୁ ମହୁ ମିଶାଇ କ୍ଷୀର ସହିତ ଖାଇଲେ ସ୍ତନରେ କ୍ଷୀରର ମାତ୍ରା ବଢ଼ିଯାଇଥାଏ ।

୧୧ . ଖାଦ୍ୟ ଖାଇଲା ବେଳେ ଅଧ୍ଵକ ମାତ୍ରାରେ ପିଆଜ ଖାଇଲେ କ୍ଷୀର ବୃଦ୍ଧି ହୋଇଥାଏ । 

୧୨ . ଶତାବରୀ ଚୂର୍ଣ୍ଣ ଏକ ଚାମଚ ମାତ୍ରାରେ କ୍ଷୀର ସହିତ ଖାଇଲେ ସ୍ତନରେ କ୍ଷୀର ବୃଦ୍ଧି ଘଟିଥାଏ । 

୧୩ . ପଦ୍ମ କେଶର ମଞ୍ଜିକୁ ଚୂର୍ଣ୍ଣକରି ଏକ ଚାମଚ ମାତ୍ରାରେ କ୍ଷୀର କିମ୍ବା ଦହି ସହିତ ଖାଇଲେ ସ୍ତନରେ କ୍ଷୀର ବୃଦ୍ଧି ହୋଇଥାଏ । 

୧୪ . ଚାଉଳ ଓ ଜିରାକୁ କ୍ଷୀରରେ ପକାଇ ଖିରି କରି ଖାଇଲେ କିଛିଦିନରେ ସ୍ତନରେ କ୍ଷୀର ବୃଦ୍ଧି ଘଟିଥାଏ । 

Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top