ଶିଶୁ ରୋଗ, ପ୍ଲୀହା ବୃଦ୍ଧି Children's disease | sishu rago phriha rago
( ପ୍ଲୀହା ବୃଦ୍ଧି , କୃମି ରୋଗ , ପିଲାଙ୍କ ଶୁଖିଲା ରୋଗ , ପିଲାଙ୍କ କାଶ , ପିଲାଙ୍କ ମୁହଁରେ ଛାଲି , ପିଲାଙ୍କ ମଳରୋଧ , ପିଲାଙ୍କ ମୂତ୍ରରୋଧ , ପିଲାଙ୍କ ଝାଡ଼ା , ଶରୀରରେ ଜଳର ମାତ୍ରା କମିଗଲେ , ମିଳିମିଳା ଓ ହାଡ଼ଫୁଟି , ପିଲାଙ୍କ ପଞ୍ଜରାସ୍ଟ୍ରି ଚାଲିବା , ମାଟି ଖାଇଲେ , ପିଲାଙ୍କ ପାଟି ଲାଗିବା , ନାଭି ପାଚିବା । )
ଶିଶୁ ପରିବାର ବଗିଚାର ଫୁଲ ଅଟନ୍ତି । ଯେପରି ଫୁଲ ଗଛରେ ରହି ସୁନ୍ଦରତା ବଢ଼ାଇବା ପାଇଁ ଗଛ ଓ ଫୁଲର ଯତ୍ନ ନେବାକୁ ପଡ଼ିଥାଏ । ସେହିପରି ପରିବାରର ପିଲାଙ୍କୁ ସୁସ୍ଥ ରଖିବା ପାଇଁ ତାଙ୍କର ସବୁ ସମୟରେ ସୁରକ୍ଷାର ଆବଶ୍ୟକତା ପଡ଼ିଥାଏ । ପିଲାମାନଙ୍କର ସମୟ ସମୟରେ ବିଭିନ୍ନ ପ୍ରକାରର ରୋଗ ଲାଗିରହିଥାଏ । ଏହାର ମୁଖ୍ୟ କାରଣ ହେଉଛି , ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ଥାଏ । ତେଣୁ ଦେଖୁ ଦେଖୁ ସେମାନେ ରୋଗରେ ପଡ଼ିଯାଆନ୍ତି । ରୋଗର ଯନ୍ତ୍ରଣା ସହି ନ ପାରି ସେମାନେ କାନ୍ଦି ଥାଆନ୍ତି କିମ୍ବା ବିଛଣାରେ ପଡ଼ିରହିଥାଆନ୍ତି । ଏପରି ସ୍ଥିତିରେ ମାତା ଓ ପିତାଙ୍କର ଚିନ୍ତା ବଢ଼ିଯାଇଥାଏ । ପିଲାଙ୍କୁ ପ୍ରାୟ କାଶ , ଜ୍ଵର , ପ୍ଲୀହାବୃଦ୍ଧି , ମିଳିମିଳା , ଶୁଖିଲା ରୋଗ , ଝାଡ଼ା , ବାନ୍ତି , କୁଣ୍ଡିଆ - ଘାଆ ଆଦି ରୋଗ ହୋଇଥାଏ । କେତେକ ରୋଗ ବିଷୟରେ ନିମ୍ନରେ ଦିଆଗଲା ।
ପ୍ଲୀହା ବୃଦ୍ଧି : More details watch my video click here
ପ୍ଲୀହା ବୃଦ୍ଧି ରୋଗ ପ୍ରାୟ ଛୋଟ ପିଲାଙ୍କୁ ହୋଇଥାଏ ।
କାରଣ- ଏହି ରୋଗର ମୁଖ୍ୟ କାରଣ ହେଲା , ମା’ର କ୍ଷୀରରେ କୌଣସି ପ୍ରକାରର ଅସୁବିଧା ଥିବା , ଗାଈ ତଥା ମଇଁଷିର ବାସି ତଥା କ୍ରିମ୍ ଥିବା କ୍ଷୀର , ଅଧିକ ମାତ୍ରାରେ କ୍ଷୀର ପିଆଇବା , ଛୋଟ ପିଲାକୁ ପେଟଭରି ଭାତ ଖୁଆଇବା , ମିଠାର ଅଧିକ ପ୍ରୟୋଗ , ବରଫ , ଆଇସ୍କ୍ରିମ୍ , ଚକୋଲେଟ୍ ଆଦି ସେବନ କରିବା ଦ୍ୱାରା ପିଲାଙ୍କର ପ୍ଲୀହା ବୃଦ୍ଧି ହୋଇଥାଏ । ଲକ୍ଷଣ– ପିଲାର ଖାଦ୍ୟ ହଜମ ନ ହୋଇ ଧୀରେ ଧୀରେ ପ୍ଲୀହା ବୃଦ୍ଧି ହୋଇଥାଏ , ପିଲାର ପେଟ ଫୁଲିଯାଏ । ଖାଦ୍ୟ ଖାଇଲେ ମଧ୍ୟ ତା’ର ଶରୀରରେ ବୃଦ୍ଧି ଘଟିନଥାଏ । ଦିନକୁ ଦିନ ପତଳା ହେବାକୁ ଲାଗେ । ପିଲାର ଶରୀରରେ ରକ୍ତହୀନତା ଦେଖା ଦେଇଥାଏ । ଏହି କାରଣରୁ ପିଲାର ବ୍ୟବହାରରେ ଚିଡ଼ଚିଡ଼ା ପଣ ଆସିଥାଏ ।
ଉପଚାର
୧ . ପିଲାକୁ ପ୍ରତିଦିନ ଏକ ଚାମଚ ଲେଖାଏଁ ଅଁଳାରସ ମହୁ ସହିତ ଖୁଆଇବା ଦରକାର ତା ସହିତ ମା’କୁ ମଧ୍ୟ ଅଁଳା ରସ ଓ ସେଓ ଖାଇବା ଆବଶ୍ୟକ ।
ଏକ ଗ୍ରାମର ଚାରିଭାଗରୁ ଭାଗେ ବଂଶଲୋଚନ ଦିନରେ ଦୁଇଥର ମହୁ କିମ୍ବା କ୍ଷୀର ସହିତ ଖୁଆଇଲେ ପ୍ଲୀହା ବୃଦ୍ଧି କମିଯାଇଥାଏ ।
୪ . ୩ . ଚୂନର ଉପର ପାଣି ୨ - ୩ ବୁନ୍ଦା ମାତ୍ରାରେ ପାଣିରେ ମିଶାଇ କିଛିଦିନ ପିଆଇଲେ ଏହି ରୋଗରେ ଲାଭ ମିଳିଥାଏ ।
୫ . ୪ - ୫ ବୁନ୍ଦା ଭାଙ୍ଗରା ପତ୍ରର ରସକୁ କ୍ଷୀରରେ ମିଶାଇ ପିଆଇଲେ ଲାଭ ମିଳିଥାଏ । ଅଧଗ୍ରାମ ମାତ୍ରାରେ ପିପ୍ପଳୀ ଚୂର୍ଣ୍ଣକୁ ମହୁରେ ମିଶାଇ ପିଲାକୁ ଚଟାଇଲେ ଲାଭ ମିଳେ ।
୬ . ପ୍ରତିଦିନ ଏକ କପ୍ ମାତ୍ରାରେ ଅମୃତ ଭଣ୍ଡା ରସ ପିଆଇଲେ ଲାଭ ମିଳିଥାଏ ।
୭ . ପିଲାକୁ ବାଇଗଣ ଭର୍ଭା ସହିତ ବୁଟ ଅଟାର ରୁଟି ଖୁଆଇଲେ ଲାଭ ମିଳିଥାଏ |
୮ . ନିମ୍ବ ପତ୍ର ରସରେ ପାଣି ମିଶାଇ ପିଆଇଲେ କିଛି ଦିନରେ ପ୍ଲୀହା ବୃଦ୍ଧି କମିଯାଇଥାଏ ।
୯ . ଜୁଆଣୀ , ଚିତ୍ରକ , ଯବକ୍ଷାର , ପୀପରାମୂଳ , ଦନ୍ତୀର ଚେର ଓ ଛୋଟ ପିପ୍ପଳୀ ସବୁଥୁରୁ ୫ - ୫ ଗ୍ରାମ ମାତ୍ରାରେ ନେଇ ଚୂର୍ଣ୍ଣକରି ଅଧଚାମଚ ଲେଖାଏଁ ଚୂର୍ଣ୍ଣକୁ ଦହି ପାଣିରେ ମିଶାଇ ପିଲାକୁ ଖୁଆନ୍ତୁ ।
୧୦ . ଦୁଇଗ୍ରାମ କରମୀଶୋରା ଓ ଦୁଇଗ୍ରାମ ଯବକ୍ଷାରକୁ ପାଣିରେ ମିଶାଇ କିଛିଦିନ ପର୍ଯ୍ୟନ୍ତ ଖୁଆଇଲେ ପ୍ଲୀହା ବୃଦ୍ଧି କମିଯାଇଥାଏ । ତାହତ ମାଓ ଡାବଧ , ନିଜ ହାତ
୧୧ . ସୋଡ଼ା ବାଇକାର୍ବ ଓ ସଜ୍ଜୀକ୍ଷାରର ୨ ଗ୍ରାମ ମାତ୍ରାରେ ଦିନରେ ୨ - ୩ ଥର ଖୁଆଇଲେ ଲାଭ ମିଳେ ।
୧୨ . ଅଧଚାମଚ ଜାମୁକୋଳି ରସର ସିରିକାକୁ ପାଣିରେ ଗୋଳି ପିଆଇଲେ ପ୍ଲୀହା ବୃଦ୍ଧି କମିଯାଏ ।
୧୩ . ପିପ୍ପଳୀ ଓ ଚିରେଇତା ସମାନ ମାତ୍ରାରେ ନେଇ ଚୂଣ୍ଣ କରି ସେହି ଚୂଣ୍ଣରୁ ଏକଚିମୁଟେ ମାତ୍ରାରେ ପାଣିରେ ଗୋଳି ପିଆଇଲେ ଲାଭ ମିଳିଥାଏ ।
୧୪ . ଖଣ୍ଡେ ଅଙ୍ଗରାକୁ ସିରିକାରେ ଚକଟି ଖୁଆଇଲେ ପ୍ଲୀହା ବୃଦ୍ଧି ଠିକ୍ ହୋଇଯାଏ । । ପତ୍ରର ରସ ୧୦ - ୧୦ ବୁନ୍ଦା ମାତ୍ରାରେ ମହୁ ସହିତ ସକାଳେ ଓ
୧୫ . କାକମାଚୀ ସନ୍ଧ୍ୟାରେ ଖୁଆଇଲେ ପ୍ଲୀହା ବୃଦ୍ଧି ଭଲ ହୋଇଯାଇଥାଏ ।
୧୬ . ଅପମାରଙ୍ଗ କ୍ଷୀର ଅଧିଗ୍ରାମ ମାତ୍ରାରେ ଦହିରେ ଗୋଳି ଖୁଆଇଲେ ପ୍ଲୀହା ବୃଦ୍ଧି କମିଯାଏ ।
ପିଲାମାନଙ୍କର କୃମିରୋଗ
ପିଲାମାନଙ୍କର ଆମାଶୟ ଓ ଅନ୍ତନାଡ଼ୀରେ ଅନେକ ବିକାର ଦେଖାଦେଇଥାଏ । ତା ’ ମଧ୍ୟରୁ କୃମିରୋଗ ପିଲାମାନଙ୍କୁ ବହୁତ କଷ୍ଟ ଦେଇଥାଏ । ଏହି କୃମି ୨୦୦ ପ୍ରକାରର ଦେଖାଯାଏ ଯାହା ଅନ୍ତନାଡ଼ୀରେ ଘା ’ ସୃଷ୍ଟି କରିଥାଆନ୍ତି । ଏହି ସମୟରେ ରୋଗୀ ଅସ୍ଥିର ଅନୁଭବ କରିଥାଏ । ଏହି କୃମି ଗୁଡ଼ିକ ପେଟରେ ବାୟୁକୁ ବଢ଼ାଇ ଦେଇଥାଆନ୍ତି , ଯାହା ଯୋଗୁଁ ସମୟ ସମୟରେ ହୃଦୟ ଧକ୍ ଧକ୍ ହେବା ମଧ୍ୟ କିଛି ସମୟ ପାଇଁ ବନ୍ଦ ହୋଇଯାଇଥାଏ । କୃମି ପେଟରେ ଅଧିକ ମାତ୍ରାରେ ହେଲେ ଖାଇବାରେ ଅରୁଚି ଦେଖାଦେଇଥାଏ । ଖାଦ୍ୟ ଦେଖିଲେ ବାନ୍ତି ଆସେ । ଖାଇବା ପ୍ରତି ଆଗ୍ରହ ରୁହେ ନାହିଁ । ମୁଣ୍ଡ ବୁଲାଇଥାଏ ତଥା ଅଧିକ ମାତ୍ରାରେ ଶୋଷ ଲାଗିଥାଏ । ଏହି ରୋଗ ଅପରିଷ୍କାର ଯୋଗୁଁ ସୃଷ୍ଟି ହୋଇଥାଏ । ମାଛି ବସିଥିବା ଖାଦ୍ୟ ପଦାର୍ଥ ଓ ପାନୀୟର ବ୍ୟବହାର ଯୋଗୁଁ ଏହି ରୋଗ ବଢ଼ିଥାଏ । ରୋଗୀ ପେଟରୁ କୃମିଗୁଡ଼ିକର ଅଣ୍ଡା ମଳ ସହିତ ବାହାରି ଆସିଥାଏ । ବାହାରେ ଝାଡ଼ା ବସୁଥିବା ଅବସ୍ଥାରେ ଏଗୁଡ଼ିକ ମାଟିରେ ବ୍ୟାପିଯାଆନ୍ତି ଏବଂ ବଢ଼ି ବଂଶ ବୃଦ୍ଧି କରନ୍ତି । ଯେତେବେଳେ ପିଲାମାନେ ଖାଲିପାଦରେ ସଡ଼କ ଓ ଘାସ ଉପରେ ଚାଲିଥାଆନ୍ତି ସେତେବେଳେ ଏହି କୃମିଗୁଡ଼ିକ ପାଦରେ ଲାଗିଯାଆନ୍ତି ଏବଂ ଚମଡ଼ାକୁ ଭେଦକରି ଶରୀର ମଧ୍ୟରେ ପହଞ୍ଚିଯାଆନ୍ତି ।
କାରଣ- ପିଲାମାନେ ମାଟି ଖାଇବା , ଦୂଷିତ ଭୋଜନ ଗ୍ରହଣ କରିବା , ମଇଳା କପଡ଼ା ପିନ୍ଧିବା , ଦୂଷିତ ପରିବେଶରେ ରହିବା , ଶରୀରକୁ ପରିଷ୍କାର ନ ରଖିବା , ଦୁଧ , ଦହି , ମାଛ , ମାଂସ , ଗୁଡ଼ , ଚିନି ଆଦି ଅଧ୍ଵକ ମାତ୍ରାରେ ଖାଇବା ଯୋଗୁଁ ପେଟରେ କୃମି ମଧ୍ୟ ସୃଷ୍ଟି ହୋଇଥାଆନ୍ତି ।
ଲକ୍ଷଣ- ପିଲାଙ୍କ ବଦହଜମୀ , ପେଟବ୍ୟଥା , ଜ୍ଵର ଆଦି ଦେଖାଦେଇଥାଏ । ଅନେକ ପିଲାଙ୍କ ଶରୀର ମଳିନ ଦେଖାଦେଇଥାଏ । ଝାଡ଼ା ବାରମ୍ବାର ହୋଇଥାଏ ଓ ଖାଦ୍ୟ ପ୍ରତି ଅରୁଚି ଦେଖାଦେଇଥାଏ । ପିଲାର ମୁହଁରେ ଧଳା ଧଳା ଚିହ୍ନ ଦେଖା ଦେଇଥାଏ ।
ଉପଚାର-
୧ . ଏକ ଚାମଚ କଲରା ରସ , ଏକ ଚାମଚ ନିମ୍ବପତ୍ର ରସ , ଏକ ଚାମଚ ପାଳଙ୍କ ରମ୍ବ । ଏବଂ ଅଳ୍ପ ସୈନ୍ଧବଲବଣ ସବୁକୁ ମିଶାଇ ଦୁଇଭାଗ କରି ସକାଳେ ଓ ସନ୍ଧ୍ୟାରେ ଖାଦ୍ୟଖାଇ ସାରିଲା ପରେ ପିଲାଙ୍କୁ ଖୁଆନ୍ତୁ । ଏପରି କଲେ କୃମି ମରିଯାଇ ଝାଡ଼ାରେ ବାହାରିଯିବେ ।
୨ . ଘୋଳ ଦହିରେ କଳାଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଆଇଲେ କୃମି ମରିଯାଆନ୍ତି ।
୩ . ରସୁଣକୁ ବାଟି ସକାଳେ ଖାଲିପେଟରେ ପିଲାକୁ ଖୁଆଇ ପାଣି ପିଆଇଲେ କମି ମରିଯାଇ ବାହାରି ଆସନ୍ତି ।
୪ . ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଗୋଳି ଦିନକୁ ଥରେ ସାତଦିନ ପର୍ଯ୍ୟନ୍ତ ପିଲାକୁ ପିଆଇଲେ ପେଟରୁ ସମସ୍ତ କୃମି ମରିଯାଆନ୍ତି |
୫ . ଏକ ଚାମଚ ନିମ୍ବପତ୍ରରସରେ ଏକ ଚାମଚ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଲାକୁ ଖୁଆଇଲେ କୃମି ନଷ୍ଟ ହୋଇଯାଆନ୍ତି।
୬ . ଡାଳିମ୍ବ ଗଛର ଛେଲିକୁ ପାଣିରେ ସିଝାଇ ଥଣ୍ଡାକରି ଛାଣି ପିଲାକୁ ପିଆଇଲେ କୃମି ମରିଯାଇ ବାହାରି ଆସନ୍ତି ।
୭ . ଅଧଗ୍ରାମ ବାଇଡଙ୍ଗ ଚୂର୍ଣ୍ଣ ଓ ୮ - ୧୦ଟି ତୁଳସୀ ପତ୍ରକୁ ବାଟି ପାଣିରେ ଗୋଳି ପିଲାକୁ ପିଆଇଲେ କୃମି ନଷ୍ଟ ହୋଇଯାଆନ୍ତି । ୮ . କମଳା ଚୋପା ୧୦ ଗ୍ରାମ ଓ ବାଇଡଙ୍ଗ ୧୦ ଗ୍ରାମକୁ ଶୁଖାଇ ଚୂର୍ଣ୍ଣ କରି ୩ ଗ୍ରାମ ଆଉ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ପିଲାକୁ ଖୁଆଇ ପାଣି ପିଆଇଲେ କୃମି ମରିଯାଆନ୍ତି ।
୯ . ଡାଳିମ୍ବ ଚୋପାକୁ ଶୁଖାଇ ଚୂର୍ଣ୍ଣକରି ଏକଗ୍ରାମ ଚୂର୍ଣ୍ଣରେ , ୩ ଗ୍ରାମ ଚୂନର ଉପର ପାଣିକୁ ମିଶାଇ ପିଆଇଲେ କୃମି ମରିଯାଆନ୍ତି ।
୧୦ , ଜୁଆଣୀ ୩ ଗ୍ରାମ , ବାଇବିଡ଼ଙ୍ଗ ୩ ଗ୍ରାମ , ଏକ ଗ୍ରାମ ଖାଇବା କର୍ପୂର ସମସ୍ତକୁ ମିଶାଇ ଗୁଣ୍ଡକରି ଅଳ୍ପଗୁଡ଼ ମିଶାଇ ୩ ଗ୍ରାମ ମାତ୍ରାରେ ଖାଦ୍ୟ ଖାଇଲା ପିଲାକୁ ଖୁଆଇ ପାଣିପିଆଇଲେ କୃମି ମରିଯାଆନ୍ତି ।
୧୧ . କଲରା ରସ ଏକ ଚାମଚରେ ଚିମୁଟେ ହେଙ୍ଗୁଚୂର୍ଣ୍ଣ ମିଶାଇ ପିଲାକୁ ଖୁଆଇବେ କୃମି ମରିଯାଇ ଝାଡ଼ାରେ ବାହାରି ଆସନ୍ତି ।
୧୨ . ସୋରିଷ ବୃଣ୍ଡି ୨୫ ଗ୍ରାମରେ ୨ - ୩ ଚାମଚ ଗୋମୂତ୍ର ମିଶାଇ ପିଆଇଲେ କୃମି ମରିଯାଆନ୍ତି ।
୧୩ . ଆମ୍ବ କୋଇଲିକୁ ଶୁଖାଇ ଚୂର୍ଣକରି ୫ ଗ୍ରାମ ଚୂର୍ଷରେ ଲୁଣ ମିଶାଇ ପିଲାକୁ ଖୁଆଇଲେ କୃମି ମରିଯାଇ ବାହାରି ଆସନ୍ତି ।
୧୪ . କଞ୍ଚା କଦଳୀ ତରକାରି କ୍ରମାଗତ ଭାବେ ୪ - ୫ଦିନ ପିଲାକୁ ଖୁଆଇଲେ କୃମି ମରିଯାଆନ୍ତି ।
୧୫ . ଗାଜର ରସ ଏକ କପ୍ ମାତ୍ରାରେ ଏକ ସପ୍ତାହ ପର୍ଯ୍ୟନ୍ତ ପିଲାକୁ ପିଆଇଲେ ପେଟରେ ଥିବା ସମସ୍ତ କୃମି ମରିଯାଇ ବାହାରି ଆସନ୍ତି ।
୧୬ . ପିଆଜ ରସରେ ଅଳ୍ପ ଲୁଣ ମିଶାଇ ପିଲାକୁ ପିଆଇଲେ କୃମି ମରିଯାଇ ବାହାରି ଆସନ୍ତି ।
୧୭ , ବଥୁଆ ମଞ୍ଜି ୫ ଗ୍ରାମକୁ ବାଟି ମହୁ ମିଶାଇ ପିଲାକୁ ଚଟାଇଲେ କୃମିରୋଗରୁ ମୁକ୍ତି ମିଳିଥାଏ ।
୧୮ . ଅମୃତ ଭଣ୍ଡା ମଞ୍ଜିକୁ ଶୁଖାଇ ଚୂର୍ଣକରି , ଏକ ଚିମୁଟେ ଚୂର୍ଣ୍ଣରେ ମହୁ ମିଶାଇ ପିଲାକୁ ଚଟାଇଲେ ପେଟରେ ଥିବା କୃମି ମରିଯାଆନ୍ତି ।
୧୯ . ଚିମୁଟେ ଜୁଆଣୀ ଚୂର୍ଣ୍ଣରେ ଗୁଡ଼ମିଶାଇ ଦିନରେ ୨ - ୩ ଥର ଖୁଆଇଲେ କୃମି ମରିଯାଆନ୍ତି ।
୨୦ . ଏକ ଚାମଚ ମାତ୍ରାରେ ବଥୁଆ ରସ ସକାଳେ ଖାଲିପେଟରେ ପିଲାକୁ ପିଆଇଲେ କୃମି ମରିଯାଆନ୍ତି ।
୨୧ . କେଶର ଓ କର୍ପୂର ଅଧଗ୍ରାମ ମାତ୍ରାରେ ବାଟି କ୍ଷୀରରେ ଗୋଳି ପିଆଇଲେ କୃମି ରୋଗ ଠିକ୍ ହୋଇଥାଏ ।
୨୨ . ଏକ ଚାମଚ ତୁଳସୀ ପତ୍ର ରସକୁ ଉଷୁମ କରି ପିଲାକୁ ପିଆଇଲେ କୃମିରୋଗ ଠିକ୍ ହୁଏ ।
୨୩ . ପିଲାକୁ ସକାଳେ ଓ ସନ୍ଧ୍ୟାରେ ଅଧିଗ୍ରାମ ମାତ୍ରାରେ ହେଙ୍ଗୁ ଖୁଆଇଲେ କୃମି ମରିଯାଆନ୍ତି ।
୨୪ . ଗଙ୍ଗ ଶିଉଳି ପତ୍ର ରସ ଏକ ଚାମଚରେ ମହୁ ମିଶାଇ ପିଲାକୁ ଖୁଆଇଲେ କୃମି ମରିଯାଆନ୍ତି ।
ପିଲାକୁ ଶୁଖିଲା ରୋଗ
ଶୁଖିଲା ରୋଗ ପିଲାକୁ ହେଲେ ସେ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗେ , ପେଟ ଆଗକୁ ବାହାରିପଡ଼େ । ବିଶେଷଜ୍ଞଙ୍କ କହିବା ଅନୁସାରେ ପିଲାକୁ ପୋଷଣ ବା ସନ୍ତୁଳିତ ଆହାର ଅଭାବରୁ ଏହି ରୋଗ ଉତ୍ପନ୍ନ ହୋଇଥାଏ ।
କାରଣ- ଏହି ରୋଗ ପିଲାଙ୍କଠାରେ ଭିଟାମିନ୍ - ଡି , କମ୍ ହେବା କାରଣରୁ ହୋଇଥାଏ । ଏହାଛଡ଼ା ପାଚନକ୍ରିୟାରେ ବିକାର ଦେଖାଦେଲେ କିମ୍ବା ଅନ୍ନ ତଥା କ୍ଷୀର ଠିକ ରୂପେ ଜୀର୍ଣ୍ଣ ନ ହେଲେ , ପିଲାକୁ ଶୁଖିଲା ରୋଗ ହୋଇଥାଏ । ମାତାର ଅସନ୍ତୁଳିତ ଆହାର , ଅଧିକ ମାତ୍ରାରେ ଚିନି ଖାଇବା , ବାସି ଭୋଜନ କରିବା ଆଦିର ପ୍ରଭାବ କ୍ଷୀର ପିଉଥିବା ଶିଶୁର ଶରୀରରେ ପଡ଼ିଥାଏ । ତେଣୁ ପିଲାକୁ ଶୁଖିଲା ରୋଗ ହୋଇଥାଏ ।
ଲକ୍ଷଣ- ଏହି ରୋଗରେ ପିଲାର ଅଣ୍ଟା ପତଳା ହୋଇଯାଏ । ପିଲାର ପତଳା ଝାଡା । ହୋଇଥାଏ । ପିଚା ଦୁଇଟି ଶୁଖିଯାଏ , ତ୍ଵଚାର ଚମଡ଼ା ଢିଲା ହୋଇଯାଏ । ନଖ ଧଳାରମ୍ଭ। ଦେଖାଯାଏ ।
ଉପଚାର-
୧ . ଏହି ରୋଗରେ ସକାଳେ ଓ ସନ୍ଧ୍ୟାରେ ୨ - ୨ ଚାମଚ ଅମୃତଭଣ୍ଡା ରସ ପିଆଇଲେ ଲାଭ ମିଳିଥାଏ ।
୨ . ଆଦି ନିଜ ବା ଜନ୍ମ ଜରାଟର କା ଏକ ଚାମଚ ଜାମୁକୋଳି ରସକୁ ଅଧଚାମଚ ସିରିକାରେ ମିଶାଇ ଏହାକୁ ଚାରିଭାଗ କରି ଦିନରେ ଚାରିଥର ଖୁଆଇଲେ ଲାଭ ମିଳିଥାଏ ।
୩ . ପିଲାକୁ ଲମ୍ବା ବାଇଗଣ ତରକାରି ଓ ବୁଟ ଅଟାର ରୁଟି ଖୁଆଇଲେ ଲାଭ ମିଳେ।
୪ . ଛୋଟ ପିପ୍ପଳୀକୁ ପାନମଧୁରୀ ଅର୍କରେ ଘୋରି ପିଲାକୁ ଚଟାଇଲେ ଲାଭ ମିଳିଥାଏ ।
୫ . ଜୁଆଣୀ , ଚିତ୍ରକ , ଯବକ୍ଷାର , ପୀପରାମୂଳ , ଦନ୍ତୀର ଚେର ଏବଂ ଛୋଟ ପିପ୍ପଳୀ ସମସ୍ତରୁ ୫ - ୫ ଗ୍ରାମ ମାତ୍ରାରେ ନେଇ ଚୂର୍ଣକରି ସେଥିରେ ଅଧଗ୍ରାମ ଚୂର୍ଣ୍ଣକୁ ବହି ପାଣିରେ ମିଶାଇ ପିଆଇଲେ ଲାଭ ମିଳିଥାଏ ।
୬ . କାକମାଚୀ ପତ୍ରର ରସ ଏକ ଚାମଚ ସହିତ ଅଳ୍ପ ଖାଇବା କର୍ପୂର ମିଶାଇ ଦୁଇଭାଗ କରି ସକାଳେ ଓ ସନ୍ଧ୍ୟାରେ ଖାଇଲେ ଶୁଖିଲା ରୋଗ ଦୂର ହୋଇଥାଏ ।
୭ , ଅପମାରଙ୍ଗ କ୍ଷୀର ୧ / ୪ ଗ୍ରାମକୁ ଦହିରେ ମିଶାଇ ପିଆଇଲେ ଲାଭ ମିଳିଥାଏ ।
୮ . ପ୍ରତିଦିନ ଅଲିଭ ଅଏଲ୍ , କଡ଼ଲିଭର ଅଏଲ୍ ପିଲାର ଶରୀରରେ ମାଲିସ କଲେ ଏହି ରୋଗରେ ବିଶେଷ ଲାଭ ମିଳିଥାଏ ।
୯ . ଶୁଖିଲା ରୋଗରେ ସବୁଜ ପନି ପରିବା , ଫଳରସ , ଭାତପେଜ ଆଦି ଖୁଆଇଲେ ଲାଭ ମିଳିଥାଏ ।
୧୦ . ଭାଙ୍ଗରା ରସରେ ଅଳ୍ପ ଜୁଆଣୀ ଚୂଣ୍ଠି ମିଶାଇ ପିଲାକୁ ଖୁଆଇଲେ ଶୁଖିଲା ରୋଗ ଠିକ୍ ହୁଏ ।