ପିଲାଙ୍କ କାଶ
କାରଣ- କାଶ ସାଧାରଣତଃ ବାତ , ପିତ୍ତ ଓ କଫର ଅସନ୍ତୁଳନ ଯୋଗୁଁ ହୋଇଥାଏ ଏହା ନିଜକୁ ନିଜେ କୌଣସି ରୋଗ ନୁହେଁ , ପିଲାଙ୍କୁ ଥଣ୍ଡା ଲାଗିଲେ , ଧୂଳି - ଧୂଆଁ ଆଦି କାରଣରୁ ସ୍ନାୟୁ ଗୁଡ଼ିକରେ ବିକୃତି ଦେଖା ଦେବାରୁ ଏହି ରୋଗ ହୋଇଥାଏ । ଲକ୍ଷଣ- ଏହି ରୋଗ ହେବା କାରଣରୁ ପିଲା କେବେ କେବେ ଜୋରରେ କାଶିବାକୁ ଲାଗିଥାଏ , ନିଶ୍ଵାସ ନେବାରେ କଷ୍ଟ ହୋଇଥାଏ । କାଶ ଦୁଇପ୍ରକାରର ହୋଇଥାଏ ଯଥା— ଶୁଖିଲା କାଶ ଓ କଫଯୁକ୍ତ କାଶ , ଦୁଇଟିଯାକ କାଶରେ ପିଲାକୁ ଅନେକ କଷ୍ଟ ଉଠାଇବାକୁ ପଡ଼ିଥାଏ ।
ଉପଚାର -
୧ . ଦୁଇ ବୁନ୍ଦା ରସୁଣ ରସକୁ ମହୁରେ ମିଶାଇ ଦିନରେ ୩ - ୪ ଥର ପିଲାକୁ ଚଟାଇଲେ କାଶରେ ଆରାମ ମିଳିଥାଏ ।
୨ . ଏକ ଚାମଚ ଗହମ ଚୋକଡ଼କୁ ଅଳ୍ପ ସୈନ୍ଧବ ଲବଣ ମିଶାଇ ଏକ କପ୍ ପାଣିରେ ସିଝାଇ ପାଣି ଚାରିଭାଗରୁ ଭାଗେ ରହିଲେ ଥଣ୍ଡା କରି ଛାଣି ପିଲାକୁ ପିଆଇଲେ ଇତି ଲାଭ ମିଳିଥାଏ ।
୩ . ଦୁଇଟି ଗୋଲମରିଚ ଭୂକୁ ମହୁରେ ମିଶାଇ ହୋଇଯାଏ ।
୪ . ଏକ ଗ୍ରାମ ଛୋଟ ପିପ୍ପଳୀ ଚଟାଇଲେ ପିଲାକୁ ଚଟାଇଲେ କାଶ ଠିକ୍ ପୃପ୍ତ କୁ ମହୁରେ ମିଶାଇ ଦିନରେ ୩ - ୪ ଥର ପିଲାକୁ କାଶ ଭଲ ହୋଇଯାଇଥାଏ ।
୫ . ୧୦ ଗ୍ରାମ ଫୁଲାଯାଇଥିବା ସୁହାଗାକୁ ଚୂର୍ଣକରି ସେଥିରେ ୧୦ ଗ୍ରାମ ମହୁ ମିଶାଇ କ ଶିଶିରେ ରଖି ସେଥୁରୁ ଦିନରେ ୩ - ୪ ଗ୍ରାମ ମାତ୍ରାରେ ୩ - ୪ ଥର ଚଟାଇଲେ କାଶ ଠିକ୍ ହୋଇଯାଏ ।
୬ . ୫ ଗ୍ରାମ ଯନ୍ତ୍ରୀମଧୁ ଚୂର୍ଣ୍ଣକୁ ମହୁରେ ମିଶାଇ ପିଲାକୁ ଚଟାଇଲେ କାଶ ଭଲ ହୋଇଥାଏ ।
୭ . ଅଧଚାମଚ ହଳଦୀଗୁଣ୍ଡକୁ କ୍ଷୀରରେ ଗୋଳି ସକାଳେ ଓ ସନ୍ଧ୍ୟାରେ ପିଲାକୁ ପିଆଇଲେ କାଶ ଭଲ ହୋଇଥାଏ ।
୮ . ଅଧ ଚାମଚ ଅଦାରସରେ ମହୁ ମିଶାଇ ପିଲାଙ୍କୁ ଚଟାଇଲେ କାଶ ଠକ୍ ହୋଇଥାଏ ।
୯ . ଅଳ୍ପ ଜୁଆଣୀ ତୃଣ୍ଡକୁ ମହୁରେ ମିଶାଇ ପିଲାକୁ ଚଟାଇଲେ କାଶ ଭଲହୁଏ ।
୧୦ . ଡାଳିମ୍ବ ଗଛର ଛେଲିକୁ ପିଲାକୁ ଚୁଚୁମିବାକୁ ଦେଲେ କାଶ ଭଲ ହୋଇଥାଏ ।
୧୧ . ଅଳ୍ପ ଫିଟିକିରିକୁ ତାୱାରେ ଭାଜି ଭଗ୍ନ କରି , ଏକ ଚିମୁଟେ ଭଷ୍ମକୁ ମହୁରେ ମିଶାଇ ପିଲାକୁ ଚଟାନ୍ତୁ ।
୧୨ , ଦୁଇଟି ଲବଙ୍ଗକୁ ଗରମ କରି ଗୁଣ୍ଡକରି ଅଳ୍ପ ମହୁ ମିଶାଇ ରାତିରେ ଶୋଇବା ପୂର୍ବରୁ ପିଲାକୁ ଚଟାଇଲେ କାଶ ଭଲ ହୋଇଯାଏ ।
୧୩ . ସୋରିଷ ତେଲ ପିଲାର ମଳ ଦ୍ବାରା ଭିତରେ ଓ ବାହାରେ ଲଗାଇବା ଦ୍ଵାରା ସମସ୍ତ ପ୍ରକାରର କାଶ ଭଲ ହୋଇଯାଇଥାଏ।
୧୪ . କଫଯୁକ୍ତ କାଶହେଲେ ଅଦାରସ ଓ ମହୁ ସମାନ ମାତ୍ରାରେ ନେଇ ଏକ ଚାମଚ ମାତ୍ରାରେ ପିଲାକୁ ଚଟାଇଲେ କାଶ ଭଲ ହୋଇଥାଏ ।
୧୫ . ବାସଙ୍ଗ ପତ୍ର ଓ ଗୋଲମରିଚ ଚୂର୍ଣ୍ଣକୁ ପାଣିରେ ସିଝାଇ ଥଣ୍ଡା କରି ଛାଣି ପିଆଇଲେ କାଶ ଭଲ ହୋଇଥାଏ ।
ପିଲାଙ୍କ ମୁହଁରେ ଛାଲି
ପିଲାଙ୍କ ମୁହଁରେ ଛାଲି ପ୍ରାୟ ପିଲାଙ୍କ ପେଟ ଖରାପ ଯୋଗୁଁ ହୋଇଥାଏ । ତେଣୁ ତାଙ୍କ ପାଚନ କ୍ରିୟା ଉପରେ ବିଶେଷ ଧ୍ୟାନ ତଥା ଅଧିକ ଲଙ୍କା - ମସଲାଯୁକ୍ତ ଖାଦ୍ୟ ଖୁଆଇବା ଅନୁଚିତ । ପିଲାକୁ ଅଧିକ ଗରମ ଅନୁଚିତ । ପିଲାକୁ କୋଷ୍ଠ କାଠିନ୍ୟ ଓ ଅଜୀର୍ଷ ରୋଗରୁ ସୁରକ୍ଷିତ ରଖିବା ଦରକାର ଓ ତାହା ସହିତ ପିଲାର ପରିଷ୍କାର – ପରିଚ୍ଛନ୍ନତା ଉପରେ ଦୃଷ୍ଟିଦେବା ନିତ୍ୟାନ୍ତ ଆବଶ୍ୟକ ।
କାରଣ- ପିଲାଙ୍କ ପାଟିରେ ଛାଲି ଗ୍ରନ୍ଥିଗୁଡ଼ିକରେ ବିକାର , ସର୍ଦ୍ଦି ଓ ଗରମର ପ୍ରଭାବ , ଝାଡ଼ା ଓ ପରିସ୍ରା ଅଟକିଲେ , ଗୋଟିଏ ପିଲା ଅନ୍ୟ ପିଲାର ମୁହଁରେ ମୁହଁ ଲଗାଇଲେ , ଖରାରେ ଅଧିକ ସମୟ ବୁଲିଲେ , ଚର୍ବି ତଥା କାର୍ବୋହାଇଡ୍ରେଟ୍ ପଦାର୍ଥଗୁଡ଼ିକର ଅଧ୍ୟକ ସେବନ ଆଦି କାରଣରୁ ଏହା ହୋଇଥାଏ ।
ଲକ୍ଷଣ- ପିଲାଙ୍କ ମୁହଁରେ ଛାଲି ହେଲେ ଜ୍ଵଳନ ହୋଇଥାଏ । କେବେ କେବେ ଜିଭର ଦୁଇକଡ଼ରେ ଓ ଓଠର ଭିତର ଅଂଶରେ ଛାଲି ହୋଇଥାଏ । ଏହି କାରଣରୁ କିଛି କିଛି ଜିନିଷ ଖାଇଲା ବେଳେ ପାଟି ଭିତର ପୋଡ଼ିଥାଏ , ପିଲା କିଛି ଖାଇପାରେ ନାହିଁ କେବଳ ତରଳ ପାନୀୟ ହିଁ ନେବାକୁ ପଡ଼ିଥାଏ ।
ଉପଚାର
୧ . ତୁଳସୀ ପତ୍ର ରସକୁ ତୁଳା ସାହାଯ୍ୟରେ ପାଟି ଭିତରେ ଲଗାଇଲେ ଆରାମ ମିଳିଥାଏ ।
୨ . ଗୋଟା ଧନିଆଁକୁ ପାଣିରେ ସିଝାଇ ଛାଣି ଅଳ୍ପ ଉଷୁମ ଥାଇ ସେହି ପାଣିରେ ପିଲାକୁ କୁଳି କରାନ୍ତୁ ।
୩ . ଟମାଟର ରସକୁ ପାଣିରେ ମିଶାଇ ପିଲାକୁ କୁଳି କରାଇଲେ ମୁଖଛାଲି ରୋଗରେ ଆରାମ ମିଳିଥାଏ ।
୪ . ପିଜୁଳି ଗଛର କଅଁଳ ପତ୍ରକୁ ପାଣିରେ ସିଝାଇ ସେହି ପାଣିକୁ ଛାଣି ପିଲାକୁ କୁଳି କରାଇଲେ ଛାଲି ଠିକ୍ ହୋଇଯାଏ ।
୫ . ପିଲା ଖାଦ୍ୟ ଖାଇସାରିଲା ପରେ ପାନ ମଧୁରୀ ସିଝା ପାଣିରେ କୁଳି କରାଇଲେ ପାଟିରେ ହୋଇଥିବା ଛାଲି ଠିକ୍ ହୋଇଯାଏ ।
୬ .କଲରା ରସକୁ ପାଣିରେ ମିଶାଇ କୁଳିକଲେ ମଧ୍ୟ ଏହି ରୋଗରେ ଲାଭ ମିଳେ ।
୭ . ଯନ୍ତ୍ରୀମଧୁକୁ ପାଣିରେ ସିଝାଇ ସେହି ପାଣିରେ ପିଲାକୁ କୁଳି କରାଇଲେ ପାଟିରେ ହୋଇଥିବା ଛାଲି ଠିକ୍ ହୋଇଯାଏ ।
୮ . ଧନିଆଁ ପତ୍ରକୁ ପାଟି ଭିତରେ ଲଗାଇଲେ ଛାଲି ଠିକ୍ ହୋଇଥାଏ ।
ଶୋଇବା ପୂର୍ବରୁ ପାଟି ଭିତରେ ଗାଈଘିଅକୁ ଉଷୁମ କରି ପାଟି ଭିତରେ ଲଗାଇ ଲାଳ ବାହାର କଲେ ଛାଲି ଭଲ ହୋଇଯାଏ ।
୧୦ . ବବୁଲ ଫୁଲକୁ ବାଟି ମହୁରେ ମିଶାଇ ପାଟିରେ ଲଗାଇଲେ ଛାଲି ଭଲ ହୋଇଯାଏ ।
୧୧ . ବରକୋଳି ପତ୍ରକୁ ପାଣିରେ ସିଝାଇ ସେହି ପାଣିକୁ ଛାଣି କୁଳି କଲେ ଛାଲି ଠିକ୍ ହୋଇଯାଇଥାଏ ।
୧୨ . ବାରମ୍ବାର ପାଚିଲା ଅମୃତ ଭଣ୍ଡା ଖୁଆଇଲେ ମୁଖ ଛାଲି ଭଲ ହୋଇଯାଏ ।
୧୩ . ମସୁର ଡାଲିକୁ ପୋଡ଼ି ଭସ୍ମ କରି ସେଥ୍ରେ ଅଳ୍ପ ଖଇର ଚୂର୍ଣ୍ଣ ମିଶାଇ ପାଟି ଭିତରେ ଲଗାଇଲେ ଛାଲି ଠିକ୍ ହୋଇଯାଏ ।
୧୪ . ପାନପତ୍ର ରସକୁ ପାଟିରେ ଲଗାଇଲେ ଛାଲି ଭଲ ହୋଇଯାଏ ।
୧୫ . ଅଶ୍ଵ ଗଛର ଛାଲି ଓ ପତ୍ରକୁ ବାଟି ପିଲାର ପାଟି ଭିତରେ ଲଗାଇଲେ ପାଟିଭିତରେ ହୋଇଥିବା ଛାଲି ଶୀଘ୍ର ଠିକ୍ ହୋଇଯାଏ ।
୧୬ . କଅଁଳ ପିଜୁଳି ପତ୍ରରେ ଖଇର ଲଗାଇ ଚୋବାଇଲେ ପାଟିଭିତରର ଛାଲି ଠିକ୍ ହୁଏ ।
୧୭ . କୋଷ୍ଠ କାଠିନ୍ୟ ରହୁଥିଲେ ଦୂର କରିବା ପାଇଁ ଚେଷ୍ଟା କରିବା ଉଚିତ । କ୍ଷୀରରେ ଇସବଗୌଲଭୁଷି ଅଧ ଚାଚମ ମିଶାଇ ପିଆଇଲେ ଲାଭ ମିଳିଥାଏ ।
୧୮ . ଲେମ୍ବୁରସ ଓ ମହୁକୁ ପାଣିରେ ମିଶାଇ କୁଳି କରାଇଲେ ଛାଲି ଠିକ୍ ହୋଇଥାଏ ।
୧୯ . ଭୁଇଁଅଁଳା ଗଛକୁ ବାଟି ପାଣିରେ ଗୋଳି ଛାଣି ସେହି ପାଣିରେ କୁଳି କଲେ ଲାଭ ମିଳେ ।
୨୦ . ରାତିରେ ଶୋଇବା ପୂର୍ବରୁ ହରିଡ଼ା ଚୂର୍ଣ୍ଣରେ ମହୁ ମିଶାଇ ଚାଟିଲେ ଛାଲି ଭଲ ହୁଏ ।
୨୧ . ଶୁଖିଲା ପାନ ପତ୍ରକୁ ଚୂଣ୍ଣକରି ମହୁ ମିଶାଇ ଚାଟିଲେ ପାର୍ଟିର ଛାଲି ଭଲ ହୋଇଥାଏ ।
୨୨ . କୁସୁମ ପତ୍ରକୁ ଚୋବାଇ ପାଟିରେ ରସ ଲଗାଇଲେ ଛାଲି ଭଲ ହୋଇଯାଇଥାଏ ।
୨୩ . କଦମ୍ବ ପତ୍ରକୁ ଚୋବାଇଲେ ମୁଖ ଛାଲି ଠିକ ହୋଇଥାଏ ।
୨୪ . ତେନ୍ତୁଳିକୁ ପାଣିରେ ଭିଜାଇ ସେହି ପାଣିରେ କୁଳିକଲେ ପିତ୍ତ ଜନିତ ଛାଲି ଠିକ୍ ହୋଇଥାଏ ।
୨୫ . ତୁଳସୀ କାଠକୁ ପାଣିରେ ଘୋରି ପାଟି ଛାଲିରେ ଲଗାଇଲେ ଛାଲି ଭଲ ହୋଇଯାଇଥାଏ ।
MORE DETAILS WATCH THIS VIDEO
ପିଲାଙ୍କର ମଳରୋଧ ( ଝାଡ଼ା ନହେବା )
ମା’ର ଅନୁଚିତ ଆହାର - କାରଣରୁ ମା’ର କ୍ଷୀର ଦୂଷିତ ହୋଇଗଲେ ପିଲାର ପାଚନ ଶକ୍ତି ଖରାପ ହୋଇଯାଇ ବାୟୁ ବିକାର ଯୁକ୍ତ ହୋଇଯାଏ । ଏଥିଯୋ ମଳ ଶୁଖିଯିବା , ଝାଡ଼ା ନ ଲାଗିବା , ଝାଡ଼ା ଲାଗିଲେ ମଧ୍ୟ କଠିନତା ଯୋଗୁଁ ଝାଡ଼ା ନହେବା , ପେଟ ଦରଜ , ପେଟ ଫାମ୍ପିବା , ବାନ୍ତି ଲାଗିବା , ପିଲା କାନ୍ଦି କାନ୍ଦି ବ୍ୟସ୍ତ ହେବା ଆଦି ଲକ୍ଷଣ ଦେଖାଦେଇଥାଏ । ଏପରି ସ୍ଥିତିରେ ନିମ୍ନଲିଖିତ ଉପଚାର
୧ ନିମ୍ବ ତେଲକୁ ମଳଦ୍ଵାରରେ ଲଗାଇଲେ ମଳରୋଧ ଦୂର ହୋଇଥାଏ ।
୨ . ରାତିରେ ଛୁଆରା ( ଖଜୁରୀ ଜାତୀୟ ଫଳ ) ରୁ ମଞ୍ଜି କାଢ଼ି ପାଣିରେ ଭିଜାଇ ସକାଳେ ତାକୁ ସେହି ପାଣିରେ ଚକଟି ଛାଣି ପିଲାକୁ ଏକ ଏକ ଚାମଚ ମାତ୍ରାରେ ପିଆଇଲେ ପିଲାର ଝାଡ଼ା ହୋଇଯାଇଥାଏ ।
୩ . ହରିଡ଼ୀକୁ ପାଣିରେ ଘୋରି ସେଥୁରେ ଅଳ୍ପ କଳାଲୁଣ ମିଶାଇ , ଅଳ୍ପ ଉଷୁମ କରି ୧ ୨ ଚାମଚ ମାତ୍ରାରେ ପିଲାକୁ ପିଆଇଲେ ପିଲାର ମଳରୋଧ ଦୂର ହୋଇଥାଏ |
୪ . ସୁନାରୀ ଗଛର ମଞ୍ଜିକୁ ଘୋରି ନାଭି ଚାରିପଟେ ଲେପଦେଲେ ପିଲାର ଝାଡ଼ା ପରିଷ୍କାର ହୋଇଯାଇଥାଏ ।
୫ . ପାନ ଡେମ୍ଫକୁ କିମ୍ବା ସରୁ ସାବୁନ୍କୁ ପିଲାର ମଳଦ୍ଵାରରେ ପୂରାଇଲେ ଝାଡ଼ା ହୋଇଯାଇଥାଏ ।
MORE DETAILS WATCH THIS VIDEOS
ପିଲାଙ୍କଝାଡ଼ା ରୋଗ
ଝାଡ଼ା ଅନ୍ତର ରୋଗ ଅଟେ । ଯେତେବେଳେ ଶରୀରରେ ଜଳ ସମ୍ପୂର୍ଣ୍ଣ ରୂପେ ଦୂଷିତ ହୋଇଯାଏ , ସେତେବେଳେ ଝାଡ଼ା ରୋଗ ହୋଇଥାଏ । ପେଟରେ ବ୍ୟଥା ହୋଇ ପିଲାର ପତଳା ଝାଡ଼ା ହୋଇଥାଏ ।
କାରଣ- ପିଲାଙ୍କର ଝାଡ଼ା ହେବାର ବିଶେଷ କାରଣ ହେଲା ସର୍ଦ୍ଦି ଲାଗି ରହିବା , ଅନ୍ତ୍ରରେ ବିକାର , ଅଜୀର୍ଣ୍ଣ , ସଂକ୍ରମଣ , ଖାଦ୍ୟ ହଜମ ନ ହେବା , କୋଷ୍ଠବଦ୍ଧତା ଯୋଗୁଁ ପେଟ ସଫା ନ ହେବା , ବାସି ତଥା ଥଣ୍ଡା କ୍ଷୀର ପିଇବା ଆଦି ।
ଲକ୍ଷଣ- ଝାଡ଼ା ଯୋଗୁଁ ପିଲାର ପେଟ ବ୍ୟଥା ହେବା , ବାରମ୍ବାର ଝାଡ଼ା ହେବା , ପେଟରେ ଗଡ଼ଗଡ଼ ଶବ୍ଦ ହେବା , ଅଜୀର୍ଣ୍ଣ ହାକୁଡ଼ି ଆସିବା , ପେଟରେ ବାୟୁ ସୃଷ୍ଟି ହେବା ଆଦି ଏହି ରୋଗର ମୁଖ୍ୟ କାରଣ ଅଟେ । ଶରୀରରୁ ଜଳୀୟ ଅଂଶ କମିଯାଇ ଚମଡ଼ା ଢିଲା ହୋଇଯିବା ମଧ୍ୟ ଦେଖାଦେଇଥାଏ ।
ଉପଚାର- ପିଲାକୁ ଯେତେଥର ଝାଡା ହେଉଥିବ ସେତେଥର ଲୁଣ ଓ ଚିନିମିଶା ପାଣି , ପଇଡ ପାଣି , ଭାତର ପେଜରେ ପାଣି ମିଶାଇ ଆଦି ପିଆଉଥିବା ଦରକାର । ଧାନ ରୁହେ ଯେପରି ପିଲାର ଶରୀରରୁ ଜଳୀୟ ଅଂଶ କମିନଯାଏ । ଛୋଟ ଶିଶୁ ହୋଇଥିଲେ ମା ’ କ୍ଷୀର ମଧ୍ୟ ବାରମ୍ବାର ପିଆଇବା ଉଚିତ୍ |
୧ . ଯଦି ପିଲାକୁ ସର୍ଦ୍ଦି , ଜ୍ଵର ଓ କାଶ ଯୋଗୁଁ ଝାଡ଼ା ହେଉଥାଏ , ତେବେ ଅଳ୍ପ ଜାଇଫଳ ଗୁଣ୍ଡକୁ ଗାଈଘିଅରେ ମିଶାଇ ଚଟାନ୍ତୁ ।
୨ . ଜାମୁକୋଳି ମଞ୍ଜିକୁ ବାଟି ଘୋଳ ଦହିରେ ମିଶାଇ ପିଲାକୁ ପିଆଇଲେ ତରଳ ଝାଡ଼ା ବନ୍ଦ ହୋଇଯାଏ ।
୩ . ଜାଇଫଳକୁ ଘୋରି ପିଲାର ପେଟରେ ଲେପଦିଅନ୍ତୁ ଓ ଦିନରେ ୨ - ୩ ଥର ଜାଇଫଳ ଚୂର୍ଣ୍ଣକୁ ମହୁରେ ମିଶାଇ ଚଟାନ୍ତୁ । ୪ . ତୁଳସୀ , ଅଦା ତଥା ଜାମୁକୋଳି , ରସକୁ ଏକ ଚାମଚ ମାତ୍ରାରେ ନେଇ ମହୁ । ମିଶାଇ ପିଲାକୁ ଚଟାନ୍ତୁ ।
୫ . ଆମ୍ବ ଟାକୁଆକୁ ପାଣିରେ ଘୋରି ନାଭି ଚାରିପଟରେ ଲେପଦେଲେ ପିଲାର ଝାଡ଼ା ବନ୍ଦ ହୋଇଯାଏ ।
୬ . ଜିରାକୁ ଭାଜି ଗୁଣ୍ଡକରି ଏକ ଗ୍ରାମ ମାତ୍ରାରେ ଉଷୁମୁ ପାଣି ସହିତ ଖୁଆଇଲେ ତରଳ ଝାଡ଼ା ଭଲ ହୋଇଥାଏ ।
୭ . ୫୦ ଗ୍ରାମ୍ ପାନମଧୁରୀକୁ ପାଣିରେ ସିଝାଇ ଥଣ୍ଡାକରି ଛାଣି ସେହି ପାଣିକୁ ବାରମ୍ବାର ପିଲାକୁ ପିଆଇଲେ ଝାଡ଼ା ବନ୍ଦ ହୋଇଯାଏ।
୮ . ଏକ ଗ୍ରାମ ହେଙ୍ଗୁ ସହିତ ୧ / ୨ ଗ୍ରାମ ଖାଇବା କର୍ପୂର ମିଶାଇ ପିଲାକୁ ପାଣି ସହିତ ଖୁଆଇଲେ ପତଳାଝାଡ଼ା ବନ୍ଦ ହୋଇଯାଇଥାଏ ।
୯ . ଏକ ଗ୍ରାମ ଜାଇତ୍ରୀକୁ ଗୁଣ୍ଡକରି ଘୋଳଦହିରେ ମିଶାଇ ପିଆଇଲେ ପିଲାଙ୍କ ପତଳାଝାଡ଼ା ବନ୍ଦ ହୋଇଯାଇଥାଏ ।
MORE DETAILS WATCH THIS VIDEO