ପୁରୁଷଙ୍କ ବିଶେଷ ରୋଗ
( ନପୁଂସକତା , ଧାତୁ ଦୁର୍ବଳତା , ଶୀଘ୍ର ପତନ , ସ୍ଵପ୍ନଦୋଷ , ପୌରୁଷଶକ୍ତି ବଢ଼ାଇବା ଉପାୟ , ଯୌନାଙ୍ଗ ଶୀଥୁଳତା , ଅଣ୍ଡକୋଷ ଫୁଲା ଓ ବୃଦ୍ଧି , ପ୍ରମେହ , ଗନେରିଆ , ସିଫ୍ଲିସ୍ , ଏଡ୍ସ )
Special diseases of men | ପୁରୁଷଙ୍କ ବିଶେଷ ରୋଗର କାରଣ ଓ ଉପଚାର | Causes and treatment of special diseases of men Odia health tips - Odia Bhai PK
ନପୁଂସକତା : ସୁସ୍ଥ ବୀର୍ଯ୍ୟ ହିଁ ମନୁଷ୍ୟର ପୁରୁଷାର୍ଥ ଅଟେ । ଏହା ସ୍ତ୍ରୀ ଭୋଗର ଆନନ୍ଦ ଓ ସ୍ତମ୍ଭନ ଶକ୍ତିରେ ନିହିତ ଅଟେ । ଅଧିକ ମାତ୍ରାରେ ମୈଥୁନ କଲେ , ଅସମୟରେ ମୈଥୁନ କଲେ , ଖଟ୍ଟା , କଟୁ , କଷା , ଖାର ଏବଂ ଚଟପଟା ପଦାର୍ଥ ଖାଇଲେ , ମାନସିକ ଅବସାଦ ରହିଲେ ତଥା ଅପ୍ରାକୃତିକ ଉପାୟରେ ବୀର୍ଯ୍ୟ ତ୍ୟାଗ କରିବା ଦ୍ବାରା ହିଁ ବ୍ୟକ୍ତିଠାରେ ନଂପୁସକତା ଦେଖାଦେଇଥାଏ ।
କାରଣ- ଅଧ୍ୟକ ମାତ୍ରାରେ ସ୍ତ୍ରୀ ସମ୍ଭୋଗ , ହସ୍ତ ମୈଥୁନର ଅଭ୍ୟାସ , ମାଡ଼ ବାଜିବା , ଶରୀରରେ ଚର୍ବି ବଢ଼ିବା , କୌଣସି ଗମ୍ଭୀର ରୋଗ ହେବା , ବହୁମୂତ୍ର , ପେଟ ବେମାରୀ , ଅଣ୍ଡକୋଷର ରୋଗ , ଅତ୍ୟଧ୍ଵକ ମଦ ପିଇବା , ଅଫିମ ଆଦି ନିଶାଦ୍ରବ୍ୟ ସେବନ ଯୋଗୁଁ ନପୁଂସକତା ରୋଗର ଉତ୍ପନ୍ନ ହୋଇଥାଏ । ଏହାର ପ୍ରଭାବ ଶାରୀରିକ ତଥା ମାନସିକ ସ୍ତରରେ ରୋଗୀ ଉପରେ ପଡ଼ିଥାଏ ।
ଲକ୍ଷଣ- ନପୁଂସକତା କାରଣରୁ ବ୍ୟକ୍ତିର ମୈଥୁନ ଶକ୍ତି ହ୍ରାସ ପାଇଥାଏ । ଶରୀରରେ ଅଳ୍ପ ଉତ୍ତେଜନା ଆସି ବୀର୍ଯ୍ୟ ନିଷ୍କାସନ ହୋଇ ଯୌନାଙ୍ଗ ଶୀଥୁଳ ହୋଇଯାଏ । ରୋଗୀର ଶରୀରରେ ଦୁର୍ବଳତା ଦେଖା ଦେଇଥାଏ । ରୋଗୀର ମନରେ ସବୁବେଳେ ଗୋଟିଏ ଭୟ ରହିଥାଏ ଯେ ସେ ସ୍ତ୍ରୀକୁ ଯୌନ ତୃପ୍ତି ଦେଇପାରୁ ନାହିଁ କି ଦେଇ ପାରିବ ନାହିଁ । ମାନସିକ ଚିନ୍ତା ଯୋଗୁଁ ଦୀର୍ଘଶ୍ବାସ ଚାଲିବାକୁ ଲାଗେ ଓ ବିନା ପରିଶ୍ରମରେ ଶରୀରରୁ ଝାଳ ବାହାରିଥାଏ । ଅଶାନ୍ତି କାରଣରୁ ବ୍ୟକ୍ତିର ଇନ୍ଦ୍ରିୟରେ ଉତ୍ତେଜନା ଆସେ ନାହିଁ । ରୋଗୀ ସ୍ତ୍ରୀ ପାଖରେ ନିଜକୁ ଲଜ୍ଜିତ ଅନୁଭବ କରେ ଓ ଏହି ସବୁ କାରଣରୁ ରାତିରେ ନିଦ ହୁଏ ନାହିଁ ।
ଉପଚାର- ଏପରି କ୍ଷେତ୍ରରେ ସ୍ତ୍ରୀ ସ୍ଵାମୀକୁ ସହଯୋଗ କରିବା ଦରକାର ଓ ଚିକିତ୍ସା କରାଇବା ପାଇଁ ପ୍ରବର୍ତ୍ତାଇବା ଦରକାର ଏବଂ ସ୍ଵାମୀର ମନୋବଳ ବଢ଼ାଇବା ଦରକାର ମଧ୍ୟ।
୧ . ପ୍ରତିଦିନ ଦୁଇଚାମଚ ମଇଁଷି ଘିଅ ସହିତ କଳା ମୁସୁଲୀ ଚୂଣ୍ଣ ଏକ ଗ୍ରାମ ମାତ୍ରାରେ । ମିଶାଇ ଖାଇଲେ ଯୌନ ଦୁର୍ବଳତାରେ ଲାଭ ମିଳିଥାଏ ।
୨ . ପ୍ରତିଦିନ ଜଳଖିଆରେ ୩ - ୪ଟି ବାଦାମ ଓ ୪ - ୫ଟି କିସ୍ମିସ୍ ଖାଇବା ଉଚିତ ।
୩ . ଅରଖ ଫୁଲ ୩ ଗ୍ରାମକୁ ଗାଈ ଘିଅରେ ଭାଜି ଖାଇଲେ କିଛିଦିନରେ ନପୁଂସକତା ଦୂର ହୋଇଥାଏ ।
୪ . ଆମ୍ବ ଗଛର କଅଁଳ ପତ୍ରକୁ ଛାଇରେ ଶୁଖାଇ ଚୂଣ୍ଣ କରି , ୩ ଗ୍ରାମ୍ ଚୁଣ୍ଡିକୁ ଅଧଲିଟର ଗାଈକ୍ଷୀର ସହିତ ରାତିରେ ଶୋଇବା ପୂର୍ବରୁ ପିଇଲେ ନପୁଂସକତା ଦୂର ହୋଇଥାଏ ।
୫ . ୧୦୦ ଗ୍ରାମ ମୂଳା ମଞ୍ଜିକୁ ଚୂଣ୍ଣକରି ୫ ଗ୍ରାମ ମାତ୍ରାରେ ଚୂଣ୍ଣ ଲହୁଣୀ କିମ୍ବା ଦୁଧ ସର ସହିତ ସକାଳେ ଓ ସନ୍ଧ୍ୟାରେ ଖାଇଲେ ଏହା ଅଦ୍ଭୁତ ରୂପେ ଯୌନଶକ୍ତି ବଢ଼ାଇଥାଏ ।
୬ . ନିୟମିତ ରୂପେ କିଛିଦିନ ଗାଜର ରସ ଏକ କପ୍ ମାତ୍ରାରେ ପିଇଲେ ପୁରୁଷାର୍ଥରେ ଅପରପ ବୃଦ୍ଧି ଘଟିଥାଏ ।
୭ , ୪ - ୫ ବୁନ୍ଦା ବରଗଛର କ୍ଷୀରରେ ଚିନି କିମ୍ବା ମିଶ୍ରି ଗୁଣ୍ଡ ମିଶାଇ ୨୧ଦିନ ପର୍ଯ୍ୟନ୍ତ ଖାଇଲେ ନପୁଂସକତା ଦୂର ହୋଇଥାଏ ।
୮ . ଏକ ଚାମଚ ରସୁଣ ରସରେ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ଯୌନ ଦୁର୍ବଳତା ଦୂର ହୋଇଥାଏ ।
୯ . ଶତାବରୀ ଚୂର୍ଣ୍ଣ ୧୫ ଗ୍ରାମ , ଧଳା ମୂସଳୀ ଚୂର୍ଣ୍ଣ ୧୦ ଗ୍ରାମ , ଯନ୍ତ୍ରୀମଧୁଚୂର୍ଣ୍ଣ ୧୦ ଗ୍ରାମ ତଥା ଅକରକରା ଚୂର୍ଣ୍ଣ ୩ ଗ୍ରାମକୁ ମିଶାଇ , ୫ - ୫ ଗ୍ରାମ ମାତ୍ରାରେ ଚୂର୍ଣ୍ଣ ସକାଳେ ଓ ସନ୍ଧ୍ୟାରେ ଖାଇଲେ କିଛି ଦିନରେ ନପୁଂସକତା ଦୂର ହୋଇଥାଏ ।
୧୦ . ପିପ୍ପଳୀ ଚୂର୍ଣ୍ଣ ଏକ ଚାମଚକୁ କ୍ଷୀର ଓ ମହୁ ମିଶାଇ ସକାଳେ ପିଇଲେ ଲାଭ ମିଳିଥାଏ ।
୧୧ . ୫ – ୬ ଗ୍ରାମ ମାତ୍ରାରେ ଗୁଳୁଚି ଚୂଣ୍ଡିକୁ ଗାଈଘିଅରେ ମିଶାଇ ଖାଇଲେ ଯୌନ ଦୁର୍ବଳତା ଠିକ୍ ହୋଇଥାଏ ।
୧୨ . ଦେଶୀ ଛୋଟ ପିଆଜ ୪୦ଟି ନେଇ ସଫାକରି ତା ଦେହରେ କୌଣସି ମୁନିଆଁ ଜିନିଷ ସାହାଯ୍ୟରେ ୪ - ୫ଟି କଣା କରି ମହୁରେ ବୁଡ଼ାଇ ୪୦ ଦିନ ପର୍ଯ୍ୟନ୍ତ ରଖିଦିଅନ୍ତୁ ଏବଂ ୪୦ ଦିନ ପରଠାରୁ ପ୍ରତିଦିନ ଗୋଟିଏ ଲେଖାଏଁ ପିଆଜ ଚୋବାଇ କରି ୪୦ ଦିନ ପର୍ଯ୍ୟନ୍ତ ଖାଆନ୍ତୁ , ଏହାଦ୍ଵାରା ଯୌନଶକ୍ତି ଅନେକ ଗୁଣରେ ବଢ଼ି ଯାଇଥାଏ ।
୧୩ . ମହୁ ସହିତ ଲବଙ୍ଗ ଓ ଅଭ୍ରକ ଭଷ୍ମ ମିଶାଇ ଖାଇଲେ ଧାତୁର ବୃଦ୍ଧି ହୋଇଥାଏ ।
୧୪ . ପିଆଜ ରସରେ ମହୁ ମିଶାଇ ଚାଟିଲେ ବଳ - ବୀର୍ଯ୍ୟ ବୃଦ୍ଧି ହୋଇଥାଏ ।
୧୫ . ପିପ୍ପଳୀ ଓ ମିଶ୍ରିକୁ ସମଭାଗରେ ନେଇ ଚୂର୍ଣକରି , ପ୍ରତିଦିନ ୫ - ୬ ଗ୍ରାମ ମାତ୍ରାରେ ଚୂର୍ଣ୍ଣ ଗାଈ କ୍ଷୀରରେ ମିଶାଇ ପିଇଲେ ବଳ - ବୀର୍ଯ୍ୟରେ ବୃଦ୍ଧି ଘଟିଥାଏ ।
୧୬ . ଅଧଲିଟର କ୍ଷୀରରେ ୧୦ - ୧୨ ଗ୍ରାମ ଶତାବରୀ ତୁଣ୍ଡ ମିଶାଇ ଗରମ କରିବ । କ୍ଷୀର ମରି ଅଧା ରହିଗଲେ ସେଥିରେ ମିଶ୍ରିଚୂର୍ଣ୍ଣ ମିଶାଇ ଥଣ୍ଡା କରି ପିଇଲେ କାମଶକ୍ତି ବଢ଼ିଥାଏ ଓ ଯୌନାଙ୍ଗ ଦୁର୍ବଳତା ଦୂର ହୋଇଥାଏ । ଏହି କ୍ଷୀରକୁ ଖୁବ୍ କମ୍ରେ । ୩୫ - ୪୦ ଦିନ ପର୍ଯ୍ୟନ୍ତ ପିଇବା ଉଚିତ ।
୧୭ . ଧଳା ପିଆଜ ରସ ୮ ଗ୍ରାମ , ଅଦାରସ ୬ ଗ୍ରାମ , ଶୁଦ୍ଧ ମହୁ ୪ ଗ୍ରାମ , ଗାଈଘିଅ ୩ ଗ୍ରାମ ସବୁକୁ ମିଶାଇ ଏହି ମାତ୍ରାରେ ଦୁଇମାସ ପର୍ଯ୍ୟନ୍ତ ଖାଇଲେ ନପୁଂସକତା ସବୁ ଦିନ ପାଇଁ ଦୂର ହୋଇଯାଇଥାଏ ।
୧୮ . ଅଶ୍ଵଗନ୍ଧା ଚୂର୍ଣ୍ଣରେ ଗାଈଘିଅ ଓ ମିଶ୍ରି ଚୂର୍ଣ୍ଣ ମିଶାଇ ପ୍ରତିଦିନ ସକାଳେ ୨୦ - ୨୫ ଗ୍ରାମ୍ ମାତ୍ରାରେ ଏକମାସ ଖାଇଲେ ଯୌନଶକ୍ତି ଅସମ୍ଭବ ଭାବେ ବଢ଼ିଯାଇଥାଏ
୧୯ . ସମ୍ଭୋଗ ପରେ ଅଳ୍ପ ଶୁଣ୍ଠି ଚୂର୍ଣ୍ଣ ଉଷୁମ କ୍ଷୀରରେ ମିଶାଇ ପିଇଲେ କ୍ଷୟ ହୋଇଥିବା ଯୌନ ଶକ୍ତି ପୁଣି ଫେରିଆସିଥାଏ ।
୨୦ . ସମ୍ଭୋଗ ପରେ ଅଳ୍ପ ଗୁଡ଼ ଖାଇଲେ କମ୍ର ଲାଗିନଥାଏ । ୨୧ . ଛୋଟ ହରିଡ଼ା ଚୂର୍ଣ , ମିଶ୍ରି ଚୂର୍ଣ ଓ ଲୌହଭଷ୍ଟକୁ ମିଶାଇ ଖାଇଲେ ଶରୀରରେ ଶକ୍ତି ବଢ଼ିଥାଏ ।
୨୨ . ତରଭୁଜ ଚୋପାଛଡ଼ା ମଞ୍ଜି ୬ ଗ୍ରାମ , ମିଶ୍ରିଚୂର୍ଣ୍ଣ ୬ ଗ୍ରାମକୁ ମିଶାଇ ଚୂର୍ଣ୍ଣକରି ନନ ପ୍ରତିଦିନ ୨ - ୩ ମାସ ପର୍ଯ୍ୟନ୍ତ ଖାଇଲେ ଯୌନଶକ୍ତି ବଢ଼ିଥାଏ ।
୨୩ . ତୁଳସୀ ମଞ୍ଜିର ଚୂର୍ଣ୍ଣ ଓ ପୁରୁଣା ଗୁଡ଼କୁ ମିଶାଇ ( ସମାନ ମାତ୍ରାରେ ) ବୁଟ ମାପର ଛୋଟ ଛୋଟ ଗୁଳି ତିଆରି କରି ରଖନ୍ତୁ , ସେହି ଗୁଳିରୁ ଗୋଟିଏ ସକାଳେ ଓ ଗୋଟିଏ ସନ୍ଧ୍ୟାରେ କ୍ଷୀର ସହିତ ଖାଇଲେ କିଛି ଦିନରେ ନପୁଂସକତା ଦୂର ହୋଇଥାଏ ।
୨୪ . ଭୂଇଁ କଖାରୁ ଚୂର୍ଣକୁ କ୍ଷୀର , ଘିଅ ଓ ଡିମ୍ବିରି ରସରେ ମିଶାଇ ପିଇଲେ କିଛିଦିନରେ ବୃଦ୍ଧମାନଙ୍କର ବି ଯୁବକଙ୍କ ଭଳି ଯୌନଶକ୍ତି ବୃଦ୍ଧିପାଇଥାଏ ।
୨୫ . ଯଷ୍ଟମଧୁ ୧୦ ଗ୍ରାମ , ମହୁ ୧୦ ଗ୍ରାମ ଓ ୫ ଗ୍ରାମ ଗାଈଘିଅକୁ ମିଶାଇ ଖାଇ ତା’ପରେ ଗାଈକ୍ଷୀର ପିଇଲେ ମୈଥୁନଶକ୍ତି ବଢ଼ିଥାଏ ଓ ଯୌନ ଦୁର୍ବଳତା ଦୂର ହୋଇଥାଏ ।
୨୬ . ପାଣି ସିଙ୍ଗଡ଼ା ଅଟାରେ ଗାଈଘିଅ ମିଶାଇ ହାଲୁଆ ତିଆରି କରି , ପ୍ରତିଦିନ ଏକମାସ ପର୍ଯ୍ୟନ୍ତ ୫୦ - ୬୦ ଗ୍ରାମ ମାତ୍ରାରେ ଖାଇଲେ ଯୌନ ଶକ୍ତି ବଢ଼ିଥାଏ ।
୨୭ . ଗୋଟିଏ କଞ୍ଚା କୁକୁଡ଼ା ଅଣ୍ଡାରେ ୨୫ ଗ୍ରାମ ମହୁ ମିଶାଇ ଶୀତଦିନରେ ସକାଳ ସମୟରେ ଖାଇଲେ ଓ ପରେ ପରେ ଉଷୁମ କ୍ଷୀର ପିଇଲେ , ଏକମାସ ମଧ୍ୟରେ ନପୁଂସକତା ଦୂର ହୋଇ ଯୌନଶକ୍ତି ଫେରି ଆସିଥାଏ ।
୨୮ . ଅଶ୍ଵଗନ୍ଧା ଓ ବିଧାରା ସମଭାଗରେ ନେଇ ଚୂର୍ଣ୍ଣ କରି , ପ୍ରତିଦିନ ୧୦ - ୧୨ ଗ୍ରାମ ମାତ୍ରାର ଉଷୁମ ଗାଈକ୍ଷୀର ସହିତ ଖାଇଲେ ଯୌନ ଦୁର୍ବଳତା ଦୂର ହୋଇଥାଏ ।
୨୯ . ବରଗଛର କଅଁଳ ପତ୍ର , ବେଲ , ଡାଲଚିନି , କବାବଚିନି ଓ ମିଶ୍ରି ସବୁଥୁରୁ ସମାନ ମାତ୍ରାରେ ନେଇ ବାଟି ଗୁଳି ତିଆରି କରି , ଫାଳେ ଦେଶୀ ପାନରେ ଗୋଟିଏ ଗୁଳି ରଖି ପାଟିରେ ପୂରାଇ ଚୋବାଇ ଚୋବାଇ ସକାଳେ ୧୫ ଦିନ ପର୍ଯ୍ୟନ୍ତ ଖାଇଲେ ଯୌନଶକ୍ତି ଅସମ୍ଭବ ଭାବେ ବଢ଼ିଯାଇଥାଏ ।
୩୦ . ଏକ ଗ୍ରାମ ମାତ୍ରାରେ ଜାଇଫଳ ଚୂର୍ଣ୍ଣ ସକାଳେ ପାଣି ସହିତ ଖାଇଲେ କିଛିଦିନ ମଧ୍ୟରେ ଯୌନ ଦୁର୍ବଳତା ଦୂର ହୋଇଥାଏ।
୩୧ . କାଇଁଚ ଗଛର ଚେରକୁ ଚୂର୍ଣ୍ଣକରି ଏକ ଗ୍ରାମ ମାତ୍ରାରେ ଖାଇ ଗାଈକ୍ଷୀର ପିଇଲେ ଯୌନ ଶକ୍ତି ବୃଦ୍ଧି ପାଇଥାଏ ।