ବୃକକ୍ ( କିଡ୍ନି ) ରୋଗ ( ବୃକକ୍ ପଥୁରୀ , ମୂତ୍ରବିକାର , ବୃକକ୍ଶୋଥ , ମଧୁମେହ , ବହୁମୂତ୍ର)
ଜିଲା କିଡ଼ିନିକୁ ବୃକକ୍ କୁହନ୍ତି । ଏହି ବୃକକ୍ ମାନବ ଶରୀରରେ ଦୁଇଟି ଥାଏ । ଏହା ଆମ ପେଟର ପଛ ପଟରେ ମେରୁଦଣ୍ଡକୁ ଲାଗିକରି ଥାଏ । ଏହା ଦେଖିବାକୁ ଶିମ୍ବ ମଞ୍ଜି ଆକୃତିର ଏବଂ ଏହାର ଆକାର ହାତମୁଠା ମାପର ହୋଇଥାଏ । ବୃକକ୍ର କାମ ହେଲା ରକ୍ତର ଦୂଷିତ ପାଣିକୁ ଛାଣି ମୂତ୍ର ତିଆରି କରିଥାଏ । ଏହା ତିଆରି ହେଲାପରେ ମୂତ୍ରନଳୀ ଦ୍ଵାରା ବାହାରକୁ ବାହାରି ଆସିଥାଏ । ଯଦି ବ୍ୟକ୍ତି ଖାଦ୍ୟ ଖାଇଲାବେଳେ ଋତୁ ଓ ନିଜ ସ୍ଵଭାବ ପ୍ରତି ଧ୍ୟାନ ଦେଇନଥାଏ , ତେବେ ଶରୀର ଭିତରେ ବିକାର ସୃଷ୍ଟି ହୋଇଥାଏ । ଏହି ବିକାର କାରଣରୁ ବୃକକ୍ରେ ବିଭିନ୍ନ ପ୍ରକାରର ସମସ୍ୟା ବା ରୋଗ ଦେଖାଦେଇଥାଏ । ଏହା ବ୍ୟତୀତ ଶରୀରରେ ରକ୍ତହୀନତା ତଥା ପାଣିକମ୍ ପିଇବା ଯୋଗୁଁ ମଧ୍ୟ ବୃକକ୍ରେ ରୋଗ ଉତ୍ପନ୍ନ ହୋଇଥାଏ । କେତେକ ଲୋକଙ୍କୁ ମଧ୍ୟ ଲଙ୍କା ମସଲା ଯୁକ୍ତ ତେଲ ଛଣା ଖାଦ୍ୟ ତଥା ଗରମ ସୃଷ୍ଟି କରୁଥିବା ଖାଦ୍ୟ - ପଦାର୍ଥ ବିନା ଖାଇବାକୁ ଭଲ ଲାଗିନଥାଏ । ସେହି ଲୋକମାନଙ୍କୁ ବୃକକ୍ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ । ଯେତେବେଳେ ବୃକକ୍ ତା’ର କାର୍ଯ୍ୟ ସୂଚାରୁ ରୂପେ କରିପାରିନଥାଏ , ସେତେବେଳେ ବିଭିନ୍ନ ପ୍ରକାରର ପଦାର୍ଥ ମୃତ୍ର ଦ୍ବାରା ବାହାରକୁ ଆସିବାକୁ ଲାଗିଥାଏ । ଯଦି ବୃକକ୍ରେ କ୍ଷାରତତ୍ତ୍ଵ ବଢ଼ି ଯାଏ , ସେତେବେଳେ ବୃକକ ଫୁଲିଯାଇଥାଏ । ଏହାକୁ ବୃକକ୍ ଶୋଥ କୁହନ୍ତି । ଏହି ରୋଗ ହେଲେ ରୋଗୀକୁ ବହୁତ କଷ୍ଟ ଭୋଗିବାକୁ ପଡ଼ିଥାଏ । ଏହି ରୋଗ ହେଲେ ଜାଣିବାକୁ ହେବ ଯେ , ଦୂଷିତ ଖାଦ୍ୟ ପଦାର୍ଥ ଖାଇଥିବାରୁ ବୃକକ୍ର ଆଖ ପାଖରେ ଚୂନର ଅଂଶ ଏକାଠି ହେବାକୁ ଲାଗେ , ଏହା ବାଲିଭଳି ହୋଇଥିବାରୁ ଯେଉଁଥ୍ ପାଇଁ ବୃକକ୍ରେ ପଥୁରୀ ସୃଷ୍ଟି ହୋଇଥାଏ । ଆଚାର - ବିଚାର ଠିକ୍ ନ ରହିଲେ ତଥା ମାଂସ , ମଦ ଅଧିକ ମାତ୍ରାରେ ଖାଇଲେ ବୃକକ୍ରେ ଦୋଷ ଦେଖାଦେଇଥାଏ , ଏହିସବୁ କାରଣରୁ ବୃକକ୍ରେ ଅଳ୍ପ ଅଳ୍ପ ରକ୍ତ ଜମିବାକୁ ଲାଗେ , ଯାହା ପରବର୍ତ୍ତୀ ଅବସ୍ଥାରେ ଗଣ୍ଠି ରୂପ ନେଇଥାଏ । ବୃକକ୍ରେ ହେଉଥିବା ସବୁ ପ୍ରକାର ରୋଗର ଅଲଗା ଅଲଗା ଲକ୍ଷଣ ଦେଖାଦେଇଥାଏ । ତେଣୁ ଲକ୍ଷଣକୁ ଅନୁଧ୍ୟାନ କରି ରୋଗକୁ ଚିହ୍ନଟ କରାଯାଇଥାଏ ।
ବୃକକ୍ ପଥୁରୀ
ପରିସ୍ରା ସହିତ ବାହାରୁଥିବା ବିଭିନ୍ନ ପ୍ରକାରର କ୍ଷାରୀୟ ତତ୍ତ୍ବ , ଯଦି କୌଣସି କାରଣବଶତଃ ବାହାରିନପାରି ମୂତ୍ରାଶୟ , ବୃକକ୍ କିମ୍ବା ମୂତ୍ରନଳୀରେ ଏକତ୍ର ହୋଇ ଜମାଟ ବାନ୍ଧିଯାଏ ତାକୁ ହିଁ ପଥୁରୀ କୁହନ୍ତି ।
କାରଣ-
ପଥୁରୀ ରୋଗ ମୂତ୍ର ସଂସ୍ଥାନ ସହିତ ସମ୍ବନ୍ଧିତ ଅଟେ । ପଥରର ଚୂର୍ଣ୍ଣକୁ ମୂତ୍ର ରେଣୁ କୁହାଯାଏ । ଏହି ରେଣୁ ଧଳା ଓ ଲାଲ ରଙ୍ଗର ଦେଖାଯାଇଥାଏ । ରେଣୁ ଯେତେବେଳେ ଗୋଟିଏ ଗୋଟିଏ ହୋଇ ଏକଠି ଜମି ଯାଆନ୍ତି , ସେତେବେଳେ ଛୋଟ ପଥରର ରୂପ ଧାରଣ କରନ୍ତି । ଏହି ପଥର ବିଭିନ୍ନ ପ୍ରକାରର ହୋଇଥାଏ ଯଥା- ଗୋଲ , ଅଣ୍ଡାକାର , ଚେପେଟା , ଚିକ୍କଣ , କଠୋର , ନରମ ଓ ଆଳୁପରି ମଧ୍ୟ ହୋଇଥାଏ । ଏହି ପଥୁରୀ ସେହି ଲୋକଙ୍କୁ ହୋଇଥାଏ ଯାହାଙ୍କ ମୂତ୍ରରେ ଚୂନର ଅଂଶ ଅଧିକ ମାତ୍ରାରେ ରହିଥାଏ । ପଥୁରୀର ଆକାର ଦିନକୁ ଦିନ ବଢ଼ିଥାଏ ।
ଲକ୍ଷଣ-
ପଥୁରୀ ହୋଇଗଲାପରେ ରୋଗୀକୁ ପରିସ୍ରା କଲାବେଳେ ବହୁତ କଷ୍ଟ ହୋଇଥାଏ । ମୂତ୍ର ସହିତ କେବେ କେବେ ପୂଜ ସହିତ ରକ୍ତ ମଧ୍ୟ ଆସିଥାଏ । ଏକସଙ୍ଗେ ପରିସ୍ରା ନ ହୋଇ ଅଟକି ଅଟକି ପରିସ୍ରା ହୋଇଥାଏ । ଯୌନାଙ୍ଗର ଅଗ୍ରଭାଗରେ ଅସହ୍ୟ ଯନ୍ତ୍ରଣା ହୋଇଥାଏ । ଯେତେବେଳେ ପଥୁରୀ ବୃକକ୍ରୁ ବାହାରି ମୂତ୍ରାଶୟକୁ ଆସିଯାଏ , ସେତେବେଳେ ରୋଗୀର ଅସ୍ଥିର ଅବସ୍ଥା ଆସିଥାଏ ଓ ଏତେ କଷ୍ଟ ହୁଏ ଯେ ସେ ବାଡ଼େଇ ପିଟି ହୋଇଥାଏ , ରୋଗୀ ଏପଟ ସେପଟକୁ ଦୌଡ଼ିଥାଏ , କାରଣ ସେ ଚାହିଁଥାଏ ଯେ କଷ୍ଟ କିପରି କମ୍ ହୋଇଯାଉ । କେବେ କେବେ ରୋଗୀକୁ ବାନ୍ତି ହୋଇଥାଏ । ପରିସ୍ରା ନଳୀରେ ଜ୍ଵଳନ ହୋଇ ପରିସ୍ରା ବୁନ୍ଦ ବୁନ୍ଦ ହୋଇ ଆସିଥାଏ ।
ଉପଚାର
୧ . ଗାଈ ଘୋଳଦହି ୨୫୦ ମି.ଲି.ରେ ଛଅ ଗ୍ରାମ ଯବକ୍ଷାର ମିଶାଇ ସକାଳେ ଓ ସନ୍ଧ୍ୟାରେ ରୋଗୀକୁ ପିଆନ୍ତୁ । ଏହା ବ୍ୟଥା ଦୂର କରିବା ପାଇଁ ଏକ ଉତ୍ତମ ଉପଚାର ଅଟେ ।
୨ ଚନ୍ଦନ ତେଲ ୧୦ - ୧୨ ବୃନ୍ଦ ଲେଖାଏଁ ଚିନିରେ ମିଶାଇ ସକାଳେ , ଦ୍ବିପ୍ରହରରେ ଓ ସନ୍ଧ୍ୟାରେ ରୋଗୀକୁ ପିଆନ୍ତୁ ।
୩ . କଲମୀଶୋରା ୨ ଗ୍ରାମ , ଫିଟିକିରି ଫୁଲା ୨ ଗ୍ରାମ ତଥା ଚିନି ୩୦ ଗ୍ରାମ , ସମସ୍ତକୁ ପାଣିରେ ଗୋଳି ରୋଗୀକୁ ପିଆନ୍ତୁ ।
୪ . ୧୦ ଗ୍ରାମ୍ ଅଳେଇଚ ମଞ୍ଜି , ୧୦ ଗ୍ରାମ ଶିଲାଜିତ ଓ ୬ ଗ୍ରାମ ପପ୍ପଳୀକୁ ଚୂଣ୍ଡ କରି ସେଥ୍ରେ ୨୫ ଗ୍ରାମ୍ ମିଶ୍ରି ଗୁଣ୍ଡ ମିଶାଇ ରଖନ୍ତୁ । ସକାଳେ ଓ ସନ୍ଧ୍ୟାରେ ଏହି ଚୂର୍ୟରୁ ୧ - ୧ ଚାମଚ ମାତ୍ରାରେ ପାଣି ସହିତ ରୋଗୀକୁ ଖୁଆନ୍ତୁ ।
୫ .୨୫ - ୩୦ ଗ୍ରାମ ମୂଳାମଞ୍ଜିକୁ ଦୁଇ ଗିଲାସ ପାଣିରେ ସିଝାଇ ପାଣି ଅଧା ରହିଲେ ଫ୍ରର ଥଣ୍ଡା କରି ଛାଣି ସେହି ପାଣିକୁ ପିଅନ୍ତୁ ।
୬ . କଳା ଲୁହାର ମୁଦି ମଧ୍ୟମା ଅଙ୍ଗୁଳିରେ ପିନ୍ଧାଇଲେ ପଥୁରୀର କଷ୍ଟ କମିଯାଇଥାଏ , ତାର କାରଣ ମଧ୍ୟମା ଅଙ୍ଗୁଳିର ପ୍ରେସର ବୃକକ୍ର ବିନ୍ଦୁ ସହିତ ସମ୍ବନ୍ଧିତ ଅଟେ ।
୭ . ପାଳଙ୍ଗ ରସ ଏକ କପ୍ ଓ ପଇଡ଼ ପାଣି ଏକ କପ୍କୁ ମିଶାଇ ୧୫ ଦିନ ପର୍ଯ୍ୟନ୍ତ ନିୟମିତ ରୂପେ ପିଆନ୍ତୁ ।
୮ . ମୂଳା ମଞ୍ଜି ୫ ଗ୍ରାମକୁ ବାଟି ଏକ କପ୍ ତରଭୁଜ ରସରେ ମିଶାଇ ରୋଗୀକୁ ପିଆଇଲେ ପଥୁରୀ ମିଳାଇ ଯାଇଥାଏ ।
୯ . ଗାଜର ମଞ୍ଜି ଓ ସାଲଗମ ମଞ୍ଜି ୩ - ୩ ଗ୍ରାମ ମାତ୍ରାରେ ନେଇ ଗୋଟିଏ ମୂଳା ଭିତରୁ ଶସ୍ୟକୁ କାଢ଼ି ଖୋଳ କରି ସେଥିରେ ମଞ୍ଜିଗୁଡ଼ିକୁ ପୂରାଇ ଗାଜର ଚୋପା ଦ୍ଵାରା ମୂଳାର ମୁହଁକୁ ବନ୍ଦ କରିଦିଅନ୍ତୁ ଓ ପରେ ନିଆଁର ଆଞ୍ଚରେ ପୋତି ପୋଡ଼ିଦିଅନ୍ତୁ ମୂଳା ପୋଡ଼ି ହୋଇଗଲେ ତା ଭିତରର ମଞ୍ଜିକୁ କାଢ଼ି ୨ - ୨ ଗ୍ରାମ ମାତ୍ରାରେ ଘୋଳଦହି ସହିତ ଖାଇଲେ ପଥୁରୀ ମିଳାଇଯାଇ ଖୋଲିକରି ପରିସ୍ରା ହୋଇଥାଏ ।
୧୦ . ୩ ଚାମଚ ବଣ ଜୁଆଣୀ ଗଛର ମୂଳର ରସରେ ୪ ଚାମଚ ମୂଳା ରସର ମିଶାଇ ପିଇଲେ ଲାଭ ମିଳେ ।
୧୧ . ବଉଳ ଫୁଲ ୧୦ ଗ୍ରାମକୁ ବାଟି ପାଣିରେ ମିଶାଇ ସର୍ବତକରି ପିଇଲେ ଲାଭ ମିଳିଥାଏ ।
୧୨ . ଗୋଖୁରୁ ମଞ୍ଜି ଚୂର୍ଣ୍ଣ ୧୦ ଗ୍ରାମ ଓ ମହୁ ୨୫ ଗ୍ରାମ୍କୁ ଗାଈ କ୍ଷୀରରେ ମିଶାଇ ଅ ଖାଆନ୍ତୁ ।
୧୩ . ମୂଳା ରସରେ କୋଳଥ ଚୂର୍ଣ୍ଣ ମିଶାଇ ୪ ଚାମଚ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ପିଇଲେ ପଥୁରୀ ରୋଗରେ ଲାଭ ମିଳିଥାଏ ।
୧୪ . ମଞ୍ଜୁଆତି ଗଛର ଚେରକୁ ଶୁଖାଇ ଚୂର୍ଣ୍ଣ କରି ସେଥିରୁ ୩ ଗ୍ରାମ ମାତ୍ରାରେ ଚୂର୍ଣ୍ଣକୁ ଚିନିରେ ମିଶାଇ ସକାଳେ ଖାଆନ୍ତୁ ।
୧୫ . ପଥୁରୀ ରୋଗରେ କୋଳଥ ଅଟାରେ ରୁଟିକରି ଖାଇଲେ ବିଶେଷ ଲାଭ ମିଳିଥାଏ ।
୧୬ . ଜାମୁକୋଳି ମଞ୍ଜି ବୃଦ୍ଧି ୪ - ୫ ଗ୍ରାମ ମାତ୍ରାରେ ଘୋଳଦହି ସହିତ ମିଶାଇ ପିଇଲେ କିଛି ଦିନରେ ପଥୁରୀ ମିଳାଇ ଯାଇଥାଏ ।
୧୭ . ପଥୁରୀ ରୋଗୀ ମିଠା , ଲହୁଣୀ , ଘିଅ , ଚିନି , ମଦ , ମାଂସ , ଚା , କଫି ତଥା ଉତ୍ତେଜକ ପଦାର୍ଥ ଖାଇବା ଅନୁଚିତ । ଆଖୁରସ ଓ କୋଳଥ ଭିଜା ପାଣି ପିଇବା ଉଚିତ ।
୧୮ . ଅଁଳା ଚୂଣ୍ଡିକୁ ମୂଳା ଉପରେ ଲଗାଇ ଚୋବାଇ ଚୋବାଇ ଖାଇଲେ ୧୫ ଦିନରେ ପଥୁରୀ ମିଳାଇଯାଇ ପରିସ୍ରାରେ ବାହାରି ଆସେ । ସକାଳେ ଖାଲି ପେଟରେ ଖାଇଲେ ବିଶେଷ ଲାଭ ମିଳିଥାଏ ।
୧୯ . ନିମ୍ବପତ୍ରକୁ ପୋଡ଼ି ଭଷ୍ମକରି ୨ ଗ୍ରାମ ମାତ୍ରାରେ ପାଣି ସହିତ ଖାଇଲେ କିଛି ଦିନରେ | ଧାନ ପଥୁରୀ ମିଳାଇ ଯାଇ ପରିସ୍ରାରେ ବାହାରି ଆସିଥାଏ । ତା
୨୦ . ଅମରପୋଇ ପତ୍ର ୨ - ୩ଟି ସକାଳେ ଖାଲିପେଟରେ ଚୋବାଇ ଖାଇବା କିମ୍ବା ରସ ପିଇବା ଦ୍ଵାରା ପଥୁରୀ ୧୫ - ୨୦ ଦିନରେ ମିଳାଇ ଯାଇଥାଏ ।
୨୧ . ଆମ୍ବ ପତ୍ରକୁ ଶୁଖାଇ ଚୂର୍ଣ୍ଣକରି ଏକ ଚାମଚ ମାତ୍ରାରେ ଦିନରେ ତିନିଥର ଉଷୁମ ଏ ପାଇଲେ କଷ୍ଟ ଦୂର ହୋଇ ପଥୁରୀ ମିଳାଇ ଯାଇଥାଏ ।
୨୨ . ମକା ବାଳକୁ ଛାଇରେ ଶୁଖାଇ ସେଥିରୁ ୧୦ - ୧୨ ଗ୍ରାମ ନେଇ ପାଣିରେ ସିଝାଇ ସକାଳେ ଉଷୁମ ଥାଇ ସେହି ପାଣିକୁ ଛାଣି ଚା ’ ଭଳି ପିଇଲେ କିଛିଦିନରେ ପଥୁରୀ ମିଳାଇଯାଏ ।
୨୩ . ଅମୃତ ଭଣ୍ଡା ଚେର ୭୫୦ ମି.ଗ୍ରା.କୁ ବାଟି ପାଣିରେ ଗୋଳି ଛାଣି ୨୧ ଦିନ କରି ପର୍ଯ୍ୟନ୍ତ ସକାଳେ ଖାଲି ପେଟରେ ପିଇଲେ ପଥୁରୀ ମିଳାଇଯାଇଥାଏ ।
୨୪ . ଖଡ଼ା ଶାଗ ଦିନରେ ୩ - ୪ ଥର ଖାଇବ ଓ ଅଧକିଲୋ ବଥୁଆ ଶାଗକୁ ୨ - ୩ ଗ୍ଲାସ୍ ପାଣିରେ ସିଝାଇ ଥଣ୍ଡାକରି ଶାଗ ସେହି ପାଣିରେ ଚିପୁଡ଼ି ପାଣିକୁ ଛାଣି ସେଥୁରେ ଅଳ୍ପ ଗୋଲମରିଚ ଗୁଣ୍ଡ ଓ ଜିରାଗୁଣ୍ଡ ସହିତ ଅଳ୍ପ ସୈନ୍ଧବ ଲବଣ ମିଶାଇ ପିଇଲେ କିଛି ଦିନରେ ପଥୁରୀ ସମ୍ପୂର୍ଣ୍ଣ ରୂପେ ମିଳାଇ ଯାଏ ।
୨୫ . ପ୍ରତିଦିନ ସକାଳେ ଖାଲି ପେଟରେ ୫୦ - ୬୦ ଗ୍ରାମ ପିଆଜ ରସ ପିଇଲେ ପଥୁରୀ ମିଳାଇଯାଇ ପରିସ୍ରାରେ ବାହାରି ଆସେ ।
୨୬ . ଅନନ୍ତମୂଳର ଚୂର୍ଣ୍ଣ ପାଞ୍ଚ ଗ୍ରାମକୁ କ୍ଷୀରରେ ମିଶାଇ ଦିନରେ ଦୁଇଥର ଲେଖାଏଁ ପିଇଲେ ପଥୁରୀ ମିଳାଇ ଯାଇ ପରିସ୍ରାରେ ବାହାରି ଆସେ ।
ମୂତ୍ର ବିକାର
ମୂତ୍ର ବିକାର ଯୋଗୁଁ ଅନେକ ରୋଗ ହୋଇଥାଏ ଯଥା- ମୂତ୍ର ଜ୍ଵଳନ , ଅଟକି ଅଟକି ପରିସ୍ରା ହେବା , ମୂତ୍ର କୃଚ୍ଛ୍ର , ବହୁ ମୂତ୍ର ଆଦି । ଏହି ସବୁ ରୋଗ ବହୁତ କଷ୍ଟଦାୟକ ଅଟେ । ଯଦି ଠିକ୍ ସମୟରେ ଏଗୁଡ଼ିକର ଚିକିତ୍ସା କରାନଯାଏ ତେବେ ଏଗୁଡ଼ିକ ଭୟାନକ ରୂପ ଧାରଣ କରିଥାଆନ୍ତି ।
କାରଣ-
ମୂତ୍ରାଶୟରେ ମୂତ୍ର ଜମିଗଲାପରେ କୌଣସି କାରଣରୁ ବାହାରକୁ ଆସି ପାରିଲେ , ଏହାକୁ ମୂତ୍ରରୋଧ କୁହନ୍ତି । ପୁରୁଷମାନଙ୍କର ଗରମୀ ରୋଗ ଯୋଗୁଁ ଯୌନାଙ୍କ ଭିତରେ ଫୁଲିଗଲେ ଓ ମହିଳାମାନଙ୍କର କୌଣସି ବାହାରର କାରଣରୁ ପରିସ୍ରାନଳୀ ଉପରେ ଚାପ ପଡ଼ି ପରିସ୍ରା ବନ୍ଦ ହୋଇ ଯାଇଥାଏ । ବୟସ୍କ ଲୋକଙ୍କର ପୌରୁଷ ଗ୍ରନ୍ଥି ବଢ଼ିଯିବାରୁ ସେମାନଙ୍କର ମଧ୍ୟ ପରିସ୍ରା ବନ୍ଦ ହୋଇଯାଇଥାଏ । ମୂତ୍ର କୃଚ୍ଛ ରୋଗରେ ମଧ୍ୟ ପରିସ୍ରା କଲାବେଳେ ବହୁତ କଷ୍ଟ ହୋଇ ପରିସ୍ରା ବନ୍ଦ ହୋଇଯାଇଥାଏ । କେତେକ କାରଣରୁ ମଧ୍ୟ ବାରମ୍ବାର ପରିସ୍ରା ହୋଇଥାଏ ଯଥା— ହିଷ୍ଟ୍ରିୟା ରୋଗ , ଚିନ୍ତା , ମୁଣ୍ଡରେ ଆଘାତ ଲାଗିବା , ଆମାଶୟରେ ବିକାର , ମଦ ପିଇବା ଯୋଗୁଁ , କୋଷ୍ଠବଦ୍ଧତା , ପୌଷ୍ଟିକ ଖାଦ୍ୟର ଅଭାବ ଆଦି ।
ଲକ୍ଷଣ-
ମୂତ୍ର କମ୍ହେଲେ କିମ୍ବା ମୂତ୍ର ବନ୍ଦ ହୋଇଗଲେ , ମୂତ୍ରାଶୟ ଫୁଲି ଯାଇଥାଏ । ରୋଗୀର ଶରୀରରେ ଅସ୍ଥିରତା ଦେଖାଦେଇଥାଏ ।ମୂତ୍ର ହେଲେ ମଧ୍ୟ ବହୁତ କଷ୍ଟରେ ବୁନ୍ଦା , ବୁନ୍ଦା ହୋଇ ବାହାରିଥାଏ । କୋଷ୍ଠବଦ୍ଧତା , ମନ୍ଦାଗ୍ନି , ଅଧ୍ଵକ ଶୋଷ , ପରିସ୍ରା ଅଧ୍ଵକ ଆସିଲେ , ମୂତ୍ରର ରଙ୍ଗ ହଳଦିଆ ହେଲେ , ଏହିସବୁ କାରଣରୁ ରୋଗୀକୁ ଭଲ ନିଦ ହୋଇନଥାଏ । ରୋଗୀ ଦିନକୁ ଦିନ ଦୁର୍ବଳ ହୋଇଯାଏ । ଅଣ୍ଟା , ଜଙ୍ଗ ତଥା ଅଣ୍ଡକୋଷରେ କଷ୍ଟ ହେବାକୁ ଲାଗେ ।
ପରିସ୍ରା ଜ୍ବଳନ ଓ ମୂତ୍ର ବିକାର :
ପରିସ୍ରାରେ ଜ୍ଵଳନ ଓ ପୀଡ଼ା ଆଦି ହେଲେ ନିମ୍ନଲିଖିତ ଉପଚାର ଗ୍ରହଣ କରିବା ଉଚିତ ।
ଉପଚାର -
୧ . ଡାଳିମ୍ବ ଗଛର ଛେଲିକୁ ଶୁଖାଇ ଚୂର୍ଣକରି କପଡ଼ାରେ ଛାଣି , ପ୍ରତିଦିନ ୪ ଗ୍ରାମ ମାତ୍ରାରେ ଚୂର୍ଣ୍ଣକୁ ପାଣି ସହିତ ୩ - ୪ ଥର ସେବନ କଲେ ପରିସ୍ରା ଜ୍ଵଳନ , ବାରମ୍ବାର ପରିସ୍ରା ହେବା ୮ - ୧୦ ଦିନରେ ଠିକ୍ ହୋଇଯାଇଥାଏ ।
୨ . ମୂଳା ପତ୍ର ରସ ୫୦୦ ମି.ଲି.ରେ ୩ ଗ୍ରାମ କଲମୀ ଶୋରା ମିଶାଇ ପିଇଲେ ପରିସ୍ରା ଖୋଲା ଭାବରେ ହୋଇଥାଏ ଓ ଜ୍ଵଳନ ବନ୍ଦ ହୋଇଯାଇଥାଏ ।
୩ . କଞ୍ଚାମକାକୁ ପାଣିରେ ସିଝାଇ ଥଣ୍ଡାକରି ଛାଣି ଏକ ଗ୍ଲାସ୍ ପାଣିରେ ମିଶ୍ରିଗୁଣ୍ଡ ମିଶାଇ ପିଇଲେ ପରିସ୍ରା ଜ୍ଵଳନ ଶୀଘ୍ର ଠିକ୍ ହୋଇଯାଇଥାଏ ।
୪ . ପରିସ୍ରା ଜ୍ଵଳନରେ ତରଭୁଜକୁ କାଟି ରାତିରେ କାକରରେ ରଖି ସକାଳେ ରସ ବାହାର କରି ମିଶ୍ରି ଗୁଣ୍ଡ ମିଶାଇ ପିଇଲେ ଲାଭ ମିଳିଥାଏ । ୫ . ଯଅ ୨୫ – ୩୦ ଗ୍ରାମକୁ ୨୦୦ - ୨୫୦ ମି.ଲି. ପାଣିରେ ସିଝାଇ ଥଣ୍ଡା ହେଲାପରେ ଛାଣି ପିଇଲେ ଲାଭ ମିଳିଥାଏ ।
୬ . ୧ - ୨ଟି ପିଆଜକୁ କାଟି ପାଣିରେ ସିଝାଇ , ଏକ ଗ୍ଲାସ୍ ପାଣିକୁ ଛାଣି ଥଣ୍ଡା କରି ଚିନି ମିଶାଇ ପିଇଲେ ଲାଭ ମିଳିଥାଏ ।
୭ . ଏକ କପ୍ ଭାତ ପେଜରେ ଚିନି ମିଶାଇ ସେବନ କଲେ ଲାଭ ମିଳିଥାଏ l
୮ . ବଥୁଆ ଶାଗକୁ ପାଣିରେ ସିଝାଇ ଥଣ୍ଡାକରି ଛାଣି ସେଥ୍ରେ କଳାଲୁଣ , ଭଜା ଜିରା , ଗୋଲମରିଚକୁ ଗୁଣ୍ଡ ଓ ଅଳ୍ପ ଚିନି ମିଶାଇ ପିଇଲେ ବିଶେଷ ଲାଭ ମିଳିଥାଏ ।
୯ . ୧ - ୨ଟି ପିଆଜକୁ କାଟି ପାଣିରେ ସିଝାଇ , ଏକ ଗ୍ଲାସ୍ ପାଣିକୁ ଛାଣି ଥଣ୍ଡା କରି ଚିନି ମିଶାଇ ପିଇଲେ ଲାଭ ମିଳିଥାଏ ।
୧୦ . ଡାଳିମ୍ବ ରସ ଏକ କପ୍ ମାତ୍ରାରେ ସକାଳେ ପିଇଲେ ପରିସ୍ରା ରୋଗରେ ଲାଭ ମିଳେ ।
୧୧ . ପାଳଙ୍ଗ ପତ୍ର ରସ ଏକ କପ୍ରେ ଅଧ କପ୍ ପଇଡ଼ ପାଣି ମିଶାଇ ପିଇଲେ ପରିସ୍ରା ଜ୍ଵଳନ ଓ ଅଟକି ଅଟକି ପରିସ୍ରା ହେବା ଭଲ ହୋଇ ଯାଇଥାଏ ।
୧୨ . ଅଶ୍ଵ ଗଛର କଅଁଳ ପତ୍ର ୫ - ୬ଟିକୁ ପାଣିରେ ସିଝାଇ ପାଣି ଅଧା ରଖିଲେ ଥଣ୍ଡା କରି ଛାଣି ଚିନି ମିଶାଇ ପିଅନ୍ତୁ ।
୧୩ . ଅଁଳା ରସକୁ ପାଣିରେ ମିଶାଇ ଛାଣି ଚିନି ମିଶାଇ ପିଅନ୍ତୁ ।
୧୪ , ବଡ଼ ଅଳେଇଚ ଚୂର୍ଣ୍ଣ ଏକ ଚାମଚ ଓ କଲମୀ ଶୋର ଦୁଇ ଚାମଚକୁ ମିଶାଇ ପାଣିରେ ଖାଆନ୍ତୁ ।
୧୫ . ବେଲପତ୍ରକୁ ବାଟି ପାଣିରେ ମିଶାଇ ଛାଣି ସେଥରେ ଅଳ୍ପ ଗୋଲମରିଚ ଚୂର୍ଣ୍ଣ ଓ ଦୁଇ ଚାମଚ ମହୁ ମିଶାଇ ପିଅନ୍ତୁ ।
୧୬ . ପ୍ରତିଦିନ ସକାଳେ ଏକ କପ୍ ଗାଜର ରସରେ ଲେମ୍ବୁ ଚିପୁଡ଼ି ପିଅନ୍ତୁ ।
୧୭ . ଆଖୁରସରେ ଲେମ୍ବୁରସ ଓ ସୈନ୍ଧବ ଲବଣ ମିଶାଇ ପିଇଲେ ପରିସ୍ରା ଜ୍ଵଳନ ବନ୍ଦ ହୋଇ ପରିସ୍ରା ଖୋଲା ଭାବେ ହୋଇଥାଏ ।
୧୮ . ଏକ କପ୍ କାକୁଡ଼ି ରସରେ ଚିନି ମିଶାଇ ପିଅନ୍ତୁ ।
୧୯ . କ୍ଷୀରରେ ଶୁଣ୍ଡିଚୂଣ୍ଣ ଓ ମିଶ୍ରିଗୁଣ୍ଡ ମିଶାଇ ପିଇଲେ ପରିସ୍ରା ଜ୍ଵଳନ ଓ ଯୌନାଙ୍ଗରେ ଦରଜ ଭଲ ହୋଇଯାଇଥାଏ ।
୨୦ . ଏକ - ଦୁଇ ଚାମଚ ମୂଳାରସରେ ଅଳ୍ପ ସୈନ୍ଧବ ଲବଣ ମିଶାଇ ପିଇଲେ ଲାଭ ମିଳେ ।
୨୧ . ପରିସ୍ରାରେ ରକ୍ତ ଆସୁଥିଲେ ଏକ ଚାମଚ ଦୁବରସରେ ନାଗ କେଶର ମିଶାଇ ୨ । ୩ ଥର ପିଆଇଲେ ଲାଭ ମିଳିଥାଏ ।
୨୨ . ଯବାକ୍ଷାର ୬ ଗ୍ରାମରେ ଗୁଡ଼ ମିଶାଇ ଖାଇଲେ ଲାଭ ମିଳେ ।
୨୩ . ପରିସ୍ରା ବନ୍ଦ ହୋଇଥିଲେ ଲେମ୍ବୁ ମଞ୍ଜିକୁ ବାଟି ପେଟରେ ଲେପ ଦେଲେ ଖୋଲାଭାବେ ପରିସ୍ରା ହୋଇଯାଇଥାଏ ।
୨୪ . ସକାଳେ ଓ ସନ୍ଧ୍ୟାରେ ଏକ ଚାମଚ ମାତ୍ରାରେ କଳାରାଶି ଚୋବାଇ ଖାଇଲେ । ଲାଭ ମିଳେ ।
୨୫ . ଜୁଆଣୀ ଅଧଚାମଚ ମାତ୍ରାରେ ଦିନରେ ୨ - ୩ ଥର ଉଷୁମ ପାଣି ସହିତ ଖାଆନ୍ତୁ |
୨୬ . ଏକ ଚାମଚ ଅଁଳା ରସରେ ଅଳ୍ପ ହଳଦୀଗୁଣ୍ଡ ଓ ଅଧଚାମଚ ମହୁ ମିଶାଇ ଖାଆନ୍ତୁ |
୨୭ . ସପୁରୀ ଉପରେ ପିପ୍ପଳୀ ଗୁଣ୍ଡ ଛିଞ୍ଚ୍ ଖାଇଲେ ଲାଭ ମିଳିଥାଏ ।
୨୮ . ମସୁର ଡାଲିକୁ ସିଝାଇ ସକାଳେ ଖାଲିପେଟରେ ଖାଆନ୍ତୁ ।
୨୯ . କଳାରାଶିକୁ ଭାଜି ଗୁଣ୍ଡକରି ଗୁଡ଼ ମିଶାଇ ଖାଇଲେ ଲାଭ ମିଳିଥାଏ ।
୩୦ . ପାଳଙ୍ଗ ରସ ଦୁଇ ଚାମଚରେ କଳା ଲୁଣ ମିଶାଇ ପିଅନ୍ତୁ ।
୩୧ . ଗାଈ କ୍ଷୀରରେ ଜାଇତ୍ରୀ ଏକଗ୍ରାମ ଓ ପାଞ୍ଚଗ୍ରାମ୍ ମିଶ୍ରିଗୁଣ୍ଡ ମିଶାଇ ପିଅନ୍ତୁ ।
୩୨ . ଭଜାବୁଟ ଖାଇଲେ ବାରମ୍ବାର ପରିସ୍ରା ଯିବା ବନ୍ଦ ହୋଇଯାଏ ।
୩୩ . ଗୁଡ଼ରେ ୩ ଗ୍ରାମ ପୋସ୍ତକ ମିଶାଇ ଖାଇଲେ ଲାଭ ମିଳିଥାଏ ।
୩୪ , ପାଚିଲା କଦଳୀ ଖାଇ ପରେ ଅଁଳାରସ ପିଇଲେ ପରିସ୍ରା ରୋଗ ଠିକ୍ ହୋଇଯାଇଥାଏ ।
୩୫ . ବହୁମୂତ୍ର ରୋଗରେ ସକାଳେ ଓ ସନ୍ଧ୍ୟାରେ ୫ - ୫ ଗ୍ରାମ ହଳଦୀ ଗୁଣ୍ଡ ଗାଈକ୍ଷୀରରେ ମିଶାଇ ପିଇଲେ ଲାଭ ମିଳିଥାଏ ।
ଖାଇବା ଉଚିତ୍– ପନିପରିବାରେ ଲାଉ , ଜହ୍ନି , ପୋଟଳ , ଚିଣ୍ଡା , ପାଳଙ୍ଗ , ଟମାଟର , ଗାଜର , ମେଥ୍ , ବଥୁଆ , ଆଦି ଖାଇବା ଉଚିତ । ବୁଟଡାଲି ଓ ମୁଗଡ଼ାଲି ଲାଭକାରୀ ଅଟେ ।
ଫଳରେ- ଆପଲ , କଦଳୀ , ଅମୃତଭଣ୍ଡା , କମଳା , ତରଭୁଜ , ଖରବୁଜ , ସେପ୍ଟା , ଆଦି ଖାଇ ପାରିବେ ।
ଖାଇବା ଅନୁଚିତ- ହରଡ଼ ଡାଲି , ମସୁର ଡାଲି , କାବୁଲି ବୁଟ , ଲାଲ ଲଙ୍କା , ମିଠାଇ ତେଲ , ଆଚାର , ଖଟା , ମସଲାଯୁକ୍ତ ଖାଦ୍ୟ , ଗୁଡ଼ ଆଦି ଖାଇବା ଅନୁଚିତ । ଅଧିକ ମୈଥୁନ , ଅଧୁକ ବ୍ୟାୟାମ କରନ୍ତୁ ନାହିଁ ।