ବୃକକ୍ ଶୋଥ
ପେଟ ଖରାପ ଓ ପ୍ରଦୂଷିତ ତଥା ଅମ୍ଳୀୟ ଖାଦ୍ୟପଦାର୍ଥ ଅଧିକ ମାତ୍ରାରେ ଖାଇବା କାରଣରୁ ବୃକକ୍ (କିଡ଼ିନି)ରେ ଫୁଲା ବା ଶୋଥ ଦେଖାଦେଇଥାଏ । ବୃକକ୍ରେଯେତେବେଳେ କ୍ଷାରୀୟ ତତ୍ତ୍ଵ ବଢ଼ିଯାଇଥାଏ, ସେତେବେଳେ ମଧ୍ୟ ବୃକକ୍ରେ ଫୁଲାବା ଶୋଥ ଦେଖାଦେଇଥାଏ । ଫଳସ୍ଵରୂପ ବୃକକରେ ଦରଜ ଓ ବ୍ୟଥା ହୋଇଥାଏ ।
କାରଣ- ଯେତେବେଳେ ବୃକକ୍ ଦ୍ଵାରା ରକ୍ତର ଶୁଦ୍ଧି ଭଲ ରୂପରେ ହୋଇପାରି ନଥାଏ, ସେତେବେଳେ ପାଣିର ଅଂଶ କମ୍ ମାତ୍ରାରେ ପରିସ୍ରାରେ ଆସିଥାଏ । ଏହା ଫଳରେ ମୂତ୍ର ବାହକ ସଂସ୍ଥାନର ଶୁଦ୍ଧି ଠିକ୍ ରୂପେ ହୋଇପାରି ନ ଥାଏ। ମୂତ୍ର ସହିତ ବିଭିନ୍ନ ପ୍ରକାରର ପଦାର୍ଥ ବାହାରିଥାଏ । ତେଣୁ ବୃକକ୍ ଫୁଲିଯାଇଥାଏ ଓ ଜ୍ଵର ମଧ୍ୟ ହୋଇଥାଏ ।
ଲକ୍ଷଣ- ପରିସ୍ରା କରିବା ସମୟରେ ଦଳଜ ହୋଇଥିବା କାରଣରୁ ବ୍ୟଥା ମଧ୍ୟ ହୋଇଥାଏ । କେବେ କେବେ ମଧ୍ୟ ପରିସ୍ରା ଅଟକି ଅଟକି ହୋଇଥାଏ । ପିଠିରେ ବ୍ୟଥା ହୋଇ ଅସ୍ଥିର ଲାଗିଥାଏ । ପରିସ୍ରାରୁ ତୀବ୍ର ଦୁର୍ଗନ୍ଧ ବାହାରିଥାଏ । ପରିସ୍ରାରେ ବିଭିନ୍ନ ପ୍ରକାରର ପଦାର୍ଥ ବାହାରି ଆସୁଥିବା କାରଣରୁ ପୂରା ଶରୀରରେ ବ୍ୟଥା ବ୍ୟାକୁଳତା, ମୁଣ୍ଡବ୍ୟଥା ଓ ଅସ୍ଥିରତା ଲାଗି ରହିଥାଏ ।
ଉପଚାର -
୧. ରାତିରେ ଶୋଇବା ପୂର୍ବରୁ ଏକ ଚାମଚ ମାତ୍ରାରେ ତ୍ରିଫଳାଚୂର୍ଣ୍ଣ ଖାଇ ଉଷୁମ ପାଣି ପିଇଲେ କିଛିଦିନରେ ବୃକକ୍ ଶୋଥ ଠିକ୍ ହୋଇଥାଏ ।
୨.ଏକଗ୍ଲାସ୍ ପାଣିରେ ୧୦-୧୨ ଗ୍ରାମ ପୁରୁଣୀ ପଞ୍ଚାଙ୍ଗକୁ ପକାଇ ସିଝାଇ ପାଣି ଅଧା ରହିଲେ ଥଣ୍ଡାକରି ଛାଣି ସକାଳ ଓ ସନ୍ଧ୍ୟାରେ ପିଇଲେ ବୃକକ ଫୁଲା ଓ ଶୋଥ ଠିକ୍ ହୋଇଯାଇଥାଏ ।
୩, ଅଙ୍ଗୁର ଲତାର ପତ୍ର ୫୦ ଗ୍ରାମକୁ ବାଟି ପାଣିରେ ମିଶାଇ ଛାଣି ସେଥିରେ ଅଳ ଅଙ୍ଗୁର ଲତାର ପତ୍ର ୫୦ ଗ୍ରାମକୁ ବାଟି ପାଣିରେ ମିଶାଇ ଛାଣି ସେଥିରେ ଅଳ
ମଧୁମେହ ରୋଗ
ମଧୁମେହ ରୋଗକୁ ସାମାନ୍ୟ ଭାଷାରେ କହିବାକୁ ଗଲେ, ବୁଝିବାକୁ ହେବଯେ, ରକ୍ତରେ ଓ ପରିସ୍ରାରେ ଚିନିର ମଧୁର ଅଂଶ ଆସିବା । ଆଜିକାଲି ଅଧିକାଂଶ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତି । ଏହା ଏକ ଅସାଧ୍ୟ ରୋଗ ଅଟେ । ଖାଦ୍ୟରେ ସଂୟମ ରକ୍ଷା କଲେ ଏହି ରୋଗକୁ ଆୟତ୍ତ କରାଯାଇପାରେ ।ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାରର ହରମୋନ୍ ତିଆରି ହୋଇଥାଏ । ଯେତେବେଳେ ଇନ୍ସୁଲିନ୍ ନାମକ ହରମୋନ୍ ଶରୀରରେ ତିଆରି ହୋଇପାରିନଥାଏ ସେତେବେଳେ ଖାଦ୍ୟରେ ନିଆଯାଉଥିବା ଚିନିକୁ ଠିକ୍ ରୂପେ ପାଚନକ୍ରିୟା ଗ୍ରହଣ କରିପାରି ନ ଥାଏ । ସେତେବେଳେ ଚିନିର କିଛି ଅଂଶ ରକ୍ତରେ ମିଶିଯାଏ ଓ କିଛି ଅଂଶ ପରିସ୍ରାରେ ବାହାରି ଆସିଥାଏ । ଏହି ଚିନିକୁ ଶକ୍ତିରେ ପରିଣତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଇନ୍ସୁଲିନ୍ । ଏହି ଇନ୍ସୁଲିନ୍ର ଅଭାବ ଯୋଗୁଁ ମଧୁମେହ ରୋଗ ସୃଷ୍ଟି ହୋଇଥାଏ, ଯାହା ରୋଗୀର ହାଡ଼କୁ ଦୁର୍ବଳ କରିଦିଏ । ଏହି ରୋଗ ବଂଶାନୁଗତ, ଅଧିକ ମୋଟାପଣ, କିଛି କାର୍ଯ୍ୟ ନ କରି ଖାଲି ବସିରହିବା, ଅଧିକ ସମ୍ଭୋଗ ଓ ଯକୃତ ରୋଗ କାରଣରୁ ମଧ୍ୟ ହୋଇପାରେ ।
ଲକ୍ଷଣ- ରୋଗୀକୁ ବାରମ୍ବାର ଶୋଷ ଲାଗିଥାଏ । ଅଧିକ ମାତ୍ରାରେ ଭୋକ ହୋଇଥାଏ । ବାରମ୍ବାର ପରିସ୍ରା ଲାଗିଥାଏ କିନ୍ତୁ ପ୍ରତ୍ୟେକ ଥର ପରିସ୍ରା ଖୁବ୍ କମ୍ ମାତ୍ରାରେ ହୋଇଥାଏ । ଏହା ଦ୍ଵାରା ରୋଗୀର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଶରୀରରେ ଘାଆ, କୁଣ୍ଡିଆ, ଯାଦୁ ଆଦି ରୋଗ ଦେଖାଦିଏ, ଯଦି କୌଣସି ଘାଆ ହୋଇଯାଏ, ତାହା ଶୁଖିବାକୁ ଅଧ୍ଵକ ଦିନ ନେଇଥାଏ । ଏହି ରୋଗ ଲାଗି ରହିଲେ ତାହା ସଙ୍ଗେ ସଙ୍ଗେ ଉଚ୍ଚ ରକ୍ତଚାପ ରୋଗ ମଧ୍ୟ ଶରୀରକୁ ଆସିଯାଏ । ଏହି ମଧୁମେହ ରୋଗର ପ୍ରଭାବ ଧୀରେ ଧୀରେ ଆଖି ଉପରେ ଓ ବୃକକ୍ ଉପରେ ମଧ୍ୟ ପଡ଼ିଥାଏ ।
ଉପଚାର -
୧. ଚିନାବାଦାମ ମଞ୍ଜିକୁ ଅଟାକରି ସେଥରେ ରୁଟିକରି ଖାଇଲେ ମଧୁମେହ ରୋଗରେ ଲାଭ ମିଳିଥାଏ ।
୨.ସଦା ବାହାର ଗଛର ୭ଟି ପତ୍ର ଓ ୭ଟି ଫୁଲକୁ ସକାଳେ ଖାଲିପେଟରେ ଚୋବାଇ ଖାଇଲେ କିମ୍ବା ରସ ବାହ ଖାଇଲେ ଲାଭ ମିଳିଥାଏ
୩/ ଜାମୁକୋଳି ଗଛର କଅଁଳ ପତ୍ରକୁ ଚୋବାଇ ରସ ଢୋକିଲେ ମଧୁମେହରେ ଲାଭ ମିଳେ ।
୪. ମେଥ୍ ଦାନା ଓ କଲରା ସମାନ ମାତ୍ରାରେ ନେଇ ଶୁଖାଇ ଚୂର୍ଣକରି ମାତ୍ରାରେ ସକାଳେ ଖାଲି ପେଟରେ ଖାଇଲେ ମଧୁମେହ ରୋଗରେ ଲାଭ ମିଳିଥାଏ ।
୫. ଜାମୁକୋଳି ମଞ୍ଜି ୧୦ ଗ୍ରାମ, ଗୁଡ଼ମାରୀ ୨୦ ଗ୍ରାମ, ଶୁଣ୍ଢି ୧୦ ଗ୍ରାମ, କଳାମରିବା ୨ ଗ୍ରାମକୁ ବୃଷ୍ଟିକରି ସକାଳେ ଖାଲିପେଟରେ ୧-୨ ଚାମଚ ମାତ୍ରାରେ ବୃଦ୍ଧ ଖାଇଲେ ଲାଭ ମିଳିଥାଏ ।
୬. ସକଳେ ଖାଲିପେଟର ୭-୮ଟି ନିମ୍ବପତ୍ରକୁ ଚୋବାଇ ଖାଇଲେ ଲାଭ ମିଳିଥାଏ ।
୭ . ପ୍ରତିଦିନ ଦୁଇ ଚାମଚ ମାତ୍ରାରେ ଶୁଦ୍ଧ ହଳଦୀଗୁଣ୍ଡକୁ ପାଣିରେ ଗୋଳି ପିଇଲେ ମଧୁମେହ ରୋଗରେ ବିଶେଷ ଲାଭ ହୋଇଥାଏ ।
୮. ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳାରସ ୧୫-୨୦ ମି.ଲି. ମାତ୍ରାରେ ପିଇଲେ ଲାଭ ମିଳିଥାଏ ।
୯. ବେଲପତ୍ର ରସ ୨ ଚାମଚ ମାତ୍ରାରେ ପ୍ରତିଦିନ ପିଇଲେ ମଧୁମେହ ରୋଗରେ ଲାଭ ମିଳିଥାଏ ।
୧୦. ପ୍ରତିଦିନ ଖାଦ୍ୟ ଖାଇ ସାରିଲା ପରେ ୭-୮ଟି କଅଁଳ ଆମ୍ବପତ୍ରକୁ ଚୋବାଇ ରସକୁ ଢୋକିଲେ ଲାଭ ମିଳିଥାଏ ।
୧୧. ଗାଜର ରସ ଏକ କପ୍ ଓ ପାଳଙ୍ଗ ରସ ଅଧିକପ୍କୁ ମିଶାଇ ପିଅନ୍ତୁ ।
୧୨. ଡାଳିମ୍ବ ଚୋପା, ବାଇବିଡ଼ଙ୍ଗ ଓ ଅଶ୍ଵଗନ୍ଧା ସମାନ ମାତ୍ରାରେ ଚୂଏଁଖାଇ ପାଣି ପିଇଲେ ଲାଭ ମିଳେ ।
୧୩. ଆମ୍ବ ପତ୍ରକୁ ଛାଇରେ ଶୁଖାଇ ଚୂର୍ଣ୍ଣ କରି ଏକ ଏକ ଚାମଚ ଚୂର୍ଣ୍ଣ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଖାଇ ପାଣି ପିଇଲେ ମଧୁମେହ ରୋଗରେ ଲାଭ ମିଳିଥାଏ ।
୧୪. ସକାଳେ ଖାଲି ପେଟରେ ୧-୨ଟି ଲେଖାଏଁ ଇନ୍ସୁଲିନ୍ ପତ୍ର ଚୋବାଇ ଖାଇଲେ ମଧୁମେହ ରୋଗରେ ଲାଭ ମିଳେ ।
୧୫. ମେଥ, ଜାମୁକୋଳି ମଞ୍ଜି, ଭୂଇଁନିମ୍ବ, ଗୁଡ଼ମାରୀ, ବେଲପତ୍ର, ଜାମୁପତ୍ର ଓ ଜାମୁ ଗଛର ଛେଲି, ସଦାବାହାର ପତ୍ର, କଳାଜିରା, ନିମ୍ବପତ୍ର ସମସ୍ତରୁ ସମାନ ମାତ୍ରାରେ ନେଇ ଚୂର୍ଶକରି ସକାଳେ ଓ ସନ୍ଧ୍ୟାରେ ୧-୧ ଚାମଚ ମାତ୍ରାରେ ଚୂଣ୍ଡିକୁ ପାଣି ସହିତ ଖାଲି ପେଟରେ ଖାଇଲେ ମଧୁମେହ ରୋଗରେ ବିଶେଷ ଲାଭ ମିଳିଥାଏ ।
୧୬, ରାତିରେ ୧-୨ଟି ଭେଣ୍ଡିକୁ କାଟି ପାଣିରେ ଭିଜାଇ ସକାଳେ ଛାଣି ସେହି ପାଣିକୁ ଖାଲି ପେଟରେ ପିଇଲେ ମଧୁମେହ ରୋଗରେ ଲାଭ ମିଳେ ।
୧୭. ସକାଳେ ଗୋଟିଏ ପାଚିଲା କଦଳୀରେ ୫-୬ ଗ୍ରାମ୍ ଗାଈଘିଅ ମିଶାଇ ଖାଇଲେ ଲାଭ ମିଳେ ।
୧୮. ପ୍ରତିଦିନ ସକାଳେ ୪୦-୫୦ ଗ୍ରାମ ଗୁଳୁଚି ରସରେ ୫-୬ ଗ୍ରାମ ମହୁମିଶାଇ ପିଇଲେ ଲାଭ ମିଳେ ।
୧୯. ପାନ କିମ୍ବା ମହୁ ସହିତ ୧-୨ ଗ୍ରାମ ମାତ୍ରାରେ ବଙ୍ଗଭଷ୍ଟ ମିଶାଇ ଖାଇଲେ ମଧୁମେହରେ ଲାଭ ମିଳେ ।
୨୦. ନିୟମିତ ରୂପେ ଅଧ କପ ମାତ୍ରାରେ ମେଥ୍ ପତ୍ରରସ ୩ ମାସ ପର୍ଯ୍ୟନ୍ତ ପିଇଲେ ମଧୁମେହ ଠିକ୍ ହୁଏ ।
୨୧. ଅଁଳା ରସରେ ହଳଦୀଗୁଣ୍ଡ ଓ ମହୁ ମିଶାଇ ପିଇଲେ ମଧୁମେହ ରୋଗ ସାମାନ୍ୟ ରହିଥାଏ ।
୨୨. ଶୁଖିଲା ଅଁଳା ଓ ଜାମୁକୋଳି ମଞ୍ଜି ସମାନ ମାତ୍ରାରେ ନେଇ ଚୂର୍ଣ୍ଣକରି ସକାଳେ ଓ ସନ୍ଧ୍ୟାରେ ୫-୭ ଗ୍ରାମ ମାତ୍ରାରେ ଚୂର୍ଣ୍ଣ ପାଣି ସହିତ ଖାଲି ପେଟରେ ଖାଆନ୍ତୁ ।
୨୩. କୌଣସି ମାଟି ପାତ୍ରରେ ଏକ ଗ୍ଲାସ୍ ପାଣିରେ ୫-୬ଟି ପଲାଶ ଫୁଲକୁ ଭିଜାଇ ସକାଳେ ସେହି ପାଣିରେ ଫୁଲକୁ ଚକଟି ଛାଣି ଖାଲିପେଟର ପିଇଲେ କିଛି ଦିନରେ ଲାଭ ମିଳିଯାଇଥାଏ ।
ବହୁ ମୂତ୍ର ରୋଗ
ଏହି ରୋଗରେ ବ୍ୟକ୍ତିକୁ ବାରମ୍ବାର ପରିସ୍ରା ଲାଗିଥାଏ । ବହୁତ ମାତ୍ରାରେ ପରିସ୍ରା ନ ହୋଇ ଅଳ୍ପ ଅଳ୍ପ ପରିସ୍ରା ହୋଇଥାଏ । ଏହି ରୋଗ ସାଧାରଣତଃ ଅଧିକ ବୟସର ଲୋକଙ୍କୁ ହୋଇଥାଏ । ରାତ୍ରିରେ ଅଧିକ ଥର ପରିସ୍ରା ଲାଗୁଥିବାରୁ ନିଦ ଭଲ ରୂପେ ହୁଏ ନାହିଁ । ବେଳେ ବେଳେ ବିଛଣାରେ ମଧ୍ୟ ପରିସ୍ରା ପଡ଼ିଯାଇଥାଏ । ନିମ୍ନରେ ଦିଆଗଲା କେତେକ ଉପଚାର ।
ଉପଚାର :
୧. ନିୟମିତ ରୂପେ ମୂଳା ଖାଇଲେ ବହୁମୂତ୍ର ରୋଗ ଠିକ୍ ହେବା ସହିତ ଅନ୍ୟ ମୂତ୍ର ବିକାର ଠିକ୍ ହୋଇଥାଏ । ବାରମ୍ବାର ପରିସ୍ରା ଯିବା ବନ୍ଦ ହୋଇଥାଏ । ଓ ବାରମ୍ବାର ଆସୁଥିବା ପରିସ୍ରା ବନ୍ଦ ହୋଇଯାଏ ।
ଅଁଳା ଚୂଣ୍ଣରେ ଗୁଡ଼ ମିଶାଇ ଖାଇଲେ ପରିସ୍ରା ଖୋଲାଭାବରେ ହୋଇଥାଏ
ଯବକ୍ଷାର ଓ ମିଶ୍ରି ୩-୩ ଗ୍ରାମ ମାତ୍ରାରେ ପାଣି ସହିତ ଖାଇଲେ ବହୁମୂତ୍ର ରୋଗରୁ
ରାଈସୋରିଷ, କଳାରାଶି, କଲମୀ ଶୋରା, ଡାଲଚିନି ସମାନ ମାତ୍ରାରେ ନେଇ ବୃଷ୍ଟିକରି ୨-୩ ଗ୍ରାମ ମାତ୍ରାରେ ସକାଳେ ଓ ସନ୍ଧ୍ୟାରେ ମହୁ ସହିତ ଖାଇଲେ ମୁକ୍ତି ମିଳିଥାଏ । ବହୁମୂତ୍ର ରୋଗ ଠିକ୍ ହୁଏ ।
ବବୁଲ ଗଛର ଅଠାକୁ ଘିଅରେ ଭାଜି ସକାଳେ ଲହୁଣୀ ସହିତ ଖାଇଲେ ଲାଭ ମିଳେ ।
ଅଦାରସ ୧–୧ ଚାମଚ ମାତ୍ରାରେ ଖାଇଲେ ଅଟକିଥିବା ପରିସ୍ରା ଖୋଲା ଭାବେ ହୋଇଥାଏ ।
ବାହାଡ଼ାର ଖୋଳ ଓ ଜାମୁ କୋଳି ମଞ୍ଜି ସମାନ ମାତ୍ରାରେ ନେଇ ବୃଷ୍ଣକର ଏକ ଚାମଚ ମାତ୍ରାରେ ପାଣି ସହିତ ୮-୧୦ ଦିନ ପର୍ଯ୍ୟନ୍ତ ଖାଇଲେ ବହୁମୂତ୍ର ରୋଗ ଠିକ୍ ହୁଏ ।
୨୫୦ ମି.ଲି. ଗାଈକ୍ଷୀରରେ ୧୦ ଗ୍ରାମ କଲମୀଶୋରା ଓ ଏକ ଲିଟର ପାଣି ମିଶାଇ ଦିନରେ ଦୁଇଥର ପିଇଲେ ବହୁମୂତ୍ର ରୋଗ ଠିକ୍ ହୋଇଥାଏ ।
୯. ପିସ୍ତାବାଦାମ ୬ଟି, କିସ୍ମିସ୍ ୩-୪ଟି ଓ ଗୋଲମରିଚ ୩-୪ଟିକୁ ସକାଳେ ଓ ନ୍ଧ୍ୟାରେ ୧୫ ଦିନ ପର୍ଯ୍ୟନ୍ତ ଚୋବାଇ ଚୋବାଇ ଖାଇଲେ ବାରମ୍ବାର ଆସୁଥିବା ପରିସ୍ରା ବନ୍ଦ ହୋଇଯାଏ ।