ପିଲାଙ୍କ ଶରୀରରେ ଜଳର ମାତ୍ରା କମିଗଲେ
ପିଲାର ଶରୀରରେ ଜଳର ମାତ୍ରା ଅଧ୍ବକ କମିଗଲେ ପିଲାକୁ ଡିହାଇଡ୍ରେସନ ହୋଇପାରେ । ଆମାୟଶ ଓ ବାନ୍ତର କାରଣରୁ ଅଧ୍ବକାଂଶ ପିଲା ଡିହାଇଡ୍ରେସନର ଶିକାର ହୋଇଥାଆନ୍ତି । ଖରାରେ ଅଧିକ ସମୟ ରହିବା କାରଣରୁ ମଧ୍ଯ ପିଲାଙ୍କ ଶରୀରରୁ ଜଳର ମାତ୍ରା କମିଯାଏ । ଅନେକଙ୍କ ଘରେ ପିତା - ମାତା ପିଲାକୁ ଅଧିକ ପାଣି ପିଆଇବା ଆବଶ୍ୟକ ବୋଲି ଭାବନ୍ତି ନାହିଁ । ଏହି ସ୍ଥିତିରେ ପିଲାକୁ ଡିହାଇଡ୍ରେସନ ହବାର ସମ୍ଭାବନା ଅଧିକ ରହିଥାଏ । ଦୀବ୍ର ଜ୍ଵର ହେଲେ ମଧ୍ୟ ଶରୀରରୁ ଜଳର ମାତ୍ରା କମିଯାଇଥାଏ । ଏପରି ହେଲେ ନିମ୍ନଲିଖିତ ଉପାୟ କରିବା ଉଚିତ ।
୧ . ମୌସମ୍ବୀ , ଡାଳିମ୍ବ , କମଳାର ରସ ପିଲାକୁ ପିଆଇବା ଦ୍ଵାରା ଜଳର ଅଭାବ ଦୂର ହୋଇଥାଏ ।
୨ . ପିଲାକୁ ଲେମ୍ବୁ ସର୍ବତ ପିଆଇଲେ ବାନ୍ତି ବନ୍ଦ ହୋଇଯାଇଥାଏ ଓ ଡିହାଇଡ୍ରେସନ ମଧ୍ୟ ହୋଇନଥାଏ ।
୩ . କ୍ଷୀରରେ ଗ୍ଲୁକୋଜ ମିଶାଇ ପିଆଇଲେ ପିଲାଙ୍କ ଶରୀରରେ ଜଳର ଅଭାବ ଦୂର ହୋଇଥାଏ ।
୪ . ପଇଡ଼ ପାଣି ପିଲାକୁ ପିଆଇଲେ ପିଲାକୁ ଡିହାଇଡ୍ରେସନ ହୋଇନଥାଏ ।
ପିଲାଙ୍କ ଶରୀରରେ ମିଳିମିଳା ଓ ହାଡ଼ଫୁଟି ହେଲେ
ପିଲାଙ୍କ ଶରୀରରେ ମିଳିମିଳା ବା ହାଡ଼ଫୁଟି ହେଲେ ନିମ୍ନଲିଖିତ ଉପଚାର କରିବା ଉଚିତ ।
୧ . ରୁଦ୍ରାକ୍ଷକୁ ଶୁଦ୍ଧ ପାଣିରେ ଘୋରି ଦିନରେ ତିନିଥର ଚଟାଇଲେ ହାଡ଼ଫୁଟି ଓ ମିଳିମିଳା ରୋଗରେ ଲାଭ ମିଳିଥାଏ ।
୨ .ତୁଳସୀ ପତ୍ର ୧୨ଟି ଓ ଗୋଲମରିଚ ୩ଟି କୁ ବାଟି ଉଷୁମ ପାଣି ସହିତ ଦିନରେ ଦୁଇଥର ଖୁଆଇଲେ ଏହି ରୋଗରେ ଲାଭ ମିଳିଥାଏ ।
୩ . ଲବଙ୍ଗକୁ ପାଣିରେ ସିଝାଇ ପିଲାକୁ ଅଧ୍ଵକ ମାତ୍ରାରେ ସେହି ପାଣିକୁ ପିଆଇଲେ ତଥା ଫିଟିକିରିକୁ ଗୁଣ୍ଡକରି ପାଣିରେ ମିଶାଇ ସେହି ପାଣିରେ କୁଳି କଲେ ଏହି ସବୁ ରୋଗରେ ଲାଭ ମିଳିଥାଏ ।
୪ . ନିମ୍ବପତ୍ର ଉପରେ ପିଲାକୁ ଶୁଆଇଲେ ଓ ଘରର ଚାରିପଟେ ନିମ୍ବଡ଼ାଳକୁ ଲଟକାଇଲେ ମିଳିମିଳା ଓ ହାଡ଼ଫୁଟିର ପ୍ରକୋପ କମିଯାଇଥାଏ ।
୫ . ଏହିସବୁ ରୋଗର ଲକ୍ଷଣ ଦେଖାଦେଲା ମାତ୍ରକେ ପ୍ରତିଦିନ ସକାଳେ ତୁଳସୀପତ୍ର ରସ ପିଲାକୁ ପିଆଇଲେ ରୋଗ ଶାନ୍ତ ହେଇଯାଏ ।
MORE DETAILS WATCH THIS VIDEO
ଛୋଟ ପିଲାଙ୍କର ପିଞ୍ଜରାସ୍ଥି ଚାଲିଲେ
ପିଲାଙ୍କର ପିଞ୍ଜରାସ୍ଥି ଚାଲିଲେ ପିଲାଙ୍କୁ ଶ୍ଵାସ ନେବାରେ କଷ୍ଟ ହୋଇଥାଏ । କେତେକ ଉପଚାର ନିମ୍ନରେ ଦିଆଗଲା ।
୧ . ଭଜାଯାଇଥିବା ପିପ୍ପଳୀ ଚୂର୍ଣ୍ଣରୁ ଅଳ୍ପନେଇ ମହୁରେ ମିଶାଇ ପିଲାକୁ ଚଟାଇଲେ ଓ ସେହି ମିଶ୍ରଣକୁ ପଞ୍ଜରାସ୍ଥି ଉପରେ ଲେପଦେଲେ ଏହି ରୋଗ ଭଲ ହୋଇଯାଏ ।
୨ . ସୋରିଷ ତେଲରେ ଅଳ୍ପ ଲୁଣ ମିଶାଇ ଗରମ କରି ଥଣ୍ଡା ହେଲେ ପଞ୍ଜରାସ୍ଥି ଉପରେ ମାଲସ୍ କଲେ ଏହା ଠିକ୍ ହୋଇଯାଇଥାଏ ଓ ଦରଜ ମଧ୍ୟ କମିଯାଇଥାଏ ।
୩ . ୱାଟର ବ୍ୟାଗରେ ଅଳ୍ପ ଉଷୁମ ପାଣି ରଖି ପଞ୍ଜରାସ୍ଥି ଉପରେ ସେକଦେଲେ ମଧ୍ୟ ଲାଭ ମିଳିଥାଏ ।
୪ . କ୍ଷୀରରେ ୫ଟି ତୁଳସୀ ପତ୍ର ଓ ଗୋଟିଏ ଲବଙ୍ଗ ପକାଇ ସିଝାଇ ପିଲାକୁ ପିଆଇବା ଦ୍ଵାରା ପିଲାଙ୍କ ପଞ୍ଜରାସ୍ଥି ଚାଲିବା ବନ୍ଦ ହୋଇଯାଏ ।
ଛୋଟ ପିଲାଙ୍କ କୃମି ଦୋଷ
ପିଲାକୁ କୃମି ହୋଇଗଲା କଣ କରିବେ?
ପିଲାମାନଙ୍କର ଆମାଶୟ ଓ ଅନ୍ତନାଡ଼ୀରେ ଅନେକ ବିକାର ଦେଖାଦେଇଥାଏ । ତା ’ ମଧ୍ୟରୁ କୃମିରୋଗ ପିଲାମାନଙ୍କୁ ବହୁତ କଷ୍ଟ ଦେଇଥାଏ । ଏହି କୃମି ୨୦୦ ପ୍ରକାରର ଦେଖାଯାଏ ଯାହା ଅନ୍ତନାଡ଼ୀରେ ଘା ’ ସୃଷ୍ଟି କରିଥାଆନ୍ତି । ଏହି ସମୟରେ ରୋଗୀ ଅସ୍ଥିର ଅନୁଭବ କରିଥାଏ । ଏହି କୃମି ଗୁଡ଼ିକ ପେଟରେ ବାୟୁକୁ ବଢ଼ାଇ ଦେଇଥାଆନ୍ତି , ଯାହା ଯୋଗୁଁ ସମୟ ସମୟରେ ହୃଦୟ ଧକ୍ ଧକ୍ ହେବା ମଧ୍ୟ କିଛି ସମୟ ପାଇଁ ବନ୍ଦ ହୋଇଯାଇଥାଏ । କୃମି ପେଟରେ ଅଧିକ ମାତ୍ରାରେ ହେଲେ ଖାଇବାରେ ଅରୁଚି ଦେଖାଦେଇଥାଏ ।ଖାଦ୍ୟ ଦେଖିଲେ ବାନ୍ତି ଆସେ । ଖାଇବା ପ୍ରତି ଆଗ୍ରହ ରୁହେ ନାହିଁ । ମୁଣ୍ଡ ବୁଲାଇଥାଏ ତଥା ଅଧିକ ମାତ୍ରାରେ ଶୋଷ ଲାଗିଥାଏ ।
ଏହି ରୋଗ ଅପରିଷ୍କାର ଯୋଗୁଁ ସୃଷ୍ଟି ହୋଇଥାଏ । ମାଛି ବସିଥିବା ଖାଦ୍ୟ ପଦାର୍ଥ ଓ ପାନୀୟର ବ୍ୟବହାର ଯୋଗୁଁ ଏହି ରୋଗ ବଢ଼ିଥାଏ। ରୋଗୀ ପେଟରୁ କୃମିଗୁଡ଼ିକର ଅଣ୍ଡା ମଳ ସହିତ ବାହାରି ଆସିଥାଏ । ବାହାରେ ଝାଡ଼ା ବସୁଥିବା ଅବସ୍ଥାରେ ଏଗୁଡ଼ିକ ମାଟିରେ ବ୍ୟାପିଯାଆନ୍ତି ଏବଂ ବଢ଼ି ବଂଶ ବୃଦ୍ଧି କରନ୍ତି । ଯେତେବେଳେ ପିଲାମାନେ ଖାଲିପାଦରେ ସଡ଼କ ଓ ଘାସ ଉପରେ ଚାଲିଥାଆନ୍ତି ସେତେବେଳେ ଏହି କୃମିଗୁଡ଼ିକ ପାଦରେ ଲାଗିଯାଆନ୍ତି ଏବଂ ଚମଡ଼ାକୁ ଭେଦକରି ଶରୀର ମଧ୍ୟରେ ପହଞ୍ଚିଯାଆନ୍ତି।
ଏପରି ହେବାର କାରଣ - ପିଲାମାନେ ମାଟି ଖାଇବା , ଦୂଷିତ ଭୋଜନ ଗ୍ରହଣ କରିବା , ମଇଳା କପଡ଼ା ପିନ୍ଧିବା , ଦୂଷିତ ପରିବେଶରେ ରହିବା , ଶରୀରକୁ ପରିଷ୍କାର ନ ରଖିବା , ଦୁଧ , ଦହି , ମାଛ , ମାଂସ , ଗୁଡ଼ , ଚିନି ଆଦି ଅଧିକ ମାତ୍ରାରେ ଖାଇବା ଯୋଗୁଁ ପେଟରେ କୃମି ମଧ୍ୟ ସୃଷ୍ଟି ହୋଇଥାଆନ୍ତି ।
ଏହା ଲକ୍ଷଣ କଣ - ପିଲାଙ୍କ ବଦହଜମୀ , ପେଟବ୍ୟଥା , ଜ୍ଵର ଆଦି ଦେଖାଦେଇଥାଏ । ଅନେକ ପିଲାଙ୍କ ଶରୀର ମଳିନ ଦେଖାଦେଇଥାଏ । ଝାଡ଼ା ବାରମ୍ବାର ହୋଇଥାଏ ଓ ଖାଦ୍ୟ ପ୍ରତି ଅରୁଚି ଦେଖାଦେଇଥାଏ । ପିଲାର ମୁହଁରେ ଧଳା ଧଳା ଚିହ୍ନ ଦେଖା ଦେଇଥାଏ ।
ଉପଚାର1. ଏକ ଚାମଚ କଲରା ରସ , ଏକ ଚାମଚ ନିମ୍ବପତ୍ର ରସ , ଏକ ଚାମଚ ପାଳଙ୍ଗ ରସ ଏବଂ ଅଳ୍ପ ସୈନ୍ଧବଲବଣ ସବୁକୁ ମିଶାଇ ଦୁଇଭାଗ କରି ସକାଳେ ଓ ସନ୍ଧ୍ୟାରେ ଖାଦ୍ୟଖାଇ ସାରିଲା ପରେ ପିଲାଙ୍କୁ ଖୁଆନ୍ତୁ । ଏପରି କଲେ କୃମି ମରିଯାଇ ଝାଡ଼ାରେ ବାହାରିଯିବେ । 2. ଘୋଳ ଦହିରେ କଳାଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଆଇଲେ କୃମି ମରିଯାଆନ୍ତି । 3. ରସୁଣକୁ ବାଟି ସକାଳେ ଖାଲିପେଟରେ ପିଲାକୁ ଖୁଆଇ ପାଣି ପିଆଇଲେ କୃମି ମରିଯାଇ ବାହାରି ଆସନ୍ତି । 4. ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଗୋଳି ଦିନକୁ ଥରେ ସାତଦିନ ପର୍ଯ୍ୟନ୍ତ ପିଲାକୁ ପିଆଇଲେ ପେଟରୁ ସମସ୍ତ କୃମି ମରିଯାଆନ୍ତି । 5. ଏକ ଚାମଚ ନିମ୍ବପତ୍ରରସରେ ଏକ ଚାମଚ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଲାକୁ ଖୁଆଇଲେ କୃମି ନଷ୍ଟ ହୋଇଯାଆନ୍ତି। 6. ଅଧଗ୍ରାମ ବାଇଡଙ୍ଗ ଚୂର୍ଣ୍ଣ ଓ ୮ - ୧୦ଟି ତୁଳସୀ ପତ୍ରକୁ ବାଟି ପାଣିରେ ଗୋଳି ପିଲାକୁ ପିଆଇଲେ କୃମି ନଷ୍ଟ ହୋଇଯାଆନ୍ତି । 7. କମଳା ଚୋପା ୧୦ ଗ୍ରାମ ଓ ବାଇଡଙ୍ଗ ୧୦ ଗ୍ରାମକୁ ଶୁଖାଇ ଚୂର୍ଣ୍ଣ କରି ୩ ଗ୍ରାମ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ପିଲାକୁ ଖୁଆଇ ପାଣି ପିଆଇଲେ କୃମି ମରିଯାଆନ୍ତି । 8. ଡାଳିମ୍ବ ଚୋପାକୁ ଶୁଖାଇ ଚୂର୍ଣକରି ଏକଗ୍ରାମ ଚୂର୍ଣ୍ଣରେ , ୩ ଗ୍ରାମ ଚୂନର ଉପର ପାଣିକୁ ମିଶାଇ ପିଆଇଲେ କୃମି ମରିଯାଆନ୍ତି। 9. ଜୁଆଣୀ ୩ ଗ୍ରାମ , ବାଇବିଡ଼ଙ୍ଗ ୩ ଗ୍ରାମ , ଏକ ଗ୍ରାମ ଖାଇବା କର୍ପୂର ସମସ୍ତକୁ ମିଶାଇ ଗୁଣ୍ଡକରି ଅଳ୍ପଗୁଡ଼ ମିଶାଇ ୩ ଗ୍ରାମ ମାତ୍ରାରେ ଖାଦ୍ୟ ଖାଇଲା ପିଲାକୁ ଖୁଆଇ ପାଣିପିଆଇଲେ କୃମି ମରିଯାଆନ୍ତି । 10. କଲରା ରସ ଏକ ଚାମଚରେ ଚିମୁଟେ ହେଙ୍ଗୁଚୂର୍ଣ୍ଣ ମିଶାଇ ପିଲାକୁ ଖୁଆଇଲେ କୃମି ମରିଯାଇ ଝାଡ଼ାରେ ବାହାରି ଆସନ୍ତି । 11. ସୋରିଷ ଚୂର୍ଣ୍ଣ ୨୫ ଗ୍ରାମରେ ୨ - ୩ ଚାମଚ ଗୋ - ମୂତ୍ର ମିଶାଇ ପିଆଇଲେ କୃମି ମରିଯାଆନ୍ତି ।12. ଏକ ଚାମଚ କଲରା ରସ , ଏକ ଚାମଚ ନିମ୍ବପତ୍ର ରସ , ଏକ ଚାମଚ ପାଳଙ୍ଗ ରସ ଏବଂ ଅଳ୍ପ ସୈନ୍ଧବଲବଣ ସବୁକୁ ମିଶାଇ ଦୁଇଭାଗ କରି ସକାଳେ ଓ ସନ୍ଧ୍ୟାରେ ଖାଦ୍ୟଖାଇ ସାରିଲା ପରେ ପିଲାଙ୍କୁ ଖୁଆନ୍ତୁ । ଏପରି କଲେ କୃମି ମରିଯାଇ ଝାଡ଼ାରେ ବାହାରିଯିବେ । 13. ଘୋଳ ଦହିରେ କଳାଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଆଇଲେ କୃମି ମରିଯାଆନ୍ତି । 14. ରସୁଣକୁ ବାଟି ସକାଳେ ଖାଲିପେଟରେ ପିଲାକୁ ଖୁଆଇ ପାଣି ପିଆଇଲେ କୃମି ମରିଯାଇ ବାହାରି ଆସନ୍ତି । 15. ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଗୋଳି ଦିନକୁ ଥରେ ସାତଦିନ ପର୍ଯ୍ୟନ୍ତ ପିଲାକୁ ପିଆଇଲେ ପେଟରୁ ସମସ୍ତ କୃମି ମରିଯାଆନ୍ତି । 16. ଏକ ଚାମଚ ନିମ୍ବପତ୍ରରସରେ ଏକ ଚାମଚ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଲାକୁ ଖୁଆଇଲେ କୃମି ନଷ୍ଟ ହୋଇଯାଆନ୍ତି । 17. ଅଧଗ୍ରାମ ବାଇଡଙ୍ଗ ଚୂର୍ଣ୍ଣ ଓ ୮ - ୧୦ଟି ତୁଳସୀ ପତ୍ରକୁ ବାଟି ପାଣିରେ ଗୋଳି ପିଲାକୁ ପିଆଇଲେ କୃମି ନଷ୍ଟ ହୋଇଯାଆନ୍ତି। 18. କମଳା ଚୋପା ୧୦ ଗ୍ରାମ ଓ ବାଇଡଙ୍ଗ ୧୦ ଗ୍ରାମକୁ ଶୁଖାଇ ଚୂର୍ଣ୍ଣ କରି ୩ ଗ୍ରାମ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ପିଲାକୁ ଖୁଆଇ ପାଣି ପିଆଇଲେ କୃମି ମରିଯାଆନ୍ତି । 19.ଡାଳିମ୍ବ ଚୋପାକୁ ଶୁଖାଇ ଚୂର୍ଣକରି ଏକଗ୍ରାମ ଚୂର୍ଣ୍ଣରେ , ୩ ଗ୍ରାମ ଚୂନର ଉପର ପାଣିକୁ ମିଶାଇ ପିଆଇଲେ କୃମି ମରିଯାଆନ୍ତି । 20. ଜୁଆଣୀ ୩ ଗ୍ରାମ , ବାଇବିଡ଼ଙ୍ଗ ୩ ଗ୍ରାମ , ଏକ ଗ୍ରାମ ଖାଇବା କର୍ପୂର ସମସ୍ତକୁ ମିଶାଇ ଗୁଣ୍ଡକରି ଅଳ୍ପଗୁଡ଼ ମିଶାଇ ୩ ଗ୍ରାମ ମାତ୍ରାରେ ଖାଦ୍ୟ ଖାଇଲା ପିଲାକୁ ଖୁଆଇ ପାଣିପିଆଇଲେ କୃମି ମରିଯାଆନ୍ତି । 21. କଲରା ରସ ଏକ ଚାମଚରେ ଚିମୁଟେ ହେଙ୍ଗୁଚୂର୍ଣ୍ଣ ମିଶାଇ ପିଲାକୁ ଖୁଆଇଲେ କୃମି ମରିଯାଇ ଝାଡ଼ାରେ ବାହାରି ଆସନ୍ତି । 22. ସୋରିଷ ଚୂର୍ଣ୍ଣ ୨୫ ଗ୍ରାମରେ ୨ - ୩ ଚାମଚ ଗୋ - ମୂତ୍ର ମିଶାଇ ପିଆଇଲେ କୃମି ମରିଯାଆନ୍ତି ।
ପିଲା ଖନେଇ ଖନେଇ ବା ପାଟି ଲଗାଇ କଥା କହିଲେ
୧ . ପିଲା ଖନେଇ ବା ପାଟି ଲଗାଇ କଥା କହୁଥିଲେ ନିମ୍ନଲିଖିତ ଉପଚାର କଲେ ପିଲା ସ୍ପଷ୍ଟ ରୂପେ କଥା କହିଥାଏ ।
୨ . ଡାଲଚିନ୍ର ଛୋଟଖଣ୍ଡକୁ କଳରେ ଜାକି ଚୁଚୁମିଲେ କିଛି ଦିନରେ ଖନେଇ କରି କହିବା ଠିକ୍ ହୋଇଯାଇଥାଏ ।
୩ .ପକ୍ଷର ପ୍ରତିଦିନ ପିଲା ଗୋଟିଏ ଲେଖାଏଁ ଅଁଳା ଚୋବାଇ ଖାଇଲେ କିଛିଦିନରେ ପାଟି ପୂରା ଖୋଲିଯାଏ ।
୪ . ସକାଳେ ଖାଲିପେଟରେ ପିସ୍ତାବାଦାମ୍ ୭ଟି ଓ ଗୋଲମରିଚ ୭ଟିକୁ ବାଟି ସେଥିରେ ଅଳ୍ପ ମିଶ୍ରି ଗୁଣ୍ଡ ମିଶାଇ ଖୁଆଇଲେ ୧୫ ଦିନରେ ପାଟି ଖୋଲି ଯାଇଥାଏ ।
୫ .ସକାଳେ ଲହୁଣୀରେ ଗୋଲମରିଚ ଚୂର୍ଣ୍ଣ ମିଶାଇ ପିଲାକୁ ଖୁଆଇଲେ ଖନେଇ କହିବା ଠିକ୍ ହୋଇଯାଇଥାଏ ।
୬ .ତେଜ ପତ୍ରକୁ ଜିଭ ତଳେ ରଖିଲେ ପାଟି ଲାଗିବା ଠିକ୍ ହୋଇଯାଇଥାଏ । ଫୁଲାଯାଇଥିବା ସୁହାଗାକୁ ମହୁରେ ମିଶାଇ ଜିଭ ଉପରେ ଘଷିଲେ ଖନେଇ ଖନେଇ କହିବା ଠିକ୍ ହୋଇଯାଏ ।
୭ . ବାହାଡ଼ା ଖୋଳକୁ ଗୁଣ୍ଡ କରି ମହୁ ସହିତ ଚାଟିଲେ ପିଲାର ପାଟି ଖୋଲି ଯାଇଥାଏ ।