ପ୍ରୋଷ୍ଟେଟ୍ କ୍ୟାନ୍ସର୍ ୨୦୪୦ ସୁଦ୍ଧା ଦୁଇଗୁଣା ହୋଇଯିବ।

odiabhaipk
0

ପ୍ରୋଷ୍ଟେଟ କ୍ୟାନ୍ସରର ରୋଗ ଲକ୍ଷଣ କଣ?

ପରିସ୍ରା ସମୟରେ ଯନ୍ତ୍ରଣା ହେବା, ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାରେ ରକ୍ତ ପଡ଼ିବା, ଓଜନ ହ୍ରାସ, ପାଦରେ ଯନ୍ତ୍ରଣା, ପେଟ ଜନିତ ସମସ୍ୟା, ଶ୍ଵାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବା ଆଦି ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ |

ପ୍ରୋଷ୍ଟେଟ କ୍ୟାନ୍ସର ରୋଗ କେମିତି ହୋଇଥାଏ?
ଖରାପ ଜୀବନଶୈଳୀ, ଚିନ୍ତା, ରସାୟନଯୁକ୍ତ ଖାଦ୍ୟ ସେବନ, ମୋଟାପା, ଧୂମପାନ, ମିଶ୍ରିତ ଆହାର କାରଣରୁ ଏବେ ବୈଶ୍ୱିକସ୍ତରରେ ପ୍ରୋଷ୍ଟେଟ କ୍ୟାନ୍ସର ରୋଗ ବୃଦ୍ଧି ପାଇଛି।

ପ୍ରୋଷ୍ଟେଟ କ୍ୟାନ୍ସରକୁ ନେଇ ଏବେ ବୈଜ୍ଞାନିକ ନୂଆ କଥା କଣ କହିଛନ୍ତି ଆସନ୍ତୁ ଜାଣିବ.

‘ଦି ଲ୍ୟାନସେଟ୍ କମିଶନ' ୧୮୫ଟି ଦେଶରୁ ପ୍ରୋଷ୍ଟେଟ କ୍ୟାନ୍ସରର ତଥ୍ୟ ନେଇ ଏକ ଅଧ୍ୟୟନ କରିଥିବାବେଳେ ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୦୪୦ ମସିହା ସୁଦ୍ଧା ବିଶ୍ୱରେ ପ୍ରୋଷ୍ଟେଟ କ୍ୟାନ୍ସର ମାମଲା ଦୁଇଗୁଣା ହୋଇ ୨.୯ ମିଲିୟନ ତଥା ୨୯ ଲକ୍ଷରେ ପହଞ୍ଚିବ।

ଏହାସହ ମୃତ୍ୟୁ ମାମଲା ୮୫% ପ୍ରତିଶତ ବୃଦ୍ଧି ପାଇବା ଆଶଙ୍କା ରହିଛି।

ପଶ୍ଚିମ ଏବଂ ଉତ୍ତର ୟୁରୋପ ସମେତ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ମଧ୍ଯ ଆଫ୍ରିକା, ମାଲେସିଆ, ୟୁକେ ଆଦି ରାଷ୍ଟ୍ରରେ ଏହି କର୍କଟ ମାମଲା ଅଧିକ ଥିବାବେଳେ ଏବେ ମଧ୍ୟମ ଆୟଯୁକ୍ତ ଦେଶରେ ଏହି ମାମଲା ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ପ୍ରୋଷ୍ଟେଟ କ୍ୟାନ୍ସର କାହାକୁ ହେବାର ଆଶଙ୍କା ରହିଅଛି?
ଭାରତରେ ଉଚ୍ଚ ବିପଦଜ୍ଜନକ କର୍କଟ ରୋଗର ତିନି ପ୍ରତିଶତ ପ୍ରୋଷ୍ଟେଟ କ୍ୟାନ୍ସର ହୋଇଥିବାରୁ ୬୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ଠାରେ ପ୍ରାରମ୍ଭିକ ପରୀକ୍ଷା କରିବାକୁ ରିପୋର୍ଟରେ କୁହାଯାଇଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୁଣେର ଜଣେ ୬୪ ବର୍ଷୀୟ ଜେନେରାଲ ସର୍ଜନ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ପରିସ୍ରା କରିବାରେ ତାଙ୍କୁ ଅସୁବିଧା ହୋଇଥ‌ିବା କୌଣସି ପ୍ରାରମ୍ଭିକ ଲକ୍ଷଣ ନଥିବା ସତ୍ତ୍ବେ ତାଙ୍କ ମେରୁଦଣ୍ଡକୁ ପ୍ରୋଷ୍ଟେଟ କ୍ୟାନ୍ସର ବ୍ୟାପିଯାଇଥିଲା।

ତେବେ ତାଙ୍କ ଭଳି ଅନେକ ଭାରତୀୟ ପୁରୁଷ ଶେଷ ପର୍ଯ୍ୟାୟରେ ଏହି କ୍ୟାନ୍ସରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି।

ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନ୍ସର ଆକଳନ ଅନୁଯାୟୀ, ଲାନସେଟ୍ ଏହାର ବିଶ୍ଳେଷଣରେ ଦର୍ଶାଇଛି ଯେ ୨୦୪୦ ସୁଦ୍ଧା ଭାରତରେ ପ୍ରୋଷ୍ଟେଟ୍ କ୍ୟାନ୍ସର ମାମଲା ଦୁଇଗୁଣ ହୋଇ ବାର୍ଷିକ ପ୍ରାୟ ୭୧,୦୦୦ ନୂଆ ମାମଲା ସାମ୍ନାକୁ ଆସିବ।

ଦି ଲ୍ୟାନସେଟ୍ ରିପୋର୍ଟର ପ୍ରମୁଖ ଲେଖକ ଏବଂ ଲଣ୍ଡନର କର୍କଟ ଅନୁସନ୍ଧାନ ସଂସ୍ଥାନରେ ପ୍ରୋଷ୍ଟେଟ ଏବଂ ମୂତ୍ରାଶୟ କର୍କଟ ଅନୁସନ୍ଧାନର ପ୍ରଫେସର ନିକ୍ ଜେମ୍‌ସ କୁହନ୍ତି, ଏହି ସମସ୍ୟା ଚିନ୍ତା ବୃଦ୍ଧି କରିବ|

ବୈଜ୍ଞାନିକ ପ୍ରୋଷ୍ଟେଟ –ସ୍ପେସିଫିକ ଆଣ୍ଟିଜେନ୍ (ପିଏସ୍ଏ) ସ୍କ୍ରିନିଂର ଦୁରୂପଯୋଗକୁ ନେଇ ଚିନ୍ତାପ୍ରକାଶ କରିଛନ୍ତି।

ତେଣୁ ଏହି ସମସ୍ୟାରୁ ସମାଧାନ ପାଇଁ ସମସ୍ତ ପୁରୁଷଙ୍କୁ ସତର୍କତା ରହିବାର ଆବଶ୍ୟକ ରହିଛି।

ଏହାର ଉପାୟ କଣ ରହି ଅଛି?

ଦୈନିକ ବ୍ୟାୟାମ ଏବଂ ଖାଦ୍ୟରେ ପରିବର୍ତ୍ତନ ଦ୍ବାରା ଏହି ସଙ୍କଟକୁ ଏଡ଼ାଇ ଦିଆଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।

ଏହି ରୋଗରୁ ମୁକ୍ତି ପାଇବା ପାଇଁ ଅଧୂକ ମାଂସ ଓ ମସଲାଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଉଚିତ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !
To Top