Sagging breasts | ସ୍ତନ ଢିଲା ପଡ଼ିଯିବା | Odia health tips | Odia Bhai PK

Odia Bhai PK
0

ସ୍ତନ ଢିଲା ପଡ଼ିଯିବା



ସ୍ତ୍ରୀର ସୁନ୍ଦରତା ତଥା ଯୌବନର ପରିପକ୍ବତା ସୁଢୋଳ ସ୍ତନରୁ ହିଁ ଜଣା ପଡ଼ିଥାଏ । ତେଣୁ ଅନେକ ସ୍ତ୍ରୀଲୋକ ତାଙ୍କର ସ୍ତନକୁ ପୁଷ୍ଟ ରଖିବା ସହିତ ଜିଲାପଣ ନ ଆସିବା ପାଇଁ ଚେଷ୍ଟିତ ହୋଇଥାଆନ୍ତି । ସ୍ତନରେ ଜିଲାପଣ ଆସିବା , ସମୟ ସହିତ ତା’ର ବିକାଶ ନ ହେବା ଓ ସେଥିରେ କଠୋରତାର ଅଭାବ ହେବା ଆଦି ସ୍ଥିତି ସ୍ତ୍ରୀ ଲୋକଙ୍କୁ ହୀନଭାବନାଗ୍ରସ୍ତ କରି ଦେଇଥାଏ । 

କାରଣ– ଶାରୀରିକ ଦୁର୍ବଳତା , ମାସିକ ଧର୍ମରେ ଅନିୟମିତତା , ଅଧ୍ବକ ସମ୍ଭୋଗ , ଶରୀରରେ ନିୟମିତ ରୂପେ ଜ୍ଵର ରହିବା ଆଦି କାରଣରୁ ସ୍ତନରେ ଢିଲାପଣ ଦେଖାଦେଇଥାଏ । କିଛି ସ୍ତ୍ରୀ ଲୋକଙ୍କର ସ୍ତନର ଗୋଲେଇ ବହୁତ କମ୍ ହୋଇଥାଏ । ଏହି ଅବସ୍ଥାରେ ସ୍ତ୍ରୀକୁ କୌଣସି କୌଣସି ପ୍ରକାରର ରୋଗ ହୋଇଥାଏ । କାରଣ ସ୍ତ୍ରୀର ସ୍ତନକୁ ଫୁ କରୁଥିବା ହର୍‌ମୋନ୍ ତିଆରି ହୋଇପାରି ନ ଥାଏ । 

ଲକ୍ଷଣ- ଏହି ଅବସ୍ଥାରେ ସ୍ତ୍ରୀ ଲୋକଙ୍କର ସ୍ତନଢ଼ିଲା ବା ଛୋଟ ହୋଇଥାଏ । ତାହାକୁ ଘର , ପରିବାର ତଥା ସ୍ତ୍ରୀ ସମାଜରେ ଏକ ପ୍ରକାର ଲଜ୍ଜା ଅନୁଭବ କରିବାକୁ ପଡ଼ିଥାଏ , ସେ ସର୍ବଦା ହୀନ ଭାବନାର ଶିକାର ହୋଇ ଚିନ୍ତିତ ରହିଥାଏ । 

ଉପଚାର - 

୧ . କଳାରାଶି , କଳା ନିଶୋଥ , ଶୁଣ୍ଠି ସମାନ ମାତ୍ରାରେ ନେଇ କୁଟି ଗାଈଘିଅ ସହିତ । ୨୫୦ ମି.ଲି. ରାଶି ତେଲରେ ୩୦ - ୪୦ ଗ୍ରାମ ମାତ୍ରାରେ ପକାଇ ଗରମ କରିବ । ଥଣ୍ଡା ହେଲାପରେ ଛାଣି ରଖନ୍ତୁ । ପ୍ରତିଦିନ ଗାଧୋଇବା ପୂର୍ବରୁ ସ୍ତନରେ ୧ ୧୫ ମିନିଟ୍‌ ଲେଖାଏଁ ସେହି ତେଲକୁ ମାଲିସ କଲେ କିଛିଦିନରେ ସ୍ତନପୁଷ୍ଟ ଓ କଠୋର ହୋଇଯିବ । 

୨ .ଯତୁନ ତେଲ ( ଅଲିଭ୍ ଅଏଲ ) ରେ ଅଳ୍ପ ଫିଟିକିରି ମିଶାଇ ସେହି ତେଲକୁ ସ୍ତନରେ ମାଲିସ କଲେ ସ୍ତନ ପୁଷ୍ଟ ଓ କଠୋର ହୋଇଯାଇଥାଏ । 

୩ . ବେଦନା ଚୋପାକୁ ପାଣି ସହିତ ବାଟି ପେଷ୍ଟ କରି ସେଥ୍‌ରେ ୫ ଗ୍ରାମ ବଟା ହଳଦୀ ମିଶାଇ ଏହାକୁ ଦୁଇପଟ ସ୍ତନରେ ନିପଲ୍‌କୁ ଛାଡ଼ି ଲଗାଇ ରଖନ୍ତୁ । ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏପରି କରିବା ଦ୍ଵାରା ଖୁବ୍ କମ୍ ଦିନରେ ସ୍ତନ ଢିଲା ପଣ ଦୂର ହୋଇ କଠୋର ହୋଇଯିବ । 

୪ . ରାଈ ସୋରିଷକୁ ବାଟି ସ୍ତନ ଉପରେ ଲଗାଇଲେ କିଛି ଦିନରେ ସ୍ତନର ବୃଦ୍ଧି ଘଟିଥାଏ । 

୫ . ଗୋଟିଏ ଅଣ୍ଡା , ଲେମ୍ବୁରସ ୧୦ ଗ୍ରାମ୍ , ବେସନ ୧୧ ଗ୍ରାମକୁ କ୍ଷୀରରେ ଭଲ ରୂପରେ ଗୋଳି ପେଷ୍ଟକରି , ସେହି ପେଷ୍ଟକୁ ସ୍ତନରେ ଲଗାଇଲେ ଢିଲାପଣ ଦୂର ହୋଇଥାଏ । 

୬ . ବରଗଛର କ୍ଷୀରକୁ ସ୍ତନରେ ମାଲିସ୍ କଲେ ସ୍ତନର ଜିଲାପଣ ଦୂର ହୋଇଯାଇଥାଏ । ୭ . ଜଡ଼ା ପତ୍ରକୁ ଆଖୁରସ ସିରିକାରେ ବାଟି ସ୍ତନ ଉପରେ ଲେପଦେଲେ କିଛିଦିନରେ ସ୍ତନରୁ ଢିଲାପଣ ଦୂରହୋଇ କଠୋର ହୋଇଯାଇଥାଏ । ୮ . ବରଗଛର ସରୁ ଓହଳକୁ ବାଟି ସ୍ତନ ଉପରେ ଲେପ ଦେଲେ ଢିଲାପଣ ଦୃଢ଼ ଠିଆ ହୋଇ କଠୋର ହୋଇ ଯାଇଥାଏ ।

୯ . କଞ୍ଚା ଆମ୍ବ କୋଇଲିକୁ ବାଟି ସ୍ତନ ଉପରେ ଲେପଦେଲେ ଏହା ସୁଢୋଳ ଓ କଠୋର ହୋଇଯାଇଥାଏ । 

୧୦ . ଗମ୍ଭାରୀ ଛେଲିକୁ ଛେଚି ରାଶି ତେଲରେ ପକାଇ ଗରମ କରି ପାଣି ଅଂଶ ମରିଗଲେ ଥଣ୍ଡା କରି ଛାଣି ସେହି ତେଲକୁ ସ୍ତନରେ କିଛିଦିନ ମାଲିସ୍ କଲେ ସ୍ତନ ଦୃଢ଼ ହୋଇଥାଏ । 

୧୧ . ଲବଙ୍ଗ , ବଚ , କୂଟଜ ତଥା ଅଶ୍ଵଗନ୍ଧାକୁ ବାଟି ଲହୁଣୀ କିମ୍ବା ଦୁଧସରରେ ମିଶାଇ ସ୍ତନ ଉପରେ ଲେପଦେଲେ ସ୍ତନ ଦୃଢ଼ ଓ ସୁଢୋଳ ହୋଇଥାଏ । 

୧୨ . ଭୂଇଁଅଁଳା ଓ ପୋକସୁଙ୍ଘା ଗଛକୁ ଆଣି ବାଟି ରାଶି ତେଲ ୧୫୦ ମି.ଲି.ରେ ପକାଇ ଗରମ କରିବ । ପାଣି ଅଂଶ ଶୁଖିଗଲାପରେ ଥଣ୍ଡାକରି ଛାଣି ସେହି ତେଲକୁ ସ୍ତନରେ ମାଲିସ୍ କଲେ ସ୍ତନର ଜିଲାପଣ ଦୂରହୋଇ ଦୃଢ଼ ହୋଇଯାଇଥାଏ । 

୧୩ . କଞ୍ଚା ବରକୋଳି ମଞ୍ଜି , କନିଅର ଫୁଲ , ନାଗକେଶରକୁ ସମାନ ମାତ୍ରାରେ ନେଇ ବାଟି ସ୍ତନରେ ଲେପଦେଲେ ଜିଲାପଣ ଦୂରହୋଇ କଠୋର ହୋଇଯାଇଥାଏ । 

୧୪ . ମଇଁଷି ଲହୁଣୀରେ , କୂଟଜ , ଖିରୋଟୀ ଓ ବଚକୁ ବାଟି ମିଶାଇ ସ୍ତନ ଉପରେ ଲେପ ଦେଲେ ସ୍ତନ ନ ପୁଷ୍ଟ ଓ କଠୋର ହୋଇଥାଏ । 

୧୫ . ଅଶ୍ଵରଂଧା ଗଛର ଚେର ଓ ଲାଜକୁଳୀ ଲତାଚେର ସମାନ ମାତ୍ରାରେ ନେଇ ବାଟି ରାତିରେ ଶୋଇଲା ପୂର୍ବରୁ ସ୍ତନ ଉପରେ ଲେପଦେଲେ ଏହା ଦୃଢ଼ , ସୁନ୍ଦର ଓ ସୁଢୋଳ ହୋଇଯାଇଥାଏ । 

୧୬ . ଆମିଳିତ ପତ୍ରକୁ ବାଟି ଲେପଦେଲେ କିମ୍ବା ପତ୍ରର ରସକୁ ସ୍ତନ ଉପରେ ମାଲିସ କଲେ ସ୍ତନର ଢିଲାପଣ ଦୂରହୋଇ ମାସକ ଭିତରେ ପୂର୍ବାବସ୍ଥାକୁ ଫେରିଆସେ । 


 ସ୍ତନହରା ( ଥନହରା )


ପ୍ରସବ ପରେ କେତେକ ସ୍ତ୍ରୀ ଲୋକଙ୍କର ସ୍ତନହରା ରୋଗ ହୋଇଥାଏ । ସ୍ତନରେ ପ୍ରଚୁର ମାତ୍ରାରେ କ୍ଷୀର ଉତ୍ପନ୍ନ ହେଲେ , ନବଜାତ ଶିଶୁ ଦୁର୍ବଳ କାରଣରୁ ଅଧିକ ମାତ୍ରାରେ କ୍ଷୀର ପିଇପାରୁ ନ ଥିଲେ , ‘ ମା ’ ନିଜର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶିଶୁକୁ କ୍ଷୀର ନ ପିଆଇବା ଆଦି କାରଣରୁ ସ୍ତନରେ କ୍ଷୀର ଜମିଯାଇ ସ୍ତନହରା ରୋଗ ସୃଷ୍ଟି ହୋଇଥାଏ । ଆଉ ମଧ୍ୟ ମାତା ଦୁର୍ବଳ କାରଣରୁ , ଅପରେସନ୍ ଯୋଗୁଁ , ଅସୁସ୍ଥ କାରଣରୁ , ଶିଶୁକୁ କ୍ଷୀର ପିଆଇ ନ ପାରିବାରୁ ଏହି ରୋଗ ମଧ୍ୟ ହୋଇଥାଏ । ଏହି ରୋଗରୁ ରକ୍ଷାପାଇବା ପାଇଁ କେତେକ ଉପଚାର ନିମ୍ନରେ ଦିଆଗଲା । ଏହି ରୋଗରେ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ।

ଉପଚାର - 

୧ . ବେଲଗଛର ଚେରକୁ ବାଟି ସ୍ତନରେ ଲେପଦେଲେ ସ୍ତନହରା ରୋଗରୁ ରକ୍ଷା ମିଳିଥାଏ । 

୨ . ଦୁଦୁରା ଚେରକୁ ବାଟି ବଟା ହଳଦୀରେ ମିଶାଇ ସ୍ତନରେ ଲେପଦେଲେ ଏହି ରୋଗ ଠିକ୍ ହୋଇଯାଇଥାଏ । 

୩ . ସୁନାରୀ ଗଛର ଛେଲିକୁ ଚିକ୍କଣ କରି ବାଟି ସ୍ତନ ଉପରେ ଲେପଦେଲେ ସ୍ତନହରା ରୋଗ ଭଲ ହୋଇଯାଇଥାଏ । 

୪ . ମଲ୍ଲୀ ଫୁଲକୁ ବାଟି ଲେପ ଦେଲେ ଲାଭ ମିଳିଥାଏ । 



ସ୍ତନରେ ଗଣ୍ଠି – ( ସ୍ତନ କ୍ୟାନ୍‌ସର ) 



ଆଜିକାଲି ଆମ ଦେଶରେ ସ୍ତ୍ରୀ ଲୋକମାନଙ୍କର ସ୍ତନ ଗଣ୍ଠି ଓ ସ୍ତନ କ୍ୟାନ୍‌ସର ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏହା ମୁଖ୍ୟ କାରଣ ଗୁଡ଼ିକ ହେଲା ଗର୍ଭ ନିୟନ୍ତ୍ରକ । କରୁଥିବା ଔଷଧ ବହୁଳ ଭାବରେ ବ୍ୟବହାର କରିବା , ଶିଶୁକୁ ସ୍ତନ୍ୟପାନ ନ କରାଇବା , କୌଣସି ସନ୍ତାନ ସନ୍ତତି ନ ହେବା , ଶରୀରରେ ଏଡିଲେ ଗ୍ରନ୍ଥି ବଢ଼ିଯାଇ ପର ମୁହୂର୍ଭରେ ଓଷ୍ଟ୍ରୋଜନ୍‌ରେ ବଦଳିଯାଇ ସ୍ତନଗଣ୍ଠି ଓ ସ୍ତନ କ୍ୟାନ୍ସରର କାରଣ ହୋଇଥାଏ । ଶରୀରରେ ଷ୍ଟେରୋଏଡ୍ ବଢ଼ିଗଲେ ଓ ଅଧିକ ଟାଇଟ୍‌ରେ ବ୍ରା ପିନ୍ଧିଲେ ମଧ୍ୟ ସ୍ତନଗଣ୍ଠି ଓ ସ୍ତନ୍ କ୍ୟାନସର୍‌ର କାରଣ ହୋଇଥାଏ । ସ୍ତନ କ୍ୟାନ୍ସର ଆରମ୍ଭ ହେବାର ଛଅମାସ ଆଗରୁ ଏହି ଗଣ୍ଠି ଛୋଟ ଛୋଟ ଆକାରର ସୃଷ୍ଟି ହୋଇଥାଏ ଓ ପରେ ଏହା ଧୀରେ ଧୀରେ ବଢ଼ିବାକୁ ଲାଗେ । ଏହି ଅବସ୍ଥାରେ କୌଣସ ପ୍ରକାରର କଷ୍ଟ ହୋଇନଥାଏ । ସମୟ ଥାଇ ଏହି ଗଣ୍ଠିର ଚିକିତ୍ସା କରାନଗଲେ ପରମୁହୂର୍ତ୍ତରେ ଏହା କ୍ୟାନସରରେ ପରିବର୍ତ୍ତିତ ହୋଇଯାଇଥାଏ । ଏହି ରୋଗରେ ଯଥେଷ୍ଟ ସଚେତନତାର ଆବଶ୍ୟକତା ରହିଛି । ସମୟ ସମୟରେ ମହିଳାମାନେ ନିଜ ସ୍ତନକୁ ଅଙ୍ଗୁଳି ସାହାଯ୍ୟରେ ଦବାଇ ପରୀକ୍ଷା କରିବା ଦରକାର କୌଣସି ସ୍ଥାନରେ ଗଣ୍ଠି ଅଛିକିନାହିଁ । ସନ୍ଦେହ ହେଲେ ଡାକ୍ତରଙ୍କ ଦ୍ଵାରା ପରୀକ୍ଷା କରାଇବା ଉଚିତ । ପ୍ରାଥମିକ ଅବସ୍ଥାରେ ଏହି ଗଣ୍ଡିଗୁଡ଼ିକୁ ଉପଚାର ଦ୍ଵାରା ଠିକ୍ କରାଯାଇପାରେ । କିନ୍ତୁ ଗଣ୍ଠି ବଡ଼ ହୋଇ କ୍ୟାନ୍‌ସର୍‌କୁ ପରିବର୍ତ୍ତିତ ହୋଇଗଲେ ଏହାର ଅପରେସନ୍ ହିଁ ଏକମାତ୍ର ବିକଳ୍ପ ଅଟେ । ଏହି ରୋଗରେ ଅବହେଳା କଲେ ଏହା ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପି ଯାଇଥାଏ । ଯଥା- କାନ୍ଧ , ବେକ , ଫୁସ୍‌ଫୁସ୍ , ଛାତି ଆଦି । ଏପରି ସ୍ଥିତିରେ ଅପରେସନ ମଧ୍ୟ କୌଣସି ସୁଫଳ ଦେଇପାରିନଥାଏ ,ଶେଷରେ ରୋଗୀର ମୃତ୍ୟୁ ନିଶ୍ଚିତ ଅଟେ । ତେଣୁ ଜଟିଳ ସମସ୍ୟା ଆସିବା ପୂର୍ବରୁ ସଚେତନତା ହିଁ ଏହି ରୋଗରୁ ରକ୍ଷା କରି ପାରିବ । 

ଲକ୍ଷଣ- ପ୍ରଥମେ ସ୍ତନରେ ଛୋଟ ଛୋଟ ଗୁଳି ଭଳି ଗଣ୍ଠି ହୋଇଥାଏ , ପରେ ଏହା ବଢ଼ି ଗୁଆଭଳି ଓ ଧୀରେ ଧୀରେ ବଢ଼ି ଆହୁରି ବଡ଼ ହୋଇଯାଇଥାଏ । ଯେଉଁ ସ୍ତନରେ ଗଣ୍ଠି ହୋଇଥାଏ , ସେହି ସ୍ତନଟି ଅନ୍ୟ ସ୍ତନ ଅପେକ୍ଷା ବଡ଼ ଦେଖାଯାଏ । ଗଣ୍ଠି ବଡ଼ ହୋଇ କ୍ୟାନ୍‌ସର୍‌କୁ ପରିବର୍ତ୍ତିତ ହୋଇଗଲେ ସ୍ତନ ଉପର ଅଂଶ ଲାଲ ଦେଖାଯାଏ ଓ ଟାଣ ହୋଇଯାଏ । ସ୍ତନର ନିପଲ୍ ଭିତରକୁ ପଶିଯାଏ । ପ୍ରାଥମିକ ସ୍ତରରେ କୌଣସି କଷ୍ଟ ହୁଏନାହିଁ , ପରେ କଷ୍ଟ ହେବା ଆରମ୍ଭ ହୋଇଯାଏ । ନିପଲ୍ ଦ୍ଵାରା ସ୍ତନ ଭିତର ଅଂଶରୁ ବେଳେ ବେଳେ ଗଣ୍ଠି ପାଚିଯାଇ ରକ୍ତ ମିଶ୍ରିତ ପୂଜ ବାହାରିଥାଏ । ଯାହା ଲୁଗାରେ ଲାଗିଲେ ଦାଗ ହୋଇଯାଏ । ପ୍ରାଥମିକବସ୍ଥାରେ ନିମ୍ନଲିଖିତ ଉପଚାର କଲେ ରୋଗରୁ ମୁକ୍ତି ମିଳିଥାଏ । 

ଉପଚାର -

୧ . ଭୂଇଁଅଁଳା ଗଛକୁ ବାଟି ଗଣ୍ଠି ଉପରେ ଲେପଦେଇ ପଟି ବାନ୍ଧିଲେ ଗଣ୍ଠି କିଛିଦିନରେ ମିଳାଇଯାଇଥାଏ । 

୨ . କୁସୁମ ପତ୍ରକୁ ବାଟି ସ୍ତନର ଗଣ୍ଠି ଉପରେ ଲଗାଇଲେ କିଛି ଦିନରେ ଗଣ୍ଠି ଭଲ ହୋଇଯାଇଥାଏ । 

୩ . ଅମର ପୋଇ ପତ୍ରକୁ ଉଷୁମ କରି ସ୍ତନ ଗଣ୍ଠି ଉପରେ ବାନ୍ଧିଲେ ଗଣ୍ଠି ଠିକ୍ ହୋଇଯାଇଥାଏ । 

୪ . ଶିଶୁଗଛର ପତ୍ରକୁ ବାଟି ସ୍ତନ ଉପରେ ଲେପଦେଲେ କିଛି ଦିନରେ ଗଣ୍ଠି ମିଳାଇ ଯାଇଥାଏ । 

୫ . ଇନ୍ଦ୍ରପର୍ଶୀ ଚେରକୁ ବାଟି ଲେପଦେଲେ ସ୍ତନ ଗଣ୍ଠି ଠିକ୍ ହୋଇଯାଇଥାଏ । 

୬ . ଲାଜକୁଳୀ ଲତା ଚେର ଓ ଅଶ୍ଵରଂଧା ଚେରକୁ ବାଟି ଲେପଦେଲେ ସ୍ତନଗଣ୍ଡି ଭଲ ହୋଇଯାଇଥାଏ । 

୭ . ଜଡ଼ାତେଲକୁ ମାଲିସ କଲେ ଓ ଜଡ଼ା ( ଗବ ) ପତ୍ରରେ ତେଲମାରି ସେକି ବାନ୍ଧିଲେ କିଛି ଦିନରେ ଗଣ୍ଠି ମିଳାଇଯାଇଥାଏ । 

୮ . ଦୁଦୁରା ପତ୍ର ରସକୁ ରାଶି ତେଲରେ ମିଶାଇ ଗରମ କରି ଥଣ୍ଡା ହେଲାପରେ ଛାଣି ସେହି ତେଲକୁ ମାଲିସ୍ କଲେ ଓ ଦୁଦୁରାପତ୍ରକୁ ଉଷୁମ କରି ସ୍ତନ ଉପରେ ବାନ୍ଧିଲେଗଣ୍ଠି ମିଳାଇ ଯାଇଥାଏ । 


Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top